• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Nitin-Gadkari1
କାମ କର ନହେଲେ ଲୋକଙ୍କୁ କହିବି ଧୂଲେଇ କରିବେ: ଗଡକରୀ

ନାଗପୁର: ଖୋଲା ମଞ୍ଚରେ ସରକାରୀ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ। ସେ କହିଛନ୍ତି ‘୮ ଦିନରେ କାମ ଶେଷ କର ନଚେତ ଲୋକଙ୍କୁ କହିବି, ଆଇନ ବ୍ୟବସ୍ଥା ହାତକୁ ନେବେ ଏବଂ ଧୂଲେଇ କରିବେ।” ସ୍ପଷ୍ଟବାଦୀ ଭାବେ ପରିଚିତ ଏହି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗତକାଲି ନାଗପୁରରେ ‘ଲଘୁ ଉଦ୍ୟୋଗ ଭାରତୀ’ ଦ୍ୱାରା ଆୟୋଜିତ ରାଷ୍ଟ୍ରୀୟ ଅଧିବେଶନରେ ଏହା କହିଛନ୍ତି। ଏମଏସଏମଇ ସହ ଜଡ଼ିତ ଏହି ସଂସ୍ଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ […]

modi
ଭୁଟାନ ପ୍ରକୃତିର ବଡ଼ ଅବଦାନ -ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆଜି ଭୁଟାନ ଥିମ୍ପୁ ସ୍ଥିତ ରୟାଲ ବିଶ୍ୱବିଦ୍ୟାଳୟ ଗସ୍ତ କରିଥିଲେ । ସେଠାରେ  ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବା ସହ ଉଭୟ ଦେଶର ନିବିଡ଼ ସମ୍ପର୍କ ବିଷୟରେ ବଖାଣିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ କହିଥିଲେ, ଭାରତ ସହ ଭୁଟାନର ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ଅବର୍ଣ୍ଣନୀୟ । ଉଭୟ ଦେଶର କଳା, ସଂସ୍କୃତି, ଭାସ୍କର୍ଯ୍ୟ ପ୍ରାୟତଃ ଏକା ପ୍ରକାରର। ପ୍ରକୃତିର ଏକ ବଡ଼ ଅବଦାନ ହେଉଛି ଭୁଟାନ। […]

dog
ଚିତା ସହ ଲଢି ମାଲିକାଣୀଙ୍କ ଜୀବନ ବଞ୍ଚାଇଲା ଟାଇଗର

ଦାର୍ଜିଲିଂ:ପଶୁଟିଏ କଥା କହିପାରେନି। ହେଲେ ଏମିତି ଭାବରେ ସେ ନିଜର କୃତଜ୍ଞତା ଭାବ ଦେଖାଏ, ଦାୟିତ୍ୱବୋଧ ନିଭାଏ, ଦେଖିଲେ ବିଶ୍ୱାସ କରି ହୁଏନି। ସେମିତି ଏକ ଘଟଣା ପଶ୍ଚିମବଙ୍ଗର। ଘଟିଛି ଅଗଷ୍ଟ ୧୪ ତାରିଖ ଦିନ। କୁକୁରଟିଏ ନିଜ ମାଲିକାଣୀ ଜୀବନ ବଞ୍ଚାଇବାକୁ କିପରି ନିଜ ଜୀବନକୁ ବାଜି ଲଗାଇ ଦେଇଛି, ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଦାର୍ଜିଲିଂର ଅରୁଣା ଲାମା ନାମ୍ନୀ ଜଣେ ମହିଳା ତଳ ଫ୍ଲୋରରେ ଘର ପୋଛୁଥିଲେ। ହଠାତ୍‌ ଏକ ଚିତାବାଘ(leopard) ଆସିଲା ଏବଂ […]

expilsion
ବିବାହ ମଣ୍ଡପରେ ବିସ୍ଫୋରଣ: ୪୦ ମୃତ

କାବୁଲ୍‌: ଆଫ୍‌ଗାନିସ୍ତାନର ରାଜଧାନୀ କାବୁଲ୍‌ରେ ଏକ ବାହାଘର ଚାଲିଥିବା ବେଳେ ବିସ୍ଫୋରଣ ଘଟିବାରୁ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଶନିବାର ବିଳମ୍ବିତ ରାତିରେ ଏ ବିସ୍ଫୋରଣ ହୋଇଥିଲା। ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା ବୋଲି ଆଫ୍‌ଗାନିସ୍ତାନ ସରକାରଙ୍କ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ, […]

Donald_Trump
ଦ୍ୱିପାକ୍ଷିକ କହି କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଇମ୍ରାନଙ୍କୁ ମନା କଲେ ଟ୍ରମ୍ପ

ଓ୍ୱାଶିଂଟନ: ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶରଣରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଗତକାଲି ଇମ୍ରାନ୍ ୨୦ ମିନିଟ୍ ଧରି କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ସହ ଫୋନରେ କଥା ହୋଇଛନ୍ତି। କଶ୍ମୀର ପ୍ରସଙ୍ଗରେ ଆଗକୁ ଆମେରିକାକୁ ସବୁ କଥା ଜଣାଇବେ ବୋଲି ସେ ଟ୍ରମ୍ପଙ୍କୁ କହିଛନ୍ତି। ଏ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମେହମୁଦ କୁରେଶୀ ଓ ଆମେରିକା ରାଷ୍ଟ୍ରପତିଙ୍କ ଅଫିସ୍ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ମିଳିଛି। ତେବେ ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ […]

ms
ଟ୍ରେନିଂ ସରିଲା, କାଶ୍ମୀରରୁ ଫେରିଲେ ଧୋନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନି କଶ୍ମୀରରୁ ନିଜର ୧୫ଦିନର ଆର୍ମି ଟ୍ରେନିଂ ଶେଷ କରି ଶୁକ୍ରବାର ଫେରିଛନ୍ତି। ଧୋନି ଗତ ୩୧ ଜୁଲାଇରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ କଶ୍ମୀରରେ ମୁତୟନ ଥିଲେ। ସେନାରେ ନିଜ ଟ୍ରେନିଂ ବେଳେ ଧୋନି ଶ୍ରୀନଗର, କୁପୱାରା, ଉରି ଓ ଲେହରେ ସେନା ସହ ରହିଥିଲେ। ଏହାସହ ଧୋନି ଜଣେ ଯବାନଙ୍କ ଭଳି ସକାଳର ପିଟି ପରେଡଠାରୁ ଆରମ୍ଭ କରି ଅଫିସ୍ ଡ୍ୟୁଟି, ଅସ୍ତ୍ର ଚାଳନ ଟ୍ରେନିଂ ଏବଂ ସନ୍ଧ୍ୟାରେ […]

rahul
ଜମ୍ମୁରେ କଂଗ୍ରେସ ନେତାଙ୍କ ଗିରଫଦାରୀକୁ ନିନ୍ଦା କଲେ ରାହୁଲ

ଶ୍ରୀନଗର: ଶୁକ୍ରବାର ଜମ୍ମୁ କାଶ୍ମୀରର ଦୁଇ କଂଗ୍ରେସ ନେତା ଗିରଫ ହୋଇଛନ୍ତି। କଂଗ୍ରେସ ମୁଖପାତ୍ର ରବୀନ୍ଦ୍ର ଶର୍ମା ପ୍ରେସ କନଫରେନ୍ସ ପାଇଁ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ସାମ୍ୱାଦିକଙ୍କୁ ନିମନ୍ତ୍ରଣ କରିଥିଲେ। ପୁଲିସ ଏବାବଦରେ ଖବର ପାଇବା ପରେ ରବୀନ୍ଦ୍ର ଶର୍ମାଙ୍କୁ ଗିରଫ କରିଛି। ଏଥିସହ ପ୍ରଦେଶ କଂଗ୍ରେସ ସଭାପତି ଗୁଲାମ ମୀର ରାଜ୍ୟ କାର୍ଯାଳୟକୁ ଆସୁଥିବା ବେଳେ ତାଙ୍କୁ ପୁଲିସ୍ ଗିରଫ କରିଛି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏ ନେଇ ଟୁଇଟ୍ କରି କେନ୍ଦ୍ର […]

dutti
ଇଣ୍ଡିଆନ୍ ଗ୍ରାଁ ପ୍ରି-୫: ୧୦୦ ମିଟରରେ ସ୍ୱର୍ଣ୍ଣ ଜିତିଲେ ଦୂତୀ

ପଟିଆଲା: ଓଡ଼ିଶାର ଅଗ୍ରଣୀ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପଟିଆଲାର ନେତାଜୀ ସୁଭାଷ ନ୍ୟାଶନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ୍ସ (ଏନଆଇଏସ୍)ରେ ଚାଲିଥିବା ଇଣ୍ଡିଆନ୍ ଗ୍ରାଁ ପ୍ରି-୫ ଚାମ୍ପିୟନଶିପର ୧୦୦ ମିଟର୍ ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲରେ ଦୂତୀ ନିର୍ଦ୍ଧାରିତ ଦୂରତାକୁ ୧୧.୪୨ ସେକେଣ୍ଡ ସମୟରେ ଅତିକ୍ରମ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ଏହି ଇଭେଣ୍ଟରେ ତାମିଲନାଡୁର ଅର୍ଚ୍ଚନା ସୁସୀନ୍ଦ୍ରନ୍ ୧୧.୫୩ ସେକେଣ୍ଡ ସମୟରେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ଏବଂ ପଞ୍ଜାବର ମାନବୀର କୌର୍ ୧୨.୨୮ […]

jaitley
ଏମ୍‌ସରେ ଅରୁଣ ଜେଟ୍‌ଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର

ନୂଆଦିଲ୍ଲୀ:  ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ନୂଆଦିଲ୍ଲୀ ଏମ୍ସରେ ଗତ ୯ ତାରିଖରୁ ଭର୍ତ୍ତି ହୋଇଥିବା ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଗତକାଲି ଅବନତି ଘଟିଥିଲା । ଏନେଇ ଖବର ପାଇବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ହସ୍ପିଟାଲ ଯାଇ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଚସ୍ପତି ଓମ୍ ବିର୍ଲା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ […]

express-train
କାନପୁର ନିକଟରେ ପୂର୍‌ଭା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ

କାନପୁର: ଉତ୍ତରପ୍ରଦେଶର କାନପୁର ନିକଟରେ ହାୱଡା-ନୂଆଦିଲ୍ଲୀ ପୂର୍‌ଭା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇଛି। ଏକ୍ସପ୍ରେସ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡ଼ିଛି। ଏଥିରେ ୧୩ ଜଣ ଆହତ ହୋଇଛନ୍ତି। ଏକ୍ସପ୍ରେସ୍‌ଟି ପ୍ରୟାଗରାଜରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ରୁମା ଗାଁ ନିକଟରେ ଲାଇନ୍‌ଚ୍ୟୁତ୍‌ ହୋଇଥିଲା। ଘଟଣାସ୍ଥଳରେ ୧୫ଟି ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ପୁଲିସ୍‌ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ସାମିଲ […]

maxresdefault
ମିଷ୍ଟର ମଜ୍‌ନୁ ଏବେ ଭାରି ଖୁସି

ଭୁବନେଶ୍ୱର : ଦଶହରାରେ ରିଲିଜ୍ ହେବ ବାବୁସାନ୍‌ଙ୍କ ଆଉ ଏକ ଫିଲ୍ମ।  ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଏହି ଫିଲ୍ମର ନାଁ ‘ମିଷ୍ଟର ମଜନୁ’। ଫିଲ୍ମର ମହୁରତ ହୋଇଯାଇଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ବାବୁସାନ୍‌। ଆଉ ଏଥିରେ ତାଙ୍କ ବିପକ୍ଷରେ ୩ ଜଣ ହିରୋଇନ୍‌ ଅଛନ୍ତି। ସେମାନେ ହେଉଛନ୍ତି- ସୁର୍ଯ୍ୟମୟୀ, ଦିବ୍ୟା ଓ ଶୀତଲ। ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି। ଫିଲ୍ମଟି ଦଶହରାରେ ରିଲିଜ୍‌ ହେବ ବୋଲି ସୂଚନା […]