• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

mytrs
ମେଜରଙ୍କ ମରଶରୀର ଦେଖି ବାକ୍‌ଶୂନ୍ୟ ହୋଇଗଲେ ସ୍ତ୍ରୀ, ଲୁହରେ ଭିଜିଲା ମାଟି

ଜୟପୁର: ଶୋକାକୁଳ ପରିବେଶରେ ଫାଟି ପଡ଼ୁଛି ପୁରା ପରିବେଶ। ନିଜ ପ୍ରିୟର ପୁଅକୁ ହରାଇଛି ମାତୃଭୂମି। ଜୟପୁରର ମିଲେଟାରୀ ଷ୍ଟେସନ୍, ଯେଉଁଠି ସହିଦ୍ କର୍ଣ୍ଣଲ ଆଶୁତୋଷ ଶର୍ମାଙ୍କ ହୋଇଛି ଶେଷକୃତ୍ୟ। ରାଷ୍ଟ୍ରୀୟ ସମ୍ମାନ ସହ ଆଜି ସମସ୍ତେ ଆଶୁତୋଷଙ୍କୁ ମନେ ପକାଉଛନ୍ତି। ସେହି ବୀରତ୍ୱ, ଅଦମ୍ୟ ସାହାସକୁ ମନେ ପକାଉଛନ୍ତି ପରିବାରଲୋକେ। ଗତ ସପ୍ତାହରେ ଜାମ୍ମୁ ଓ କାଶ୍ମୀରର ହନ୍ଦୱାଣ୍ଡାରେ ଆତଙ୍କବାଦୀଙ୍କ ସହ ମୁକାବିଲା କରୁଥିବା ବେଳେ ସହିଦ ହୋଇଥିଲେ କର୍ଣ୍ଣେଲ ଆଶୁତୋଷ ଶର୍ମା। ଲମ୍ବା ସମୟ […]

migrants-22
୭ରୁ ସ୍ୱଦେଶ ବାହୁଡ଼ିବେ ପ୍ରବାସୀ ଭାରତୀୟ

ଭୁବନେଶ୍ୱର: ମେ ୭ରୁ ପଯର୍ୟାୟ କ୍ରମେ ସ୍ୱଦେଶ ଫେରିବେ ପ୍ରବାସୀ ଭାରତୀୟ। ଲକଡାଉନ୍ ପରଠୁ ବିଦେଶରେ ଫସି ରହିଥିବା ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ପ୍ରବାସୀ ଭାରତୀୟଙ୍କୁ ଉଭୟ ଆକାଶ ଓ ଜଳପଥରେ ଆସିବାକୁ ବ୍ୟବସ୍ଥା ହୋଇଥିବା ବେଳେ ଏହା ଦେୟଯୁକ୍ତ ରହିବ। ଏଥିପାଇଁ ବିମାନ ଓ ନୌସେନାର ଜାହାଜକୁ ବ୍ୟବହାର କରାଯିବ। ତେବେ ଯେଉଁମାନଙ୍କଠାରେ କରୋନା ଲକ୍ଷଣ ନଥିବ, କେବଳ ସେହିମାନଙ୍କୁ ହିଁ ଭାରତ ଫେରାଇ ଅଣାଯିବ। ବିଦେଶରୁ ଯେଉଁମାନେ […]

upsc
ଘୁଞ୍ଚିଲା ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା

ନୂଆଦିଲ୍ଲୀ: ଲକଡାଉନ୍ ଅବଧି ବୃଦ୍ଧି କାରଣରୁ ଘୁଞ୍ଚିଲା ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା। ଆସନ୍ତା ମେ ୩୧ରେ ହେବାକୁ ଥିବା ସିଭିଲ ସର୍ଭିସ୍ ପ୍ରିଲିମନାରୀ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଏନେଇ ୟୁପିଏସ୍‌ସି ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି। ସାରା ଦେଶରେ ଲକ୍‌ଡାଉନ୍ ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ତାରିଖ ଘୁଞ୍ଚାଇ ଦିଆଯାଇଛି। ତେବେ ମେ ୨୦ ତାରିଖରେ ଆଉ ଥରେ ଆଲୋଚନା କରି ପରବର୍ତ୍ତୀ ପରୀକ୍ଷା ତାରିଖ ସ୍ଥିର କରାଯିବ ଥିବା ସୂଚନା ଦେଇଛି। […]

india
ଦେଶରେ ବଢିଲା କରୋନା ଆରୋଗ୍ୟ ହାର, ଦିନକରେ ସର୍ବାଧିକ ହେଲେ ସୁସ୍ଥ

ନୂଆଦିଲ୍ଲୀ: କରୋନା ସମ୍ପର୍କରେ ତାଜା ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସର୍ବାଧିକ ହଜାରେ ୭୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ମୋଟ ୧୧ ହଜାର ୭୦୬ ଆକ୍ରାନ୍ତ ସୁସ୍ଥ ହୋଇ ମେଡିକାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଭାରତରେ କରୋନା ଆରୋଗ୍ୟ ହାର ୨୭.୫୨ ପ୍ରତିଶତକୁ ବୃଦ୍ଧି ପାଇଥିବା ସୂଚନା ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ  ଗତ ୨୪ […]

train
ରେଳ ଟିକେଟ୍‌ ଫି ଦେଉଛି କିଏ? ଦ୍ୱନ୍ଦ୍ୱ ଦୂର କଲା କେନ୍ଦ୍ର

ନୂଆଦିଲ୍ଲୀ: ନିଜ ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ରେଳ ଟିକେଟ୍ ଦ୍ୱନ୍ଦ୍ୱ ଦୂର କରିଛି କେନ୍ଦ୍ର।  ଶ୍ରମିକଙ୍କ ରେଳ ଟିକେଟ କଂଗ୍ରେସ ଦେବା ନେଇ ସୋନିଆ ଗାନ୍ଧୀ ଘୋଷଣା କରିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲ ଆଜି ପ୍ରେସମିଟ୍‌ରେ ଏ ବାବଦରେ ସୂଚନା ଦେଇଛନ୍ତି। ଗସ୍ତ ଖର୍ଚ୍ଚରୁ ରେଲୱେ ୮୫ ପ୍ରତିଶତ ଓ ସଂପୃକ୍ତ ରାଜ୍ୟ ସରକାର ୧୫ ପ୍ରତିଶତ ବହନ କରିବେ। ଏହି ଭାଗିଦାରୀ ଅନୁସାରେ ସ୍ପେଶାଲ ଟ୍ରେନରେ ଶ୍ରମିକଙ୍କୁ ନିଆଯାଉଥିବା […]

woorld
ବିଶ୍ୱରେ କେମିତି ଅଛି କରୋନା ସ୍ଥିତି?

ନ୍ୟୁୟର୍କ: ସମଗ୍ର ବିଶ୍ୱରେ ଏବେ ୩୪ ଲକ୍ଷ ୭୯ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୪୪ ହଜାର ଅତିକ୍ରମ କରିଛି। ୧୧ ଲକ୍ଷ ୮ ହଜାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆମେରିକାରେ ସ୍ଥିତି ଦିନକୁ ଦିନ ଜଟିଳ ଆଡକୁ ଯାଉଛି ୧୧ ଲକ୍ଷ ୫୯ ହଜାରରୁ ଅଧିକ ସଂକ୍ରମିତ ହୋଇଅଥିବାବେଳେ ଦେଶରେ ମୃତ୍ୟୁ ସଂଖ୍ୟା ୬୭ ହଜାର ୩୯୬ରେ ପହଞ୍ଚିଛି। ୟୁରୋପର ସବୁଠୁ ଅଧିକ […]

fly
କାଲି କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବ ଭାରତୀୟ ସେନା, ଓଡ଼ିଶା ଆକାଶରେ ଫୁଲ ବର୍ଷିବ

ନୂଆଦିଲ୍ଲୀ: କରୋନା ବିରୋଧରେ ଲଢୁଥିବା ଦେଶର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବେ ଭାରତୀୟ ତିନି ସେନା। ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି, ଆସନ୍ତାକାଲି ଅର୍ଥାତ ମେ  ୩ ତାରିଖରେ କରୋନା ଯୋଦ୍ଧାଙ୍କୁ ବିଭିନ୍ନ ସ୍ଥାନରେ ସମ୍ମାନ ପ୍ରଦର୍ଶନ କରାଯିବ  ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଆଜି ଏହି ସୂଚନା ଦେଇଛନ୍ତି। ଉତ୍ତରରେ ଶ୍ରୀନଗରରୁ ଆରମ୍ଭ କରି ଦକ୍ଷିଣର ଥିରୁଅନନ୍ତପୁରମ, ପୂର୍ବରେ ଦିବ୍ରୁଗଡରୁ ପଶ୍ଚିମରେ ଗୁଜରାଟର କଚ୍ଚ ଯାଏଁ ଭାରତୀୟ ବାୟୁ ସେନା ପକ୍ଷରୁ […]

coronaa
ଦିନକରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ, ମୁମ୍ବାଇ ସ୍ଥିତି ଜଟିଳ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୨୪୧୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କୌଣସି ଗୋଟିଏ ଦିନରେ ଏହା ସର୍ବାଧିକ ଏଥି ସହିତ ସମୁଦାୟ ସଂକ୍ରମଣ ସଂଖ୍ୟା ୩୭ ହଜାର ୭୭୬ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ୭୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ୧୨ଶହ ୨୩ରେ ପହଞ୍ଚିଛି। ଏଯାଏଁ ୧୦ ହଜାର ୧୮ ଜଣ ସୁସ୍ଥ ହେବା ସହ ଏବେ ୨୬ ହଜାର ୫୩୫ ଆକ୍ଟିଭ କେସ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ […]

bipin-rawat
କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବ ଭାରତୀୟ ସେନା, ୩ରେ ଦେଶବ୍ୟାପୀ ବିରାଟ ଆୟୋଜନ

ନୂଆଦିଲ୍ଲୀ: ଦେଶର  କରୋନା ଯୋଦ୍ଧାଙ୍କୁ ନୈତିକ ସମର୍ଥନ ଲାଗି ସମ୍ମାନ ପ୍ରଦର୍ଶନ କରିବାକୁ ତିନି ସେନା ବାହିନୀ ପକ୍ଷରୁ କରାଯିବ ଭବ୍ୟ ଆୟୋଜନ। ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଆଜି ଏହି ସୂଚନା ଦେଇଛନ୍ତି। ଆସନ୍ତା ୩ ତାରିଖରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ବିଭିନ୍ନ ପ୍ରକାରର ପ୍ରଦର୍ଶନ କରାଯିବ। ଉତ୍ତରରେ ଶ୍ରୀନଗରରୁ ଦକ୍ଷିଣର ତିରୁଅନନ୍ତପୁରମ, ପୂର୍ବରେ ଦିବ୍ରୁଗଡରୁ ପଶ୍ଚିମରେ ଗୁଜରାଟର କଚ୍ଚ ଯାଏଁ ଭାରତୀୟ ବାୟୁ ସେନା ପକ୍ଷରୁ ଆକାଶ ମାର୍ଗରେ ଏକ […]

cab
ଅରେଞ୍ଜ ଜୋନ୍‌ରେ ସାମାନ୍ୟ କୋହଳ, ଟ୍ୟାକ୍ସି ଓ କ୍ୟାବ୍ସ ସେବାକୁ ଅନୁମତି

ନୂଆଦିଲ୍ଲୀ: କରୋନା ମୁକାବିଲାକୁ ଆଖି ଆଗରେ ରଖି ଆଉ ୨ ସପ୍ତାହ ଲକ୍‌ଡାଉନ୍‌ ବୃଦ୍ଧି କରାଯାଇଛି। ଏଥିଲାଗି ରେଡ୍‌, ଗ୍ରୀନ୍‌ ଓ ଅରେଞ୍ଜ ଜୋନ୍‌ କରାଯାଇଛି। ଅରେଞ୍ଜ ଜୋନ୍‌ରେ ରେଡ୍ ଜୋନ ପାଇଁ ଅନୁମତି ମିଳିଥିବା ସମସ୍ତ କାର୍ଯ୍ୟକଳାପ ଚାଲିବ। ଏଥିସହ ଅରେଞ୍ଜ୍ ଜୋନ୍‌ରେ ଟ୍ୟାକ୍ସି ଓ ଅନ୍‌ଲାଇନ କ୍ୟାବ୍ ସେବା ପାଇଁ ଅନୁମତି ମିଳିଛି। ତେବେ କାରରେ ଡ୍ରାଇଭର୍‌ଙ୍କ ସହ କେବଳ ଜଣେ ଯାତ୍ରୀ ଯିବାକୁ ଅନୁମତି ମିଳିବ। ଅନୁମତିପ୍ରାପ୍ତ କାର୍ଯ୍ୟକଳାପ ପାଇଁ ଅନ୍ୟ ଜିଲ୍ଲାକୁ ଗାଡ଼ି […]