• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

dhoni
IPL 2020, ଧୋନିଙ୍କ ବିଜୟରୁ ଫାଇଦା ନେଲା ମୁମ୍ବାଇ

ଆବୁଧାବି: ଆଇପିଏଲ୍‌ରେ ଗତକାଲି ଖେଳାଯାଇଥିବା ଏକ ମ୍ୟାଚରେ ଚେନ୍ନାଇର ଚମକପ୍ରଦ ବିଜୟ ହାସଲ କରିଛି । କୋଲକତା ନାଇଟ୍ ରାଇଡର୍ସ(KKR) କୁ ୬ ୱିକେଟରେ ମାତ୍ ଦେଇଛି ଚେନ୍ନାଇ ସୁପର କିଙ୍ଗସ।  ଶେଷ ଓଭରର ଶେଷ ୨ ବଲ୍‌ରେ ୨ଟି ଛକା ମାରି କେକେଆରଠୁ ମ୍ୟାଚ ଛଡାଇ ନେଇଥିଲେ ରବୀନ୍ଦ୍ର ଜାଡେଜା । ଶେଷ ୨ ଓଭରରେ ବିଜୟ ପାଇଁ ୩୦ ରନ୍ ଆବଶ୍ୟକ ଥିବା ବେଳେ ଜାଡେଜା ୧୧ ବଲ୍‌ରେ ଧୂଆଁଧାର ୩୧ ରନ୍ କରି […]

Guru-pkg
ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ସେକ୍ସ କଲ୍ଟ ଗୁରୁ କିଥ୍ ରୋନିଏରିକୁ ଆମେରିକାର ଏକ କୋର୍ଟ ୧୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ସେ ବହୁ ମହିଳାଙ୍କୁ ନିଜର କ୍ରୀତଦାସ କରି ରଖିଥିଲେ । ସେମାନଙ୍କ ସହିତ ଶାରୀରିକ ସଂପର୍କ ରଖୁଥିଲେ । ସେ ନେକ୍ସିଅମ୍ ସେକ୍ସ କଲ୍ଟ ନାମରେ ଏକ ସଂଗଠନ ଗଢି ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲେ । ସେ ଠକେଇ, ଯୁବତୀ ଚାଲାଣ, ଶିଶୁ ପର୍ଣ୍ଣୋଗ୍ରାଫି ଓ ଅନ୍ୟ ଅପରାଧ କରିଥିବା ଆମେରିକା ଗଣମାଧ୍ୟମରେ ପ୍ରକାଶ ପାଇଛି […]

pm modi
ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: କାଶ୍ମୀରରେ ବିଜେପି କର୍ମୀଙ୍କୁ ହତ୍ୟା ମାମଲାକୁ ନେଇ ତେଜୁଛି ରାଜନୀତି।  ପ୍ରଧାନମନ୍ତ୍ରୀ ମୋଦି ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ତିନି ଜଣ କର୍ମୀ କାଶ୍ମୀର ଉପତ୍ୟକାରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏହି କଠିନ ସମୟରେ ମୃତକଙ୍କ ପରିବାର ସହ ସେ ଛିଡ଼ା ହୋଇଥିବା ଟ୍ୱିଟ୍ କରି କହିଛନ୍ତି। ଆଜି ଶ୍ରୀନଗର, ଜମ୍ମୁ ସମେତ ଅନ୍ୟ ଅଞ୍ଚଳରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆତଙ୍କବାଦୀ ମାନେ କିଭଳି ଏହି ବର୍ବରକାଣ୍ଡ ଭିଆଇଲେ ତାକୁ ନେଇ […]

son killed father
ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ମଥୁରା: କ୍ରାଇମ୍‌ ଶୋ’ ଦେଖି ଜଣେ ନାବାଳକ ତାଙ୍କ ବାପାଙ୍କୁ ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ପଛାଇ ନଥିଲେ। ଉତ୍ତରପ୍ରଦେଶ ମଥୁରାରେ ଏହି ଘଟଣା ଘଟିଥିବା ଗୁରୁବାର ଦିନ ପୋଲିସ୍‌ ସୂଚନା ଦେଇଛି। ୨୦୨୦ ମେ’ରେ ନାବାଳକ ଜଣକ ତାଙ୍କ ବାପାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ମୃତକଙ୍କ ନାଁ ମନୋଜ ମିଶ୍ରା। ପୋଲିସ୍ ସୂଚନା ଅନୁଯାୟୀ, ‘ମନୋଜ ବହୁତ୍‌ ରାଗୀ ସ୍ୱଭାବର ଥିଲେ। ମେ’୨ରେ ସେ ସମ୍ପୃକ୍ତ ନାବାଳକଙ୍କୁ ବାଡ଼େଇ ଥିଲେ। […]

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ବ୍ୟବହାର ହେଉଥିବା ଆରୋଗ୍ୟ ସେତୁ ଆପ୍ସର ତିଆରିକୁ ନେଇ କିଛିଦିନ ତଳେ ବିବାଦ ଦେଖାଦେଇଥିଲା। ସରକାରଙ୍କ ପାଖରେ ଏନେଇ ତଥ୍ୟ ନଥିଲା। ଦୁଇ ମାସ ତଳେ ଜଣେ ବ୍ୟକ୍ତି ଆରଟିଆଇ ଜରିଆରେ ଏହାର ତଥ୍ୟ ମାଗିଥିଲେ। ହେଲେ  ଏହାର ତଦାରଖ କରୁଥିବା ଏନଆଇସି କିମ୍ବା ମନ୍ତ୍ରଣାଳୟ ନିକଟରେ ଆରୋଗ୍ୟ ସେତୁକୁ କିଏ ଡେଭଲପ କରିଥିଲା, ତା’ର ତଥ୍ୟ ନାହିଁ। ଏହାକୁ ନେଇ ବିବାଦ ଦେଖାଦେବା ପରେ ସରକାର ଏହାର ସ୍ସଷ୍ଟୀକରଣ […]

11111
ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ନୂଆଦିଲ୍ଲୀ: ପାକିସ୍ତାନ ସଂସଦରେ ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ପ୍ରସଙ୍ଗରେ ପାକିସ୍ତାନର ମୁଖା ଖୋଲିଯିବା ପରେ ସଫେଇ ଦେଇଛନ୍ତି ଇମ୍ରାନ ଖାନ୍‌। ଇମ୍ରାନ କହିଛନ୍ତି, ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ ପାକିସ୍ତାନ ସେନା କିମ୍ବା ସରକାର ଉପରେ କୌଣସି ଚାପ ପଡ଼ି ନ ଥିଲା। ସୂଚନାଥାଉ କି, ପାକିସ୍ତାନରେ ବିପକ୍ଷ ସାଂସଦ ଅୟାଜ ସାଦିକ ଦାବି  କରିଥିଲେ, ଭାରତ କାଳେ ଆକ୍ରମଣ କରିବ, ସେହି ଭୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଭିନନ୍ଦନଙ୍କୁ […]

11
୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ହାଇଦ୍ରାବାଦ: ଦୀର୍ଘ ୫ମାସ ତଳେ ଗୋଟିଏ ହତ୍ୟାକୁ ଲୁଚାଇବାକୁ ଯାଇ ୯ ଜଣଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ତେଲେଙ୍ଗାନା କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଚଳିତ ବର୍ଷ ମେ’ ମାସରେ ୨୪ ବର୍ଷୀୟ ଅଭିଯୁକ୍ତ ସଞ୍ଜୟ କୁମାର ଯାଦବ ଗୋଟିଏ ହତ୍ୟାକୁ ଲୁଚାଇବାକୁ ଯାଇ ଏହି ହତ୍ୟାକାଣ୍ଡ ସବୁ ଘଟାଇଥିଲା। ଘଟଣା ଅନୁସାରେ, ସଞ୍ଜୟ ତେଲେଙ୍ଗାନାରେ ରହି ଏକ ବ୍ୟାଗ୍‌ ପ୍ରସ୍ତୁତକାରୀ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ ସେ ମକସୁଦ୍‌ ନାମକ ଜଣେ ବ୍ୟକ୍ତିଙ୍କ […]

tsunami
ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଇସ୍ତାନ୍‌ବୁଲ୍: ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ। ଭୁମିକମ୍ପର ତୀବ୍ରତୀ ଏତେ ଭୟାନକ ଥିଲା ଯେ, ବଡ଼ ବଡ଼ କୋଠା ଭୁଶୁଡ଼ି ଯିବା ସହ ସମୁଦ୍ର ପାଣି ମାଡ଼ି ଆସିଥିଲା। ଗ୍ରୀକ୍ ପ୍ଲବିକ୍ ଟେଲିଭିଜନ୍ କହିବାନୁସାରେ ଆଜି ଅପରାହ୍ନରେ ଭୁମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୭.୦। ଗ୍ରୀକ୍ ସହର ଠାରୁ ୧୪ କିମି ଦୂର କାର୍ଲୋଭାସୀ ଠାରେ ଏହାର କେନ୍ଦ୍ରସ୍ଥଳ ଥିବା ଜଣାପଡ଼ିଛି। https://twitter.com/disclosetv/status/1322152947044831236?s=20 ଏହି ଭୟଙ୍କର ଭୂମିକମ୍ପ ଯୋଗୁ […]

gyale
ରାଗରେ ବ୍ୟାଟ୍‌ ଫୋପାଡ଼ି ଦେଲେ ଗେଲ୍‌ !

ଆବୁ ଧାବି: ଚଳିତ ଆଇପିଏଲ୍‌ର ୫୦ ତମ ମ୍ୟାଚ୍‌ରେ ଆଜି କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଟସ୍‌ ଜିତି ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେଣୁ କେଏଲ ରାହୁଲଙ୍କ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଗେଲ୍‌ଙ୍କ ଦମଦାର ୯୯ ରନ୍‌ ବଳରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୧୮୪ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ […]

itbp
ରାସ୍ତା ଉପରେ ଆଇଟିବିପି ସେନାଙ୍କୁ ସାଲ୍ୟୁଟ୍‌ ମାରୁଥିବା ପିଲାକୁ ଅଢେଇ ଲକ୍ଷ ଟଙ୍କା ଦେଲେ ବିଜେପି ସାଂସଦ

ଲଦାଖ: ଲଦାଖର ରାସ୍ତା ଉପରେ ଛୋଟ ପିଲାଟିଏ ଠିଆ ହୋଇ ଆଇଟିବିପି ସେନାଙ୍କୁ ସାଲ୍ୟୁଟ୍‌ ମାରୁଥିବାର ଭିଡିଓ କିଛିଦିନ ତଳେ ଭାଇରାଲ ହୋଇଥିଲା। ଏହି ଭିଡିଓ ସେ ସମୟରେ ବେଶ ଭାଇରାଲ ହୋଇଥିଲା। ପିଲାଟି ନିଜ ଇଲାକାରେ ମୁତୟନ ହୋଇଥିବା ଭାରତ-ତିବ୍ଦତ ସୀମା ପୋଲିସ୍‌ ଟିମକୁ ସାଲ୍ୟୁଟ୍‌ ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା। ଅକ୍ଟୋବର ୧୧ରେ ଜଣେ ସୁରକ୍ଷାକର୍ମୀ ଏହାକୁ ନିଜ ଅଫିସିଆଲ ଟ୍ୱିଟର ହାଣ୍ଡେଲରେ ପୋଷ୍ଟ କରିଥିଲେ। ବିଜେପି ସାଂସଦ ରାଜୀବ ଚନ୍ଦ୍ରଶେଖର ଶୁକ୍ରବାର ପିଲାଟିର ବାପା-ମା’ଙ୍କୁ […]

france
ଆତଙ୍କୀ ଆକ୍ରମଣରେ ଟଳିବା ପୂର୍ବରୁ ମହିଳାଙ୍କ ଶେଷ କଥା-‘ମୋ ପିଲାଙ୍କୁ କହିଦେବ.....

ନୀସ୍‌‌: ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମେକାନ ଧାର୍ମିକ ଚରମପନ୍ଥୀଙ୍କ ବିରୋଧରେ ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ନୀସ ସହରର ଏକ ଚର୍ଚ୍ଚରେ ଏକ ଛୁରୀରେ ଜଣେ ଆତଙ୍କୀ ୩ ଜଣଙ୍କୁ ହତ୍ୟା କରିବା ପରେ ଇମେନୁଏଲ ଏହି ବୟାନ ଦେଇଛନ୍ତିି । ଦେଶରେ ଚଳିତ ମାସରେ ଏହା ୨ୟ ଆକ୍ରମଣ । ରାଷ୍ଟ୍ରପତି ଏହାକୁ  ମୁସଲିମ୍‌ ଆତଙ୍କ ବୋଲି ଅଭିହିତ କରିଛନ୍ତି। ଫ୍ରାନ୍ସ ଏହି ମୂଲ୍ୟ ଉପରେ ହାର ମାନିବେ ନାହିଁ […]

sunami
ଭୂମିକମ୍ପ ଓ ସୁନାମିରେ ୧୭ ମୃତ, ୭୦୦ରୁ ଅଧିକ ଆହତ

ଇସ୍ତାନ୍‌ବୁଲ୍: ଗ୍ରୀସ ଓ ତୁର୍କୀରେ ବଡ଼ ଧରଣର ଭୂମିକମ୍ପ ପରେ ସୁନାମି। ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ତୁର୍କୀର ଏଜିୟନ୍ ଉପକୂଳରେ ହୋଇଛି ଶକ୍ତିଶାଳୀ ଭୂକମ୍ପ। Breaking: Video shows the moment a building collapsed in Izmir, Turkey, due to the earthquake. https://t.co/eKsDUmIdvn — PM Breaking News (@PMBreakingNews) October 30, 2020 ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା […]

kajol agrawal wedding pic
ବାହା ହେଲେ କାଜଲ; ଦୁଲ୍‌ହନ୍‌ ବେଶରେ ଫଟୋ ଶେଆର କରି ଲେଖିଲେ, ଝଡ଼ ପୂର୍ବରୁ...

ମୁମ୍ବାଇ: ଅଭିନେତ୍ରୀ କାଜଲ ଅଗ୍ରୱାଲ୍‌ ଶୁକ୍ରବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁମ୍ବାଇର ଏକ ହୋଟେଲରେ ବୟଫ୍ରେଣ୍ଡ୍‌ ଗୌତମ କିଚଲୁଙ୍କୁ ସେ ବିବାହ କରିଛନ୍ତି। କରୋନା ଯୋଗୁ ଏହି ବିବାହରେ ବହୁତ କମ୍‌ ଲୋକ ସାମିଲ ହୋଇଥିଲେ। କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା। କାଜଲ ଓ ଗୌତମ ବରମାଳା ପିନ୍ଧିଥିବା ଫଟୋ ଏବେ ସାମ୍ନାକୁ ଆସିଛି। ଫଟୋରେ ଉଭୟ ବେଶ୍‌ ଖୁସିଥିବା ନଜର ଆସିଛି। ରିଲେସନ୍‌ଶିପ୍‌କୁ ନେଇ ଉଭୟ କିଛିଦିନ […]

earthquake
କ୍ଷଣିକ ଭିତରେ ହୋଇଗଲା ଛାରଖାର...ମାଟିରେ ମିଶିଗଲା ସବୁକିଛି

ଇସ୍ତାନବୁଲ୍‌: ଗ୍ରୀସ୍‌ ଓ ତୁର୍କୀରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୨୨ଜଣଙ୍କ ମୃତ୍ୟୁ ଘଟିଛି। ୭ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେଣୁ ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୦ ଥିଲା। ଶୁକ୍ରବାର ଅପରାହ୍ଣରେ ହୋଇଥିବା ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ସତେ ଯେମିତି କ୍ଷଣକ ମଧ୍ୟରେ ସବୁକିଛି ଛାର୍‌ଖାର୍‌ ହୋଇଯାଇଥିଲା। ଆଉ ମାଟିରେ ମିଶି ଯାଇଥିଲା ସବୁକିଛି। ଆଖି ପିଛୁଳାକେ ବଡ଼ […]