• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

sahid-new-house-gifted-by-villegers
ରାକ୍ଷୀପୂର୍ଣ୍ଣିମାରେ ସହିଦଙ୍କ ପତ୍ନୀଙ୍କୁ ଘର ଉପହାର ଦେଲେ ଗ୍ରାମବାସୀ

ଭୋପାଲ୍: ଗତକାଲି ଥିଲା ପବିତ୍ର ରକ୍ଷା ବନ୍ଧନ । ଏହି ଅବସରରେ ଭାଇମାନେ ରାକ୍ଷୀ ପିନ୍ଧିବା ପରେ ଭଉଣୀମାନଙ୍କୁ ଅନେକ ଉପହାର ଦେଇଥିଲେ। କିନ୍ତୁ ମଧ୍ୟପ୍ରଦେଶର ଏକ ଗାଁରେ ଏହାକୁ ଭିନ୍ନ ରୂପେ ପାଳନ କରାଯାଇଥିଲା। ଗାଁର ଜଣେ ସହିଦଙ୍କ ପତ୍ନୀଙ୍କୁ ଗ୍ରାମବାସୀ ଏକ ନୂଆ କୋଠା ଘର ଉପହାର ଦେଇଥିଲେ। ଆଉ ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି।  ହାବିଲଦାର ମୋହନ ସିଂହ ସୁନେର ୧୯୯୨ ମସିହାରେ ସହିଦ ହୋଇଥିଲେ। ତାଙ୍କ ଘର ମଧ୍ୟପ୍ରଦେଶ ଦେପଲପୁର […]

8472672
ଜମ୍ମୁ-କାଶ୍ମୀରରେ ସୋମବାର ଖୋଲିବ ସ୍କୁଲ, ଅଫିସ୍‌

ନୂଆଦିଲ୍ଲୀ: କାଶ୍ମୀରରେ ସୋମବାର ଦିନ ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟ ସବୁ ଖୋଲିଯିବ ବୋଲି ଜମ୍ମୁ-କଶ୍ମୀର ପ୍ରଶାସନର ଏକ ସୂତ୍ରରୁ ଜଣାପଡ଼ିଛି। ତେବେ ଲ୍ୟାଣ୍ଡଲାଇନ୍‌ ଏବଂ ମୋବାଇଲ ଫୋନ୍‌ ସେବା ଉପରେ ଥିବା କଟକଣା ବାବଦରେ ଏଯାଏ କୌଣସି ନିଷ୍ପତ୍ତି ହୋଇନି। ଏସବୁ ଅଞ୍ଚଳରେ ପ୍ରାୟ ୧୦ ଦିନରୁ ଅଧିକ କାଳ ଗଣମାଧ୍ୟମ କ୍ଷେତ୍ରରେ କଟକଣା ଲାଗି ରହିଥିବାବେଳେ ଆଗାମୀ କିଛି ଦିନ ମଧ୍ୟରେ ଏହା ମଧ୍ୟ ପ୍ରତ୍ୟାହାର କରାଯିବ ବୋଲି ଏହି ସୂତ୍ରରୁ ଜଣାପଡ଼ିଛି। ରାଜ୍ୟପାଳ […]

rajnath
ପରମାଣୁ ଅସ୍ତ୍ର ପ୍ରଥମେ ବ୍ୟବହାର କରିବୁ କି ନାହିଁ ପରିସ୍ଥିତି କହିବ: ରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ:  ବଦଳିପାରେ ଭାରତର ପରମାଣୁ ଅସ୍ତ୍ର ବ୍ୟବହାରର ନୀତି । ଭାରତ ପରମାଣୁ ଅସ୍ତ୍ର ପ୍ରଥମେ ବ୍ୟବହାର କରିବ ନାହିଁ- ଏହି ନୀତି ଆଜି ବି ଆମର ରହିଛି। ହେଲେ ଭବିଷ୍ୟତରେ କ’ଣ ହେବ ତାହା ସମୟ ହିଁ କହିବ ବୋଲି କହିଛନ୍ତି  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜସ୍ଥାନର ପୋଖରାନ ଗସ୍ତରେ ଯାଇଥିଲେ। ସେଠାରେ ସେ ବାଜପେୟୀଙ୍କୁ […]

Iltijajpeg
ଅମିତ୍‌ ଶାହଙ୍କୁ ଚିଠି ଲେଖି ବର୍ଷିଲେ ମୁଫତିଙ୍କ ଝିଅ ଇଲ୍‌ତିଜା

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲତିଜା ଜାଭେଦ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ କହିଛନ୍ତି ତାଙ୍କ ମାଆଙ୍କୁ ଗିରଫ କରାଯିବାର କିଛି ସମୟ ପରେ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ଏହା ମାନବାଧିକାରର ଉଲ୍ଲଙ୍ଘନ ବୋଲି ସେ ଚିଠିରେ ଦର୍ଶାଇଛନ୍ତି।ଇଲତିଜା କହିଛନ୍ତି ମିଡିଆରେ ତାଙ୍କ ମା’ ନିଜର ମନ୍ତବ୍ୟ ଦେବାକୁ ଚେଷ୍ଟା କରିବାରୁ ତାଙ୍କୁ ଏବେ ତା’ର ପରିଣାମ ଭୋଗିବାକୁ ପଡ଼ୁଛି। ସେ କହିଛନ୍ତି, […]

Imran-Khan_169024
ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନକୁ ଝଟ୍‌କା: ଗୁପ୍ତ ବୈଠକରେ ମିଳିଲାନି ସମର୍ଥନ

ନୂଆଦିଲ୍ଲୀ:  ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ପୂର୍ବରୁ ପାକିସ୍ତାନକୁ ଝଟକା। ଚାଇନାକୁ ଛାଡ଼ି ଅନ୍ୟ କୌଣସି ଦେଶ ପାକିସ୍ତାନକୁ ସମର୍ଥନ କରିବେ ନାହିଁ ବୋଲି ବୈଠକ ପୂର୍ବରୁ ଅନୁଷ୍ଠିତ ଏକ ଗୁପ୍ତ ବୈଠକରେ ସଦସ୍ୟ ରାଷ୍ଟ୍ର ସ୍ପଷ୍ଟ କରିଥିଲେ । ଫଳରେ ପାକିସ୍ତାନକୁ ପୁଣି ଥରେ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ହେବାକୁ ପଡ଼ିଛି। ପାକିସ୍ତାନ ପାଇଁ ତା’ର ମିତ୍ର ରାଷ୍ଟ୍ର ଚାଇନା ଏହି ଗୁପ୍ତ ଅନୌପଚାରିକ ବୈଠକର […]

Prabhas_2
ଅନୁଷ୍କାଙ୍କୁ ନେଇ ମୁହଁ ଖୋଲିଲେ ପ୍ରଭାସ୍‌

ମୁମ୍ୱାଇ: ସାଉଥ୍‌ ସୁପର୍‌ଷ୍ଟାର୍‌ ପ୍ରଭାସ ବର୍ତ୍ତମାନ ତାଙ୍କର ନୂଆ ଫିଲ୍ମ ‘ସାହୋ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ୩୫୦ କୋଟି ଟଙ୍କା ବଜେଟ୍‌ରେ ତିଆରି ହୋଇଥିବା ଏହି ଥ୍ରିଲର୍‌ ଫିଲ୍ମ ଅଗଷ୍ଟ ୩୦ ତାରିଖରେ ରିଲିଜ୍‌ ହେବ। ତେବେ ଫିଲ୍ମ ‘ସାହୋ’ ସହ ଅନୁଷ୍କା ସେଟ୍ଟିଙ୍କ ସହିତ ତାଙ୍କର ରିଲେସନ୍‌ସିପ୍‌କୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଶୁଣିବାକୁ ମିଳିଥିଲା ଯେ ଅନୁଷ୍କା ଓ ପ୍ରଭାସ ଲସ୍‌ ଏଞ୍ଜେଲସ୍‌ରେ ଏକ ଭଲ ଘର ଖୋଜୁଛନ୍ତି। ଏପରିକି ଅନୁଷ୍କାଙ୍କ […]

SupremeCourt
ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ: ଆବେଦନକାରୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଧାରା ୩୭୦ପ୍ରସଙ୍ଗରେ ପିଟିସନକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ଭର୍ତ୍ସନା କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଆବେଦନ ହୋଇଥିବା ୬ଟି ପିଟିସନ ମଧ୍ୟରୁ ୪ଟିକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇଥିଲେ ଖଣ୍ଡପୀଠ। ଏପରିକି ଇଏ କିଭଳି ପିଟିସନ ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ ବୈଷୟିକ ଦୃଷ୍ଟିକୋଣରୁ ପିଟିସନ ଖାରଜ କରାଯାଇ […]

adnana sami
କାଶ୍ମୀର ଭାରତର, ତୁମେ ମୁଣ୍ଡ ଖେଳାଅ ନାହିଁ: ପାକିସ୍ତାନୀଙ୍କୁ ଏମିତି ଜବାବ ଦେଲେ ଅଦ୍‌ନାନ୍‌

ମୁମ୍ବାଇ: ପାକିସ୍ତାନ ବାୟୁ ସେନା ପାଇଲଟ୍‌ଙ୍କ ପୁଅ ତଥା ବଲିଉଡ୍‌ ଗାୟକ ଅଦ୍‌ନାନ୍ ସାମି ଏବେ ଖୁବ୍‌ ଚର୍ଚ୍ଚାରେ। ଏଥର ଚର୍ଚ୍ଚା ତାଙ୍କ ଗୀତକୁ ନେଇ ନୁହେଁ ବରଂ ପାକିସ୍ତାନୀଙ୍କୁ ସେ ଦେଇଥିବା କଡ଼ା ଜବାବ୍‌ ପାଇଁ । ୩ ବର୍ଷ ହେଲାଣି ସପରିବାରେ ଭାରତରେ ରହୁଛନ୍ତି ଅଦ୍‌ନାନ୍‌ । ୨୦୧୬ରୁ ତାଙ୍କୁ ଭାରତର ନାଗରିକତ୍ୱ ମିଳିସାରିଛି। ବିଭିନ୍ନ ପ୍ରସଙ୍ଗରେ ସେ ଭାରତକୁ ସମର୍ଥନ କରନ୍ତି ଓ ସେଥିପାଇଁ ପାକିସ୍ତାନୀମାନେ ତାଙ୍କ ଉପରେ ଖୁବ୍ ରାଗନ୍ତି ଏବଂ […]

kashmir
ପାକିସ୍ତାନ ଦାବିକୁ ଖଣ୍ଡନ କଲା ଭାରତ: କୌଣସି ଭାରତୀୟ ଯବାନ ସହିଦ୍ ହୋଇ ନାହାନ୍ତି

ନୂଆଦିଲ୍ଲୀ: ଗତକାଲି ଭାରତୀୟ ଯବାନ ପାକିସ୍ତାନର ୩ ଯବାନଙ୍କ ମୁଣ୍ଡ ଗଡ଼ାଇଥିଲେ। ଏହାପରେ ପାକିସ୍ତାନ ଦାବି କରିଥିଲା ଯେ ୫ ଭାରତୀୟ ଯବାନ ମଧ୍ୟ ପାକିସ୍ତାନ ସେନାର ଗୁଳିରେ ନିହତ ହୋଇଛନ୍ତି। ପାକିସ୍ତାନର ଏଭଳି ଅଭିଯୋଗକୁ ଭାରତୀୟ ସେନା ଭିତ୍ତିହୀନ କହିବା ସହିତ ଖଣ୍ଡନ କରିଛି। ସୂଚନାଯୋଗ୍ୟ, ଗତକାଲି ଦେଶରେ ସ୍ୱାଧୀନତା ଦିବସ ପାଳନ ହେଉଥିବା ବେଳେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଯାହାର କଡ଼ା ଜବାବ ଦେଇଥିଲେ ଭାରତୀୟ ସେନା। ଏଥିରେ ୩ ପାକିସ୍ତାନୀ […]

chidambaram
ମୋଦିଙ୍କର ଏହି ତିନୋଟି କଥାକୁ ଭରପୂର ପ୍ରଶଂସା କଲେ ଚିଦାମ୍ବରମ...

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ ପ୍ରଧାନମନ୍ତ୍ରୀ ମୋଦି ତଥା ତାଙ୍କ ସରକାରଙ୍କର ଜଣେ ବଡ଼ ସମାଲୋଚକ। ସଂସଦ ଭବନ ହେଉ ବା ଗଣମାଧ୍ୟମ, ମୋଦି ସରକାରଙ୍କ ପ୍ରତ୍ୟେକ ଆର୍ଥିକ ନୀତିକୁ କଡ଼ା ସମାଲୋଚନା କରୁଥିବା ବ୍ୟକ୍ତି କହିଲେ ଚିଦାମ୍ବରମଙ୍କୁ ହିଁ ସମସ୍ତେ ଜାଣନ୍ତି। ହେଲେ ଆଜି ମୋଦିଙ୍କୁ ଭୂରିୟସୀ ପ୍ରଶଂସା କରିଛନ୍ତି ଚିଦାମ୍ବରମ। ତାଙ୍କର ଏହି ପ୍ରଶଂସା ଶୁଣିଲେ ତ କେହି ସହଜରେ ବିଶ୍ୱାସ କରିବେ ନାହିଁ। ତଥାପି କଥାଟା ସତ। ସ୍ୱାଧୀନତା ଦିବସ ପାଳନ ଅବସରରେ […]

goenda
ଅଭିଯୁକ୍ତକୁ ଧରିବା ପାଇଁ ଗୁଇନ୍ଦା ଅଧିକାରୀ ପରିବା ବିକିଲେ

ଇନ୍ଦୋର: ସ୍ୱାଧୀନତା ଦିବସ ପାଳନର ଦୁଇ ଦିନ ପୂର୍ବରୁ ୨୦୧୪ ବର୍ଦ୍ଧମାନ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଜହିରୁଲ ଶେଖକୁ ଏନଆଇଏ ଗିରଫ କରିବାରେ ସକ୍ଷମ ହୋଇଛି। ଦୀର୍ଘ ବର୍ଷ ଧରି ଜହିରୁଲକୁ ତଦନ୍ତ ଅଧିକାରୀ ଠାବ କରିବାରେ ବିଫଳ ହୋଇଥିବା ବେଳେ ଶେଷରେ ତାକୁ ଗିରଫ କରିଛି ଜାତୀୟ ଅନୁସନ୍ଧାନ ସଂସ୍ଥା ବା ଏନଆଇଏ। ରୀତିମତ ଫିଲ୍ମି ଅନ୍ଦାଜରେ ଏନଆଇଏ ଜହିରୁଲକୁ  ଗିରଫ କରିବାରେ ସକ୍ଷମ ହୋଇଛି। ଏନଆଇଏ ଏହି ବିସ୍ଫୋରଣ ମାମଲାର ତଦନ୍ତ […]

Venkatesh
୧୨ ବର୍ଷ ବାଳକର ସାହସ-ବନ୍ୟା ପାଣିରେ ପଶି ଆମ୍ବୁଲାନ୍ସକୁ ରାସ୍ତା ଦେଖାଇଲା

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ବନ୍ୟା ବେଳେ ଏକ ଆମ୍ବୁଲାନ୍ସକୁ ପାଣି ଭିତରେ ରାସ୍ତା ଦେଖାଇ ପୁରସ୍କୃତ ହୋଇଛି ୧୨ ବର୍ଷର ବାଳକ ଭେଙ୍କଟେଶ। ସେ ଏବେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଛି। ୭୩ ତମ ସ୍ୱାଧୀନତା ଦିବସ ଅବସରରେ କର୍ଣ୍ଣାଟକାର ରାଇଚୁର ଜିଲ୍ଲା ପ୍ରଶାସନ ଭେଙ୍କଟେଶକୁ ପୁରସ୍କୃତ କରିଛି। ରାଇଚୁର ଜିଲ୍ଲାର ହିରେରୟାନକୁମ୍ପି ଗାଁର ରାସ୍ତା ଘାଟ ବନ୍ୟା ବେଳେ ସମ୍ପୁର୍ଣ୍ଣ ବୁଡ଼ି ଯାଇଥିଲା। ଏହି ସମୟରେ ଭେଙ୍କଟେଶ ବନ୍ୟା ପାଣିରେ ଡୁବିଯାଇ ଥିବା ରାସ୍ତା ଉପରେ ପହଁରି […]

crocodile
ଗୋଟା ତରଭୁଜକୁ ଏମିତି ଗୁଣ୍ଡ କଲା କୁମ୍ଭୀର, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପାଣିରେ ଥିବା ଏକ ବିରାଟ କୁମ୍ଭୀର କେମିତି ଗୋଟିଏ ଝାମ୍ପରେ ତରଭୁଜକୁ ଛିନଛତର କରୁଛି, ତା’ର ଦୃଶ୍ୟ ଏହି ଭିଡିଓରେ ରହିଛି। ଏହି ଭିଡିଓକୁ ଫ୍ଲରିଡାର ସେଣ୍ଟ ଅଗଷ୍ଟାଇନ୍‌ ଆଲିଗେଟର ଫାର୍ମ ଜୁଅଲଜିକାଲ ପାର୍କ ପକ୍ଷରୁ ଫେସବୁକ୍‌ରେ ପୋଷ୍ଟ କରାଯାଇଛି। ଆମେରିକାର ସବୁଠାରୁ ବଡ଼ କୁମ୍ଭୀର କେମିତି ଫଳ ଭଳି ନିରାମିଷ ଖାଦ୍ୟ ପ୍ରତି ଆଗ୍ରହ ଦେଖାଉଛି, ସେକଥା ଦେଖିବାକୁ ମିଳିଛି। ଭିଡିଓରେ, କୁମ୍ଭୀରଟି ପ୍ରଥମେ […]

hardik-patel.
ନିର୍ବାଚନୀ ସଭାରେ ହାର୍ଦ୍ଦିକଙ୍କୁ ଚାପୁଡ଼ା ମାଡ଼

ଗାନ୍ଧିନଗର: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଆକ୍ରମଣ। ଗୁଜରାଟର ସୁରେନ୍ଦ୍ରନଗରରେ ଜନ ଆକ୍ରୋଶ ସଭାରେ ହାର୍ଦ୍ଦିକ ଭାଷଣ ଦେଉଥିବା ବେଳେ ଜଣେ ଅଜଣା ବ୍ୟକ୍ତି ହଠାତ୍‌ ତାଙ୍କ ନିକଟକୁ ଆସି ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଏହି ଘଟଣା ପରେ କଂଗ୍ରେସ ସମର୍ଥକ ଓ ଆକ୍ରମଣକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଥିବା କଂଗ୍ରେସ କର୍ମୀମାନେ ମାଡ଼ ମାରିଥିବା ଯୁବକଙ୍କୁ କାବୁ କରିଥିଲେ। ତେବେ କେଉଁ କାରଣ ପାଇଁ ହାର୍ଦ୍ଦିକଙ୍କ ଉପରେ ଆକ୍ରମଣ […]