• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

janhabi
ଦରଦୀ ଜାହ୍ନବୀ.. ଛୋଟ ପିଲାଟିକୁ ଟିପ୍ସ ଦେବା ପାଇଁ ଡ୍ରାଇଭରଙ୍କଠାରୁ ଟଙ୍କା ଧାର ନେଲେ

ମୁମ୍ବାଇ: ଶ୍ରୀଦେବୀ-ବୋନି କପୁରଙ୍କ ଝିଅ ଜାହ୍ନବୀ ଖାଲି ଜଣେ ଅଭିନେତ୍ରୀ ନୁହଁନ୍ତି, ଜଣେ ନିରହଙ୍କାରୀ, ଦରଦୀ ମଣିଷ। ନାରୀସୁଲଭ କୋମଳ ହୃଦୟଟିଏ ତାଙ୍କ ପାଖରେ ରହିଛି। ଏକଥା ଆମେ କହୁନୁ, ତାଙ୍କୁ ନେଇ ଭାଇରାଲ ହୋଇଥିବା ଏକ ଭିଡ଼ିଓରୁ ଏକଥା ସ୍ପଷ୍ଟ ହୋଇଛି। ନୂଆ ନୂଆ ବଲିଉଡ୍‌ରେ ପାଦ ଥାପିଛନ୍ତି ଜାହ୍ନବୀ। ତାଙ୍କର ମାତ୍ର ଗୋଟିଏ ଫିଲ୍ମ ‘ଧଡ଼କ୍‌’ ରିଲିଜ୍ ହୋଇଛି। ପ୍ରଥମ ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତେ ବେଶ୍ ପସନ୍ଦ କରିଥିଲେ। ନିଜ ଅଭିନୟ ଦକ୍ଷତାକୁ […]

କୂମାନ
ଭୋକରେ ଆଉଟୁପାଉଟୁ ହୋଇ ଶେଷରେ ନିଜକୁ ଖାଇଦେଲା !

ନୂଆଦିଲ୍ଲୀ:ଭୋକର ଦାଉ କିଏ ସମ୍ଭାଳି ପାରିବ ! ମଣିଷଟିଏ ହେଉ ବା ପଶୁ, ଭୋକ ବେଳରେ ଯାହା ମିଳିବ ଖାଇବାକୁ ପଛାଇବ ନାହିଁ। ହେଲେ ଭୋକରେ ନିଜକୁ କିଏ ଖାଇବାର ନଜୀର ଅଛି କି ? ବୋଧହୁଏ ନା ! ହେଲେ ସେମିତି ଏକ ଦୃଶ୍ୟ ଏବେ ଦେଖିବାକୁ ମିଳିଛି। ଭୋକ ବିକଳରେ ସାପଟିଏ ନିଜକୁ ନିଜେ ଖାଇ ଦେଉଛି। ଆଉ ଏଇ ଭିଡିଓଟି ଭାଇରାଲ ହୋଇଛି। ଅବଶ୍ୟ ଘଟଣାଟି କେଉଁ ସ୍ଥାନର ଯଦିଓ ଜଣାପଡ଼ି ନାହିଁ ତେବେ […]

mangal
ଆସନ୍ତାକାଲି ପରଦାକୁ ଆସିବ ମିଶନ ମଙ୍ଗଲ୍‌

ନୂଆଦିଲ୍ଲୀ:ଆସନ୍ତାକାଲି ପରଦାକୁ ଆସିବ ବହୁ ପ୍ରତିକ୍ଷିତ ଫିଲ୍ମ ‘ମିଶନ ମଙ୍ଗଲ’ । ଭାରତର ମଙ୍ଗଳ ମିଶନ ଉପରେ ଆଧାରିତ ଏହି ଏହି ଫିଲ୍ମରେ ବୈଜ୍ଞାନିକ ଚରିତ୍ରରେ ଅକ୍ଷୟ କୁମାର ଓ ବିଦ୍ୟା ବାଲାନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହାସହ ତାପସୀ ପନ୍ନୁ ଓ ସୋନାକ୍ଷୀ ସିହ୍ନାଙ୍କୁ ବି ଦେଖିବାକୁ ମିଳିବ। ପ୍ରଥମ ପ୍ରଚେଷ୍ଟାରେ କିଭଳି ଭାରତ ମଙ୍ଗଳକୁ ସଫଳତାର ସହ ସାଟେଲାଇଟ୍ ପଠାଇ ଇତିହାସ ରଚିଛି, ଦର୍ଶକ ଏବେ ରଙ୍ଗୀନ ପରଦାରେ ଏହା ଦେଖିବାକୁ […]

battle house
ସ୍ୱାଧୀନତା ଦିବସରେ ରିଲିଜ୍ ହେବ ‘ବାଟ୍‌ଲା ହାଉସ’

ନୂଆଦିଲ୍ଲୀ:ଆସନ୍ତାକାଲି ରିଲିଜ୍ ହେବ ଜନ୍ ଆବ୍ରହାମ ଅଭିନୀତ ଫିଲ୍ମ ‘ବାଟଲା ହାଉସ’। ହାଇକୋର୍ଟରୁ ଗ୍ରୀନ୍ ସିଗନାଲ ମିଳିବା ପରେ ଏହା ସ୍ପଷ୍ଟ ହୋଇଯାଇଛି । ମାତ୍ର କିଛିଟା ସ୍କ୍ରିନ୍‌କୁ ଫିଲ୍ମରୁ ବାଦ୍ ଦିଆଯାଇଛି। ଏଥିସହ ହାଇକୋର୍ଟ ଦିଲ୍ଲୀ ପୋଲିସ ଅଧିକାରୀ ସହିଦ୍ ଏମ୍.ସି ଶର୍ମାଙ୍କ ଫଟୋ ଦେଖାଇବାକୁ ମନା କରିଛନ୍ତି। ଯାହା ଫଳରେ ଫିଲ୍ମ କୌଣସି ବାସ୍ତବ ଘଟଣା ନୁହେଁ, ବରଂ କାଳ୍ପନିକ ବୋଲି ଜଣାପଡ଼ିବ। ଫିଲ୍ମର ଆରମ୍ଭ ଓ ଶେଷରେ ବୈଧାନିକ ଚେତାବନୀ ଦେଖିଇବାକୁ ମଧ୍ୟ ଆଦେଶ ଦେଇଛନ୍ତି […]

ଳହ୍ଂ
ଧାରା ୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ବ୍ୟକ୍ତି ଆତଙ୍କବାଦ ପ୍ରତି ସହାନଭୂତି ଦେଖାଉଛନ୍ତି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିଲା ପରେ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଚାଲିଛି ତର୍ଜମା। କେହି କେହି ଏହାକୁ ଐତିହାସିକ ନିଷ୍ପତ୍ତି କହୁଥିବା ବେଳେ ଅନ୍ୟ କେହି ଏହାକୁ ଅସାମ୍ୱିଧାନିକ ବୋଲି କହୁଛନ୍ତି। ତେବେ ଧାରା ୩୭୦ର ଉଚ୍ଛେଦକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଖବର ସରବରାହ ସଂସ୍ଥା ଆଇଏଏନଏସକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଏହାକୁ ବିରୋଧ କରୁଥିବା ବ୍ୟକ୍ତି ଆତଙ୍କବାଦକୁ ସହାନୁଭୂତି ଦେଖାଉଛନ୍ତି ଏବଂ ପାକିସ୍ତାନକୁ […]

bhagat-singh-2
ସଂଗ୍ରାମୀଙ୍କ ରକ୍ତରେ ଭିଜା ଲାଲ୍‌ମାଟିକୁ ବୋତଲରେ ରଖି ପୂଜା କରୁଥିଲେ ଭଗତ୍‌ ସିଂ

ତାଙ୍କୁ ସେତେବେଳେ ମାତ୍ର ୧୨ ବର୍ଷ। ଶୁଣିବାକୁ ପାଇଥିଲେ ଜଲିଆନାୱାଲାବାଗ୍‌ ହତ୍ୟାକାଣ୍ଡ। ଘରେ ସ୍ଥିର ହୋଇ ବସି ପାରିଲେ ନାହିଁ। ସ୍କୁଲ ନ ଯାଇ ସିଧା ଚାଲିଲେ ଘଟଣାସ୍ଥଳକୁ। କୁନି ପିଲାଟି କ’ଣ ଭାବିଲା କେଜାଣି,  ଭାରତୀୟଙ୍କ ରକ୍ତରେ ଭିଜି ଯାଇଥିବା ଲାଲ୍‌ ମାଟି ଆଣି ଗୋଟିଏ ବୋତଲରେ ଭର୍ତ୍ତି କଲା । ଶେଷଯାଏ ସେହି ମାଟିକୁ ସେ ପୂଜା କରୁଥିଲା ପଲାଟି। ଜାଣନ୍ତି ସେ କିଏ ? ଏହି ବୀର ହେଉଛନ୍ତି ଭଗତ୍‌ ସିଂ। ସ୍ୱାଧୀନତା ସଂଗ୍ରାମର ଏହି […]

୧୨
ଏବେ ବି ଗୁଲାମଗିରିରୁ ମୁକୁଳି ନାହାନ୍ତି ପିମ୍ପୁଡ଼ି....ଜାଣନ୍ତୁ କିଛି ରୋଚକ କଥା

କେତେକ କ୍ଷେତ୍ରରେ ମଣିଷ ଓ ପିମ୍ପୁଡ଼ିଙ୍କ କାର୍ଯ୍ୟରେ ସାମଞ୍ଜସ୍ୟ ଦେଖାଯାଏ। ପିମ୍ପୁଡ଼ିମାନେ ମଣିଷଙ୍କ ଭଳି କାର୍ଯ୍ୟ କରନ୍ତି। ମଣିଷମାନଙ୍କ ଭଳି ଚାଷବାସ କରନ୍ତି, ଖାଦ୍ୟ ସଂଗ୍ରହ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରନ୍ତି ଓ ଶୃଙ୍ଖଳାରେ ଧାଡ଼ି ବାନ୍ଧି ଯା’ ଆସ କରନ୍ତି। ଖାଲି ସେତିକି ନୁହେଁ ଶତ୍ରୁ ଆକ୍ରମଣରୁ ରକ୍ଷା ପାଇବା ପାଇଁ ସୈନିକ ଭଳି ମିଳି ମିଶି ଆକ୍ରମଣ ମଧ୍ୟ କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ? ଏହିସବୁ କାର୍ଯ୍ୟ ଛଡ଼ା ପିମ୍ପୁଡ଼ି […]

train
ଟ୍ରେନ୍‌ର ଶେଷ ବଗି ଓ ସେଇ ‘X’ ଚିହ୍ନ

ନୂଆଦିଲ୍ଲୀ: ଦୈନନ୍ଦିନ ଜୀବନରେ ଏମିତି କିଛି ଦୃଶ୍ୟପଟ ଆସେ ଯାହାକୁ ଆମେ ନଜରଅନ୍ଦାଜ କରିଦେଇଥାଉ। ହେଲେ ଯେତେବେଳେ ତାହା ଦୃଷ୍ଟିକୁ ଆସେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରେ। କାହିଁକି ଏମିତି ହୋଇଛି, କଣ ପାଇଁ ହୋଇଛି…ଏମିତି କିଛି। ଛୋଟ ଉଦାହରଣଟିଏ। ଷ୍ଟେସନରେ ଛିଡ଼ା ହୋଇଥିବେ। ଭୟଙ୍କର ଶବ୍ଦ କରି ଯାତ୍ରୀଙ୍କୁ ନେଇ ଚାଲି ଯାଉଥିବ ଟ୍ରେନ।  କିଛି ସମୟ ପରେ ଆଖି ସାମ୍ନାରୁ ଅଦୃଶ୍ୟ ବି ହୋଇଯିବ। ଶେଷବଗିରେ ଥିବା ସେଇ  ବିରାଟ ‘X’ ଚିହ୍ନଟି […]

kashmir
ଜମ୍ମୁକାଶ୍ମୀର: ଧାଡ଼ିରେ ୨ ଘଣ୍ଟା, ଫୋନ୍‌ରେ ୨ ମିନିଟ୍‌

ଶ୍ରୀନଗର: ଦୀର୍ଘ ଦୁଇ ଘଣ୍ଟା କାଳ ଲମ୍ବା ଧାଡ଼ିରେ ଛିଡ଼ା ହେଲେ ଫୋନ୍‌ରେ ମାତ୍ର ୨ ମିନିଟ୍‌ କଥା ହେବାର ସୁଯୋଗ ମିଳୁଛି। କେହି କେହି ଧାଡ଼ିରେ ଅପେକ୍ଷା କରୁଥିବା ବେଳେ କାନ୍ଦୁଛନ୍ତି ତ ଆଉ କେହି ଫୋନରେ ନିଜର ପ୍ରିୟଜନଙ୍କ କଥା ଶୁଣି ଲୁହକୁ ଅଟକାଇ ପାରୁ ନାହାନ୍ତି। ଜମ୍ମୁ-କଶ୍ମୀର ଡେପୁଟି କମିଶନରଙ୍କ ଅଫିସରେ ଆଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। କାରଣ ଏଠାରେ ପ୍ରଶାସନ ପକ୍ଷରୁ କଶ୍ମୀର ବାସୀଙ୍କ ପାଇଁ ଫୋନର ବ୍ୟବସ୍ଥା କରାଯାଇଛି। […]