• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

accident
ବସ୍‌-କଣ୍ଟେନର ଧକ୍କା: ୧୧ ମୃତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଶାହାଦା-ଔରାଙ୍ଗବାଦ ରାସ୍ତାର ଦୌଡାଇଚା ଗାଁ ନିକଟରେ  ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ବସ୍‌ ଓ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୦ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ  ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ କିଛି ଯାତ୍ରୀ ବସ୍‌ର କ୍ୟାବିନ୍‌ରେ ଫସି ରହିଥିଲେ। ବସ୍‌ଟି […]

tdp
ବିଜେପିରେ ସାମିଲ୍ ହେଲେ ୬୦ ଟିଡିପି ନେତା

ହାଇଦ୍ରାବାଦ: ତେଲେଙ୍ଗାନାରେ ତେଲଗୁ ଦେଶମ ପାର୍ଟି (ଟିଡିପି)କୁ ଜବରଦସ୍ତ ଝଟକା!  ଟିଡିପିର ୬୦ ପ୍ରମୁଖ ଜାତୀୟ, ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ୧ ହଜାରରୁ ଅଧିକ ଟିଡିପି କର୍ମୀ ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି। ଗତକାଲି ବିଜେପି କାର୍ଯ୍ୟକାରିଣୀ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ଟିଡିପି ନେତା ଓ କର୍ମୀମାନେ ବିଜେପିରେ ସାମିଲ ହୋଇଛନ୍ତି। ଆଗାମୀ ଦିନରେ ବିଜେପି ଏହି ରାଜ୍ୟରେ ଭଲ ପ୍ରଦର୍ଶନ କରିବ ବୋଲି […]

mmsingh
ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସିଂହ

ଜୟପୁର: ରାଜସ୍ଥାନରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଗତକାଲି ଅପରାହ୍ନରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ୮୬ ବର୍ଷୀୟ ମନମୋହନ ସିଂହ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଜି ସେ ରାଜସ୍ଥାନ ନିର୍ବାଚନ କମିଶନଙ୍କ ପାଖରୁ ସାର୍ଟିଫିକେଟ ଗ୍ରହଣ କରିବେ। ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୩ ରେ ଶେଷ ହେବ। ବିଜେପିର ରାଜ୍ୟସଭା ସାଂସଦ ମଦନ ଲାଲ ସୋନିଙ୍କର ଅକାଳ ବିୟୋଗ ପରେ ଏହି ଆସନ […]

Mufti-Omar-1
ବନ୍ଦୀ ମେହବୁବା ଓ ଓମାର ଅବଦୁଲ୍ଲାଙ୍କ ଦିନ ଏବେ କଟୁଛି କେମିତି, ଜାଣନ୍ତୁ

ଶ୍ରୀନଗର: ୧୨ ଦିନ ହେଲାଣି ବନ୍ଦୀ ଜୀବନ ବିତାଉଛନ୍ତି ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତି। ଦୁଇ ଜଣଙ୍କୁ ପ୍ରଥମେ ଏକାଠି ରଖାଯାଇଥିଲେ ମଧ୍ୟ ଦୁହେଁ ପରସ୍ପର ସହିତ ଯୁକ୍ତିତର୍କ କରି ତମ୍ବି ତୋଫାନ୍‌ କରିବାରୁ ଏବେ ଦୁହିଙ୍କୁ ଅଲଗା ଘରେ ରଖାଯାଇଛି। ଏହି ଦୁଇ ନେତା ଭିଡିଓ ଗେମ୍‌ ଖେଳି ଏବଂ ବହି ପଢ଼ି ବନ୍ଦୀ ଜୀବନକୁ ବିତାଉଥିବା ସୂଚନା ମିଳିଛି। ଅଗଷ୍ଟ ୫ ପୂର୍ବ ରାତିରେ କଟକଣା ଲାଗୁ […]

kashmir
ଜମ୍ମୁର ୫ ଜିଲ୍ଲାରେ ପୁଣି ବନ୍ଦ ହେଲା ମୋବାଇଲ୍-ଇଣ୍ଟରନେଟ୍ ସେବା

ଶ୍ରୀନଗର: ଜମ୍ମୁର ୫ ଜିଲ୍ଲାରେ ପୁଣି ଥରେ ମୋବାଇଲ-ଇଣ୍ଟରନେଟ୍ ସେବା ଉପରେ ରୋକ୍ ଲଗାଇଛି ପ୍ରଶାସନ। ତେବେ ଏହା ପଛର କାରଣ କଣ, ତାହା ଜଣାପଡ଼ିନାହିଁ। ତେବେ ଗତକାଲି ସକାଳେ ହିଁ ଜମ୍ମୁ କଶ୍ମୀରର ୧୦୦ଟି ଟେଲିଫୋନ୍ ଏକ୍ସଚେଞ୍ଜରୁ ୧୭ଟି ଏକ୍ସଚେଞ୍ଜକୁ ସକ୍ରିୟ କରାଯାଇଥିଲା। ଜଣେ ସରକାରୀ ଅଧିକାରୀ କହିଛନ୍ତି ମୋବାଇଲ ଓ ଇଣ୍ଟରନେଟ ସେବା ଗତକାଲି ସକ୍ରିୟ ହେବା ପରେ ସରକାର ସୋଶାଲ ମିଡିଆ ଏବଂ ଲୋକଙ୍କ ଉପରେ ନଜର ରଖିଛନ୍ତି। ଯଦି କେହି ଶାନ୍ତି […]

imran
ଆତଙ୍କବାଦ ବିରୋଧରେ ପାକିସ୍ତାନର ଏଫଆଇଆର୍ ନକଲି ଓ ଦୁର୍ବଳ

ଇସଲାମାବାଦ: ଆତଙ୍କବାଦ ବିରୋଧରେ ପାକିସ୍ତାନ ନେଉଥିବା କାର୍ଯାନୁଷ୍ଠାନ ମିଛ ବା ଲୋକ ଦେଖାଣିଆ। କାରଣ କାର୍ଯ୍ୟାନୁଷ୍ଠାନ ପାଇଁ ଆତଙ୍କବାଦୀ ବିରୋଧରେ ପାକିସ୍ତାନ ଯେଉଁ ଏଫଆଇଆର୍ ଦାଖଲ କରିଛି ତାହା ନକଲି ଏବଂ ଏତେ ଦୁର୍ବଳ ଯେ ଆତଙ୍କବାଦୀଙ୍କ ବିରୋଧରେ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ବାବନା ନାହିଁ। ଟେରର ଫଣ୍ଡିଙ୍ଗ ଏବଂ ମନି ଲଣ୍ଡ୍ରିଂ ମାମଲାର ତଦନ୍ତ କରୁଥିବା ସଂସ୍ଥା ଫାଇନାନସିଆଲ୍ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ) ପାକିସ୍ତାନକୁ ଗତ ବର୍ଷ ‘ଗ୍ରେ’ ଲିଷ୍ଟରେ ସାମିଲ କରିଥିଲା। […]

police-officer
ପାକିସ୍ତାନର ଅପପ୍ରଚାରକୁ ଉଚିତ୍‌ ଜବାବ ଦେଉଛନ୍ତି ଜମ୍ମୁ-କାଶ୍ମୀରର ଦୁଇ ପୁଲିସ ଅଫିସର

ନୂଆଦିଲ୍ଲୀ:ଜମ୍ମୁକାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ଭାରତ ବିରୋଧରେ ଅପପ୍ରଚାର ଚଲାଇ ଆସୁଛି। ସୋଶାଲ ମିଡିଆରେ ଭାରତ ବିରୋଧୀ ମିଛ ଖବର ଦେଇ ବିଶ୍ୱ ସମୁଦାୟର ସମର୍ଥନ ହାସଲ କରିବାକୁ ଚାହୁଁଛି। ହେଲେ ଭାରତ ତାହାର ଏପରି ଚାଲକୁ ସଫଳ ହେବାକୁ ଦେଉନି। ପ୍ରତିଥର ପାକିସ୍ତାନର ମିଛକୁ ଧରା ପକେଇ ଦେଇଛି ଭାରତ। ଆଉ ପାକିସ୍ତାନର ଏହି ମିଛକୁ ଧରା ପକାଇବାରେ ପ୍ରମୁଖ ଦାୟିତ୍ୱ ନେଇଛନ୍ତି ଜାମ୍ମୁ-କାଶ୍ମୀରର ଦୁଇ ପୋଲିସ ଅଫିସର।  ଶ୍ରୀନଗରରେ ମୁତୟନ ଅଛନ୍ତି […]

rakshi
ମିଛ ଖବର ଦେଇ ଟ୍ରୋଲ୍‌ ହେଲେ ରାକ୍ଷୀ

ମୁମ୍ବାଇ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ବିଜେପିର ବହୁ ବଡ଼ ବଡ଼ ନେତା ଏମ୍ସ ଯାଇ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିଛନ୍ତି। ଦେଶର କିଛି ସ୍ଥାନରେ ତାଙ୍କର ଆରୋଗ୍ୟକାମନା କରାଯାଇ ପୂବଜାର୍ଚ୍ଚନା ବି କରାଯାଉଛି। ସାରା ଦେଶର ଲୋକେ ତାଙ୍କ […]

rajnatha singh
ଏବେ ପାକିସ୍ତାନ ସହ କେବଳ ପିଓକେ ପ୍ରସଙ୍ଗରେ ହିଁ ଆଲୋଚନା ହେବ-ରାଜନାଥ ସିଂ

ପଞ୍ଚକୁଲା (ହରିଆନା): କାଶ୍ମୀରକୁ ଆନ୍ତର୍ଜାତିକ ସ୍ତରରେ ପ୍ରସଙ୍ଗ କରୁଥିବା ପାକିସ୍ତାନକୁ ବୁଦ୍ଧି ଶିଖାଇବ ଭାରତ। ଯେସାକୁ ତେସା ନୀତିରେ ଭାରତ ପାକିସ୍ତାନ ଅଧିକୃତ କଶ୍ମୀରକୁ ପ୍ରସଙ୍ଗ କରିବ ବୋଲି ଆଜି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ହରିଆନାର ପଞ୍ଚକୁଲାରେ କହିଛନ୍ତି। ଯେହେତୁ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଉଛି ତେଣୁ ଆଗାମୀ ଦିନରେ ଭାରତ ପାକିସ୍ତାନ ସହ କଥାହେଲେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ବାବଦରେ ଆଲୋଚନା କରିବ ବୋଲି ସେ କହିଛନ୍ତି। ରାଜନାଥ ସିଂହ ଆହୁରି କହିଛନ୍ତି, ଜମ୍ମୁ […]

poonam-joshi
ତ୍ରିରଙ୍ଗା ପାଇଁ ପାକିସ୍ତାନ-ଖଲିସ୍ତାନ ସମର୍ଥକଙ୍କ ସହ ମୁହାଁମୁହିଁ ହେଲେ ସାମ୍ବାଦିକା

ଲଣ୍ଡନ: ୧୫ ଅଗଷ୍ଟରେ ଦେଶ ବିଦେଶରେ ପ୍ରତ୍ୟେକ ଭାରତୀୟ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଏହି ଅବସରରେ ଲଣ୍ଡନ ସ୍ଥିତ ଭାରତୀୟ ହାଇ କମିଶନର ଅଫିସରେ ବି ଜାତୀୟ ପତାକା ଉଡ଼ା ଯାଇଥିଲା। କିନ୍ତୁ ଭାରତୀୟ ହାଇ କମିଶନରଙ୍କ ଅଫିସ ସାମ୍ନାରେ ପାକିସ୍ତାନ ଏବଂ ଖଲିସ୍ତାନ ସମର୍ଥକ ମାନେ ଏହି ଅବସରରେ ଭାରତ ବିରୋଧରେ ନାରା ଦେବା ସହ ଜାତୀୟ ପତାକା ତ୍ରିରଙ୍ଗାକୁ ପାଦ ତଳେ ରଖି ଅସମ୍ମାନ କରିଥିଲେ। ଯାହାକୁ ଦେଖି ଖବର ସରବରାହ ସଂସ୍ଥା […]

anandi
ସୁରକ୍ଷା ବ୍ୟବସ୍ଥା ହ୍ରାସ କରିବା ପାଇଁ ସରକାରଙ୍କୁ ନିବେଦନ କଲେ ୟୁପି ରାଜ୍ୟପାଳ

ଲକ୍ଷ୍ନୌ: ଭିଆଇପି ସଂସ୍କୃତିକୁ ହଟାଇବାକୁ ଯାଇ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ନିଜ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ହ୍ରାସ କରିବା ପାଇଁ ସେ ରାଜ୍ୟ ସରକାରଙ୍କୁ କହିଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି। କିନ୍ତୁ ରାଜଭବନ ପକ୍ଷରୁ ଏ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ। ରାଜ୍ୟପାଳ ଆନନ୍ଦୀବେନ କହିଛନ୍ତି ତାଙ୍କ ସୁରକ୍ଷାରେ ନିୟୋଜିତ ଥିବା ୫୦ ସୁରକ୍ଷାକର୍ମୀ ବରଂ ଲୋକଙ୍କ ସୁରକ୍ଷାରେ ନିୟୋଜିତ ହେଲେ […]