ଭୁବନେଶ୍ୱର: ଆଉ ଭୁବନେଶ୍ୱରରୁ ବ୍ୟାଂକକ୍କୁ ଉଡ଼ିବନି ଏୟାର ଇଣ୍ଡିଅାର ବିମାନ। ଏୟାର ଇଣ୍ଡିଅା ଏହି ବିମାନକୁ ଅାସନ୍ତା ଅକ୍ଟୋବର ୩ ତାରିଖ ଯାଏ ବାତିଲ କରିଛି। ଏହି ବିମାନ ବାତିଲ ହେବା ଦ୍ୱାରା କେବଳ ଯାତ୍ରୀମାନେ ଯେ ହଇରାଣ ହେବେ ତା’ ନୁହେଁ, ବରଂ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଏହାର ପ୍ରଭାବ ପଡ଼ିବ ବୋଲି ଅାଶଙ୍କା ପ୍ରକାଶ ପାଇଛି। ଏୟାର ଇଣ୍ଡିଅା ପାଖରେ ଅାବଶ୍ୟକ ସଂଖ୍ୟକ ବିମାନ ନ ଥିବା, ହଜ୍ ଯାତ୍ରା ପାଇଁ ବିମାନ ଡାଇଭର୍ଟ […]
ରାଞ୍ଚି: ସମାଜସେବୀ ସ୍ୱାମୀ ଅଗ୍ନିବେଶଙ୍କ ଉପରେ ଅାକ୍ରମଣ ହୋଇଛି। ତାଙ୍କୁ ତଳେ ପକାଇ ଟଣାଘୋଷରା ସହ ଠେଲାପେଲା ଓ ମୁଥ ମରାଯାଇଥିବା ନେଇ ଅଭିଯୋଗ ହୋଇଛି। ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ ଏଭଳି କାଣ୍ଡ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ରଘୁବର ଦାସ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଅାଜି ସ୍ୱାମୀ ଅଗ୍ନିବେଶ ରାଞ୍ଚିରୁ ୩୬୫କିଲୋମିଟର ଦୂର ପାକୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିଲେ। କାର୍ଯ୍ୟକ୍ରମ ପରେ ଏକ ହୋଟେଲ୍କୁ […]
ଜୟପୁର (ଟି. ଗୌରୀଶଙ୍କର): ମହିଳା ଚାଷୀଙ୍କୁ ମୋବାଇଲ ଯୋଗାଇବା ଯୋଜନା ଯେମିତି ଏକ ପ୍ରହସନ ପାଲଟିଛି। ଏଭଳି ଅଭିଯୋଗ ଅାସିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ରେ। ଅନ୍ତା ଗାଁରେ ୮ ଏକର ଜମିରେ ଚାଷ କରିଛନ୍ତି ସବିତା ହରିଜନ। ହେଲେ ସେ ମୋବାଇଲ୍ ପାଇନଥିବା ଅଭିଯୋଗ ହୋଇଛି। ସେହିପରି ଚମ୍ପା ହରିଜନରଙ୍କର ମଧ୍ୟ ସମାନ ଅବସ୍ଥା। ଏମିତି ଅନେକ ମହିଳା ଚାଷୀ ମୋବାଇଲ୍ ପାଇଥିବା ନେଇ ସରକାରୀ କାଗଜ କଲମରେ ନାମ ଥିବା ବେଳେ ସେମାନେ ମୋବାଇଲ୍ […]
ଚେନ୍ନାଇ: ଚେନ୍ନାଇର ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକାକୁ ମାସ ମାସ ଧରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ସହ ୧୭ଜଣଙ୍କୁ ଗିରଫ କରିଛି। ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ରୀଜଣଙ୍କୁ ମୃଦୁ ପାନୀୟରେ ନିଶା ମିଶାଇ ପିଆଇବା ପରେ ସେମାନେ ଗଣଦୁଷ୍କର୍ମ କରିଥିଲେ। ଏନେଇ ନାବାଳିକା ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ପୋଲିସରେ ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ କରି ପୋଲିସ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୧୭ଜଣଙ୍କୁ ଗିରଫ କରିଛି।
ଆସାମ : ସାଧାରଣତନ୍ତ୍ର ଦିବସରେ କଡ଼ା ସୁରକ୍ଷା ବଳୟ ଭିତରେ ଆସାମରେ ବିସ୍ଫୋରଣ। ଉତ୍ତରାଞ୍ଚଳରେ ୪ଟି ବିସ୍ଫୋରଣ ହୋଇଥିବା ବେଳେ ଏଥିରେ ଗ୍ରେନେଡ୍ ବ୍ୟବହାର କରାଯାଇଥିବା ସୂଚନା ମିଳିଛି। ମାତ୍ର ୧୫ ମିନିଟି ବ୍ୟବଧାନରେ ସକାଳ ୮ଟା ୧୦ରୁ ୮ଟା ୨୫ ମଧ୍ୟରେ ଏହିସବୁ ବିସ୍ଫୋରଣ ହୋଇଥିଲା। ଆସାମ ପୁଲିସ ସୂଚନା ଅନୁସାରେ , ୫ଟି ସ୍ଥାନରେ ବିସ୍ଫୋରକ ରଖାଯାଇଥିଲା । ଦିବ୍ରୁଗଡ଼ର ୨ଟି ଓ ଦୁଲିଆଜାନ୍ ଏବଂ ସୋନାରିର ଗୋଟିଏ ଗୋଟିଏ ସ୍ଥାନରେ ବିସ୍ଫୋରଣ ଘଟିଛି। […]
ନୂଆଦିଲ୍ଲୀ: ରବିବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଗଣତନ୍ତ୍ର ଦିବସରେ ଜଣେ ଫୋର୍ଥ ଜେନେରେସନ୍ ସେନା ଅଧିକାରୀ ତାନିଆ ଶେରଗିଲ୍ ଏକ ଅଲ୍ ମେନ୍ ମାର୍ଚ୍ଚିଂ କଣ୍ଟିଜେଣ୍ଟର ନେତୃତ୍ୱ ନେଉଥିଲେ। ଏହି ଦୃଶ୍ୟ ସମସ୍ତଙ୍କୁ ଅଭିଭୂତ କରିଛି। ୨୬ ବର୍ଷ ବୟସ୍କ ଶେରଗିଲ ଇତିହାସର ପ୍ରଥମ ପରେଡ୍ ଆଡଜଟାଣ୍ଟ ଥିଲେ। ସେ ଏହା ପୂର୍ବରୁ ଗଣମାଧ୍ୟମକୁ କହିଥିଲେ, ଏହି ଉତ୍ସବରେ ସେ କେବେ ମଧ୍ୟ ଭାଗ ନେଇନଥିଲେ। କିନ୍ତୁ ସେ ପିଲାବେଳୁ ଏଥିପାଇଁ ଆଗ୍ରହୀ ଥିବା କହିଥିଲେ। Tell a […]
ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ନିକଟ ଅଂଚଳରେ ବାଘ ଆତଙ୍କ । କାଳେ ଗାଁକୁ ମାଡ଼ି ଆସିବ ବାଘ ସେଇ ଚିନ୍ତାରେ ଲୋକଙ୍କ ନିଦ ହଜିଯାଇଛି। ବାଘ ବଂଶ ବିସ୍ତାର ଲାଗି ମଧ୍ୟପ୍ରଦେଶରୁ ଅନୁଗୁଳ ସାତକୋଶିଅା ଅଭୟାରଣ୍ୟକୁ ଅଣାଯାଇଛି ବାଘ ଓ ବାଘୁଣୀ। ପ୍ରଥମେ ଏନ୍କ୍ଲୋଜର୍ରୁ ଜଙ୍ଗଲକୁ ମହାବଳ ଛାଡ଼ିଛି ବନ ବିଭାଗ। ତେଣୁ ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଘାରିଛି ଏହି ବାଘ ଚିନ୍ତା। ବାଘ କାଳେ ଜନବସତି ମୁହାଁ ହୋଇ କିଛି କ୍ଷତି କରିବସିବ।ସଂଧ୍ୟା ନ ହେଉଣୁ […]
ବାଲେଶ୍ୱର: ଭୋଗରାଇ ବ୍ଲକ୍ ନିମାତଗୁର ଗାଁରେ ଅଜଣା ରୋଗର ଆତଙ୍କ ଖେଳିଯାଇଛି। ଏଥିରେ ୮ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ସମସ୍ତଙ୍କର ଭୀଷଣ ଜ୍ୱର ଓ ପେଟ ବ୍ୟଥାର ଲକ୍ଷଣ ଦେଖାଦେଇଛି। ସମସ୍ତ ଆକ୍ରାନ୍ତ ଗୋଆରେ ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ। ସୂଚନା ମୁତାବକ, ପୂର୍ବରୁ ଗାଁର ଦୁଇ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇ ଗୋଆରେ ମୃତ୍ୟୁବରଣ କରିସାରିଛନ୍ତି। ତେଣୁ ଏମାନେ ସମସ୍ତେ ଗୋଆରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଗୋଆରୁ ଫେରିବା ପରେ ସେମାନଙ୍କୁ ବାଲେଶ୍ୱର […]
ମୁମ୍ୱାଇ : ଭାରତର ସବୁଠୁ ବୟସ୍କ ପ୍ରଥମ ଶ୍ରେଣୀ କ୍ରିକେଟର ବସନ୍ତ ରାୟଜୀ ଶନିବାର ଦିନ ନିଜ ଜୀବନର ଶତକ ପୂରଣ କରିଛନ୍ତି । ଡାହାଣ ହାତି ବ୍ୟାଟ୍ସ ମ୍ୟାନ୍ ଥିବା ରାୟଜୀଙ୍କୁ ୧୦୦ ପୂରିଛି । ସେ ୧୯୪୦ର ଦଶକରେ ୯ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ଥିଲେ । ଯେଉଁଥିରେ ୨୭୭ରନ୍ କରିଥିଲେ । ତାଙ୍କର ସର୍ବୋତ୍ତମ ସ୍କୋର ଥିଲା ୬୮ରନ୍ । ଯେତେବେଳେ ଭାରତ ଦକ୍ଷିଣ ମୁମ୍ୱାଇର ବମ୍ୱେ ଜିମ୍ ଖାନାରେ ପ୍ରଥମ […]
ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠାରୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା। ଶ୍ରୀଜୀଉ ରଥ ଉପରୁ ଜନ୍ମବେଦୀକୁ ବିଜେ କରିଛନ୍ତି। ଆଜିଠୁ ଜନ୍ମବେଦୀରେ ଦର୍ଶନ ପାଇଁ ଲାଗିବ ଭକ୍ତଙ୍କ ଗହଳି ଚହଳି। ଶରଧାବାଲିରେ ରହିଥିବା ତିନି ରଥରୁ ଗତକାଲି ଶ୍ରୀଜୀଉମାନଙ୍କୁ ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ସ୍ଥିତ ଆଡ଼ପ ବେଦୀକୁ ନିଆଯାଇଥିଲା। ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କୁ ବିଜେ କରାଯିବା ପରେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରାଯାଇଥିଲା। ଏହାପରେ ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁରଙ୍କୁ […]
ଅକଲ୍ୟାଣ୍ଡ୍ : ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ଇଡେନ ପାର୍କରେ ଜବରଦସ୍ତ ଝଟକା ଦେଇଛି। ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୭ ଓ୍ୱିକେଟରେ ପରାସ୍ତ କରିଛି। ଦେଶ ୭୧ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଏହି ବିଜୟ ଦେଶବାସୀଙ୍କ ପାଇଁ ଉପହାର ସାଜିଛି। ଭାରତ ନ୍ୟୁଜିଲ୍ୟାଣ୍ଡ ସହିତ ମୋଟ୍ ୫ଟି ଟି-୨୦ ମ୍ୟାଚ ଖେଳିବ। ଆଜିର ମ୍ୟାଚ ଜିତିବା ପରେ ଭାରତ ଦୁଇଟି ମ୍ୟାଚ ବିଜୟୀ ହୋଇଛି। ସିରିଜର ତୃତୀୟ ମ୍ୟାଚ ବୁଧବାର ୨୯ ଜାନୁଆରୀରେ […]
ଭୁବନେଶ୍ୱର: ମୌସୁମୀ ବର୍ଷାକୁ ନେଇ ପରିବେଶ ସିନା ଥଣ୍ଡା ହୋଇଛି। ହେଲେ ସଂସଦରେ ବୋହିପାରେ ଗରମ ହାଓ୍ୱା। କାରଣ ବିରୋଧୀଙ୍କ ହାତରେ ପ୍ରସଙ୍ଗର ଲମ୍ବା ତାଲିକା ରହିଛି। ଖାସ୍ କରି ଦଳିତ ଓ ସଂଖ୍ୟାଲଘୁଙ୍କ ଉପରେ ଅାକ୍ରମଣ ପ୍ରସଙ୍ଗକୁ ଅସ୍ତ୍ର କରି ମୋଦି ସରକାରକୁ ଘେରିବାକୁ ସଜ ହୋଇଛନ୍ତି ବିରୋଧୀ। ଚାଷୀ ସମସ୍ୟା, ପିଏନ୍ବି ସ୍କାମ୍, ଅାର୍ଥିକ ନୀତି, ବେକାରୀଙ୍କ ନିଯୁକ୍ତି, କାଶ୍ମୀର ବ୍ୟାପାର ପରିଚାଳନା ଅାଦି ପ୍ରସଙ୍ଗ ଉଠାଇ ମୋଦି ସରକାରକୁ କାଠଗଡ଼ାରେ ଠିଅା କରିବାକୁ […]
ଭୁବନେଶ୍ୱର : କାହାର ପୁଷମାସ ତ କାହାର ହୋଇପାରେ ସର୍ବନାଶ। କାହା ଉପରେ ପଡ଼ିବ ନ୍ୟାୟର ଦେବତା ଶନିଙ୍କ କୋପଦୃଷ୍ଟି ? ଏବେ ଏଭଳି ସଂଶୟ ଅବସ୍ଥାରେ ଅଛନ୍ତି ଭାଗ୍ୟ ଓ ଭବିଷ୍ୟତ ଉପରେ ଗଭୀର ବିଶ୍ୱାସ ରଖୁଥିବା ବ୍ୟକ୍ତି ବିଶେଷ । କାରଣ ଜ୍ୟୋତିର୍ବିଦ୍ଙ୍କ ମତରେ ଦୀର୍ଘ ୩୦ ବର୍ଷ ପରେ ପୁଣି ଥରେ ସ୍ୱଗୃହକୁ ଫେରିଛନ୍ତି ଦଣ୍ଡ ବିଧାନକାରୀ ଦେବତା ଅର୍ଥାତ୍ ଜାନୁଆରୀ ୨୪ ମାଘ ଅମାବାସ୍ୟା ତିଥି ସକାଳ ୯ଟା ୫୬ ମିନିଟ୍ରେ […]
ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ବେଳେ ପ୍ରଥମ ମ୍ୟାଚ୍ ବିଜୟ ଯିକା ପିନ୍ଧି ଅଭିଯାନ ଆରମ୍ଭ କରିଛି । ପ୍ରଥମ ଦିନିକିଆରେ ଭାରତୀୟ ଦଳ ଆୟୋଜକ ଦଳକୁ ୭ ୱିକେଟରେ ପରାସ୍ତ କରିଛି ।
ଭୁବନେଶ୍ୱର : ଭୁବନେଶ୍ୱରରେ ମାଛରୁ ବିଷାକ୍ତ ଫର୍ମାଲିନ୍ ମିଳିବା ପରେ ତତ୍ପର ହୋଇଛନ୍ତି ରାଜ୍ୟ ଫୁଡ୍ ସେଫ୍ଟି କମିଶନ୍। ବଜାରରେ ମିଳୁଥିବା ମାଛର ନମୂନା ସଂଗ୍ରହ କରି ରାଜ୍ୟ ଫୁଡ୍ ଟେଷ୍ଟିଂ ଲାବରେଟୋରୀକୁ ପଠାଇବା ଲାଗି ସବୁ ଜିଲ୍ଲାର ଜନସ୍ୱାସ୍ଥ୍ୟ ଅଧିକାରୀ ଓ ମହାନଗର ନିଗମକୁ ଚିଠି ଲେଖିଛନ୍ତି କମିଶନ୍। ଅନ୍ୟପଟେ ଭୁବନେଶ୍ୱରରେ ପମ୍ଫ୍ରେଟ୍ ମାଛରେ ଫର୍ମାଲିନ୍ ମିଳିବା ପରେ ସଜାଗ ହୋଇଛି ରାଜଧାନୀର ଜୟ ଯବାନ ମତ୍ସ୍ୟ ବ୍ୟବସାୟୀ ମହାସଂଘ। ଅାସନ୍ତା ୧୦ ଦିନ ପର୍ଯ୍ୟନ୍ତ […]
ସୋଶାଲ୍ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ସମୟ ସମୟରେ ବିବାହର ଅନେକ ଭିଡିଓ ଭାଇରାଲ୍ ହୋଇଥାଏ। ବରଯାତ୍ରୀମାନଙ୍କ ନୃତ୍ୟ ହେଉ ବା ବରଣ ମାଳା ପିନ୍ଧାଇବାର ଭିଡିଓ ହେଉ । ଏହାକୁ ନେଇ ଚର୍ଚ୍ଚା ହୁଏ । ଅନେକ ନିଜ ନିଜର ବିବାହକୁ ସ୍ମରଣୀୟ ଓ ଆକର୍ଷଣୀୟ କରିବାକୁ ନୂଆ ନୂଆ ପ୍ରୟାସ କରିଥାନ୍ତି । ଏବେ ଏମିତି ଏକ ବିବାହର ଭିଡିଓ ଭାଇରାଲ୍ […]
ମହିଳାମାନେ ସାଧାରଣତଃ ଖାଦ୍ୟର ବାସ୍ନା ଓ ସ୍ୱାଦ ବଢ଼ାଇବା ପାଇଁ ଭୃଷଙ୍ଗ ପତ୍ର ବ୍ୟବହାର କରିଥାନ୍ତି। ହେଲେ ଅଧିକାଂଶ ମହିଳା ଜାଣିନଥିବେ ଯେ ଏହି ପତ୍ରରେ ଖାଦ୍ୟର ବାସ୍ନା ବଢ଼ାଇବା ସହିତ ଔଷଧୀୟ ଗୁଣ ମଧ୍ୟ ଭର୍ପୁର। ଏଥିପାଇଁ ଦକ୍ଷିଣ ଭାରତର ଲୋକମାନେ ପ୍ରତେକ ଦିନ ଏହି ପତ୍ରକୁ ନିଜ ଖାଇବାରେ ସାମିଲ୍ କରିଥାନ୍ତି। ଭିଟାମିନ ଏ, ବି, ସି, ଏମିନୋ ଏସିଡ଼୍, କ୍ୟାଲ୍ସିୟମ, ଫାଇବର୍, ପ୍ରୋଟିନ୍, ଫସ୍ଫରସ୍ ଓ ଆଇରନ୍ ଭଳି ତତ୍ତ୍ୱ ଏହି ପତ୍ରରେ […]
ମିଦନାପୁର : ପ୍ରଧାନମନ୍ତ୍ରୀଙ୍କ ସଭାବେଳେ ଭୁଶୁଡିଲା ଟେଣ୍ଟ୍ । ଏଥିରେ ୨୦ ଜଣ ଅାହତ ହୋଇଥିବା ଜଣାପଡିଛି। ପଶ୍ଚିମବଙ୍ଗର ମିଦନାପୁରରେ ଅାଜି ପ୍ରଧାନମନ୍ତ୍ରୀଙ୍କ ସଭାର ଅାୟୋଜନ ହୋଇଥିଲା। ସଭା ଚାଲିଥିବାବେଳେ ଟେଣ୍ଟଟି ଭୁଶୁଡି ପଡିଥିଲା। ଏଥିରେ ୨୦ ଜଣ ଅାହତ ହୋଇଛନ୍ତି। ସମସ୍ତ ଅାହତଙ୍କୁ ମିଦନାପୁରରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମେଡିକାଲ ଯାଇ ଅାହତଙ୍କ ଅବସ୍ଥା ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ମମତାଙ୍କୁ କଡ଼ା ସମାଲୋଚନା କରିବାକୁ ପଛାଇ ନଥିଲେ […]
ପୁରୀ : ଅାଜି ଅାଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂରତି। ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଭାଇ ଭଉଣୀଙ୍କୁ ଧରି ନବଦିନାତ୍ମକ ଘୋଷଯାତ୍ରାରେ ଅାସିଥିବା କାଳିଅା ଠାକୁର ଏବେ ରଥ ଉପରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଅାଜି ସକାଳୁ ରଥ ଉପରେ ଶ୍ରୀଜିଉଙ୍କ ମଙ୍ଗଳ ଅାଳତୀ ଏବଂ ଅବକାଶ ନୀତି ସମ୍ପନ୍ନ ହୋଇଛି । ପୁରୀରେ ବର୍ଷା ଯୋଗୁଁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶୀଘ୍ର ଅାଡପ ମଣ୍ଡପ ବିଜେ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଅାଯାଇଛି […]