• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

madras
ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ତାମିଲନାଡୁର ପରୀକ୍ଷାର୍ଥୀଙ୍କୁ ଗ୍ରେସ୍ ମାର୍କ ଦେବାକୁ ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରିଦେଇଛନ୍ତି ସୁପ୍ରିମ୍‌କୋର୍ଟ। ତାମିଲ ପ୍ରଶ୍ନପତ୍ରରେ ଭୁଲ୍‌ ଯୋଗୁଁ ପିଲାଙ୍କୁ ଗ୍ରେସ୍ ମାର୍କ ଦେବାକୁ ମାଡ୍ରାସ ହାଇକୋର୍ଟ ଅାଗରୁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଇଥିଲେ। ଇଂରାଜୀ ପ୍ରଶ୍ନପତ୍ରକୁ ଠିକ୍ ଭାବେ ତାମିଲରେ ଅନୁବାଦ କରାଯାଇନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା।  ୪୯ ଟି ପ୍ରଶ୍ନର ଭୁଲ୍‌ ଅନୁବାଦ କରାଯାଇଥିଲା। ଏଥିପାଇଁ ପ୍ରତି ପ୍ରଶ୍ନ ପାଇଁ ୪ ମାର୍କ ଲେଖାଏଁ […]

Sachin-Tendulkar-
ସଚିନ୍‌ଙ୍କ ଜୀବନୀକୁ ନେଇ ନିଆରା ଲାଇବ୍ରେରୀ

ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ସଚିନ୍‌ ତେନ୍ଦୁଲକର୍‌ ସିନା ବିଦାୟ ନେଇଗଲେ। ହେଲେ ଏବେ ବି ପ୍ରଶଂସକ ମାନଙ୍କ ମଧ୍ୟରେ ସଚିନ୍‌ କ୍ରିକେଟ ଗଡ୍‌ ହୋଇ ରହିଛନ୍ତି। ଦେଶ ବିଦେଶରେ ସଚିନଙ୍କୁ ଭଲପାଇବା ସେମିତି ଅତୁଟ ହୋଇ ରହିଛି। ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସଚିନଙ୍କ ପ୍ରଶଂସକମାନଙ୍କ ଭଲପାଇବାର ପ୍ରମାଣ ଦେଇଛି। କେରଳର ଜଣେ ପ୍ରଫେସର ସଚିନ ତେନ୍ଦୁଲକର୍‌ଙ୍କ ଉପରେ ନିର୍ମାଣ କରିଛନ୍ତି ଏକ ନିଆରା ଲାଇବ୍ରେରୀ। ମାଲବାର୍‌ ଖ୍ରୀଷ୍ଟିଆନ କଲେଜର ଇତିହାସ ପ୍ରଫେସର […]

lightning
ବଜ୍ରପାତରେ ୧୧ ମୃତ୍ୟୁ

ଭୁବନେଶ୍ୱର : ବଢ଼ି ଚାଲିଛି ବଜ୍ରପାତରେ ମୃତ୍ୟୁ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ,ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ଅାହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ୪ ଏବଂ ବାଲେଶ୍ୱର ଜିଲ୍ଲାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱର ବସ୍ତା ବ୍ଲକ ବରୁଣଗଡ଼ଇା ପଞ୍ଚାୟତରେ ବିଲରେ କାମ କରୁଥିବା ବେଳେ ଦୁଇ ଜଣ ପ୍ରାଣ ହରାଇଛନ୍ତି। ସେହିଭଳି ସୋର ଶିଙ୍ଗାଖୁଣ୍ଟାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ […]

jaga-kalia
ଡିସ୍‌ଚାର୍ଜ ହେବେନି ଜଗା, କାଳିଅା

ଭୁବନେଶ୍ୱର : ଏବେ ଦିଲ୍ଲୀ ଏମ୍‌ସରୁ ଡିସ୍‌ଚାର୍ଜ ହେବେନି ଜଗା, କାଳିଅା। ଅାଜି ଦିଲ୍ଲୀରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ୫ ଜଣିଅା ବିଶେଷଜ୍ଞଙ୍କ ଟିମ୍ ଜଗା, କାଳିଅାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ଜଗା ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି, କାଳିଅା ଏବେ ବି ଠିକ୍ ହୋଇନି। କାଳିଅା ସୁସ୍ଥ ନହେବା ପର୍ଯ୍ୟନ୍ତ ଉଭୟ ଏମ୍‌ସରେ ରହିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଉଭୟଙ୍କୁ ଏମ୍‌ସରେ ରଖିବାକୁ […]

bjd
କକ୍ଷ ତ୍ୟାଗ କଲା ବିଜେଡି

ନୂଆଦିଲ୍ଲୀ : ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ବିତର୍କ ଅାରମ୍ଭ ହେଉ ହେଉ ବିଜେଡି କକ୍ଷ ତ୍ୟାଗ କରିଛି। ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି, ଗତ ୧୪ ବର୍ଷ ମଧ୍ୟରେ ଓଡ଼ିଶା କେନ୍ଦ୍ର ଅବହେଳାର ଶିକାର ହୋଇଛି। ପ୍ରଥମେ ୟୁପିଏ ସରକାର ୧୦ ବର୍ଷ ଏବଂ ଏବେ ଏନ୍‌ଡିଏ ସରକାର ୪ ବର୍ଷ ହେଲା ଓଡ଼ିଶାକୁ ଅବହେଳା କରୁଛନ୍ତି। ଅାଜିର ଅନାସ୍ଥା ଅାଲୋଚନା ରାଜ୍ୟବାସୀଙ୍କ ପାଇଁ କୌଣସି ଫଳପ୍ରଦ ହେବ ନାହିଁ। ସେଥିପାଇଁ […]

rahul
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ : ଅାଜି କେନ୍ଦ୍ରର ଏନ୍‌ଡିଏ ସରକାରଙ୍କ ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଚାଲିଛି ଅାଲୋଚନା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।  ବକ୍ତବ୍ୟ ଅାରମ୍ଭରୁ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ରାହୁଲ। ଦେଶବାସୀଙ୍କୁ ଭୂଆଁ ବୁଲାଉଥିବା ସରକାର କହି ମୋଦିଙ୍କୁ ଟାର୍ଗେଟ୍ କରି ବକ୍ତବ୍ୟ ଅାରମ୍ଭ କରିଥିଲେ କଂଗ୍ରେସ ଅଧ୍ୟକ୍ଷ। ରୋଜଗାର, ବେକାରୀ ସମସ୍ୟା, କଳାଧନ ଭଳି ଅନେକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସରକାରଙ୍କ […]

modi-rahul
ମୋଦି-ରାହୁଲ କୋଳାକୋଳି

ନୂଆଦିଲ୍ଲୀ: ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଆଜି ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ବକ୍ତବ୍ୟ ରଖିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ପାଖକୁ ଯାଇ କୁଣ୍ଢାଇ ଆଲିଙ୍ଗନ କରିଥିଲେ। ରାହୁଲ ମୋଦିଙ୍କୁ ମନଭରି ସମାଲୋଚନା କରି ସାରିବା ପରେ ତାଙ୍କ ପାଖକୁ ଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ‘ଆପଣ ମୋତେ ପପୁ କହିପାରନ୍ତି, ଗାଳି ଦେଇପାରନ୍ତି, ଆପଣଙ୍କ ପାଇଁ ମୋ ମନରେ ଟିକେ ବି ରାଗ ନାହିଁ’ ବୋଲି […]

sonia -1
ସୋନିଆ ଗାନ୍ଧି ଅସୁସ୍ଥ

ନୂଆଦିଲ୍ଲୀ :  କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି ଖବରକୁ ନେଇ ଚର୍ଚ୍ଚା । ନିଜର ଅସୁସ୍ଥତା କାରଣରୁ ତାଙ୍କୁ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ANIର ରିପୋର୍ଟ ମୁତାବକ ସୋନିଆ ଗାନ୍ଧି ନିଜର ରୋଟିନ୍‌ ଚେକ୍‌ଅପ୍‌ ପାଇଁ ଡାକ୍ତରଖାନାକୁ ଯାଇଛନ୍ତି । ଏହାକୁ ନେଇ ବିଦ୍ୟୁତ୍‌ ବେଗରେ ଖବର ଭାଇରାଲ୍‌ ସାଜିଛି । ଉଲ୍ଲେଖନୀୟ ଯେ, ଗତବର୍ଷ ସୋନିଆ  ସମୟ ସମୟରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ନେଇ ଆମେରିକା ଯାଉଥିଲେ […]