• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Costume Designer
ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

ଥିରୁଅନନ୍ତପୁରମ୍‌: ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବାକୁ ଯାଉଛନ୍ତି ଜଣେ ଦିନ ମଜୁରିଆ। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, ଦିନ ମଜୁରିଆ କେମିତି ଆୱାର୍ଡ ପାଇଲେ। ତାହା ହିଁ ବାସ୍ତବତା। କେରଳ ଆଲାପୁଝାର ଅଶୋକାନ ଜଣକ ଘରକୁ ଦିନ ମଜୁରିଆ ଭାବେ କାମ କରିବାକୁ ଯାଉଥିଲେ। ଖବର ପାଇଲେ, ସେ କେରଳ ରାଜ୍ୟ ସରକାରଙ୍କ ଦ୍ୱାରା ଚଳିତ ବର୍ଷର ବେଷ୍ଟ କଷ୍ଟ୍ୟୁମ୍ ଡିଜାଇନର୍ ଆୱାର୍ଡ ପାଇବାକୁ ଯାଉଛନ୍ତି। ରାଜ୍ୟ ସରକାର ତାଙ୍କ ନାଁ ଘୋଷଣା କରିବା ପରେ ସ୍ଥାନୀୟ […]

super cyclone
ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

ଭୁବନେଶ୍ୱର: ସୁ ସୁ ହୋଇ ବହୁଥିଲା ପବନ। ଚମକାଇ ଦେଉଥିଲା ବିଜୁଳି। ତା ସାଙ୍ଗକୁ ଘଡଘଡି ସହ ଝଡ଼ ବର୍ଷା। ଆଜକୁ ଠିକ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା। ସେଦିନ ଥିଲା ୧୯୯୯ ମସିହା ଅକ୍ଟୋବର ୨୯। ସେ ଦିନ ଉପକୂଳ ଓଡ଼ିଶାକୁ ଗ୍ରାସ କରିଥିଲା ମହାବାତ୍ୟା। ଆଉ ପ୍ରକୃତିର କରାଳ କାୟାରେ ଛାରଖାର ହୋଇଯାଇଥିଲା ଅନେକ ପରିବାର। ୧୯୯୯ ମସିହା ଅକ୍ଟୋବର ୨୫ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିଲା ଲଘୁଚାପ। […]

eye
୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ବେଜିଂ: ଜଣେ ବ୍ୟକ୍ତିଙ୍କ ଆଖିରୁ ବାହାରିଲା ଜୀବନ୍ତ କୃମି। ଚୀନରେ ଏହି ଭୟଭୀତ ଘଟଣା ଘଟିଛି। ଡାକ୍ତରମାନେ ୬୦ ବର୍ଷୀୟ ବୃଦ୍ଧ ୱାନ୍‌ଙ୍କ ଆଖିରୁ ୨୦ଟି ଜୀବନ୍ତ କୃମି ବାହାର କରିଛନ୍ତି। Daily Starର ରିପୋର୍ଟ ଅନୁସାରେ, କିଛି ମାସ ପୂର୍ବେ ୱାନ୍ ଆଖିରେ ଏକ ଅଜବ ପ୍ରକାର ଅନୁଭବ କରିଥିଲେ। ଅତ୍ୟଧିକ କ୍ଲାନ୍ତି ଯୋଗୁ ଏପରି ହେଉଥିବା ସେ ଭାବିଥିଲେ। ତେଣୁ ଏହା ବିଷୟରେ ସେ ଆଉ ଅଧିକ ଚିନ୍ତା କରିନଥିଲେ। Khaleej Timesର ସୂଚନା […]

land-mines
ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

ନୂଆଦିଲ୍ଲୀ: ଉତ୍ତର କୋରିଆରେ ଚୀନ ସୀମାରେ ଲ୍ୟାଣ୍ଡ ମାଇନ ବିଛାଇବା ସମୟରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ୧୨ରୁ ଅଧିକ ସେନାଙ୍କ ମୃତ୍ୟୁ ଘଟିଛି। ଅନେକ ସେନା ଆହତ ହୋଇଛନ୍ତି। ରେଡିଓ ଫ୍ରି ଏସିଆ ରିପୋର୍ଟ ଅନୁସାରେ ଉତ୍ତର କୋରିଆର ବର୍ଡର ଗାର୍ଡ ଟ୍ରୁପ୍‌ସ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ମାଇନ୍ସ ବିଛାକାମ ଚାଲିଥିବାବେଳେ ବିସ୍ଫୋରଣ ହୋଇଥିଲା। ରିପୋର୍ଟ ଅନୁସାରେ, ଏହି ସେନାମାନଙ୍କୁ ଠିକ୍‌ରେ ଟ୍ରେନିଂ ଦିଆଯାଇ ନ ଥିଲା। ତା’ […]

topper
ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

ଆସାମ: ଖୋଲିଲା ଟପ୍ପରଙ୍କ ରହସ୍ୟ। ନିଜେ ପରୀକ୍ଷା ନଦେଇ ବସାଇଥିଲେ ଅନ୍ୟ ଜଣେ ପରୀକ୍ଷାର୍ଥୀ। ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଘଟିଛି ଆସାମରେ। ଗୌହାଟୀର ଜେଇଇ ମେନ୍‌ରେ ଟପ୍ କରିଥିବା ଆସାମର ଛାତ୍ର ନୀଳ ନକ୍ଷତ୍ର ଦାସଙ୍କୁ ଗିରଫ ପରେ ଘଟଣା ଉପରୁ ପରଦା ହଟିଛି। ପରୀକ୍ଷାର୍ଥୀ ନୀଳ ନକ୍ଷତ୍ର ଦାସ ତାଙ୍କ ବାପାଙ୍କ ସମେତ ପରୀକ୍ଷା କେନ୍ଦ୍ରର ୩ ଜଣଙ୍କୁ ଗିରଫ କରାଯାଇଛି। ଗୌହାଟୀ ଅଜରା ଥାନାରେ ରୁଜୁ ହୋଇଥିବା ମାମଲା ଅନୁସାରେ, ନୀଳ ନିଜ […]

harish
୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ନୂଆଦିଲ୍ଲୀ: ପୁଣି ଥରେ ବିବାହ କରିଛନ୍ତି ଦେଶର ହାଇପ୍ରୋଫାଇଲ ଓକିଲ ହରିଶ ସାଲ୍‌ଭେ। ୬୫ ବର୍ଷ ବୟସରେ ସେ ପୁଣି ଥରେ ବାହା ହୋଇଛନ୍ତି । ତାଙ୍କର ନୂଆ ଜୀବନସାଥୀ ଭାବେ ଇଂଲଣ୍ଡର ଆଟିଷ୍ଟ ୫୬ ବର୍ଷୀୟ କ୍ୟାରୋଲିନ ବ୍ରୋସାର୍ଡଙ୍କ ହାତ ଧରିଛନ୍ତି ।  ଗତକାଲି ଲଣ୍ଡନର ଏକ ଚର୍ଚ୍ଚରେ ଉଭୟଙ୍କ ବିବାହ ସଂପନ୍ନ ହୋଇଛି । ପ୍ରାୟ ବର୍ଷେ ହେଲା ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା କୁହାଯାଉଛି । ହରିଶଙ୍କ ଦୁଇଟି ଝିଅ ଓ […]

keshu
ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଗାନ୍ଧିନଗର: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ ହୋଇଯାଇଛି।  ଗାନ୍ଧିନଗରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୯୨ ବଷୀୟ କେଶୁଭାଇ ଗତମାସରେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ। ଗତକାଲି ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ପୁଣି ଥରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । କେଶୁଭାଇ ୧୯୯୫ରୁ ୨୦୦୧ ଯାଏ ତିନି ଥର ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ […]

twitter
ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ନୂଆଦିଲ୍ଲୀ: ଭାରତୀୟ ଭୂଖଣ୍ଡ ଲେହ ସମ୍ପର୍କିତ ମାନଚିତ୍ର ତ୍ରୁଟି ନେଇ କ୍ଷମା ମାଗିଲା ଟୁଇଟର।  ସଂଯୁକ୍ତ ସଂସଦୀୟ କମିଟି ନିକଟରେ ମୌଖିକ ଭାବେ କ୍ଷମା ମାଗିଲା ଟୁଇଟର। ସୂଚନାଥାଉ କି, ଲଦାଖର ପ୍ରମୁଖ ସହର ଲେହକୁ ଚୀନର ଅଂଶ ବୋଲି ଦର୍ଶାଇଥିଲା ଟ୍ୱିଟର। ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ସଂଯୁକ୍ତ ସଂସଦୀୟ କମିଟି।। ଏପରିକି ଟ୍ୱିଟରକୁ ଦେଶଦ୍ରୋହ ମାମଲା ଚେତାବନୀ ଦେଇଥିଲା। ସଂଯୁକ୍ତ ସଂସଦୀୟ କମିଟି ଅଧ୍ୟକ୍ଷା ମିନାକ୍ଷୀ ଲେଖି  ଟ୍ୱିଟର ଠାରୁ ଲିଖିତ […]

france
ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ଫ୍ରାନ୍ସ: ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ। ଫ୍ରାନ୍ସର ନିସ୍ ସହରରେ ଚର୍ଚ୍ଚରେ ପଶି ଆକ୍ରମଣ କଲେ ଆତଙ୍କବାଦୀ। ଏହି ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରକାଶଥାଉକି, ଫ୍ରାନ୍ସର ଏକ ଚର୍ଚ୍ଚରେ ଛୁରୀ ଧରି ଆତଙ୍କବାଦୀମାନେ ଭିତରକୁ ପଶି ଥିଲେ। ଜଣେ ଆତଙ୍କୀ ମହିଳାଙ୍କ ମୁଣ୍ଡ କାଟିବା ସହ ୨ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା। ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ କହିଲେ ନିସ୍ ମେୟର। ତେବେ ଏହା କେଉଁ ଆତଙ୍କବାଦୀ […]

bhumi-pujan
ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ଗୁଜୁରାଟ: ମଦ ଢାଳି ଭୂମି ପୂଜନ। ଗୁଜରାଟରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ପୂର୍ବତନ ବିଜେପି ବିଧାୟକ ମୋତି ସିଂ ଭସାବା ଓ ଭାରତୀୟ ଟ୍ରାଇବାଲ ପାର୍ଟି ବା ବିଟିପି ବିଧାୟକ ମହେଶ ଭସାବା ମଦ ଢାଳି ଭୂମି ପୁଜା କରୁଥିବା ଦେଖାଦେଇଛି। ଗୁଜରାଟର ନର୍ମଦା ଜିଲ୍ଲାର ଦରିଆପଡ଼ା ତହସିଲରେ ନୂଆ ରାସ୍ତା ର୍ନିମାଣ ପାଇଁ ଗତ ଶନିବାର ଏହି ଭୂମି ପୂଜନ କରାଯାଇଥିଲା। ଭୂମି ପୂଜନ ପରେ ଲୋକଙ୍କୁ ପ୍ରସାଦ ଭାବେ ଏହି ମଦକୁ […]

laxmi bomb
ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍‌’ ଉପରେ ବର୍ଷିଲେ ମୁକେଶ ଖନ୍ନା, କହିଲେ....

ନୂଆଦିଲ୍ଲୀ: ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ଆଜିକାଲି ତାଙ୍କର ଫିଲ୍ମ ଲକ୍ଷ୍ମୀ ବମ୍‌ର (Laxmmi Bomb) ପ୍ରମୋଶନକୁ ନେଇ ଖୁବ୍‌ ବ୍ୟସ୍ତ। ତେବେ ସୋସିଆଲ ମିଡିଆରେ ଅକ୍ଷୟ କୁମାରଙ୍କ ଏହି ଫିଲ୍ମର ଟାଇଟଲକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ଏହି ମାମଲାରେ ଅଭିନେତା ମୁକେଶ ଖନ୍ନା ତାଙ୍କର ଇନ୍‌ଷ୍ଟାଗ୍ରାମରେ ଏକ ଲମ୍ବା ଚୌଡା ପୋଷ୍ଟ ଲେଖିଛନ୍ତି ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି। ମୁକେଶ ଖନ୍ନା ପୋଷ୍ଟରେ ଲେଖିଛନ୍ତି, “ଲକ୍ଷ୍ମୀ ବମ୍‌‌’ ଟାଇଟଲରେ କୌଣସି […]

accident
ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ବିଶାଖାପାଟଣା: ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଭ୍ୟାନ୍‌ ଓଲଟି ପଡ଼ିବା ଯୋଗୁ ୬ଜଣଙ୍କ ମୃତ୍ୟୁ ଘଟିଛି। ଆନ୍ଧ୍ର ପ୍ରଦେଶ ପୂର୍ବ ଗୋଦାବରୀ ଥାଣ୍ଟିକୋଣ୍ଡା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଭ୍ୟାନ୍‌ରେ ୧୫ଜଣ ଥିଲେ ବୋଲି ସୂଚନା ମିଳିଛି। ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଭାରସାମ୍ୟ ହରାଇ ଭ୍ୟାନ୍‌ଟି ଓଲଟି ପଡ଼ିଥିଲା।

neha
‘ଡ୍ରିମ୍‌’ ୱେଡିଂ ଲେହେଙ୍ଗାକୁ ନେଇ ମୁହଁ ଖୋଲିଲେ ନେହା, କହିଲେ କିଏ କରିଥିଲେ ଗିଫ୍ଟ...

ମୁମ୍ବାଇ: ୨୦୨୦ର ସବୁଠାରୁ ଚର୍ଚ୍ଚିତ ବିବାହ ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ବିବାହ ବୋଲି କୁହାଯାଉଛି। ଅକ୍ଟୋବର ୨୪ରେ ନେହା ନିଜ ପ୍ରେମିକ ତଥା ସିଙ୍ଗର୍‌ ରୋହନ‌ପ୍ରୀତ୍‌ ସିଂଙ୍କୁ  ଦିଲ୍ଲୀର ଏକ ଗୁରୁଦ୍ୱାରରେ ବିବାହ କରିଥିଲେ। ଏହି ବିବାହରେ ଉଭୟଙ୍କ ପରିବାର ସଦସ୍ୟ ଓ ଅତି ଘନିଷ୍ଠ ବନ୍ଧୁ ଯୋଗ ଦେଇଥିଲେ। ବିବାହକୁ ନେଇ ଯେତିକି ଚର୍ଚ୍ଚା ବିବାହର ଫଟୋ ଓ ଭିଡିଓକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚା। ଯାହା ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ […]

laxmi bomb
ବିବାଦ ପରେ ବଦଳିଲା 'ଲକ୍ଷ୍ମୀ ବମ୍'ର ଟାଇଟଲ୍‌

ମୁମ୍ବାଇ: ଆଜିକାଲି ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍’ କୁ ନେଇ ଜବରଦସ୍ତ ଆଲୋଚନା ଚାଲିଛି। ରିଲିଜ୍ ପୂର୍ବରୁ ନାମକୁ ନେଇ  ବିବାଦ ଘେରକୁ ଆସିଥିଲା ଏହି ଫିଲ୍ମ । ଏହି ଚଳଚ୍ଚିତ୍ରଟି ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିଲା। ଲୋକଙ୍କ ଜବରଦସ୍ତ ବିରୋଧ ପରେ ନିର୍ମାତାମାନେ ଏହି ଫିଲ୍ମର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ‘ଲକ୍ଷ୍ମୀ ବମ୍’ର ନାମକୁ ପରିବର୍ତ୍ତନ କରାଯାଇ ‘ ଲକ୍ଷ୍ମୀ ‘ ରଖାଯାଇଛି। ଦୀର୍ଘ ଦିନ […]

bcg
କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ନୂଆଦିଲ୍ଲୀ: କରୋନା ଚିକିତ୍ସାରେ ଆଉ ପାଦେ ଆଗକୁ ବଢ଼ିଲା ଭାରତ। କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟ ହୋଇପାରେ ବିସିଜି ଭ୍ୟାକସିନ୍। ବୟସ୍କଙ୍କ ଚିକିତ୍ସା କ୍ଷେତ୍ରରେ ଏହା ଫଳପ୍ରଦ ହୋଇପାରେ ବୋଲି ICMR ଗବେଷଣାରୁ ଜଣାପଡ଼ିଛି। ବୟସ୍କଙ୍କ ମେମୋରି ସେଲ୍‌କୁ କାର୍ଯ୍ୟକ୍ଷମ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କ୍ଷେତ୍ରରେ ଏହା ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିପାରିବ। ୮୬ ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ICMR ଗବେଷଣା କରିିଥିଲା। ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର […]

moish
ଦିନେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଏହି କ୍ରିକେଟର, ଏବେ....

ନୂଆଦିଲ୍ଲୀ: ଗୁରୁବାର ଭାରତ ବିପକ୍ଷ ODI ଏବଂ ଟି-୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ସେମାନଙ୍କ ଦଳ ଘୋଷଣା କରିଛି। ଏହି ୧୮ ସଦସ୍ୟ ବିଶିଷ୍ଟ ଦଳରେ ଅଲରାଉଣ୍ଡର ମୋଇସ୍ ହେନରିକ୍ସଙ୍କୁ ସାମିଲ କରାଯାଇଛି। ୩ ବର୍ଷ ପରେ ଦଳକୁ ଫେରିଛନ୍ତି ମୋଇସ୍ । ଗୋଡ ଆଘାତରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହୋଇ ନ ଥିବା ମିଚେଲ ମାର୍ଶଙ୍କ ସ୍ଥାନରେ ମୋଇସ୍ ହେନରିକ୍ସଙ୍କୁ ଏହି ସୁଯୋଗ ମିଳିଛି। ଏଠି କହିରଖିବୁ, ମୋଇସ୍ ହେନରିକ୍ସ ୨୦୧୭ରେ ତାଙ୍କର ଶେଷ ଅନ୍ତର୍ଜାତୀୟ […]