ନୂଆଦିଲ୍ଲୀ:କରୋନା ଭାଇରସ ସଂକ୍ରମଣକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଯଦିଓ କରୋନାର ମୁକାବିଲା ପାଇଁ ଔଷଧ ଏବଂ ଭାକ୍ସିନ ବାହାର କରିବା ପାଇଁ ଗବେଷକମାନେ ଉଦ୍ୟମ ଜାରି ରଖିଛନ୍ତି ତଥାପି ଏ ଦିଗରେ ସମ୍ପୂର୍ଣ୍ଣ ସଫଳତା ମିଳିନାହିଁ।ଇତିମଧ୍ୟରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। କରୋନା ମୁକ୍ତ ବ୍ୟକ୍ତିକୁ ନେଇ ହୋଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି, ଏହି ଭାଇରସ ରୋଗୀଙ୍କ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଉଛି। ଏହାର ପ୍ରଭାବରେ ମଣିଷର […]
ଫରିଦାବାଦ: ଗତ ସୋମବାର ହରିଆଣା ଫରିଦାବାଦର କଲୋଜ ଛାତ୍ରୀ ନିକିତା ତୋମାର ହତ୍ୟାକାଣ୍ଡରେ କ୍ରାଇମ୍ବ୍ରାଞ୍ଚର ଏସ୍ଆଇଟି ଟିମ୍ ଯାଞ୍ଚ ଆରମ୍ଭ କରିଛି। ଦୁଇ ଅଭିଯୁକ୍ତ ତୌସିଫ୍ ଏବଂ ରେହାନକୁ ପୋଲିସ୍ ଦୁଇଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ ଆରମ୍ଭ କରିଛି। ଏହି ସମୟରେ ଅଭିଯୁକ୍ତ ତୌସିଫ୍ର ପରିବାରଲୋକ ଘଟଣାକୁ ନେଇ ହୀନ ରାଜନୀତି କରାଯାଉଥିବା ଅଭିଯୋଗ କରିଛନ୍ତି। ବିଏସ୍ପିରୁ ନିର୍ବାଚନ ଲଢ଼ିଥିବା ଅଭିଯୁକ୍ତ ତୌସିଫ୍ର ଦାଦା ଜାଭେଦ୍ ଖାନ ଏହି ମାମଲାରେ ହୀନ ରାଜନୀତି କରାଯାଉଥିବା ଗଣମାଧ୍ୟମକୁ କହିଛନ୍ତି। […]
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି କେନ୍ଦ୍ର ସରକାର। ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ସୂଚନା ଜାରି ହୋଇଛି। ତେବେ କାର୍ଗୋ ଅପରେସନ ଓ ଅନ୍ୟ କେତେକ ଦେଶଗୁଡ଼ିକୁ ଏୟାର ଟ୍ରାଭେଲ୍ ବବଲ ଏଗ୍ରୀମେଣ୍ଟରେ ଉଡ଼ାଣ କରୁଥିବା ବିମାନ ସେବା ଜାରି ରହିବ। ଗତକାଲି ଡିଜିସିଏ ସୂଚନା ଦେଇ କହିଥିଲା ଯେ ୨୬ ଜୁନ୍ର ସର୍କୁଲାର ସାମାନ୍ୟ ପରିବର୍ତ୍ତନ କରି ଏହାର ବୈଦ୍ଧତା ନଭେମ୍ବର ୩୦ ତାରିଖ ରାତି […]
ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ୍ଙ୍କ ଏକ ଅଡିଓ ମେସେଜ୍ ଏବେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ସେ ବିହାର ନିର୍ବାଚନ ପ୍ରଚାର ସମୟରେ କିପରି ନିଜକୁ ଅସୁରକ୍ଷିତ ମନେକରୁଥିଲେ ସେ ବିଷୟରେ କହିଛନ୍ତି। ତାଙ୍କୁ ଦୁଷ୍କର୍ମ କିମ୍ୱା ହତ୍ୟା କରାଯିବାର ସେ ଆଶଙ୍କା କରିଥିଲେ ବୋଲି ଭିଡିଓରେ କହିଛନ୍ତି ଅମୀଷା। ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ସକ୍ଷାତକାର ଦେଇ ଅମୀଷା କହିଛନ୍ତି ଯେ ସେ ଜଣେ ଅତିଥି ଭଳି ବିହାରକୁ ଲୋକ ଜନଶକ୍ତି ପାର୍ଟିର ନେତା ପ୍ରକାଶ […]
ପାଟନା: ଗୋଟିଏ ପଟେ ଭୋଟ୍, ଆରପଟେ ହାଇଭୋଲଟେଜ୍ କ୍ୟାମ୍ପେନିଂ। ବିହାର ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାରେ ଆଜି ୭୧ଟି ଆସନରେ ମତଦାନ ହୋଇଛି। ତେଣେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଲାଗି ଜବରଦସ୍ତ ପ୍ରଚାର ବି ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଆଜି ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ। ସେପଟେ ମହାଗଠବନ୍ଧନ ଲାଗି ରାହୁଲ ଗାନ୍ଧୀ ଓ ତେଜସ୍ୱୀ ଯାଦବ ବି ଜୋରଦାର ପ୍ରଚାର କରିଛନ୍ତି। ଏନଡିଏ ପ୍ରାର୍ଥୀ ନୀତୀଶ […]
ପାଟନା: ବିହାର ନିର୍ବାଚନ ପ୍ରଚାରରୁ ଫେରିବା ପରେ ଜଣେ ପରେ ଜଣେ ବିଜେପି ନେତା କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଶାହନୱାଜ୍ ହୁସେନ୍, ସୁଶୀଲ ମୋଦି, ଦେବେନ୍ଦ୍ର ଫଡନାଭିସଙ୍କ ପରେ ଏବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରୀନ କରୋନା ପଜିଟିଭ୍ ଚହ୍ନଟ ହୋଇଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହିତ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଯଥାଶୀଘ୍ର ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି ଟ୍ୱିଟ୍ କରି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ବିହାର […]
ଭୋପାଳ: ପ୍ରଥମେ ଫ୍ରେଣ୍ଡ୍ଶିପ୍ ଓ ତା’ପରେ ଲଭ୍ ମ୍ୟାରେଜ୍, ଶେଷରେ ବିବାହର ୨ ମାସ ପରେ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ। ମଧ୍ୟପ୍ରଦେଶ ଇନ୍ଦୋରରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ଲକ୍ଡାଉନ୍ ସମୟରେ ଜଣେ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଫ୍ରେଣ୍ଡ୍ଶିପ୍ ହୋଇଥିଲା। ଏହାପରେ ଅଗଷ୍ଟରେ ଉଭୟଙ୍କର ବିବାହ ହୋଇଥିଲା। ତେବେ ବିବାହର ମାତ୍ର ୨ ମାସ ପରେ ଅର୍ଥାତ୍ ଅକ୍ଟୋବରରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ମଙ୍ଗଳବାର ଦିନ ଏହି ବିବାଦ ଏତେ ଉଗ୍ରରୂପ […]
ନୂଆଦିଲ୍ଲୀ: ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ବିନା ସର୍ତ୍ତରେ ଏତେ ଶୀଘ୍ର କାହିଁକି ଛାଡ଼ିଦେଲା ପାକିସ୍ତାନ ? ଏହାର କାରଣ ସଂପର୍କରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ପାକିସ୍ତାନର ଜଣେ ସାଂସଦ । ସେହି ସମୟର ପରିସ୍ଥିତି ସଂପର୍କରେ ବର୍ଣ୍ଣନା କରି PML-N ର ସାଂସଦ ଆୟାଜ୍ ସାଦିକ କହିଛନ୍ତି, ସେତେବେଳର ପରିସ୍ଥିତିକୁ ନେଇ ପାକିସ୍ତାନର ଉଚ୍ଚ ଅଧିକାରୀଙ୍କ ଏକ ବୈଠକ ହୋଇଥିଲା ।ସେହି ବୈଠକରେ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି କହିଥିଲେ, ଅଭିନନ୍ଦନଙ୍କୁ ନ ଛାଡ଼ିଲେ […]
ନୂଆଦିଲ୍ଲୀ: ଚଳିତବର୍ଷ ଡିସେମ୍ବର ସୁଦ୍ଧା ମହାମାରୀ କରୋନା ପାଇଁ ଅକ୍ସଫୋର୍ଡ ଭ୍ୟାକସିନ୍ ପ୍ରସ୍ତୁତ ହୋଇଯାଇଥିବ । ଏହାକୁ ଆସନ୍ତାବର୍ଷ ଏପ୍ରିଲ କିମ୍ବା ଜୁଲାଇ ବେଳକୁ ପ୍ରଥମ ଦଫାରେ ୧୦କୋଟି ଲୋକଙ୍କ ନିକଟରେ ପହଞ୍ଚା ଯାଇପାରିବ। ଏହା କହିଛନ୍ତି ପୁନେସ୍ଥିତ ଭାରତୀୟ ସେରମ୍ ଇନଷ୍ଟିଚ୍ୟୁଟର ମୁଖ୍ୟ ଏ. ପୁନାଓ୍ବାଲା । ଯଦି ଏମରଜେନ୍ସି ଲାଇସେନ୍ସ ପାଇଁ ଆମେ ପ୍ରସ୍ତୁତ ନହେଉ ତେବେ ଭ୍ୟାକ୍ସିନ ଡିସେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇ ଜାନୁୟାରୀ ମାସ ଆରମ୍ଭ ବେଳକୁ ବଜାରରେ ଉପଲବ୍ଧ ହୋଇପାରିବ […]
ନୂଆଦିଲ୍ଲୀ: ଭାରତର ଅର୍ଥ ବ୍ୟବସ୍ଥା ସୁଧୁରୁଛି। ଆଶା କରାଯାଉଥିବା ସମୟଠାରୁ ଶୀଘ୍ର ଟ୍ରାକକୁ ଫେରିଛି। ଶ୍ରମ ଆଇନ, କୃଷି ଆଇନ ଏବଂ ଉତ୍ପାଦନ କ୍ଷେତ୍ରରେ ନିକଟ ଅତୀତରେ ଭାରତ ସରକାର ଯେଉଁ ପରିବର୍ତ୍ତନ କରିଛନ୍ତି, ତାହା ଆଗାମୀ ଦିନରେ ଭାରତର ଅର୍ଥନୀତିରେ ଏକ ବଡ ପରିବର୍ତ୍ତନ ଦେଖିବ। କରୋନା ଭାକ୍ସିନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କରୋନା ଟିକା ନେଇ ସାରା ଦେଶରେ ବିତର୍କ ଜୋରଦାର ହୋଇଛି। । ତେବେ କରୋନା ଟିକା ସମସ୍ତଙ୍କ ପାଇଁ […]
ପାନାଜୀ: ଫିଲ୍ମ ସୁଟିଂ ନାଁରେ ଆବର୍ଜନା ଫିଙ୍ଗୁଛି କରନ୍ ଜୋହରଙ୍କ ଧର୍ମା ପ୍ରଡକ୍ସନ। ଗୋଆର ଏକ ଗ୍ରାମକୁ ଆବର୍ଜନାମୟ କରି ଦେଇଛନ୍ତି ଫିଲ୍ମ ଧର୍ମା ପ୍ରଡକ୍ସନ୍ସ ଟିମ୍ ମେମ୍ବର। ଏ ନେଇ ଗୋଆ ସରକାର ବୁଧବାର ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ କ୍ଷମା ମାଗିବା ପାଇଁ କହିଛନ୍ତି। ଯଦି କମ୍ପାନୀ ଏହା ନ କରେ ତେବେ ଜରିମାନା ଲାଗୁ ହେବ ବୋଲି ଚେତାବନୀ ଦେଇଛନ୍ତି। ଉତ୍ତର ଗୋଆର ନେରୁଲର ଜଣେ ବାସିନ୍ଦା ଅଳିଆ ଦେଖାଉଥିବା ସମୟର ଭିଡିଓ […]
ନୂଆଦିଲ୍ଲୀ: କରୋନା କାଳରେ ପୋଲିସର ଦମନଲୀଳାକୁ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିବା ସହ ଏନେଇ ରାଜ୍ୟ ସରକାରମାନଙ୍କୁ ତାଗିଦ କରିଛନ୍ତି ସର୍ବୋଚ୍ଚ ଅଦାଲତ । ସୋସିଆଲ ମିଡିଆ ପୋଷ୍ଟ ପାଇଁ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଡାକିବା ନିନ୍ଦନୀୟ ବୋଲି କହିଛନ୍ତି କୋର୍ଟ । ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ ଦିଲ୍ଲୀର ଜଣେ ଯୁବତୀଙ୍କୁ ସମନ କରିବାକୁ ନେଇ ତାଗିଦ କରିଛନ୍ତି କୋର୍ଟ। ବେଙ୍ଗଲରେ ଲକଡାଉନ ପାଳନ […]