ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଉପରେ ଫିଲ୍ମ ନିର୍ମାଣ ହେବ। ଏନ୍.ପି ଉଲ୍ଲେଖଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଦ ଅନ୍ଟୋଲ୍ଡ ବାଜପେୟୀ’ ଆଧାରରେ ଏହି ଫିଲ୍ମ ନିର୍ମାଣ ହେବ। ଏହି ପୁସ୍ତକରେ ବାଜପେୟୀଙ୍କର ପିଲାଦିନ ଓ କଲେଜ ଜୀବନ ସଂପର୍କରେ ଅନେକ କଥା ରହିଛି। ତା’ ସହିତ ରାଜନେତା ହିସାବରେ ତାଙ୍କ ଜୀବନ ସହିତ ଜଡ଼ିତ ଅନେକ ଘଟଣା ସଂପର୍କରେ ଏ ବହିରେ ଲେଖା ହୋଇଛି। ଏହି ପୁସ୍ତକରେ ଥିବା ତଥ୍ୟ ଆଧାରରେ […]
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଏହି ପ୍ରସଙ୍ଗକୁ ନେଇ ବୟାନବାଜି ଜାରି ରଖିଛି। ଏହାରି ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। କେନ୍ଦ୍ର ସରକାରଙ୍କ ଅନେକ ନୀତିକୁ ସେ ସମର୍ଥନ କରିନଥାଇ ପାରନ୍ତି କିନ୍ତୁ କଶ୍ମୀର ଭାରତର ଅନ୍ତରୀଣ ମାମଲା ବୋଲି ଆଜି ଟୁଇଟ୍ କରି ସେ ମତ ରଖିଛନ୍ତି। ଏଥିରେ ପାକିସ୍ତାନ କି ଅନ୍ୟ ଦେଶ ମୁଣ୍ଡ ପୁରାଇବା ଉଚିତ୍ ନୁହେଁ ବୋଲି […]
ପ୍ୟାରିସ୍: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଂ (Emmanuel Macron) ତାଙ୍କର ଅସାଧାରଣ ପ୍ରେମ କାହାଣୀକୁ ନେଇ ବେଶ୍ ଚର୍ଚ୍ଚିତ। ସୋମବାର ବ୍ରାଜିଲ୍ ରାଷ୍ଟ୍ରପତି ତାଙ୍କ ପତ୍ନୀଙ୍କ ପ୍ରତି କିଛି ଅଶାଳୀନ ଟିପ୍ପଣୀ ଦେଇଥିଲେ, ଯାହାକୁ ମାକ୍ରୋଂ ଖୁବ୍ ସମାଲୋଚନା କରିଥିଲେ। ସେ ବ୍ରାଜିଲ ରାଷ୍ଟ୍ରପତିଙ୍କ ଅତିରିକ୍ତ ବୟାନଙ୍କୁ ନିନ୍ଦା କରିବା ସହ କହିଥିଲେ ଏହା ମହିଳାଙ୍କ ସମ୍ମାନବିରୁଦ୍ଧ ଅଟେ। ବ୍ରାଜିଲର ରାଷ୍ଟ୍ରପତି ବୋଲ୍ସନାରୋ ଏକ ସୋଶାଲ ମିଡିଆରେ ମାକ୍ରୋଂ ଏବଂ ତାଙ୍କ ପତ୍ନୀ ବ୍ରିଗିଟେ ମାକ୍ରୋଂଙ୍କ ମଧ୍ୟରେ […]
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କ୍ଷମତାସୀନ ଅରବିନ୍ଦ କେଜ୍ରିୱାଲ ଆଜି ନିଜର ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବାକୁ ବଡ଼ ଘୋଷଣା କରିଛନ୍ତି। ପୂର୍ବରୁ ୨୦୦ ୟୁନିଟି ଯାଏ ବିଜୁଳି ଜାଳିଲେ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏବେ ଆଉ ବଡ଼ ପଦକ୍ଷେପ ନେଇଛନ୍ତି। ଏବେ ସେ ଦିଲ୍ଲୀବାସୀଙ୍କୁ ବାକି ରହିଥିବା ପାଣି ବିଲ୍ରୁ ମୁକ୍ତ କରିବା ପାଇଁ ଘୋଷଣା କରିଛନ୍ତି। ଅର୍ଥାତ ପାଣି ବିଲ୍ର ଅର୍ଥ ବକେୟା […]
ଶାହାଜାହାନପୁର: ଉତ୍ତର ପ୍ରଦେଶର ଶାହାଜାହାନପୁରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍ ପ୍ରଥମେ ଗୋଟିଏ ଅଟୋ ଏବଂ ଭ୍ୟାନ୍କୁ ଧକ୍କା ଦେଇ ଓଲଟି ପଡ଼ିଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ଆଜି ସକାଳୁ ଜମକା କ୍ରସିଂ ଠାରେ ଏକ ଦ୍ରୁତଗାମୀ ଟ୍ରକ୍ ଯାଉଥିଲା। ତେବେ ଏହା ଭାରସାମ୍ୟ ହରାଇ […]
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ରବିବାର ନୂଆଦିଲ୍ଲୀର ନିଗମବୋଧଠାରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହୋଇଛି। ଏହି ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଉପରାଷ୍ଟ୍ରପତିଙ୍କ ଯାଏ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ତେବେ ଜେଟଲୀଙ୍କ ଅନ୍ତିମ ସଂସ୍କାର ସ୍ଥଳରୁ ୧୧ ଜଣଙ୍କ ମୋବାଇଲ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ୧୧ ଜଣଙ୍କ ମଧ୍ୟରେ ବିଜେପି ସାଂସଦ ବାବୁଲ ସୁପ୍ରିଓ ଏବଂ ପତଞ୍ଜଳିର ମୁଖପାତ୍ର ଏସ୍କେ ତିଜରୱାଲା […]
ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ଫସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ସାଂସଦ ପି ଚିଦାମ୍ବରମଙ୍କ ସମ୍ପର୍କରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଚିଦାମ୍ବରମ ଏବଂ ଏହି ମାମଲାର ଅନ୍ୟ ଅଭିଯୁକ୍ତମାନେ ବିଦେଶରେ ସମ୍ପତ୍ତି କିଣିବା ସହ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ ବୋଲି ଘଟଣାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜାଣିବାକୁ ପାଇଛି। ଇଡି ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରୁ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଇଡି କହିଛି ଯେ ଚିଦାମ୍ବରମ ଏବେ […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଶେଷ ହିନ୍ଦୁ ରାଜା ହରି ସିଂ। ହେଲେ କାଶ୍ମୀରର ଶେଷ ହିନ୍ଦୁ ରାଣୀ କିଏ ? ବୋଧହୁଏ କେହି ଜାଣି ନ ଥିବେ। ଖୁବ୍ ଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି କାଶ୍ମୀରରେ ଶାସନ କରୁଥିବା ଶେଷ ରାଣୀଙ୍କ ଉପରେ ଫିଲ୍ମ । ଏହି ଫିଲ୍ମକୁ ରିଲାଏନ୍ସ ଏଣ୍ଟରଟେନ୍ମେଣ୍ଟ ଏବଂ ମଧୁ ମଣ୍ଟେନା ଉଭୟେ ମିଶି ପ୍ରସ୍ତୁତ କରିବେ। ୧୪ ଶତବ୍ଦୀରେ କାଶ୍ମୀରରେ ଶାସନ କରୁଥିଲେ ଶେଷ ହିନ୍ଦୁ ରାଣୀ କୋଟା ରାଣୀ। କୋଟା ରାଣୀ […]
ନୂଆଦିଲ୍ଲୀ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଫ୍ରାନ୍ସ ଜି-୭ରେ ସମ୍ମିଳନୀରେ ସାକ୍ଷାତ ହୋଇଥିଲା। ଦୁଇ ନେତାଙ୍କର ଏହି ସାକ୍ଷାତକାର ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ବେଶ୍ ଗୁରୁତ୍ୱ ବହନ କରୁଥିଲା। ବିଶେଷ କରି ଭାରତ-ପାକିସ୍ତାନ ପାଇଁ। କାରଣ ଏହି ସାକ୍ଷାତ ସମୟରେ ଟ୍ରମ୍ପ ମୋଦିଙ୍କ ସହ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କହିଥିଲେ। ପାକିସ୍ତାନ ବେଶ ଉତ୍ସାହର ସହ ଏହି ସାକ୍ଷାତକାରକୁ ଚାହିଁ ବସିଥିଲା। ହେଲେ ଟ୍ରମ୍ପ […]
ପୁଞ୍ଚ: ଭାରତରେ ହିଂସା ସୃଷ୍ଟି କରିବାକୁ ପାକିସ୍ତାନ ଏବେ ଫୁଲ ଦମରେ ଲାଗିପଡ଼ିଛି। ସୋମବାର ବିଳମ୍ବିତ ରାତିରେ ପାକିସ୍ତାନ ସେନା ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ପ୍ରବଳ ଗୁଳିମାଡ଼ କରିଛି। ଦୁଇ ଜଣ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ସେନା ପୁଞ୍ଚ ଜିଲ୍ଲାର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଏଭଳି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିବା ଜଣାପଡ଼ିଛି। ତେବେ ଭାରତୀୟ ସେନା ଅନୁପ୍ରବେଶ କରିଥିବା ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ ଧରିବା […]
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦେହାନ୍ତ ବେଳେ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ୱଦେଶ ଫେରିଛନ୍ତି। ସେ ଭାରତରେ ପହଞ୍ଚିବା କ୍ଷଣି ବନ୍ଧୁ ଜେଟଲୀଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ମୋଦି ଦିଲ୍ଲୀଠାରେ ଥିବା ଜେଟଲୀଙ୍କ ବାସଭବନରେ ପହଞ୍ଚିବା ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସେଠାରେ ପହଞ୍ଚି ସାରିଥିଲେ। ମୋଦି ଓ ଶାହ ସେଠାରେ ଜେଟଲୀଙ୍କ ପତ୍ନୀ, ଝିଅ ଓ ପୁଅଙ୍କ ସହ ଦୀର୍ଘ ସମୟ […]
ଭୁବନେଶ୍ୱର: ୧୯୮୮ ମସିହରେ ରିଲିଜ୍ ହୋଇଥିଲା ଓଡ଼ିଆ ଫିଲ୍ମ ‘ଲାଲ୍ପାନ୍ ବିବି’। ଏହି ଫିଲ୍ମ ସେତେବେଳେ ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଚିରସବୁଜ ଅଭିନେତ୍ରୀ ମହେଶ୍ୱତା। ତାଙ୍କୁ ଏଥିରେ ଡବଲ୍ ରୋଲ୍ ବା ଜାଆଁଳା ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ତାଙ୍କ ସହିତ ପ୍ରଶାନ୍ତ ନନ୍ଦ ଥିଲେ। ମହେଶ୍ୱତାଙ୍କ ଅଭିନୟ ସହିତ ଲୋକେ ଫିଲ୍ମଟିକୁ ମଧ୍ୟ ବେଶ୍ ଭଲ ପାଇଥିଲେ। ଆଉ ଦୀର୍ଘ ୩୧ ବର୍ଷ ପରେ […]
ଭୁବନେଶ୍ୱର: ଅଫିସ୍ କାମର ପ୍ରେସର, ଅଧିକ ମାତ୍ରାରେ ଫାଷ୍ଟ୍ଫୁଡ୍ ଖାଇବା, ଧୂମପାନ କରିବା ଓ ମଦ ପିଇବା ଯୋଗୁ ଆଜିର ଯୁବପିଢ଼ି ମାରାତ୍ମକ ହୃଦରୋଗର ଶିକାର ହେଉଛନ୍ତି। ଯୁବାବସ୍ଥାରେ ଏହି ମାରାତ୍ମକ ରୋଗଠାରୁ ଦୂରେଇ ରହିବା ଆବଶ୍ୟକ। ତେବେ ଏଥିପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ଓ ଜଣେ ବ୍ୟକ୍ତିଙ୍କୁ ହୃଦ୍ଘାତ ବା ହାର୍ଟ ଆଟାକ୍ ଆସିଲେ ସଙ୍ଗେ ସଙ୍ଗେ କ’ଣ ପଦକ୍ଷେପ ନେବା ଉଚିତ୍, ଏହାକୁ ନେଇ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର […]
ବିଏରିଜ୍: ଫ୍ରାନ୍ସରେ ଆୟୋଜିତ ଜି-୭ ସମ୍ମିଳନୀରେ ଅତିଥି ଭାବେ ଯୋଗ ଦେଇ ଭାରତର ପ୍ରତିନିଧିତ୍ୱ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇଛନ୍ତି। ପାକିସ୍ତାନ ଜମ୍ମୁ-କାଶ୍ମୀର ପ୍ରସଙ୍ଗକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଯେଉଁ ଅପପ୍ରୟାସ କରୁଥିଲା, ତା’କୁ ଜବରଦସ୍ତ ଝଟ୍କା ଲାଗିଛି। ଆଜି ଜି-୭ ସମ୍ମିଳନୀ ଅବସରରେ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦୀର୍ଘ ସମୟଧରି କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ପୂର୍ବରୁ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ […]
ଭୁବନେଶ୍ୱର : ବର୍ଷା ଦିନେ ଭଲ ଖରା ନ ହେଲେ ଲୁଗାପଟା ଭଲ ଭାବେ ଶୁଖି ପାରେ ନାହିଁ। ବର୍ଷା ଲାଗି ରହିଲେ ପ୍ରାୟ ସମସ୍ତେ ଘର ଭିତରେ ଲୁଗାପଟା ଶୁଖାଇ ଥା’ନ୍ତି। ତେବେ ଫ୍ୟାନ୍ ଦେଲେ ବି ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁ ଲୁଗାପଟା ଏତେ ଶୀଘ୍ର ଶୁଖେ ନାହିଁ। ଆଉ ଅଧିକ ସମୟ ଧରି ଓଦା ରହିବା ଯୋଗୁ ସେଥିରୁ ଏକ ପ୍ରକାରର ଦୁର୍ଗନ୍ଧ ଆସିଥାଏ। ତେଣୁ ସେଗୁଡ଼ିକୁ ପିନ୍ଧି ବାହାରକୁ ଗଲେ ନିଜକୁ […]
ନୂଆଦିଲ୍ଲୀ: ଫ୍ରାନ୍ସରେ ଚାଲିଥିବା ଜି-୭ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଜି ଭେଟଘାଟ ହୋଇଛି। ଏହି ଭେଟଘାଟକୁ ନେଇ ଅସୁରକ୍ଷିତ ମନେ କରିଛି ପାକିସ୍ତାନ। ଏଥିପାଇଁ ଏବେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରେ ଦେଖାଦେଇଥିବା ସମସ୍ୟା ବାବଦରେ ପାକିସ୍ତାନବାସୀଙ୍କୁ ନିଜର ମନର କଥା କହିବେ ଇମ୍ରାନ୍। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସୂଚନା ଏବଂ […]
ବିରୁଟ୍: ଆମେରିକା ଓ ଇସ୍ରାଏଲ ଦ୍ୱାରା ଆତଙ୍କୀ ସଂଗଠନ ଘୋଷିତ ହୋଇଥିବା ହେଜବୋଲା ଖୋଲାଖୋଲି ଆକ୍ରମଣ ପାଇଁ ଧମକ ଦେଇଛି। ସିରିଆର ଇହୁଦି ପ୍ରଦେଶରେ ଇରାନ ଆକ୍ରମଣ କରିବ ବୋଲି ଇସ୍ରାଏଲ ଆଶଙ୍କା କରିଥିଲା। ଏହାକୁ ପ୍ରତିରୋଧ କରିବା ପାଇଁ ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ତେବେ ଏହି ଏୟାର ଷ୍ଟ୍ରାଇକ୍ରେ ଦୁଇ ଜଣ ହେଜବୋଲା ସଦସ୍ୟ ପ୍ରାଣ ହରାଇଥିବାରୁ ସଂଗଠନ ମୁଖ୍ୟ ଏହାର ବଦଲା ନେବାକୁ ପଣ କରିଛନ୍ତି। ସଂଗଠନର ମୁଖ୍ୟ ହାସନ ନଶରାଲ୍ଲା […]
ନୂଆଦିଲ୍ଲୀ: ୨୨ ବରିଷ୍ଠ ଟ୍ୟାକ୍ସ ଅଧିକାରୀଙ୍କୁ କେନ୍ଦ୍ର ସରକାର ବିଦା କରିଛନ୍ତି। ଦୁର୍ନୀତି ଏବଂ କେତେକ ମାମଲାକୁ ଜାଣିଶୁଣି ଭୁଲ ଢ଼ଙ୍ଗରେ ନେବା ଅଭିଯୋଗରେ ୨୨ ଜଣ ବରିଷ୍ଠ ଟ୍ୟାକ୍ସ ଅଧିକାରୀଙ୍କୁ ଧାରା ୫୬(J) ଅନୁଯାୟୀ ବାଧ୍ୟତାମୂଳକ ଅବସର ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସମାନ ଅଭିଯୋଗରେ ୨୭ ଜଣ ବରିଷ୍ଠ ଆଇଆରଏସ ଅଧିକାରୀଙ୍କୁ କେନ୍ଦ୍ର ସରକାର ବିଦା କରିଥିଲେ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୟାକ୍ସ କ୍ଷେତ୍ରରେ ‘ଜିରୋ ଦୁର୍ନୀତି’ ଉପରେ ଗୁରୁତ୍ୱ ଦେଇ […]
ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମଙ୍କୁ ଆଜି ଜୋରଦାର ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଅଗ୍ରୀମ୍ ଜାମିନ ଆବେଦନକୁ ଖାରଜ୍ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଯେହେତୁ ସେ ସିବିଆଇ ଦ୍ୱାରା ଗିରଫ ହୋଇସାରିଛନ୍ତି, ସେ କ୍ଷେତ୍ରରେ ଆଗୁଆ ଜାମିନ ଆବେଦନର ଯୌକ୍ତିକତା ନାହିଁ। ଏଣିକି ସେ ରେଗୁଲାର ଜାମିନ୍ ପାଇଁ ତଳ କୋର୍ଟରେ ଆବେଦନ କରିବା ଉଚିତ୍ ବୋଲି କୋର୍ଟ ଶୁଣାଣି ବେଳେ କହିଛନ୍ତି। ଜଷ୍ଟିସ୍ ଆର. ଭାନୁମତି […]
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ମନମୋହନ ସିଂହଙ୍କ ସୁରକ୍ଷା ବ୍ୟବସ୍ଥା ଢ଼ିଲା କରାଯାଇଛି। ତାଙ୍କର ସୁରକ୍ଷାରେ ନିୟୋଜିତ ଥିବା ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ ବା ଏସପିଜିକୁ ହଟାଇଛନ୍ତି କେନ୍ଦ୍ର ସରକାର। ତାଙ୍କ ଜୀବନ ପ୍ରତି ସେତେଟା ବିପଦ ନଥିବା ଦର୍ଶାଇ କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥାକୁ କୋହଳ କରିଛନ୍ତି। ଏବେ ମନମୋହନ ସିଂହଙ୍କ ସୁରକ୍ଷାରେ କେବଳ ସିଆରପିଏଫ୍ ନିୟୋଜିତ ରହିବେ। ଗୃହ ମନ୍ତ୍ରଣାଳୟ ବିଭିନ୍ନ ଏଜେନ୍ସି ଓ ଇନପୁଟ ସୁରକ୍ଷା ବାବଦରେ ନିଷ୍ପତି ନେଇଥାନ୍ତି। […]
ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ପୁଣିଥରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି। ପାଖାପାଖି ୧୦ ବର୍ଷ ପରେ ସେ ପୁଣିଥରେ ରାଜନିତୀରେ ମନ ବଳାଇଛନ୍ତି। ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ଏହି ସମ୍ବନ୍ଧୀୟ ସୂଚନା ଦେଇଛନ୍ତି। ରାଷ୍ଟ୍ରୀୟ ସମାଜ ପକ୍ଷ (ଆର୍ଏସ୍ପି)ର ପ୍ରତିଷ୍ଠାତା ତଥା କ୍ୟାବିନେଟ୍ ମନ୍ତ୍ରୀ ମହାଦେବ ଜାନକର ଗତ ରବିବାର ଦିନ କହିଛନ୍ତି ଯେ, ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ସେପ୍ଟେମ୍ବର ୨୫ରେ ତାଙ୍କ ପାର୍ଟିରେ ଯୋଗ ଦେବେ। ଆର୍ଏସପି ହେଉଛି ଶାସକ ବିଜେପିର […]
ନୂଆଦିଲ୍ଲୀ: ଭଦ୍ର ବେଶରେ ଦୋକାନକୁ ଯାଇ ଦୋକାନୀଙ୍କ ଅନ୍ୟମନସ୍କତାରେ ଜିନିଷ ଚୋରି କରିଲେ। ଚୋରି ଜିନିଷ ଧରି ତରତର ହୋଇ ଦୋକାନ ବାହାରକୁ ଚାଲି ଗଲେ। ହେଲେ ଭୁଲିଗଲେ ଛୁଆ କଥା।…ଏମିତି ଏକ ମଜାଦାର ଘଟଣା ଘଟିଛି ନିଉଜର୍ସିରେ। ତିନିଜଣ ଭଦ୍ର ମହିଳା ନିଉଜର୍ସିର ‘ବାମ୍ବି ବେବି’ ନାମକ ଏକ ଦୋକାନକୁ ଯାଇଥିଲେ। ଦୁଇଜଣ ମହିଳା ଦୋକାନ କର୍ମଚାରୀ ସହ କଥାବାର୍ତ୍ତା ମାଧ୍ୟମରେ ତାଙ୍କ ନଜର ହଟାଇବାରେ ସଫଳ ହୋଇଥିବାବେଳେ ଅନ୍ୟଜଣେ ମହିଳା ଏକ ଷ୍ଟ୍ରୋଲର(ପିଲାଙ୍କ ଗାଡ଼ି) […]
ୱାଶିଂଟନ୍:ଅପରାଧ ତା’ର କାୟା ବିସ୍ତାର କରି ଚାଲିଛି। ଏହାର ପରିବ୍ୟାପ୍ତି ଏବେ ପୃଥିବୀରୁ ମହାକାଶଯାଏ ବିସ୍ତାରିତ । ଏଠାରେ କହିବାର ଅର୍ଥ ମହାକାଶରେ ବି ଘଟୁଛି ଅପରାଧ। ଏମିତି ଅଭିଯୋଗ ପ୍ରଥମ ଥର ପାଇଁ ଆସିଛି ଆମେରିକାରେ। ଆମେରିକାର ମହାକାଶଯାତ୍ରୀ ଏନି ମ୍ୟାକଲେନଙ୍କ ବିରୋଧରେ ଏପରି ଅଭିଯୋଗ ଆସିଛି। ଅନ୍ତରାଷ୍ଟ୍ରିୟ ସ୍ପେଶ ସେଣ୍ଟରରେ ତାଙ୍କର ୬ ମାସିଆ ନିଯୁକ୍ତି ସମୟରେ ସେ କୁଆଡେ ତାଙ୍କର ପୂର୍ବତନ ପତ୍ନୀଙ୍କର ବ୍ୟାଙ୍କ ଖାତାର ଯାଞ୍ଚ କରାଇଥିଲେ। ଏପରି ଅଭିଯୋଗର ତଦନ୍ତ […]
ନୂଆଦିଲ୍ଲୀ: ୯ ଅଗଷ୍ଟରେ ଅସୁସ୍ଥତା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଗତ ୨୪ ତାରିଖ ପରଲୋକ ହୋଇ ଯାଇଛି। ତାଙ୍କ ବିୟୋଗରେ ସାରା ଦେଶରେ ଖେଳି ଯାଇଛି ଶୋକର ଲହରୀ । ନିକଟରେ ପୂର୍ବତନ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମଧ୍ୟ ପରଲୋକ ହୋଇଥିଲା। ଏହା ଅତି ଦୁଃଖର କଥା ଯେ, ଗତ ଅଗଷ୍ଟ ୨୦୧୮ରୁ ଚଳିତ ଅଗଷ୍ଟ ମାସ ଅର୍ଥାତ୍ ୧୨ ମାସ ଭିତରେ ଦେଶ ୧୨ରୁ […]
ନୂଆଦିଲ୍ଲୀ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ ତାଙ୍କର ଅଭିନୟ କଳାରେ ଅନେକ ଲୋକଙ୍କ ହୃଦୟ ଜିତି ସାରିଲେଣି। ତାଙ୍କର ଅଭିନୟ ଦକ୍ଷତା ପାଇଁ ହିଁ ତାଙ୍କୁ ବଲିଉଡ୍ର କିଙ୍ଗ୍ ଖାନ ବୋଲି କୁହାଯାଏ। ହେଲେ ଏବେ ଲାଗୁଛି ଶାହାରୁଖ ଫିଲ୍ମ ସହ ଇଣ୍ଟେଲିଜେନ୍ସ ଏଜେନ୍ସି ପାଇଁ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। View this post on Instagram #Repost @redchilliesent ・・・ What is @iamsrk doing in an […]