ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଭାରତ ଓ ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ବୈଠକ ଆରମ୍ଭ ହୋଇଛି। ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଏସ୍ପର ଓ ବୈଦେଶିକ ସଚିବ ମାଇକ ପମ୍ପିଓଙ୍କ ସହ ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଆଲୋଚନା କରୁଛନ୍ତି। ଏହି ବୈଠକରେ BECA ଅର୍ଥାତ୍ ବେସିକ ଏକ୍ସଚେଞ୍ଜ ଆଣ୍ଡ କୋ-ଅପରେଶନ ଏଗ୍ରିମେଣ୍ଟ ଫର ଜିଓ ସ୍ପେଶିଆଲ କୋ-ଅପରେଶନ ପାଇଁ ରାଜିନାମା ସ୍ୱାକ୍ଷର କରିବେ […]
ଶ୍ରୀଗନର: ଜାମ୍ମୁ-କାଶ୍ମୀର ପୋଲିସକୁ ମିଳିଛି ବଡ଼ ସଫଳତା । ଗତକାଲିଠୁ ଅଓ୍ୱନ୍ତିପୋରାରେ ଜାରି ରହିଥିବା ସୁରକ୍ଷାବଳର ଘାତକ ଅପରେସନରେ ଜଣେ ଆତଙ୍କୀ ନିହତ ହୋଇଛନ୍ତି। ଅନ୍ୟ ଜଣେ ଆତଙ୍କୀ ସୁରକ୍ଷାକର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଛି। ନିହତ ଆତଙ୍କବାଦୀର ପରିଚୟ ମିଳିନଥିବା ବେଳେ ଆତ୍ମସମର୍ପଣ କରିଥିବା ଆତଙ୍କବାଦୀ ଜଣକ ହିଜବୁଲ ମୁଜାହିଦନ ସଂଗଠନର ଜଣେ ସକ୍ରିୟ ସଦସ୍ୟ ସାକିବ୍ ଅକବର ଓ୍ୱାଜା ବୋଲି ଜଣାପଡ଼ିଛି। କିଛି ଦିନ ତଳେ ସେ ହିଜବୁଲରେ ସାମିଲ ହୋଇ ଟ୍ରେନିଂ ନେଇଛି । […]
ନୂଆଦିଲ୍ଲୀ: ହାଥରସ ଘଟଣାର ଶୁଣାଣି ରାଜ୍ୟ ବାହାରେ କରିବାକୁ ନେଇ ହୋଇଥିବା ଆବେଦନକୁ ରଦ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ ଏବେ ସିବିଆଇ ଘଟଣାର ତଦନ୍ତ କରୁଛି। ଏଭିଳି ସ୍ଥିତିରି ମାମଲାକୁ ତୁରନ୍ତ ବାହାରକୁ ଟ୍ରାନ୍ସଫର କରିବା ଆବଶ୍ୟକ ନାହିଁ। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସମସ୍ତ ଘଟଣା ଉପରେ ହାଇକୋର୍ଟ ନଜର ରଖିଛନ୍ତି। ତେଣୁ ମାମଲାର ସୁପ୍ରିମକୋର୍ଟ ଯାଞ୍ଚ ଆବଶ୍ୟକ ନାହିଁ। ଏବେ ତଦନ୍ତ ଚାଲିଛି, […]
ନୂଆଦିଲ୍ଲୀ: ଦିନକୁ ଦିନ ପିଆଜ ଦର ବଢିବାରେ ଲାଗିଛି। ବାହାର ଜଳଖୀଆ ଦୋକାନ ହେଉ ଅବା ରୋଷେଇ ଶାଳ ପିଆଜର ଆଜିକାଲି କମ୍ ଦେଖା ମିଳୁଛି। ଏବେ ଏଦି ଦର୍ଦାମ୍ର ବୃଦ୍ଧି ଭିତରୁ ୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି ହୋଇଥିବା ଖବର ମିଳିଛି। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ର ପୁଣେରେ। ପିଆଜ ଚୋରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୁଣେ ରୁରାଲ ପୋଲିସ। ମହାରାଷ୍ଟ୍ରରେ ପିଆଜ ଦର ଏବେ ଆକାଶ ଛୁଆଁ ହୋଇଥିବା […]
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ତାଙ୍କ ଦଳର ଏକ ମିଶ୍ରଣପର୍ବର ଯୋଗ ଦେଇ ଫେରିବା ପରେ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ଆଠ୍ୱାଲେଙ୍କ ପାର୍ଟି (ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ)ରେ ଅଭିନେତ୍ରୀ ପାୟଲ ଘୋଷ ଯୋଗ ଦେଇଥିଲେ। ଏଥିପାଇଁ ଏକ ସାଧାରଣରେ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହରୁ ଫେରିବା ପରେ ଆଠ୍ୱାଲେ କରୋନା ପଜିଟିଭ୍ ହୋଇଛନ୍ତି। ସମାରୋହରୁ ଫେରିବାର ଦିନକ ପରେ ଆଠ୍ୱାଲେ ଶରୀରରେ ଯନ୍ତ୍ରଣା ଅନୁଭବ କରିବା ସହିତ […]
ମୟୂରଭଞ୍ଜ: ସୁନ୍ଦର ପରିବେଶ ଆଉ ତା ସାଙ୍ଗକୁ ସୁନ୍ଦର ଶ୍ରେଣୀ ଗୃହ। ଘରର କାନ୍ଥରେ ସୁନ୍ଦର ଫଟୋଚିତ୍ର। ତାସହ ସ୍କୁଲ୍ରେ ରହିଛି ସୁନ୍ଦର ସୁନ୍ଦର ପାଠ୍ୟ ଉପକରଣ। ମୟୂରଭଞ୍ଜ ଜିଲ୍ଲାର କୁଳିଆଣା ବ୍ଲକ ଦୁଵିଲାବେଡା ମାତୃଭାଷା ଭିତ୍ତିକ ବହୁଭାଷୀ ସ୍କୁଲରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଶ୍ରେଣୀଗୃହ ବାହାରେ ଏକତ୍ର ହୋଇ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତିଆରି କରୁଛନ୍ତି ବିଭିନ୍ନ ପାଠ୍ୟ ଉପକରଣ। ନିକିତି, ବଟକରା, ଧନୁତୀର, ଶଗଡ଼ଗାଡି, ବିଭିନ୍ନ ପ୍ରକାରର ଶସ୍ୟ ଆଉ ତା ସାଙ୍ଗକୁ […]
ବାଲେଶ୍ୱର: ପର ଘରେ ୩ବର୍ଷ ମୁଣ୍ଡ ଗୁଞ୍ଜିଛନ୍ତି ଗୋଟେ ପରିବାର। ଔପଦା ବ୍ଲକ ଈଶ୍ୱରପୁର ପଞ୍ଚାୟତ ମର୍ଦରାଜପୁର ଗାଁର କାର୍ତ୍ତିକ ରାଉତ ଅର୍ଥ ଅଭାବରୁ ପଡୋଶୀ ଘରେ ରହିଛନ୍ତି। ମର୍ଦରାଜପୁର ଗାଁରେ ତିନି ବର୍ଷ ପୂର୍ବେ ପକ୍କା ରାସ୍ତା ନଥିଲା। ସେତେବେଳେ ପକ୍କା ସଡ଼କରେ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ହୋଇନଥିବା ଯୋଗୁ ଗାଁରେ ଲୋକଙ୍କ ଘରେ ପାଣି ପଶୁଥିଲା। ପାଣି ପସି କାର୍ତ୍ତକ ରାଉତଙ୍କ ମାଟି ଘର ଭାଙ୍ଗିଗଲା। ଏଥିରେ ସାଙ୍ଗହୋଇ ରହୁଥିବା ତିନି ଭାଇ […]
ଫରିଦାବାଦ: ଗତକାଲି ହରିୟାଣାର ଏକ କଲେଜ୍ ସମ୍ମୁଖରେ ଜଣେ ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଲଭ୍-ଜିହାଦ୍ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ପରିବାର ଲୋକେ କହିଛନ୍ତି। ଘଟଣା ମୁତାବକ ଗତକାଲି ଫରିଦାବାଦ୍ର ବାଲାବଗଡ଼ଠାରେ ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ଦୁଇଜଣ ଯୁବକ ତାଙ୍କ କଲେଜ୍ ସମ୍ମୁଖରେ ଅପହରଣ କରିବାକୁ ଚେଷ୍ଟା କରିଥିଲେ। ଏଥିରେ ବିଫଳ ହେବାରୁ ଯୁବକ ଜଣକ ଉକ୍ତ ଯୁବତୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିଲା। […]
ଫରିଦାବାଦ: ଗତକାଲି ହରିୟାଣାର ଏକ କଲେଜ୍ ସମ୍ମୁଖରେ ଜଣେ ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଲଭ୍-ଜିହାଦ୍ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ପରିବାର ଲୋକେ କହିଛନ୍ତି। ଘଟଣା ମୁତାବକ ଗତକାଲି ଫରିଦାବାଦ୍ର ବାଲାବଗଡ଼ଠାରେ ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ଦୁଇଜଣ ଯୁବକ ତାଙ୍କ କଲେଜ୍ ସମ୍ମୁଖରେ ଅପହରଣ କରିବାକୁ ଚେଷ୍ଟା କରିଥିଲେ। ଏଥିରେ ବିଫଳ ହେବାରୁ ଯୁବକ ଜଣକ ଉକ୍ତ ଯୁବତୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିଲା। […]
ମୁମ୍ବାଇ: ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍ବୁକ ଫ୍ରେଣ୍ଡ। ସୋମବାର ଅଭିନେତ୍ରୀ ମାଲବୀ ମଲହୋତ୍ରାଙ୍କୁ ଛୁରାମାଡ଼ କରିଛନ୍ତି ତାଙ୍କ ଫେସ୍ବୁକ ବନ୍ଧୁ କୁମାର ମହିପାଲ ସିଂହ। ମୁମ୍ବାଇର ବରସୋଭାସ୍ଥିତ ଫିଶେରିସ୍ ୟୁନିଭର୍ସିଟି ରୋଡ୍ ନିକଟରେ ଘଟିଛି ଏଭଳି ଘଟଣା। ମାଲ୍ବୀ ଅନେକ ଟିବି ଶୋ’ରେ କାମ କରିବା ସହିତ ଫିଲ୍ମ ହୋଟେଲ୍ ମିଲନ୍ରେ ବି ସେ ଅଭିନୟ କରିଛନ୍ତି। ମହିପାଲ ହିରୋଇନ୍କୁ ଛୁରା ମାରିବା ପରେ ନିଜ ଅଡି କାର୍ରେ ବସି ସେଠାରୁ […]
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଏବେ ଯେକୌଣସି ବ୍ୟକ୍ତି ଜାଗା କିଣି ସେଠାରେ ବସବାସ କରିପାରିବେ। ଏ ନେଇ ଆଜି ଗୃହ ବିଭାଗ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। କିନ୍ତୁ ଏବେ ମଧ୍ୟ ଚାଷ ଜମି ଉପରେ କିଣାବିକା ରୋକ୍ ଜାରି ରହିଛି। ଜାମ୍ମୁ କାଶ୍ମୀର ଉପ-ରାଜ୍ୟପାଳ ମନୋଜ ସିହ୍ନାଙ୍କ କହିବା ମୁତାବକ ରାଜ୍ୟକୁ ବାହାରର ଇଣ୍ଡଷ୍ଟ୍ରି ଗୁଡ଼ିକ ଆସିଲେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହେବ। ତେଣୁ ଶିଳ୍ପ ଉପଯୋଗୀ ଜମିଗୁଡ଼ିକରେ ଟଙ୍କା ବିନିଯୋଗ ହେବା ଜରୁରୀ। […]
ନୂଆଦିଲ୍ଲୀ: ସେପ୍ଟେମ୍ବର ମାସର ଜାରି ହୋଇଥିବା ଅନ୍ଲକ୍ ୫.୦ ଗାଇଡ୍ ଲାଇନକୁ ନଭେମ୍ବର ଶେଷ ପର୍ଯ୍ୟନ୍ତ ବୃଦ୍ଧି କଲେ କେନ୍ଦ୍ର ସରକାର। ମଙ୍ଗଳବାର ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ୍ରେ ନଭେମ୍ବର ୩୦ ପର୍ଯ୍ୟନ୍ତ ଲକଡାଉନ୍ କଟକଣା ରହିବ। ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ମଧ୍ୟରେ ଯାତାୟାତ ନେଇ କୌଣସି କଟକଣା ନାହିଁ। ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ଯାତାୟାତ ନେଇ ଅନୁମତି ଦରକାର ନାହିଁ। ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଅନଲକ୍ ଅବଧି ବଢିବାର ନୂଆ […]
ନୂଆଦିଲ୍ଲୀ: ଭାରତର ସାର୍ବଭୌମତ୍ୱ ରକ୍ଷା କରାଯିବା ପ୍ରୟାସକୁ ଆମେରିକା ସମର୍ଥନ ଜଣାଇଛି। ଗଲୱାନ୍ ଘାଟିରେ ସହିଦ ହୋଇଥିବା ଯବାନଙ୍କ ବଳିଦାନକୁ ସମ୍ମାନ ଜଣାଇଛନ୍ତି ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ। ସୀମାରେ ଦେଖାଦେଇଥିବା ଉତ୍ତେଜନା ଓ ଏହାକୁ ପ୍ରତିହତ କରିବା ପାଇଁ ଭାରତର ପ୍ରୟାସ ସମର୍ଥନ ଜଣାଇବା ସହିତ ଭାରତ ପ୍ରତି ଆମେରିକାର ଅକୁଣ୍ଠିତ ସମର୍ଥନ ଥିବା କହିଛନ୍ତି ଆମେରିକାର ବୈଦେଶିକ ସଚିବ ପମ୍ପିଓ। ଏହାଛଡ଼ା ଭାରତ- ଆମେରିକା ଭିତରେ ସମ୍ପର୍କ ଆହୁରି ସୁଦୃଢ଼ ହେବ। ଦୁଇ […]
ଭୁବନେଶ୍ୱର: ୧୯୯୯ କୋଲ୍ ବ୍ଳକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ଗତକାଲି ସ୍ୱତନ୍ତ୍ର ସିବିଆଇ କୋର୍ଟ ଶୁଣାଇଥିବା ୩ ବର୍ଷର ଜେଲ୍ ଦଣ୍ଡାଦେଶକୁ ସସ୍ପେଣ୍ଡ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ସ୍ୱତନ୍ତ୍ର ସିବିଆଇ କୋର୍ଟର ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ୧୯୯୯ରେ ଝାଡ଼ଖଣ୍ଡ ଗିରିଡିହରେ ଥିବା ବ୍ରହ୍ମାଡିହ କୋଲ୍ ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ଗତକାଲି […]
ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଭାରତରେ ୩୬ ହଜାର ୪୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ଗତ ୩ ମାସରେ ସର୍ବନିମ୍ନ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ପ୍ରେସମିଟ୍ କରି ଏହି ସୂଚନା ଦେଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ପ୍ରତିଶତ ହେଉଛନ୍ତି କେବଳ ୧୮ଟି ଜିଲ୍ଲାର। ଅର୍ଥାତ୍ ଦେଶରେ ଆକ୍ରାନ୍ତଙ୍କ ହାରରେ ଯଥେଷ୍ଟ ହ୍ରାସ ପରିଲକ୍ଷିତ ହେଉଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। […]