• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

vidya sinha
ଆଉ ନାହାନ୍ତି ବରିଷ୍ଠ ଅଭିନେତ୍ରୀ ବିଦ୍ୟା ସିହ୍ନା

ମୁମ୍ବାଇ: ବରିଷ୍ଠ ଫିଲ୍ମ ଓ ଟିଭି ଅଭିନେତ୍ରୀ ବିଦ୍ୟା ସିହ୍ନା ଆଉ ନାହାନ୍ତି। ପବିତ୍ର ସ୍ୱାଧୀନତା ଦିବସରେ ୭୧ ବର୍ଷୀୟ ବିଦ୍ୟା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ‘ପତି, ପତ୍ନୀ ଔର ୱ’ ଏବଂ ‘ଛୋଟିସି ବାତ” ଭଳି ଫିଲ୍ମରେ ବିଦ୍ୟା ଅଭିନୟ କରି ଵିପୁଳ ଲୋକପ୍ରିୟତା ହାସଲ କରିପାରିଥିଲେ। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ତାଙ୍କୁ କିଛି ଦିନ ତଳେ ମୁମ୍ବାଇର କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। […]

akhsya
ବିଦ୍ୟାଙ୍କ ଉପରକୁ ହାତ ଉଠାଇଲେ ଅକ୍ଷୟ ଆଉ ବିଦ୍ୟା ଦେଲେ ଏମିତି ଜବାବ୍...ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ:ବଲିଉଡ୍ ଷ୍ଟାର ଅକ୍ଷୟ କୁମାର, ବିଦ୍ୟା ବାଲାନ ଏବଂ ସୋନାକ୍ଷୀ ସିହ୍ନା ଅଭିନୀତ ଫିଲ୍ମ ମିଶନ ମଙ୍ଗଲ ରିଲିଜ ହୋଇଯାଇଛି। ଫିଲ୍ମରେ ସବୁ କଳାକାର ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଫିଲ୍ମ ରିଲିଜ ପରେ ଅକ୍ଷୟ କୁମାର ଆଉ ବିଦ୍ୟା ବାଲାନଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଚମକେଇ ଦେବା ପରି ହୋଇଛି । ସୋଶାଲ ମିଡିଆରେ ଏଇ ଭିଡିଓ ବେଶ ଭାଇରାଲ ହୋଇଛି। ଭଡିଓରେ ଅକ୍ଷୟ କୁମାର ବିଦ୍ୟା ବାଲାନଙ୍କ ଉପରକୁ ହାତ ଉଠାଇଛନ୍ତି। ବିଦ୍ୟା […]

india-pak
ପାକିସ୍ତାନରେ ବ୍ୟାନ ହେଲା ଭାରତୀୟ ବିଜ୍ଞାପନ

ଇସ୍‌ଲାମାବାଦ: ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଆରମ୍ଭ କରିଥିବା ତା’ର ଭାରତ ବିରୋଧୀ ଅଭିଯାନ ଜାରି ରଖିଛି। ଏହିକ୍ରମରେ ଆଜି ପାକିସ୍ତାନ ସରକାର ଭାରତରେ ପ୍ରଡ୍ୟୁସ ହୋଇଥିବା ସମସ୍ତ ପ୍ରକାରର ବିଜ୍ଞାପନ ଓ ଯେଉଁ ବିଜ୍ଞାପନରେ ଭାରତୀୟ କାଳକାର ଅଭିନୟ କରିଛନ୍ତି, ତା’ ଉପରେ ବ୍ୟାନ୍‌ ଲଗାଇଛି। ଏ ସମ୍ପର୍କରେ ପାକିସ୍ତାନ ଇଲେକଟ୍ରୋନିକ ମିଡିଆ ରେଗୁଲେଟୋରୀ ଅଥରିଟି (ପିଇଏମଆରଏ) ପକ୍ଷରୁ ଘୋଷଣା କରାଯାଇଛି। ପିଇଏମଆରଏ ପକ୍ଷରୁ କୁହାଯାଇଛି ଯେ, “ପିଇଏମଆରଏ ସଂଶୋଧନ ଆଇନ୍‌ ୨୦୦୨ର ସେକସନ୍‌ […]

sara
ମୋ ଭାଇ, ବେଷ୍ଟ ଭାଇ-ରକ୍ଷାବନ୍ଧନରେ ଇବ୍ରାହିମ୍‌ଙ୍କୁ ଏମିତି କହିଲେ ସାରା ଅଲି ଖାନ୍‌

ନୂଆଦିଲ୍ଲୀ: ପବିତ୍ର ରକ୍ଷା ବନ୍ଧନ ଅବସରରେ ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଭାଇ ଇବ୍ରାହିମ୍‌ ଅଲି ଖାନଙ୍କ ସହ ତାଙ୍କ ପିଲାବେଳର ଫଟୋ ଶେୟାର କରିଛନ୍ତି। ସାରା ଇବ୍ରାହିମ୍‌ଙ୍କୁ ବେଷ୍ଟ ଭାଇ ବୋଲି କହିବା ସହ ସାରା ଜୀବନ ତାଙ୍କୁ ହଇରାଣ କରିବେ ଏବଂ ସବୁବେଳେ ଏମିତି ବିରକ୍ତ କରୁଥିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।     View this post on Instagram   Happy Rakhi to my baby brother ???? […]

bina
ତୁମେ କାଶ୍ମୀରକୁ ଚାହିଁଥାଅ, ଆମେ କରାଚି ଓ ଲାହୋର ନେଇଯିବୁ-ପାକ୍‌ ଅଭିନେତ୍ରୀ ବୀଣା ମଲ୍ଲିକଙ୍କୁ ଏମିତି ଉତ୍ତର ଦେଲେ ୟୁଜର୍ସ

ନୂଆଦିଲ୍ଲୀ: ସବୁବେଳେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ସୋଶାଲ୍ ମିଡିଆରେ ଟ୍ରୋଲ୍ ହେଉଥିବା ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲିକ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏଥର ବୀଣା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି। ଏଥିରେ ସେ ‘ପାକିସ୍ତାନ ଜିନ୍ଦାବଦ୍‌’ ଓ ‘କଶ୍ମୀର ପାକିସ୍ତାନ’ ହେବ ବୋଲି ନାରା ଦେଇଛନ୍ତି। ତାଙ୍କର ଏହି ଭିଡିଓ ଦେଖିବା ପରେ ଭାରତୀୟ ଇନ୍‌ଷ୍ଟାଗ୍ରାମ୍ ୟୁଜର୍ସ ତାଙ୍କୁ ତୀବ୍ର ସମାଲୋଚନା କରିବା ସହିତ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର୍ […]

jk
ଜମ୍ମୁ-କାଶ୍ମୀରରେ ଶୁକ୍ରବାରଠାରୁ ସ୍ୱାଭାବିକ ହେବ ଲ୍ୟାଣ୍ଡଲାଇନ୍‌ ସେବା !

ନୂଆଦିଲ୍ଲୀ: ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପରେ ଲାଗୁ ହୋଇଥିବା କଟକଣା ଆଜି ମଧ୍ୟ ବଳବତ୍ତର ରହିଛି। ଅର୍ଥାତ ଜମ୍ମୁ-କଶ୍ମୀରରେ ମୋବାଇଲ, ଇଣ୍ଟରନେଟ୍‌ ଓ ଲ୍ୟାଣ୍ଡଫୋନ୍‌ ସେବା ବନ୍ଦ ରହିଛି। ତେବେ ଆସନ୍ତାକାଲି ଠାରୁ ଜମ୍ମୁ-କଶ୍ମୀରରେ ଲ୍ୟାଣ୍ଡଫୋନ୍‌ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। କିନ୍ତୁ ମୋବାଇଲ୍‌ ଫୋନ୍‌ ଓ ଇଣ୍ଟରନେଟ୍‌ ଉପରେ ପୂର୍ବଭଳି କଟକଣା ଜାରି ରହିବ। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡଫୋନକୁ […]

file photo
ଅଗଷ୍ଟ ୧୫: ଭାରତର ସ୍ୱାଧୀନତା ପାଇଁ କିଏ ବାଛିଥିଲେ ଏହି ତାରିଖ ?

ନୂଆଦିଲ୍ଲୀ: ଦୀର୍ଘ ସଂଗ୍ରାମ ପରେ ଭାରତ ତାର ସ୍ୱାଧୀନତା ହାସଲ କରିଥିଲା ୧୯୪୭ ଅଗଷ୍ଟ ୧୫ ତାରିଖରେ। ହେଲେ କିଏ ବାଛିଥିଲା ଏଇ ତାରିଖ ? ଏକଥା ସତ ଯେ, ଭାରତୀୟମାନେ  ବାଛି ନ ଥିଲେ ଏହି ତାରିଖ । ବରଂ ବିରୋଧ କରିଥିଲେ। କାରଣ ଏହି ଦିନର ତିଥି ଭାରତୀୟଙ୍କ ପାଇଁ ଆଦୌ ଭଲ ନ ଥିଲା। ତେବେ କିଏ ବାଛିଲା ଏହି ତାରିଖ ! ସେଦିନ ତାରିଖ ଥିଲା ୩ ଜୁନ୍‌ ୧୯୪୭ ମସିହା। […]

modi-12233
ଏଣିକି ତିନି ସେନା ମୁଖ୍ୟଙ୍କ ଉପରେ ରହିବେ ଆଉ ଜଣେ ମୁଖ୍ୟ

ନୂଆଦିଲ୍ଲୀ: ପୁଣି ଏକ ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ୭୩ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ମୋଦି ସେନା ବାହିନୀ ସମ୍ପର୍କରେ ନିଆଯାଇଥିବା ବଡ଼ ପଦକ୍ଷେପ ବିଷୟରେ ସୂଚନା ଦେଇଛନ୍ତି। ମୋଦିଙ୍କ ଘୋଷଣା ଅନୁଯାୟୀ, ଏଣିକି ତିନି ସେନା ବାହିନୀର ମୁଖ୍ୟଙ୍କ ଉପରେ ଆଉ ଜଣେ ମୁଖିଆ ରହିବେ। ଏହି ପଦବୀର ନାଁ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ(ଏସ୍‌ଡିଏସ୍‌) ରହିବ। ଏହି ଏସ୍‌ଡିଏସ୍‌ ତନି […]

modi
ଧାରା ୩୭୦ ଯଦି ଏତେ ମହତ୍ୱପୂର୍ଣ୍ଣ, ଆଜିଯାଏ ଅସ୍ଥାୟୀ ରଖାଯାଇଥିଲା କାହିଁକି -ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ଦେଶ ଆଜି ପାଳୁଛି ସ୍ୱାଧୀନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲ୍‌କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ ଧାରା ୩୭୦ ଉପରେ ମତ ଦେଇ କହିଛନ୍ତି, ବିଜେପି ମେଣ୍ଟ ସରକାର କ୍ଷମତାକୁ ୨ୟ ଥର ପାଇଁ ଆସିଲା ଏବଂ କ୍ଷମତାକୁ ଆସିବାର ୧୦ ସପ୍ତାହ ମଧ୍ୟରେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି।  ଧାରା ୩୭୦ ଉଠିବା ପରେ ଜମ୍ମୁ-କାଶ୍ମୀର ଓ ଲଦାଖବାସୀଙ୍କ ଆଶା ଆକାଂକ୍ଷା […]

imran
ଭାରତକୁ ଯୁଦ୍ଧ ଧମକ ଦେଲେ ଇମ୍ରାନ

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଆଜି ପାକିସ୍ତାନ ତା’ର ସ୍ୱାଧୀନତା ଦିବସ ପାଳନ କରୁଛି। ତେବେ ପାକିସ୍ତାନ ଏହି ଦିନଟିକୁ କଶ୍ମୀର ସଲିଡାରିଟି ଡେ’ ଭାବେ ନାମିତ କରିଛି। ଏହି ଅବସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତ ସହ ଯୁଦ୍ଧ କରିବାକୁ ଇସ୍‌ଲାମାବାଦ ପଛାଇବ ନାହିଁ ବୋଲି ଖୋଲାଖୋଲି ଧମକ ଦେଇଛନ୍ତି। ପାକ ଅଧିକୃତ କଶ୍ମୀର ବା ପିଓକରେ ଅନୁଷ୍ଠିତ […]

photo
ଦିଲ୍ଲୀରୁ ଗିରଫ, ଶ୍ରୀନଗରରେ ଗୃହବନ୍ଦୀ ହେଲେ ଏହି ରାଜନେତା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଭିନ୍ନ ବିରୋଧୀ ଦଳର ରାଜନେତାଙ୍କୁ ଅଟକ ରଖିବା ଅଭିଯାନ ଜାରି ରହିଛି। ଏହିକ୍ରମରେ ଜମ୍ମୁ-କଶ୍ମୀର ଆଇଏଏସ୍‌ ଟପ୍ପର ତଥା ରାଜନେତା ଶାହ ଫୈଜଲଙ୍କୁ ଆଜି ଗୃହବନ୍ଦୀ କରାଯାଇଛି। ଫୈଜଲ ପ୍ରଥମେ ପ୍ରଶାସନିକ ସେବାରେ ଚାକିରି କରିଥିଲେ। ହେଲେ ୨୦୧୯ ନିର୍ବାଚନ ପୂର୍ବରୁ ସେ ଚାକିରି ଛାଡ଼ି କଶ୍ମୀର ପାଇଁ ଲଢ଼େଇ କରିବା ଲକ୍ଷ୍ୟରେ ରାଜନୀତି ଆରମ୍ଭ କରିଥିଲେ। ଆଜି ସେ ଦିଲ୍ଲୀରୁ ଇସ୍ତାନବୁଲ ଯିବାର ଥିଲା। ହେଲେ ସେ […]

sports
ଶାରୀରିକ ଭିନ୍ନକ୍ଷମ ଟି-୨୦: ଇଂଲଣ୍ଡକୁ ନିଜ ମାଟିରେ ହରାଇ ଚାମ୍ପିୟନ୍‌ ହେଲା ଭାରତ

ଲଣ୍ଡନ: ଗୋଟିଏ ପଟେ ସମସ୍ତଙ୍କ ନଜର ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁଥିବା ତୃତୀୟ ଦିନିକିଆ ଉପରେ ରହିଥିଲା ବେଳେ ଅନ୍ୟପଟେ ଆଉ ଏକ ଭାରତୀୟ କ୍ରିକେଟ୍ ଟିମ୍ ଟାଇଟଲ୍ ଜିତିବାରେ ସଫଳ ହୋଇଛି। ଫିଜିକାଲ୍ ଡିଜାବିଲିଟି (ଶାରୀରିକ ଭିନ୍ନକ୍ଷମ) ଟି-୨୦ ୱାର୍ଲ୍ଡ ସିରିଜରେ ଭାରତ ୩୭ ରନରେ ଇଂଲଣ୍ଡକୁ ତା’ ନିଜ ମାଟିରେ ହରାଇ ଚାମ୍ପିୟନ୍ ହୋଇଛି। ଟି-୨୦ ସିରିଜର ଏହି ଫାଇନାଲ୍ ମୁକାବିଲା ଇଂଲଣ୍ଡର ୱର୍ସେଷ୍ଟରରେ ଖେଳାଯାଇଥିଲା। ଏହା ପୂର୍ବରୁ ଶେଷ ଗ୍ରୁପ୍ ମ୍ୟାଚରେ […]

film
୪୦୦ ଟିମ୍‌ ମେମ୍ବରଙ୍କୁ ସୁନା ମୁଦି ବାଣ୍ଟିଲେ ଦକ୍ଷିଣ ଭାରତର ଏହି ସୁପରଷ୍ଟାର

ଚେନ୍ନାଇ: ୪୦୦ ଲୋକଙ୍କୁ ସୁନା ମୁଦି ପ୍ରଦାନ କରିଛନ୍ତି ଦକ୍ଷିଣ ଭାରତୀୟ ଫିଲ୍ମର ଅନ୍ୟତମ ସୁପରଷ୍ଟାର୍ ଜୋସେଫ୍ ବିଜୟ ଚନ୍ଦ୍ରଶେଖର। ଆଉ ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି। ବିଜୟଙ୍କ ଅପ୍‌କମିଙ୍ଗ୍ ଫିଲ୍ମର ନାଁ ‘ବିଗିଲ’। ଯେଉଁ ୪୦୦ ଲୋକଙ୍କୁ ସେ ସୁନା ମୁଦି ଦେଇଛନ୍ତି, ସେମାନେ ସମସ୍ତେ ଏହି ଫିଲ୍ମର କ୍ର୍ୟୁ ମେମ୍ବର। ଏ ସଂପର୍କରେ ସେତେବେଳେ ଜଣାପଡ଼ିଲା ଯେତେବେଳେ ଏହି ଫିଲ୍ମର ଟିମ୍‌ର ସଦସ୍ୟମାନେ କିଛି ଫଟୋ ଓ ଭିଡିଓ ସୋଶାଲ୍ ମିଡିଆରେ […]

1
ଝିଅଙ୍କ ବିବାହ ବୟସସୀମା ୨୧କୁ ବୃଦ୍ଧି ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ଝିଅଙ୍କ ବିବାହ ପାଇଁ ବୟସସୀମା ୨୧କୁ ବୃଦ୍ଧି କରାଯାଉ। ଆଜି ସୁପ୍ରିମକୋର୍ଟରେ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଏଭଳି ଏକ ଆବେଦନ କରିଛନ୍ତି। ଆବେଦନରେ ସେ ଭାରତ ସରକାରକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି। ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ବାହାଘରକୁ ନେଇ ଝିଅଙ୍କ ବୟସ ସୀମା ୧୮ ରହିଥିବା ବେଳେ ପୁଅଙ୍କର ୨୧ ରହିଛି। ଏହା ପୁଅ ଏବଂ ଝିଅଙ୍କ ମଧ୍ୟରେ ଥିବା ସମାନତା, ସ୍ୱତନ୍ତ୍ରତା ଏବଂ ଗରିମାର ଉଲ୍ଲଂଘନ କରୁଛି ବୋଲି ସେ ଆବେଦନରେ […]