ବିବେକାନନ୍ଦ। ଏହି ନାଁ ସହ ଆମେ ପ୍ରାୟ ସମସ୍ତେ ପରିଚିତ। କହିବାକୁ ଗଲେ, ଦେଶରେ ବୋଧୁଏ ଏମିତି କେହି ନଥିବେ ଯିଏ କି ସ୍ୱାମୀ ବିବେକାନନ୍ଦକୁ ଜାଣିନଥିବେ। ତେବେ ଆସନ୍ତୁ ଜାଣିବା ସେହି ମହାପୁରୁଷଙ୍କ ସମ୍ପର୍କରେ କିଛି ତଥ୍ୟ....ଯେମିତି କି କେବେ ଏହି ଧରାପୃଷ୍ଠରେ ଜନ୍ମ ହୋଇଥିଲେ ବିବେକାନନ୍ଦ ଓ କେମିତି କଟିଥିଲା ତାଙ୍କ ପିଲାଦିନ ସହ ପୂରା ଜୀବନି...
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ପାୱାରଫୁଲ ପାସପୋର୍ଟ ହେଉଛି ଜାପାନର। ଗ୍ଲୋବାଲ ରାକିଂର ସୂଚନା ଅନୁସାରେ ୨୦୨୧ ମସିହାର ଏହି ଦେଶର ପାସପୋର୍ଟକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଜାପାନରେ ରହୁଥିବା ଲୋକ ଏହି ପାସପୋର୍ଟକୁ ଆଧାର କରି ୧୯୧ ବିନା କୌଣସି ଭିସାରେ ଯାତ୍ରା କରିପାରିବେ ବୋଲି ସୂଚନା ରହିଛି। ଏବେ ନୁହେଁ ବରଂ ଗତ ୪ ବର୍ଷ ଧରି ଜାପାନ ଏହି ରାକିଂରେ ପ୍ରଥମ ସ୍ଥାନରେ ହିଁ ରହୁଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। […]
କରୋନା ମହାମାରୀ ନାଁ ଶୁଣିଲେ ଆମେ ସମସ୍ତେ ସାଧାରଣ ଭାବରେ ଚିନ୍ତା କରନ୍ତି। କାରଣ ଏହି ମହାମାରୀ ଏତେ ଭୟଙ୍କର ଯେ, ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇସାରିଲାଣି। ତେଣୁ ଏହି ଭୂତାଣୁକୁ ଆମେ ସମସ୍ତେ ଡରିବା ସ୍ୱାଭାବିକ କଥା।
ବିଶ୍ୱାସ ହେଉ ନଥିଲେ ବି ସତ। ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ବ୍ୟାଙ୍କରେ ପହଞ୍ଚିଗଲା ମୃତଦେହ। ଏମିତି ଘଟଣା ସମ୍ପର୍କରେ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଥିବେ। ଆଜ୍ଞା ହଁ, ବିଶ୍ୱାସ ହେଉ ନଥିଲେ ବି ସତ। ଏମିତି ଘଟଣା ଘଟିଛି ବିହାର ପାଟଣାରେ।
୨୧ ବର୍ଷ ହୋଇନଥିଲେ ଧୂମପାନ ମନା। ନିୟମ ଉଲଙ୍ଘନ କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡିବ ତଣ୍ଡ। କାରଣ ଧୂମପାନ ବିରୋଧରେ କଡା ଆଇନ ଆଣିବାକୁ ଯାଉଛି କେନ୍ଦ୍ର।
ଟୋଲଗେଟ୍। ଏହି ନାଁ ସହ ଆପଣମାନେ ସମସ୍ତେ ପରିଚିତ। କାରଣ ରାସ୍ତାରେ ଗଲାବେଳେ ଏଠାରେ ଆମେ ସମସ୍ତେ ଟିକସ ଦେଇଥାଆନ୍ତି। କହିବାକୁ ଗଲେ, ରାସ୍ତାରେ ଯା'ଆସ ଲାଗି ସରକାର ଆମମାନଙ୍କଠାରୁ ଏଠାରେ ଟ୍ୟାକ୍ସ ଆଦାୟ କରନ୍ତି।
କରୋନା ଟିକାକରଣର ପୂର୍ବରୁ ଆସନ୍ତାକାଲି ଦେଶର ପ୍ରାୟ ୭ଶହ ଜିଲ୍ଲାରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଡ୍ରାଏ ରନ୍ ହେବ। କେଉଁ କେଉଁ ସ୍ତର ଦେଇ ତୃଣମୂଳ ସ୍ତରରେ ଟିକା ପହଞ୍ଚାଯିବ ସେ ନେଇ ବିସ୍ତୃତ ଯୋଜନା କରାଯାଇଛି।
ସୀମା ଟପିଲା ବର୍ବରତା। ୫୦ ବର୍ଷିୟ ଅଙ୍ଗନବାଡି ସହାୟକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। କେବଳ ଗଣଦୁଷ୍କର୍ମ ନୁହେଁ ବରଂ ହତ୍ୟା କରାଯାଇଥିବା ନେଇ ସୂଚନା ରହିଛି। ତେବେ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତଦନ୍ତର ପ୍ରଥମ ଦଫାରେ କାର୍ଯ୍ୟାନୁଷ୍ଠାନ ବି ନିଆଯାଇଛି।
ସ୍ୱାମୀକୁ ବିକ୍ରି କରିଦେଲା ସ୍ତ୍ରୀ। ମାତ୍ର ଦେଢ କୋଟି ଟଙ୍କାରେ ନିଜ ୭ ଜନ୍ମର ସାଥୀକୁ ବିକ୍ରି କରିଦେଲା ସ୍ତ୍ରୀ।ମିଳିଥିବା ସୂଚନା ଅନୁସାରେ, ଏପରି ଘଟଣାଟି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଘଟିଛି। ତେବେ ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି।
ନୂଆ ସଂସଦ ଭବନ ନିର୍ମାଣକୁ ଗ୍ରୀନ ସିଗନାଲ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ। ଜଷ୍ଟିସ ଏ.ଏମ ଖାନୱିଲକରଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଏପରି ରାୟ ଶୁଣାଇଛନ୍ତି। କିନ୍ତୁ ଏହି ଭବ୍ୟ ଭବନ ତିଆରି କରିବା ଲାଗି ଅନୁମତି ଦେବା ପରେ ବି କୋର୍ଟ ଅନେକ ସର୍ତ୍ତ ରଖିଛନ୍ତି। ଜମିକୁ ନେଇ ବିବାଦ ଥିବାରୁ ନୂଆ ସଂସଦ ଭବନର ନିର୍ମାଣ ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ।
ବଜାରରେ ବିକ୍ରି ହେଉଛି ବିଷ। ବିଷ ବିକି ବିକି ଲକ୍ଷପତି ୨୫ ବର୍ଷ ବୟସ୍କ ମହମ୍ମଦ ହାମିଦ୍ ବୋସ୍ତା। ହୁଏତ ଏହି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଦେଉଥିବ। କିନ୍ତୁ ଘଟଣାଟି ପୂରା ସତ୍ୟ। ମିଳିଥିବା ସୂଚନା ଅନୁସାରେ, ବିଷ ବିକ୍ରି କରୁଛନ୍ତି ମିଶରରେ ରହୁଥିବା ହାମିଦ୍। ଆଜିର ଦିନରେ କେବଳ ବିଚ୍ଛାର ବିଷ ବିକ୍ରି କରି କରି ସେ ଲକ୍ଷପତି ହୋଇଛନ୍ତି। ତାଙ୍କର ଏହି ଅଜବ ସଉକ ଦିନେ ଯେ, ତାଙ୍କୁ ଲକ୍ଷପତି କରିଦେବ ତାହା ସେ ନିଜେ ବି କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ। ହାମିଦ୍ ବିକ୍ରି କରୁଥିବା ଏକ ଗ୍ରାମ ବିଷର ମୂଲ୍ୟ ପାଖାପାଖି ୭୩ ଲକ୍ଷ ଟଙ୍କା ରହିଛି।
ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଗୋବରକୁ ପବିତ୍ର ବୋଲି ମନାଯାଏ। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଗୋବର ନାଁ ଶୁଣିଲେ ନାକ ଟେକନ୍ତି। ହେଲେ, ଆମ ରାଜ୍ୟରେ ପୂଜାପାଠ, ହୋମ ଯଜ୍ଞ ଆଦିରେ ଗୋବର ଆବଶ୍ୟକ ହୋଇଥାଏ। ଏପରିକି ପୂଜାପାଠ, ପର୍ବପର୍ବାଣିରେ ଘର ଦ୍ୱାର ମୁହଁରେ ଗୋବର ଲିପାଯାଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଗୋବର ଉପରେ ବର୍ତ୍ତମାନ ସମୟରେ ରିସର୍ଚ୍ଚ ଚାଲିଛି। ହୁଏତ ଆପଣ ଏହାକୁ ବିଶ୍ୱାସ କରିପାରିବେ ନାହିଁ କିନ୍ତୁ ଘଟଣାଟି […]
ବଢିବ ଟ୍ରେନ ଭଡା। ଭଡା ବଢିବା ନେଇ ନିଷ୍ପତ୍ତି ନେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟ। ଆସନ୍ତା ୬ ତାରିଖରୁ ବର୍ଧିତ ଭଡା ଲାଗୁ ହେବ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ , କରୋନା ମହାମାରୀ ପାଇଁ ୨୦୨୦ ମସିହା ମାର୍ଚ୍ଚ ୨୨ରୁ ଯାତ୍ରୀ ପରିବହନ ଉପରେ ରୋକ ଲଗାଇଥିଲା ରେଳ ମନ୍ତ୍ରଣାଳୟ।
ନୂଆଦିଲ୍ଲୀ: ଚାଷୀଙ୍କୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। କେନ୍ଦ୍ର ସରକାରଙ୍କୁ ପ୍ରତ୍ୟେକ ଦିନ ଟାର୍ଗେଟ କରିବାରେ ବ୍ୟସ୍ତ ବିରୋଧୀ। ସୀମାରେ ଚାଷୀ ମୃତ୍ୟୁକୁ ନେଇ ହେଉ କିମ୍ବା ଆଇନ ପରିବର୍ତ୍ତନ ଲାଗି କେନ୍ଦ୍ର ମନାକରିବା କଥା ହେଉ। କେନ୍ଦ୍ରକୁ ଷଣ୍ଢୁଆସି ଆକ୍ରମଣ କରିବାର କୌଣସି ବାଟ ଛାଡୁନାହାନ୍ତି ବିରେଧୀ। ତେବେ ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ସରକାର ଉପରେ ଗର୍ଜିଛନ୍ତି। ଉଭୟ ନେତା କହିଛନ୍ତି […]
କୁଆଡେ ଗଲେ ବିଶ୍ୱର ସବୁଠାରୁ ବଡ ଇ-କମର୍ସ କମ୍ପାନୀ ଆଲିବାବା ଏବଂ ଆଣ୍ଡ ଗ୍ରୁପର ମାଲିକ ? ପାଖାପାଖି ୨ ମାସ ହେବ ସେ ନିଖୋଜ ଥିବା ନେଇ ଜାତୀୟ ଗଣାମଧ୍ୟମରେ ପ୍ରକାଶ ପାଇଛି। ଶହେ ନୁହେଁ ବରଂ ହଜାର ହଜାର କୋଟି ଟଙ୍କାର କାରବାର କରୁଥିବା ମାଲିକ ହଠାତ୍ କେଉଁ ଆଡେ ନିଖୋଜ ହୋଇଥିବା ଘଟଣାକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା। ତେବେ କେଉଁ ଆଡେ ସେ ଯାଇଛନ୍ତି ତାହାକୁ ନେଇ ବର୍ତ୍ତମାନ ସମୟରେ ଅନେକ ସନ୍ଦେହ ପ୍ରକାଶ ପାଇଛି।
ଖୁବଶୀଘ୍ର ଭାରତ ଓ ବ୍ରିଟେନ ମଧ୍ୟରେ ଚଳାଚଳ କରିବ ବିମାନ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୬ ତାରିଖରୁ ଭାରତ-ବ୍ରିଟେନ ମଧ୍ୟରେ ଚଳାଚଳ କରିବ ବିମାନ। ତେବେ କରୋନାର ନୂଆ ଷ୍ଚ୍ରେନ ଆସୁଥିବା ପ୍ରଚାର ହେବା ପରେ କେନ୍ଦ୍ର ସରକାର ବ୍ରିଟେନରୁ ଭାରତକୁ ଚଳାଚଳ କରୁଥିବା ସମସ୍ତ ବିମାନ ଉଡାଣକୁ ସ୍ଥଗିତ କରିଥିଲେ।
ଥମିବାରେ ନା ନେଉ ନାହିଁ ଚାଷୀ ମୃତ୍ୟୁ। ମିଳିଥିବା ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଗାଜିପୁର ସୀମାରେ ପୁଣି ଜଣେ ଆନ୍ଦୋଳନରତ ଚାଷୀ ଆତ୍ମହତ୍ୟା କରିଛନ୍ତି। ତେବେ ଆନ୍ଦୋଳନରେ ବସିଥିବା ଚାଷୀ ସ୍ଥାନୀୟ ଶୌଚାଳୟରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି।
ନୂଆ ବର୍ଷ ଆସିଲା, ଦେଶରେ ନୂଆ ନିୟମ ବି ଲାଗୁ ହେଲା। ଅନେକ କ୍ଷେତ୍ରରେ ନୂତନ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ତେବେ ଏହି ନିୟମ ସମ୍ପର୍କରେ ଆପଣ ବି ଜାଣିବା ନିହାତି ଦରକାର। କାହିଁକି ନା ଟିକିଏ ଅସାବଧାନତା ହେତୁ ଆପଣଙ୍କୁ ଦେବାକୁ ପଡିପାରେ ମୋଟା ଅଙ୍କର ଜୋରିମାନା। ତେଣୁ ନିଶ୍ଚିତ ଭାବରେ ଜାଣିରଖନ୍ତୁ କେଉଁ ନିୟମରେ ପରିବର୍ତ୍ତନ କରୁଛନ୍ତି କେନ୍ଦ୍ର ସରକାର।
ଆଜିକାଲି ଦୁନିଆରେ ସମସ୍ତଙ୍କୁ ସୁନ୍ଦର ଚେହେରା ଦରକାର। ନିଜର ସୁନ୍ଦର ଚେହେରା ପାଇଁ କିଏ ବିୟୁଟି ପାର୍ଲର ଯାଉଛି ତ ଆଉ କିଏ ସିଧା କସମେଟିକ ସର୍ଜରୀର ସାହାଯ୍ୟ ନେଉଛି। ହଲିଉଡରୁ ବଲିଉଡ ପର୍ଯ୍ୟନ୍ତ ସମସ୍ତେ ଏବେ ଏହାର ସାହାଯ୍ୟ ନେଉଛନ୍ତି। ତେବେ ଆମେ ଆପଣଙ୍କୁ ଏମିତି ଏକ କଥା କହିବୁ ଯାହା କି ଆପଣଙ୍କୁ ପୂରା ଆଶ୍ଚର୍ଯ୍ୟ ଓ ଚକିତ କରିଦେବ।
ଚର୍ଚ୍ଚାରେ ରାହୁଲ ଗାନ୍ଧୀ। ୨୦୧୯ରେ ହୋଇଥିବା ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ପୁଣି ଥରେ ଦଳକୁ ମଜବୁତ କରିବା ଲାଗି ଅଣ୍ଟା ଭିଡିଛନ୍ତି କଂଗ୍ରେସ ନେତା। ତେବେ ଦଳର ମଙ୍ଗ ଧରିବାକୁ ରାହୁଲ ଅନିଚ୍ଛା ପ୍ରକାଶ କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ତେବେ ଦଳର ଏପରି ଶୋଚନୀୟ ଅବସ୍ଥା ସମୟରେ ଯଦି ରାହୁଲ ମଙ୍ଗ ଧରିବାକୁ ଅରାଜି ହେଉଛନ୍ତି ତେବେ ମଙ୍ଗ ଧରିବ କିଏ?
ଟେନସନ ଦେଉଛି କରୋନାର ନୂଆ ଷ୍ଟ୍ରେନ। ପୁଣି ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ମିଳିଛି ସୂଚନା। ତେବେ ପୁଣି ୫ ଜଣ ଆକ୍ରାନ୍ତ ହେବା ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି।
ପଞ୍ଜାବ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ସାବାଳକ ଦମ୍ପତ୍ତି ନିଜ ଇଚ୍ଛାଅନୁସାରେ ବଞ୍ଚିପାରିବେ ବୋଲି କୋର୍ଟ କହିଛନ୍ତି। ତେବେ ପୁରୁଷ ସାଥୀଙ୍କ ବିବାହ ବୟସ ହୋଇନାହିଁ ବୋଲି ବୋଲି, ଜଣେ ସାବାଳକ ଦମ୍ପତିଙ୍କ ଏକାଠି ରହିବାର ଅଧିକାରକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି।
ବିନା ଏୟାରବ୍ୟାଗରେ ଚାଲିପାରିବ ନାହିଁ ଗାଡି। ଏଣିକି କାରରେ ଏୟାରବ୍ୟାଗକୁ ବାଧ୍ୟତାମୂଳକ କରିବେ କେନ୍ଦ୍ର ସରକାର। ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କାରରେ ଏୟାରବ୍ୟାଗ ଲଗାଇବା ବାଧ୍ୟତାମୂଳକ କରାଯିବ ବୋଲି ନିଷ୍ପତ୍ତି ନେଇଛି। ତେବେ ଗାଡିରେ ଥିବା ଆଗ ୨ଟି ସିଟରେ ଏହି ଏୟାରବ୍ୟାଗ୍ ଲଗାଯିବା ନେଇ ନିଷ୍ପତ୍ତି ହୋଇଛି। ଏଥିପାଇଁ ଯାନବାହନରେ ସୁରକ୍ଷା ବୈଶିଷ୍ଟ୍ୟ ସହିତ କାରବାର କରୁଥିବା ଅଟୋମୋବାଇଲ୍ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ (ଏଆଇଏସ୍)କୁ ସଂଶୋଧନ କରିବା ପାଇଁ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ଚିଠା (ଡ୍ରାଫ୍ଟ) ବିଜ୍ଞପ୍ତିରେ ପ୍ରସ୍ତାବ ଦିଆଯାଇଛି।
ପୁଣି ବ୍ୟାପିବାରେ ଲାଗିଲାଣି କରୋନା ମହାମାରୀ। ଧୀରେ ଧୀରେ କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହେଉଛନ୍ତି ଅଧିକରୁ ଅଧିକ ଲୋକ। ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୦ରୁ ଅଧିକ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେଲେଣି। ପ୍ରଥମେ ଦେଶର ବିଭିନ୍ନ ସ୍ଥାନରୁ ୬ ଜଣ ବ୍ରିଟେନ ଫେରନ୍ତାଙ୍କୁ ଠାବ କରାଯାଇଥିଲା ଯେଉଁମାନଙ୍କ ପାଖରେ କରୋନାର ନୂଆ ଷ୍ଟ୍ରେନ ମିଳିଥିଲା ।