କୃଷି ଆଇନକୁ ପ୍ରତ୍ୟାହାର ପାଇଁ କୃଷକମାନଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ। ତାପୂର୍ବରୁ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦିଲ୍ଲୀର ବିଜୟ ଚୌକରେ ବିକ୍ଷୋଭ କରାଯିବ। ଏହାପରେ କଂଗ୍ରେସ ସାଂସଦ ମାନଙ୍କୁ ନେଇ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟିବେ।
ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଜାରି ହେଲା ନାଇଟ କର୍ଫ୍ୟୁ। ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ରହିବ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା ଘୋଷଣା କରିଛନ୍ତି।
ଚଳନ୍ତା ବିମାନର ଦ୍ୱାର ଖୋଲି ବାହାରକି ଚାଲିଆସିଲେ ୨ ଜଣ ବ୍ୟକ୍ତି। ବଡ ଦୁର୍ଘଟଣାରୁ ବର୍ତ୍ତିଗଲା ବିମାନ। ଏପରି ଘଟଣା ଘଟିଛି ଆମେରିକାରେ। ମିଳିଥିବା ସୂଚନା ଅନୁସାରେ, ବିମାନ ଉଡ଼ାଣ ପାଇଁ ରନୱେ ଆଡକୁ ଯାଉଥିବାବେଳେ ଜରୁରୀକାଳୀନ ଫାଟକ ଖୋଲି ସକ୍ରିୟ ଥିବା ସ୍ଲାଇଡରରୁ ଦୁଇଜଣ ଲୋକ ବାହାରି ଆସିଥିଲେ।
ଇଫକୋ କାରଖାନାରେ ବଡଧରଣର ଦୁର୍ଘଟଣା। ଆମୋନିଆ ଗ୍ୟାସ ଦୁର୍ଘଟଣା ହେବାରୁ ୨ ଜଣ କର୍ମଚାରୀଙ୍କ ଜୀବନ ଯାଇଛି। ମିଳିଥିବା ସୂଚନା ଅନୁସାରେ, ୟୁରିଆ ପ୍ରସ୍ତୁତ କରୁଥିବା ଏହି କାରଖାନାରେ ମଙ୍ଗଳବାର ରାତି ଆମୋନିଆ ଗ୍ୟାସ ନିର୍ଗତ ହେବାରୁ ୨ ଜଣ ଅଧିକାରୀଙ୍କ ପ୍ରାଣହାନୀ ଘଟିଛି ।
ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ। କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ଜୋରଦାର ବିରୋଧ କରି ଆନ୍ଦୋଳନରେ ବସିଛନ୍ତି ଚାଷୀ। ସେମାନଙ୍କର ଅର୍ଥାତ୍ ଚାଷୀଙ୍କ ଗୋଟିଏ ଦାବି କେନ୍ଦ୍ର ସରକାର ଯେ,ପର୍ଯ୍ୟନ୍ତ ଚାଷୀଙ୍କ ଦାବିକୁ ମାନିନାହାନ୍ତି ସେ ପର୍ଯ୍ୟନ୍ତ ଚାଷୀମାନେ ଆନ୍ଦୋଳନ କରିବେ ବୋଲି ରୋକଠୋକ ଶୁଣାଇଛନ୍ତି।
ଅଣାୟତ ଅଣ୍ଡାଦର। ଲାଗାତାର ଭାବରେ ହୁ ହୁ ହୋଇ ବଢିବାରେ ଲାଗିଛି ଅଣ୍ଡାର ଦାମ। ୩୫୦ ଟଙ୍କାରେ ପହଞ୍ଚିଲାଣି ଗୋଟିଏ ଡଜନ ଅଣ୍ଡାର ଦାମ।। ଅର୍ଥାତ୍ ଗୋଟିଏ ଅଣ୍ଡାର ଦାମ ପାଖାପାଖି ୩୦ ଟଙ୍କା ରହିଛି। ଯାହାକି ଲୋକଙ୍କୁ ବିଚଳିତ କରୁଛି ତାହା ନୁହେଁ ବରଂ ଆତଙ୍କିତ ମଧ୍ୟ କରୁଛି
ଏନସିପି ନେତା ଶରଦ ପାୱାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ରୁଦ୍ଧଦ୍ୱାର ବୈଠକ। ୨ ନେତାଙ୍କ ଆଲୋଚନା ସମୟରେ ବିରୋଧୀ ଶାସିତ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସରକାର କିଭଳି ଭାବେ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି ତାହା ଉପରେ ଆଲୋଚନା ହୋଇଛି
ଖୁବଶୀଘ୍ର ଦେଶରଉ ଉଠିଯିବ ଟୋଲଗେଟ୍। ଆଉ ରାସ୍ତାରେ ଯିବା ବେଳେ ଆଉ ଗାଡି ଚାଳକଙ୍କୁ ଲଗାଇବା ଲାଗି ପଡିବ ନାହିଁ ଲମ୍ବା ଲାଇନ କି ବାରମ୍ବାର ଦେବାକୁ ପଡିବ ନାହିଁ ଟଙ୍କା। ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିତିନ ଗଡକରୀ।
ନୂଆଦିଲ୍ଲୀର ସୀମାରେ ଚାଷୀମାନେ ଆଜିଠାରୁ ଆନ୍ଦୋଳନକୁ ଆହୁରି ତୀବ୍ରକରିଛନ୍ତି। ଆଜି ସଂପୂର୍ଣ୍ଣ ଭାବେ ଉପବାସୀ ରହି ପ୍ରତୀକାତ୍ମକ ଅନଶନ କରିବେ ଚାଷୀ। ଦିଲ୍ଲୀର ଚାରିପଟେ ଆନ୍ଦୋଳନରତ କୃଷକମାନେ ଉପବାସ ରହିବେ ବୋଲି ଗତକାଲିଠାରୁ ଘୋଷଣା କରିଛନ୍ତି।
୪୦୦ ବର୍ଷ ପରେ ଆଜି ହେବ ବୃହସ୍ପତି ଓ ଶନି ଗ୍ରହର ମହାମିଳନ। ଆଜି ସନ୍ଧ୍ୟା ୬ଟାରେ ଦେଖିବାକୁ ମିଳିବ ଏହି ବିରଳ ମହାଜାଗତିକ ଦୃଶ୍ୟ। ଲୋକେ ଏହାକୁ ଖାଲି ଆଖିରେ ଦେଖିପାରିବେ। ଆକାଶରେ ବୃହସ୍ପତି ଓ ଶନି ଗ୍ରହ ପରସ୍ପରର ଅତି ନିକଟତର ।ହେବେ ଶେଷଥର ପାଇଁ ୧୬ ଜୁଲାଇ ୧୬୨୩ ମସିହାରେ ଏହି ଦୁଇ ଗ୍ରହର ଏଭଳି ମହାମିଳନ ଘଟିଥିଲା।
ଦେଶରେ ତିଆରି ହେଉଥିବା ପ୍ରଥମ କରୋନା ଟିକାର ପରୀକ୍ଷଣ ପାଇଁ ସରକାର ଅନୁମତି ଦେବାକୁ ନିଷ୍ପତ୍ତି ନେଇଥିବା ଦୁଇ ଦିନ ତଳେ ସୂଚନା ଦେଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବଦ୍ଧନ।
ୟୁକେରେ ଆତଙ୍କ ସୃଷ୍ଟି କରିଛି କରୋନାର ନୂଆ ଷ୍ଟ୍ରେନ୍। ଏହା ବେକାବୁ ହୋଇଥିବା ନେଇ ଲୋକଙ୍କୁ ଚେତାଇବା ସହ ଲୋକଙ୍କୁ ଘରୁ ନବାହାରିବାକୁ ଲକଡାଉନ କଟକଣା ଜାରି କରିଛନ୍ତି ବ୍ରିଟେନ୍ ସରକାର। ବଡ଼ଦିନ ପାଇଁ ସଂପର୍କୀୟଙ୍କୁ ଏକାଠି ହେବା ଉପରେ ମଧ୍ୟ କଟକଣା ଲଗାଯାଇଛି।
ପ୍ରବଳ ଥଣ୍ଡାରେ ଥରୁଛି ଜାମ୍ମୁ ଓ କାଶ୍ମୀର। ଲଗାତାର ଭାବରେ ଜାମ୍ମୁ ଓ କାଶ୍ମୀରରେ ଥଣ୍ଡାର ପ୍ରକୋପ ଜାରି ରହିଛି। ପ୍ରବଳ ଥଣ୍ଡା ଯୋଗୁଁ ଡାଲ୍ ହ୍ରଦର ପାଣି ବରଫ ପାଲଟି ଯାଇଛି। ଶ୍ରୀନଗରରେ ତାପମାତ୍ରା ମାଇନସ୍ ୬.୪ ଡିଗ୍ରୀ ସେଲସିଅସକୁ ଖସି ଆସିଥିବାବେଳେ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ପାରଦ ମାଇନସ ତଳକୁ ଖସିଥିବା ରେକର୍ଡ କରାଯାଇଛି।
ଆମେରିକାରେ ମଡର୍ଣ୍ଣା ଟିକାକୁ ଅନୁମତି। ଜରୁରୀ ପ୍ରୟୋଗ ଲାଗି ମଡର୍ଣ୍ଣା ଟିକାକୁ ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ଅନୁମତି ପ୍ରଦାନ କରିଛି। ଅତି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଟିକା ପ୍ରୟୋଗ ଲାଗି ଅନୁମତି ଦିଆଯାଇଛି। ଏହାସହ ଆମେରିକା ପ୍ରଥମ ଦେଶ ଭାବେ ମଡର୍ଣ୍ଣା ଟିକାକୁ ସବୁଜ ସଂକେତ ଦେଇଥିବା କୁହାଯାଇଛି।