ନୂଆଦିଲ୍ଲୀ: ବିଜେଡି ପକ୍ଷରୁ ହ୍ୱିପ୍ ଜାରି ହୋଇଛି। ସମସ୍ତ ଦଳୀୟ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି ବିଜେଡି। ଆସନ୍ତାକାଲି ସଂସଦରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଗୃହରେ ନିଷ୍ପତ୍ତି ନିଆଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ବିଜେଡି ସଂସଦୀୟ ଦଳ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଗୋଟିଏ ପଟେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ନେଇ ବିଜେଡି ବାଚସ୍ପତିଙ୍କୁ ଧ୍ୟାନ ଆକର୍ଷଣକାରୀ ନୋଟିସ୍ ଦେଇଛି। ଅନ୍ୟପକ୍ଷେ ଦଳ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରି ବିରୋଧୀ ଦଳଙ୍କ […]
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଋଷିକେଶ ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ଯାଉଥିବା ସମୟରେ ଏକ ଯାତ୍ରୀବାହୀ ବସ ୨୫୦ ମିଟର ତଳକୁ ଖସିପଡ଼ିଛି। ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଓ ୯ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ବସରେ ପାଖାପାଖି ୨୫ ଜଣ ଯାତ୍ରୀ ଥିବା ଜଣାପଡିଛି। ଆହତମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ହେଲିକପ୍ଟର ବ୍ୟବସ୍ଥା […]
କୋରାପୁଟ: ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବଢ଼ିଛି। କିଛି ଅଞ୍ଚଳ ବିଚ୍ଛିନ୍ନ ହୋଇପଡ଼ିଛି। ନଦୀରେ ପୋଲଟିଏ ନଥିବାରୁ କେଉଁଠି ଅସ୍ଥାୟୀ ପୋଲ ଉପରେ ଲୋକ ନିର୍ଭର କରୁଛନ୍ତି, ତ ଆଉ କେଉଁଠି ଲୋକଙ୍କ ପାଇଁ ଅଭ୍ୟାସରେ ପଡ଼ିଗଲାଣି ବିପଦପୂର୍ଣ୍ଣ ଯାତ୍ରା। ପ୍ରଶାସନ କିନ୍ତୁ ପ୍ରତିଶ୍ରୁତି ଦେଇଚାଲିଛି । ତେଣୁ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ଭାବେ ଯାତାୟାତ କରିବା ସତେ ଯେମିତି ଅଭ୍ୟାସରେ ପଡ଼ିଗଲାଣି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ର ଉପାପଡ଼ା ନଦୀରେ ବିପଦପୂର୍ଣ୍ଣ […]
ଚିତ୍ରକୋଣ୍ଡା: ପୂରଣ ହେଲା ବିଚ୍ଛିନ୍ନାଞ୍ଚଳବାସୀଙ୍କ ବର୍ଷ ବର୍ଷର ସ୍ୱପ୍ନ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ ପୂର୍ବରୁ ବିଚ୍ଛିନ୍ନାଞ୍ଚଳବାସୀଙ୍କ ସୁବିଧା ପାଇଁ ଖୋଲାଯାଇଛି ସମ୍ପର୍କର ସେତୁ ଗୁରୁପ୍ରିୟା। ଆରମ୍ଭ ହୋଇଛି ଯାତାୟାତ। ଫଳରେ ଏବେ ଡଙ୍ଗା ଛାଡ଼ି ସ୍ଥଳପଥରେ ସୁବିଧାରେ ଯାତାୟାତ କରିପାରୁଛନ୍ତି ଲୋକେ। କିଏ ଚାରି ଚକିଆ ତ କିଏ ଦୁଇ ଚକିଆ ଯାନରେ ଆଉ କିଏ ପରିବାର ସହ ଚାଲି ଚାଲି ଯାଉଛି। ଏବେ ଜଳପଥ ଛାଡ଼ି ସ୍ଥଳପଥରେ ପୁଣି ରାତି ହେଉ ବା ଦିନ ଯେତେବେଳେ ଚାହିଁଲେ […]
ପୁରୀ: ଗତକାଲି ବିଳମ୍ବିତ ରାତିରେ ଗୁଣ୍ଡିଚା ମନ୍ଦିରରେ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି। ଆଜିଠାରୁ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଆଜି ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ନିକଟକୁ ଅଣାଯିବ। ବିଧି ମୁତାବକ ସକାଳ ଧୂପ ସରିବା ପରେ ତିନି ଠାକୁରଙ୍କ ଆଜ୍ଞାମାଳ ରଥରେ ଲାଗି କରାଯିବ। ପ୍ରଥମେ ତାଳଧ୍ୱଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଆଜ୍ଞାମାଳ ଲାଗି କରାଯିବ। ଏହାପରେ ପ୍ରଥମେ ଦେବୀ […]
ନୂଆଦିଲ୍ଲୀ : ରତନ ଟାଟା । ପରିଚୟ ପାଇଁ କେବଳ ଏହି ନାଁ ହି ଯଥେଷ୍ଟ । କାହିଁକି ନା ବିଜିନେସ୍ ୱର୍ଲଡରେ ଏହି ନାଁକୁ କିଏ ନଜାଣେ । ନିକଟରେ ରତନ ଟାଟା ନିଜର ୟଙ୍ଗ୍ ବୟସର ଫଟୋ ସୋଶାଲ ମିଡ଼ିଆରେ ସେୟାର କରିଥିଲେ । ଯାହାକୁ ବହୁତ ଲୋକ ପସନ୍ଦ କରିଥିଲେ । ଏବେ ଏମିତି ଏକ ଫଟୋ ସେୟାର କରିଛନ୍ତି , ଯାହାକୁ ଦେଖିଲେ ହୃଦୟ ଖୁସିରେ ନାଚି ଉଠିବ। ଜଣେ ଭାରତୀୟ […]
ଭୁବନେଶ୍ୱର: ନିଟ୍ ଓ ଜେଇଇ ର ପ୍ରତି ପରୀକ୍ଷାର୍ଥୀଙ୍କୁ ମିଳିପାରେ ୟୁନିକ୍ ସେଟ୍ ଅଫ୍ କୋଶ୍ଚିନ୍। ଏନେଇ ଯୋଜନା ପ୍ରସ୍ତୁତ କରିଛି ନ୍ୟାସ୍ନାଲ୍ ଟେଷ୍ଟିଂ ଏଜେନ୍ସି- NTA। ପରୀକ୍ଷା ପଦ୍ଧତିରେ ସ୍ୱଚ୍ଛତା ଅବଲମ୍ବନ ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବା ଲାଗି ଏନ୍ଟିଏ ଏପରି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ପ୍ରଥମଥର ଲାଗି ମେଡ଼ିକାଲ୍ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ସମ୍ପୂର୍ଣ୍ଣ ପରୀକ୍ଷା ପଦ୍ଧତି ଅନ୍ଲାଇନ୍ କରାଯାଇଛି। ଏଥିରେ ନିର୍ଦ୍ଦିଷ୍ଟ ସେଟ୍ ବଦଳରେ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ସଫ୍ଟଓୟାର […]
ଗଞ୍ଜାମ : ନାଁ ତାର କାହ୍ନା। ହେଲେ ରୂପ କିନ୍ତୁ ଭିନ୍ନ । ତାଳୁରୁ ତଳିପା, ଢ଼ାଙ୍କି ହୋଇଯାଇଛି କଳା ମଚ୍ ମଚ୍ ଲୋମରେ। ଅଦ୍ଭୁତ ଦେଖାଯାଉଛି ଶରୀରର ବିଭିନ୍ନ ଅଂଶ । ଡାହାଣ ମୁହଁରେ ମାଡ଼ି ବସିଛି ମାଂସଳ ବଥ । ତାସତ୍ତ୍ୱେ ବି କେତେବେଳେ ପାଠ ପଢ଼ୁଛି ତ ଅାଉ କେତେବେଳେ ନିଜ ଚେହେରାକୁ ଦର୍ପଣରେ ଦେଖି ନିଜେ ହସୁଛି। ଗଞ୍ଜାମ ଜିଲ୍ଲା ଗାୟଗଣ୍ଡା ପଞ୍ଚାୟତ ବାଘୁଅାସାହିର କାହ୍ନାର ଏଭଳି ଅବସ୍ଥା ଜନ୍ମରୁ। ପ୍ରଥମେ […]
ଭୁବନେଶ୍ୱର : ୧୯ ନିର୍ବାଚନରେ କଟିପାରେ ୪୦ରୁ ୫୦ ବିଜେଡି ବିଧାୟକଙ୍କ ଟିକେଟ୍। ଜଟିଳ ହୋଇପାରେ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ। ଏଭଳି ସ୍ଥିତିର ମୁକାବିଲା ଲାଗି ବିଜେଡି ଖେଳୁଛିକି ବିଧାନ ପରିଷଦ ଗୋଟି ? ନେତାଙ୍କ ଲାଗି ରେଡି ରଖୁଛି କି ଲଲିପପ୍ ? ବିଧାନ ପରିଷଦ ଗଠନ ଲାଗି ପ୍ରସ୍ତାବ ଆସିବାର ସାଢ଼େ ୩ ବର୍ଷ ପରେ ଓ ନିର୍ବାଚନକୁ ମାତ୍ର କେଇ ମାସ ବାକି ଥିବା ବେଳେ ସରକାରଙ୍କ ତତ୍ପରତାକୁ ନେଇ ଉଠିଛି ଏମିତି ପ୍ରଶ୍ନ। […]
ହିମାଚଳ ପ୍ରଦେଶ : ଖସି ପଡ଼ିଲା ଆଉ ଏକ ମିଗ୍ ଯୁଦ୍ଧ ବିମାନ। ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲ୍ଲାରେ ପଟ୍ଟା ଜାତିୟାନ ନିକଟରେ ଏକ ମିଗ୍-୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମିଗ୍ ବିମାନଟି ପଞ୍ଜାବ ପଠାନକୋଟ ଏୟାରବେସ୍ରୁ ଉଡ଼ାଣ କରିଥିଲା। ରୁଟିନ୍ ଉଡ଼ାଣ ସମୟରେ ଦିନ ଗୋଟାଏ ବାଜି ୨୧ ମିନିଟରେ ବିମାନଟି ଦୁର୍ଘଟଣାର ଶିକାର ହୋଇ ପୁରା ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇ ଖସି ପଡ଼ିଥିଲା। ପାଇଲଟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ଜାଣିବା […]
ମୁମ୍ବାଇ: ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ ଟିକିଆ ଟେଷ୍ଟ ସିରିଜ ପୂର୍ବରୁ ତିନୋଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ବୁଧବାର ଭାରତୀୟ କ୍ରିକେଟ ବୋର୍ଡ଼ (ବିସିସିଆଇ) ପକ୍ଷରୁ ଘୋଷଣା ହୋଇଥିବା ଦଳରେ, ଭୁବନେଶ୍ୱର କୁମାରଙ୍କୁ ବାଦ୍ ଦିଆଯାଇଛି। ଅନ୍ୟପକ୍ଷରେ ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷବ ପନ୍ତଙ୍କୁ ପ୍ରଥମ ଥର ଟେଷ୍ଟ ଦଳରେ ସାମିଲ୍ କରାଯାଇଛି। ସେହିପରି ପେସ୍ ବୋଲର ମହମ୍ମଦ ସାମି ଦଳକୁ ପ୍ରତ୍ୟାପର୍ତ୍ତନ କରିବାରେ ସଫଳ ହୋଇଛନ୍ତି। ଏକ […]
ନୂଆଦିଲ୍ଲୀ : ବିଜେପି ଛାଡ଼ିଲେ ବରିଷ୍ଠ ନେତା ଚନ୍ଦନ ମିତ୍ର। ସେ ତାଙ୍କ ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିକଟକୁ ପଠାଇଛନ୍ତି । ବିଜେପି ଛାଡ଼ି ସେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ଯୋଗ ଦେବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏମିତିକି ଅାସନ୍ତା ଶନିବାର ଦିନ ସେ ଟିଏମ୍ସିରେ ଯୋଗ ଦେବାର ସମ୍ଭାବନା ରହିଛି। ଜଣେ ବରିଷ୍ଠ ସାମ୍ବାଦିକ ଭାବେ ଜଣାଶୁଣା ଚନ୍ଦନ ମିତ୍ର ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲେ। ଏହା […]