• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

cm
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କର ଆଜି ଦେହାନ୍ତ ହୋଇଛି । ଦିଲ୍ଲୀରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଜଗନ୍ନାଥଙ୍କ ବିୟୋଗରେ ବିହାରରେ ୩ ଦିନିଆ ରାଜକୀୟ ଶୋକ ପାଳନ କରିବାକୁ ବିହାର ସରକାର ଘୋଷଣା କରିଛନ୍ତି। ସେ ବିହାରର ଶେଷ କଂଗ୍ରେସ ମୁଖ୍ୟମନ୍ତ୍ରୀ ଥିଲେ। ଇନ୍ଦିରା ଗାନ୍ଧି ସରକାରରେ ସେ ରେଳମନ୍ତ୍ରୀ ଭାବରେ ଦାୟିତ୍ୱ ସମ୍ଭାଳିଥିଲେ। […]

anu
ଅନୁଷ୍କାଙ୍କ ବିକ୍‌ନି ଫଟୋ ଭାଇରାଲ-ବିରାଟ କହିଲେ...

ନୂଆଦିଲ୍ଲୀ: ବିରାଟ କୋହଲି ଏବେ ଟିମ୍‌ ଇଣ୍ଡିଆ ସହ ୱେଷ୍ଟ ଇଣ୍ଡିଜ୍‌ରେ। ଏବେ କ୍ରିକେଟ ପ୍ରେମୀଙ୍କ ମୁହଁରେ କୋହଲିଙ୍କର ବେଶ ପ୍ରଶଂସା । କାରଣ ଆଜିକାଲି ବେଶ ଭଲ ରନ୍‌ସ୍କୋର କରୁଛନ୍ତି ସେ । ୱେଷ୍ଟଇଣ୍ଡିଜ୍‌ରେ ବି ଅଛନ୍ତି ପତ୍ନୀ ଅନୁଷ୍କା ଶର୍ମା ବିରାଟଙ୍କୁ ଏନ୍‌କରେଜ କରିବା ପାଇଁ। ତେବେ ଅନୁଷ୍କା ଏବେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯାହା ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଫଟୋ ତଳେ ଅନୁଷ୍କା ଲେଖିଛନ୍ତି ‘ସନ୍‌ କିସ୍‌ଡ […]

ndtv
ଉତ୍ତର ଭାରତରେ ବନ୍ୟା ପରିସ୍ଥିତି ଗମ୍ଭୀର; ୨୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତର ଭାରତରେ ବି ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ବିଶେଷକରି ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ବାଦଲ ଫଟା ବର୍ଷା ଫଳରେ ଭୀଷଣ ବନ୍ୟା ଆସିବାରୁ ଏ ଦୁଇ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହିମାଚଳ ପ୍ରଦେଶରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୂରା ଉତ୍ତର ଭାରତରେ ୨୮ ଜଣ ପ୍ରାଣ ହରାଇଛନ୍ତି। ଉଭୟ ରାଜ୍ୟରେ ବହୁ ସଂଖ୍ୟାରେ ଲୋକ ଏବଂ ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ବହୁ ଅଞ୍ଚଳରେ ଭୂସ୍ଖଳନ ହେବାରୁ […]

shivraj
ନେହରୁଙ୍କ ଭୁଲ ନିଷ୍ପତ୍ତି ପାଇଁ ଗୋଆ ସ୍ୱାଧୀନତା ଫେରି ପାଇବାରେ ବିଳମ୍ବ ହେଲା-ଶିବରାଜ

ପାଣାଜି: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ତଥା ବିଜେପିର ବରିଷ୍ଠ ନେତା ଗତକାଲି ଗୋଆରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି।  ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ନିଜର ମତ ରଖିବାକୁ ଯାଇ କହିଛନ୍ତି ‘ଧାରା ୩୭୦ ପ୍ରସଙ୍ଗରେ ରାହୁଲ୍ କିଛି କହିବେ ବୋଲି ଜଣାପଡ଼ୁନି। କାରଣ ସେ ଏବେ ‘ରଣଛୋଡଦାସ ଗାନ୍ଧି’ ହୋଇ ଯାଇଛନ୍ତି। କଂଗ୍ରେସ ସାଧାରଣ ନିର୍ବାଚନ ହାରିବା ପରେ ଦଳକୁ ମଜବୁତ କରିବା ଦାୟିତ୍ୱ ତାଙ୍କର ଥିଲା, […]

imran khan
ରାଜନାଥଙ୍କ ମନ୍ତବ୍ୟରେ ଇମ୍ରାନଙ୍କ ନିଦ ହଜିଗଲା, କହିଲେ, ପାକିସ୍ତାନ ସହ ନେହରୁ ଏବଂ ଗାନ୍ଧି ପରିବାର ବି ବିପଦରେ

ଇସ୍‌ଲାମାବାଦ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମନ୍ତବ୍ୟ ଏବେ ପାକିସ୍ତାନର ନିଦ ହଜାଇ ଦେଇଛି। ଗତକାଲି ପିଓକେ ପ୍ରସଙ୍ଗରେ ରାଜନାଥ ସିଂହ କହିଥିଲେ ଭାରତ ପାକିସ୍ତାନ ସହ ଏଥର କଥା ହେଲେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ବାବଦରେ ଆଲୋଚନା କରିବ। ଏହା ପୂର୍ବରୁ ଅଗଷ୍ଟ ୧୬ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ବିବାଦକୁ ନେଇ କହିଥିଲେ ଆବଶ୍ୟକ ପଡ଼ିଲେ ଭାରତ ତାର ପରମାଣୁ ନୀତି ବଦଳାଇବ। ପାକିସ୍ତାନ ପ୍ରଧାନମନ୍ତ୍ରୀ […]

ମକୀଳଂଦ
ସ୍ୱାଭାବିକ ହେଉଛି ଜମ୍ମୁ କଶ୍ମୀର: ଖୋଲିଲା ସ୍କୁଲ, କଲେଜ ଓ ଅଫିସ

ଶ୍ରୀନଗର: ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରରେ ଆଜି ସ୍କୁଲ, କଲେଜ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲିଛି। ଦୀର୍ଘ ୨ ସପ୍ତାହ ପରେ ଆଜି ୧୯୦ଟି ସ୍କୁଲ ଓ କଲେଜ ଖୋଲିଥିବା ଶ୍ରୀନଗର ଡେପୁଟି କମିଶନର ଶାହିଦ ଚୌଧୁରୀ କହିଛନ୍ତି। ସ୍କୁଲ ଯାଉଥିବା ଛାତ୍ରଛାତ୍ରଙ୍କ ସଂଖ୍ୟା କମ୍ ରହିଛି। ସ୍କୁଲ ଯିବା ବେଳେ ଛାତ୍ରଛାତ୍ରୀ କିଭଳି କୌଣସି ଅସୁବିଧାରେ ନପଡ଼ିବେ ଏଥିପାଇଁ ପ୍ରଶାସନ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ପ୍ରତି ଛକରେ ସୁରକ୍ଷା […]

srilanka
କଲମ୍ବୋରେ ସିରିଏଲ ବ୍ଲାଷ୍ଟ : ମୃତ୍ୟୁ ସଂଖ୍ୟା ୧୫୬କୁ ବୃଦ୍ଧି

କଲମ୍ବୋ: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ସଂଗଠିତ ସିରିଏଲ ବ୍ଲାଷ୍ଟରେ ମୃତ୍ୟୁ ସଂଖ୍ୟା ୧୫୬କୁ ବୃଦ୍ଧି ପାଇଛି।  ଏହାସହ ୩୦୦ରୁ ଅଧିକ ଆହତ ହୋଇଛନ୍ତି। ଆଜି କଲେମ୍ବୋର ତିନିଟି ଚର୍ଚ୍ଚ ଏବଂ ୩ଟି ପଞ୍ଚ ତାରକା ହୋଟେସଲ୍‌ରେ ୬ରୁ ଅଧିକ ବିସ୍ଫୋରଣ ହୋଇଛି। ଯାହା ଦୋହଲେଇ ଦେଇଛି ସାରା ଶ୍ରୀଲଙ୍କାକୁ। ଆଜି ଖ୍ରୀଷ୍ଟ ସଂପ୍ରଦାୟର ପବିତ୍ର ଇଷ୍ଟର୍ ରବିବାର ଥିବାରୁ ଚର୍ଚ୍ଚରେ ପ୍ରବଳ ଭିଡ଼ ଜମିଥିଲା। ଏହି ସମୟରେ ହିଁ ଏହି ବିସ୍ଫୋରଣ ହୋଇଛି । ଏହି ଅଘଟଣ […]

bus-accident
ଟ୍ରକ୍‌ରେ ପିଟି ହେଲା ବସ୍‌; ୭ ମୃତ, ୩୦ ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୈନପୁରୀରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଆଗ୍ରା- ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ଏକ ଟ୍ରକ୍‌ ସହ ବସ୍‌ ପିଟି ହେବାରୁ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି। ମିଳିଥିବା ସୂଚନା ଅନୁସାରେ, ନୂଆଦିଲ୍ଲୀରୁ ବାରାଣସୀ ଅଭିମୁଖେ ଯାଉଥିବା ବେଳେ ବସ୍‌ଟି ଓଭରଟେକ୍‌ କରିବା ପାଇଁ ଚେଷ୍ଟା କରିଥିଲା। ଫଳରେ ବିପରୀତ ଦିଗରୁ ଆସୁଥିବା […]