• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Parliament (1)
ସଂସଦର ମୌସୁମୀ ଅଧିବେଶନ ଅାରମ୍ଭ

ନୂଆଦିଲ୍ଲୀ : କେନ୍ଦ୍ରରେ କ୍ଷମତାରେ ଥିବା ଏନ୍‌ଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଅାଣିଛନ୍ତି ବିରୋଧୀ। ଟିଡିପି, ଏନ୍‌ସିପି ଓ କଂଗ୍ରେସ ଏନ୍‌ଡିଏ ସରକାର ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଅାଣିଛନ୍ତି। ଏହି ପ୍ରସ୍ତାବକୁ ବାଚସ୍ପତି ସୁମିତ୍ରା ମହାଜନ ଗ୍ରହଣ କରିଛନ୍ତି। ତା ଉପରେ ଅାସନ୍ତା ଶୁକ୍ରବାର ଲୋକସଭାରେ ଅାଲୋଚନା ହେବ। ରାଜ୍ୟସଭାରେ ଅାସନ୍ତା ସୋମବାର ଅାଲୋଚନା ହେବ। ଗତ ଅଧବେଶନରେ ମଧ୍ୟ ଟିଡିପି ଏନଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଅାଣିଥିଲା। କିନ୍ତୁ ତା ଉପରେ […]

cm
ମନୋଜ ଦାସଙ୍କୁ ଭେଟି ସମ୍ମାନିତ କଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ: ଓଡ଼ିଆ ଓ ଇଂରାଜୀ ଭାଷାରେ ବହୁ ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି କରି ସଦ୍ୟ ପଦ୍ମ ଭୂଷଣ ପାଇଁ ମନୋନୀତ ମନୋଜ ଦାସଙ୍କୁ ଆଜି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ ଭେଟିଛନ୍ତି। ମଙ୍ଗଳବାର ନାରାୟସାମୀ ମନୋଜ ଦାସଙ୍କୁ ଭେଟିବା ସହ ତାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି। ସାହିତ୍ୟ ଓ ଶିକ୍ଷା ବିଭାଗରେ ପଦ୍ମଭୂଷଣ ପାଇଁ ମନୋନୀତ ମନୋଜ ଦାସ ପୂର୍ବରୁ ପଦ୍ମଶ୍ରୀ ପାଇସାରିଛନ୍ତି। ଆଜି ନାରାୟଣସାମୀ ତାଙ୍କୁ ଭେଟିବା ଅବସରରେ ଶିକ୍ଷାମନ୍ତ୍ରୀ ଆର କମଲାକର୍ଣ୍ଣନ୍ ଏବଂ ମୁଖ୍ୟମନ୍ତ୍ରୀଙ୍କ […]

telengana
ବିଧାନ ପରିଷଦ ପାଇଁ ତେଲେଙ୍ଗାନା ଓ ବିହାରରୁ ଅନୁଧ୍ୟାନ ସାରି ଫେରିଲା ଟିମ୍

ଭୁବନେଶ୍ୱର : ବିଧାନ ପରିଷଦ ଗଠନ ପାଇଁ ପାଇଁ ୨ଟି ରାଜ୍ୟ ଅନୁଧ୍ୟାନ କରି ଫେରିଲା ସ୍ୱତନ୍ତ୍ର ଅନୁଧ୍ୟାନ କମିଟି।  ତିନିଜଣିଆ ଟିମ୍ ବିହାର ଓ ତେଲେଙ୍ଗାନା ଯାଇ ସେମାନଙ୍କ ବିଧାନ ପରିଷଦ ଗଠନ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।  ଏନେଇ ରାଜ୍ୟସରକାରଙ୍କୁ ଖୁବଶୀଘ୍ର ରିପୋର୍ଟ ଦିଅାଯିବ ବୋଲି କମିଟିର ଅଧ୍ୟକ୍ଷ ନୃସିଂହ ସାହୁ କହିଛନ୍ତି। ତେଲେଙ୍ଗାନାରେ ଯେପରି ରିଜୋଲ୍ୟୁସନ୍ ପାସ୍ ହେଲା, ସେହି ଅାଧାରରେ ରିଜୋଲ୍ୟୁସନ ଅାସିପାରେ ବୋଲି ସେ ସୂଚନା ଦେଇଛନ୍ତି। ପରିବହନ ମନ୍ତ୍ରୀ ନୃସିଂହ […]

nirmala -1
ବଦଳିବ ଟାକ୍ସ ସ୍ଲାବ୍ ନା ମିଳିବ ରିହାତି ; ତାକୁ ନେଇ ବଢୁଛି ଉତ୍କଣ୍ଠା

ନୂଆଦିଲ୍ଲୀ :  ଦେଶର ଅର୍ଥ ବ୍ୟବସ୍ଥା ଘଡ଼ସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ, ଆଉ ୩ ଦିନ ପରେ ସଂସଦରେ ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିଜ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ଅର୍ଥମନ୍ତ୍ରୀଙ୍କ ଫୋକସ୍‌ରେ ରହିବ କେଉଁ ସବୁ ସେକ୍ଟର ? ଦେଶର ଧିମା ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବାକୁ କେଉଁ ରଣନୀତି ଆପଣାଇବେ ନିର୍ମଳା ? ଅନୁମାନ କରାଯାଉଛି, ଆସନ୍ନ ବଜେଟ୍‌ରେ ରିୟଲ୍ ଇଷ୍ଟେଟ୍ ଓ […]

Moulana
ଲାଇଭ ଟିଭି କାର୍ଯ୍ୟକ୍ରମରେ ମହିଳା ଓକିଲଙ୍କୁ ହାତ ଉଠାଇଲେ ମୌଲାନା

ନୂଆଦିଲ୍ଲୀ: ପୁଣି ଥରେ ଲାଇଭ କାର୍ଯ୍ୟକ୍ରମରେ ଦେଖିବାକୁ ମଳିଛି ଅଭାବନୀୟ ଦୃଶ୍ୟ। ଜାତୀୟ ଗଣମାଧ୍ୟମ ଜୀ ହିନ୍ଦୁସ୍ତାନୀରେ ଟ୍ରିପଲ୍‌ ତଲାକ୍‌ ଉପରେ ଚାଲିଥିଲା ଏକ ଲାଇଭ କାର୍ଯ୍ୟକ୍ରମ । ବିତର୍କ ବେଳେ ଉତ୍ତ୍ୟକ୍ତ ହୋଇ ମହିଳା ଓକିଲଙ୍କୁ ହାତ ଉଠାଇଲେ ମୌଲାନା ଇଜାଜ୍ ଆର୍ଶଦ କାଜମୀ। ତେବେ ଏହାକୁ ନେଇ ମାମଲା ଦାୟର ହେବା ପରେ ମୌଲାନା ଇଜାଜ୍‌ଙ୍କୁ ଗିରଫ କରିଛି ପୁଲିସ। ଏହି ବିତର୍କର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। (ସୌଜନ୍ୟ: ୟୁ […]

cricket
ମ୍ୟାଚରେ ବ୍ୟାଟ୍ସମ୍ୟାନ୍ ମାରିଲେ ୪୮ ଛକା ଏବଂ ୭୦ ଚୌକା !

ଢାକା : ବାଂଲାଦେଶରେ ୫୦ ଓଭର ବିଶିଷ୍ଟ ଦ୍ୱିତୀୟ ଶ୍ରେଣୀ ମ୍ୟାଚରେ ବ୍ୟାଟ୍ସମ୍ୟାନ୍ ୪୮ ଛକା ଏବଂ ୭୦ ଚୌକା ମାରିଛନ୍ତି, ଯାହା ବଳରେ ଏହି ମ୍ୟାଚରେ ମୋଟ ୮୧୮ ରନ୍ ହୋଇଛି। ଢାକାସ୍ଥିତ ସିଟି କ୍ଲବ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ଘରୋଇ ମ୍ୟାଚରେ ନର୍ଥ ବେଙ୍ଗଲ କ୍ରିକେଟ୍ ଏକାଡେମୀ ୪୬ ରନରେ ଟ୍ୟାଲେଣ୍ଟ୍ ହଣ୍ଟ କ୍ରିକେଟ୍ ଏକାଡେମୀକୁ ପରାସ୍ତ କରିଛି। ନର୍ଥ ବେଙ୍ଗଲ କ୍ରିକେଟ୍ ଏକାଡେମୀ ପ୍ରଥମେ ବ୍ୟାଟିଂ କରି ୪ ୱିକେଟରେ ୪୩୨ ରନ୍ […]

vlcsnap-error062
ରାସ୍ତା ନଥିଲା, ଆମ୍ବୁଲାନ୍ସ ଆସିପାରିଲାନି, ଚାଲିଗଲା ରୋଗୀର ଜୀବନ

ମାଲକାନଗିରି: ରାସ୍ତାରେ ଚାଲିଗଲା ରୋଗୀର ଜୀବନ। ଗାଁକୁ ରାସ୍ତା ନ ଥିବାରୁ ରୋଗୀକୁ ଆଣିବାକୁ ଆସି ପାରିଲାନି ଆମ୍ବୁଲାନ୍ସ। ଫଳରେ ରୋଗୀକୁ ଖଟିଆରେ ୪ କିଲୋମିଟର ଆଣିବା ବାଟରେ ରୋଗୀର ମୃତ୍ୟୁ ହୋଇଥିଲା। ଏହି ଅଭାବନୀୟ ଘଟଣା ଘଟିଛି ମାଲକାନଗିରିରେ। ସୂଚନା ଅନୁସାରେ, ଖଇରପୁଟ କାଦଗୁଡ଼ା ଗାଁର ଜମ୍ବତି କଂସାରୀ ନାମ୍ନୀ ଜଣେ ମହିଳାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଡାକିଥିଲେ। ହେଲେ ରାସ୍ତା ଅବସ୍ଥା ଖରାପ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇପାରିନଥିଲା। […]

girls stomach
ନାବାଳିକାଙ୍କ ପେଟରୁ ବାହାରିଲା ଅଧ କେଜିର ମଣିଷ ଚୁଟି ଓ ସାମ୍ପୋ ପ୍ୟାକେଟ୍‌

କୋଏମ୍ୱାଟୁର  : କୋଏମ୍ୱାଟୁରରେ ସିଟି ହସ୍ପିଟାଲରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏହି ହସ୍ପିଟାଲର ଡାକ୍ତରୀଦଳ ଜଣେ ୧୩ ବର୍ଷୀୟା ଝିଅ ପେଟରୁ  ଅଧ କେଜିରୁ ଅଧିକ ମଣିଷ ଚୁଟି , ଖାଲି ସାମ୍ପୋ ପ୍ୟାକେଟ୍‌ ଭଳି ପ୍ଲାଷ୍ଟିକ୍‌ ଦ୍ରବ୍ୟ ବାହାର କରିଛନ୍ତି । ସୂଚନା ମୁତାବକ, ୭ମ ଶ୍ରେଣୀରେ ପଢ଼ୁଥିବା ଏହି ନାବାଳିକାଙ୍କର ଗତ କିଛି ଦିନ ଧରି ପେଟରେ ଯନ୍ତ୍ରଣା ହେଉଥିଲା । ତାଙ୍କର ମାତା-ପିତା ତାଙ୍କୁ ଏକ ପ୍ରାଇଭେଟ ମେଡିକାଲ (VGM […]

lata
ଲତା ମଙ୍ଗେସକରଙ୍କ କୋଳରେ କୁନି ଋଷି କପୁର ! ସୋଶାଲ ମିଡ଼ିଆରେ ଭାଇରାଲ୍‌

ନୂଆଦିଲ୍ଲୀ  :ବଲିଉଡ୍‌ ଅଭିନେତା ଋଷି କପୁର ନିଜର ଟ୍ୱିଟ୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ ଥାଆନ୍ତି । ଏହି ଅଭିନେତା ନିଜର ମତକୁ ଟ୍ୱିଟରେ ପ୍ରଂଶସଙ୍କସହ ସେୟାର କରିଥାନ୍ତି । କିନ୍ତୁ ଏବେ ଋଷି ପ୍ରଶଂସକଙ୍କ ପାଇଁ ଏକ ଫଟୋ ସେୟାର କରିଛନ୍ତି , ଯାହାକି ତାଙ୍କ ପାଇଁ ବହୁତ ମୂଲ୍ୟବାନ । ଏହି ଫଟୋରେ ମହାନ ଗାୟିକା ଲତା ମଙ୍ଗେସକର ୩ ବର୍ଷର ଋଷିକୁ କୋଳେଇ ଧରିଛନ୍ତି । ଏହି ଫଟୋକୁ ସେୟାର କରି ଋଷି ଖୁବ୍‌ […]

vlcsnap-error605
କାମ ମିଳୁନି, ପେଟ ପୂରୁନି; ଦଲାଲ କବଳରୁ ଉଦ୍ଧାର ପରେ ଜୀବନ ଆହୁରି ଦୁର୍ବିସହ

କେନ୍ଦୁଝର/ତେଲକୋଇ : କର୍ମ ସଂସ୍ଥାନ ନ ମିଳିବାରୁ ବାଧ୍ୟ ହୋଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ଆଦିବାସୀ ଅଚଂଳର ଯୁବକ ଯୁବତୀ। ତାପରେ ଦଲାଲ୍‌ର ପ୍ରଲୋଭନରେ ପଡି ଠକାମୀର ଶିକାର ହୋଇ ପୁଣି ଗାଁକୁ ଫେରୁଛନ୍ତି। ଖବର ପ୍ରଚାରିତ ହେବା ମାତ୍ରେ ତାଙ୍କୁ ଉଦ୍ଧାର କରାଯାଉଛି ଏବଂ କାମ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଉଛି ପ୍ରଶାସନ, ହେଲେ ଏହା କେବଳ ପ୍ରତିଶ୍ରୁତିରେ ହିଁ ରହିଯାଉଛି। ବଣ ପାହାଡ଼ ଘେରା କେନ୍ଦୁଝର ଜିଲ୍ଲାର ନିପୋ ଗାଁରେ ବସବାସ କରନ୍ତି […]

vlcsnap-error984
ବଣ୍ଡା ପିଲାଙ୍କ ସ୍କୁଲ୍‌: ଉଡ଼ିଯାଇଛି ଆଜବେଷ୍ଟସ୍‌,ହଷ୍ଟେଲ୍‌ ରୁମ୍‌ରେ ଚାଲିଛି ପାଠପଢ଼ା

ମାଲକାନଗିରି: ଆଦିମ ଜନଜାତି ବଣ୍ଡାମାନଙ୍କୁ ମୁଖ୍ୟସ୍ରୋତ ସହ ସମକକ୍ଷ କରିବାକୁ ସରକାର ଅନେକ ଯୋଜନା କରିଛନ୍ତି। ବଣ୍ଡା ପିଲାଙ୍କ ଶିକ୍ଷା ପାଇଁ ଗଢ଼ାଯାଇଛି ସ୍କୁଲ, ହେଲେ ମାଲକନଗିରି ମୁଦୁଲିପଡାରେ ବଣ୍ଡା ପିଲାଙ୍କ ପାଇଁ ଥିବା ସ୍କୁଲର ଅବସ୍ଥା ଦେଖି ସେମାନଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଉଡ଼ିଯାଇଛି ସ୍କୁଲ ଘରର ଛାତ। ଛିନ୍‌ଛତ୍ର ହୋଇ ପଡ଼ିରହିଛି ଆଜବେଷ୍ଟସ୍‌। ଘଟଣା ଦିନେ କି ଦୁଇ ଦିନର ନୁହେଁ ଗତ ମେ ମାସରେ ହୋଇଥିବା କାଳବୈଶାଖୀ ବର୍ଷାରେ ଭାଙ୍ଗିଯାଇଥିଲା ମାଲକାନଗିରି […]

noida-3
ନିର୍ମାଣାଧୀନ କୋଠା ଭୁଶୁଡ଼ି ତିନି ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗ୍ରେଟର୍‌ ନୋଏଡ଼ାରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଛି । ନୋଏଡ଼ାର ସାହାବେରି ଭିଲେଜ୍ ଅଞ୍ଚଳରେ ଏହି ଘଟଣା ଘଟିଛି। ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଗତକାଲି ରାତି ୮ଟାରେ ଗ୍ରେଟର୍‌ ନୋଇଡାରେ ଥିବା ୪ ମହଲା କୋଠା ଉପରେ ଏକ ନିର୍ମାଣାଧୀନ ୬ ମହଲା ବିଲ୍‌ଡ଼ିଂ ଭୁଶୁଡ଼ି ପଡିଥିଲା। ଚାରି ମହଲା ବିଲ୍‌ଡ଼ିଂରେ ୧୮ଟି ପରିବାର ରହୁଥିଲେ। ଘଟଣାସ୍ଥଳରେ ପୋଲିସ,ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର […]

puri
ଆଜି ହେରା ପଞ୍ଚମୀ; ନନ୍ଦିଘୋଷ ରଥର କାଠ ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ: ଆଜି ପବିତ୍ର ହେରା ପଞ୍ଚମୀ। ଏହି ଅବସରରେ ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିବେ। ମହାଲକ୍ଷ୍ମୀଙ୍କୁ ଛାଡ଼ି ଶ୍ରୀଜଗନ୍ନାଥ ଘୋଷଯାତ୍ରାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଆଣିଥିବାରୁ ଏଥିରେ ଅଭିମାନ କରି ମହାଲକ୍ଷ୍ମୀ ରଥ କାଠ ଭାଙ୍ଗିଥା’ନ୍ତି। ମହାଲକ୍ଷ୍ମୀ ବିମାନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆସିବା ପରେ ପ୍ରଥମେ ନନ୍ଦିଘୋଷ ରଥ ନିକଟରେ ରହିଥା’ନ୍ତି। ସେଠାରେ ମହାଲକ୍ଷ୍ମୀଙ୍କୁ ମହାପ୍ରସାଦ ଲାଗି, ବନ୍ଦାପନା, ଚାମର ଆଲଟ, ଘସା ବିଡ଼ିଆ ସହ ଦହି ପଟି ମଣୋହି ନୀତି ଅନୁଷ୍ଠିତ […]

indian-parliament
ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୧୮ଟି କାର୍ଯ୍ୟ ଦିବସ ରହିଛି। ଚାଷୀ ସମସ୍ୟା, ପିଏନ୍‌ବି ସ୍କାମ୍‌ ଠାରୁ ଆରମ୍ଭ କରି ଦଳିତଙ୍କ ଉପରେ ଆକ୍ରମଣ ଆଦି ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରକୁ କାଠଗଡ଼ାରେ ଠିଆ କରିବାକୁ ଉଦ୍ୟମ କରିବା ପାଇଁ ଏକଜୁଟ୍ ହୋଇଛନ୍ତି ବିରୋଧୀ। ଟ୍ରିପଲ୍‌ ତଲାକ୍ ବିଲ୍‌ ସରକାରଙ୍କ ଏଜେଣ୍ଡାର ଫୋକସ୍‌ରେ ଥିବା ବେଳେ ମହିଳା ସଂରକ୍ଷଣ ବିଲ ପାସ୍ […]

cricket-england-
ଇଂଲଣ୍ଡକୁ ୨୫୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଟିମ୍‌ ଇଣ୍ଡିଆ

ହେଡ଼ିଙ୍ଗ୍‌ଲେ: ଇଂଲଣ୍ଡକୁ୨୫୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଟିମ୍‌ ଇଣ୍ଡିଆ। ଶେଷ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ୮ ୱିକେଟ୍‌ ହରାଇ ସଂଗ୍ରହ କରିଛି ୨୫୬ ରନ୍‌। ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ହେଡ଼ିଙ୍ଗ୍‌ଲେ ଠାରେ ତୃତୀୟ ତଥା ଶେଷ ଦିନିକିଆ ଖେଳାଯାଉଛି। ଇଂଲଣ୍ଡ ପ୍ରଥମେ ଟସ୍‌ ଜିତି ଫିଲ୍‌ଡିଂ ପାଇଁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୭୧ ରନ୍‌ କରିଥିବା ବେଳେ ଶିଖର […]

manoj das
ପଦ୍ମ ପୁରସ୍କାରପ୍ରାପ୍ତ ଗାଳ୍ପିକ ମନୋଜ ଦାସଙ୍କୁ ଅସମ୍ମାନ

ପୁଡୁଚେରୀ : ପଦ୍ମ ପୁରସ୍କାରପ୍ରାପ୍ତ ଗାଳ୍ପିକ ମନୋଜ ଦାସଙ୍କୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସାମିଙ୍କ ଅସମ୍ମାନ। ଆଗରୁ ଅବଗତ କରାଯାଇନଥିବା କହି ଉଭୟଙ୍କୁ ସମ୍ବର୍ଦ୍ଧନା ଦେବାକୁ ମନା କଲେ ନାରାୟଣ ସାମି।  ପଦ୍ମ ପୁରସ୍କାର ପାଇଥିବାରୁ ସାହିତ୍ୟିକ ମନୋଜ ଦାସ ଓ ଟେରାକୋଟା ଶିଳ୍ପୀ ଭି. କେ. ମୁନୁସାମି କ୍ରିଷ୍ଣପଖତାଙ୍କୁ ପୁଡୁଚେରୀ ରାଜଭବନରେ ସମ୍ମାନିତ କରିବାକୁ କାର୍ଯ୍ୟକ୍ରମ ଥିଲା। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ସମାରୋହ ପରେ ରାଜଭବନରେ ଦୁହିଁଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ଥିଲା। […]

ଆଇପିଏସ୍
ଆଇପିଏସ୍ ଅଫିସରଙ୍କ ସହ ବିବାହିତ ମହିଳାଙ୍କ ଅନ୍ତରଂଗ କ୍ଷଣର ଭିଡିଓ ଭାଇରାଲ

ବେଙ୍ଗାଲୁରୁ: ସୋଶାଲ ମିଡିଆରେ ଜଣେ ଆଇପିଏସ୍ ଅଫିସର ଓ ଜଣେ ବିବାହିତ ମହିଳାଙ୍କ ଅନ୍ତରଂଗ କ୍ଷଣର ଭିଡିଓ ଭାଇରାଲ ହୋଇଛି। ରିପୋର୍ଟ ମୁତାବକ, ଏହି ଭିଡିଓ ଆଇପିଏସ୍ ଭୀମଶଂକର ଗୁଲ୍‌ଡଙ୍କର । ଭୀମଶଂକର କର୍ଣ୍ଣାଟକ କ୍ୟାଡର ୨୦୧୨ ବ୍ୟାଚ୍‌ର ଆଇପିଏସ୍‌ । ସବୁଠୁ ବଡ଼ କଥା ହେଉଛି ଆଇପିଏସ୍ ଭୀମଶଂକର ପୁଲିସ ପୋଷାକରେ ଥିବା ଏହି ଭିଡିଓରେ ଦେଖାଯାଇଛି। ଏଥିପାଇଁ କର୍ଣ୍ଣାଟକ ପୁଲିସକୁ ବଦ୍‌ନାମ୍‌ ହେବାକୁ ପଡ଼ିଛି। ସଂପୃକ୍ତା ମହିଳାଙ୍କ ସ୍ୱାମୀ ଜଣେ ସଫ୍ଟୱେର ଇଂଜିନିୟର। ସେ ଅଭିଯୋଗ […]

home
ସରକାରଙ୍କ ବିଜୁ ପକ୍କା ଘର ଭେଳିକ

ଭୁବନେଶ୍ୱର: ସରକାର ଗରିବ ବୋଲି ମାନ୍ୟତା ଦେଲେ ସତ। ହେଲେ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ବିଜୁ ପକ୍କାଘର ଯୋଜନାରେ ଘରଟିଏ ଦେଉନାହାଁନ୍ତି। ଯାହାକି ସାଲେପୁର ରଟିଲୋ ଗାଁର ସୁବାସ ମଣ୍ଡଳଙ୍କ କ୍ଷେତ୍ରରେ ହୋଇଛି। ବାରମ୍ବାର ଅାବେଦନ କରି ବି ପକ୍କାଘରଟିଏ ପାଇପାରୁନାହାଁନ୍ତି ସୁବାସ। ସେହିପରି କୁରୁଳି ଗାଁର ପଙ୍କଜ ଲେଙ୍କାଙ୍କର ବି ସମାନ ଅବସ୍ଥା। ବୟସର ଅପରାହ୍ନରେ ପହଞ୍ଚିଥିବା ଏହି ବୃଦ୍ଧ ଦମ୍ପତ୍ତିଙ୍କ ପାଇଁ ଅାବାସ ଯୋଜନାରେ କି ବିଜୁ ପକ୍କାଘର ଖଣ୍ଡେ ନାହିଁ। ପୂରା ପଞ୍ଚାୟତରେ […]

fish possion
ବିକ୍ରି ହେଉଛି ବିଷାକ୍ତ ଫର୍ମାଲିନ୍ ମିଶା ମାଛ, ଚାଲିଛି ଘନ ଘନ ରେଡ୍

ଭୁବନେଶ୍ୱର: ଖାଲି ଭୁବନେଶ୍ୱର ନା ରାଜ୍ୟର ଅନ୍ୟ ସ୍ଥାନରେ ବି ବିକ୍ରି ହେଉଛି ବିଷାକ୍ତ ଫର୍ମାଲିନ୍ ମିଶା ମାଛ। ଜାଣିବାକୁ ଚାଲିଛି ଘନ ଘନ ରେଡ୍। ସେଥିପାଇଁ ଆଜି ପଶ୍ଚିମ ଓଡ଼ିଶାର ଦୁଇ ପ୍ରମୁଖ ସହର ବଲାଙ୍ଗିର ଓ ସମ୍ବଲପୁରର ବିଭିନ୍ନ ମାଛ ମାର୍କେଟରେ ଚଢ଼ଉ କରାଯାଇଛି। ଏହା ସହିତ ରାସ୍ତା କଡ଼ରେ ବସୁଥିବା ବିକାଳି, ମାନଙ୍କଠାରୁ ବି ନମୂନା ସଂଗ୍ରହ କରିଛି ଜିଲ୍ଲା ପ୍ରଶାସନର ଏନଫୋର୍ସମେଣ୍ଟ ଟିମ୍। ତେବେ ଚଢ଼ଉ ବେଳେ ଭୟରେ ମୋତିଝରଣ ଅଞ୍ଚଳରେ […]

dating app
ଡେଟିଂ ଆପ୍‌ରେ ୮ ଲକ୍ଷ ବିବାହିତ ! ପରକୀୟା ପ୍ରୀତି ପାଇଁ ସାଥି ଖୋଜା

ନୂଆଦିଲ୍ଲୀ : ଡେଟିଂ ଆପ୍ଲିକେସନ୍‌ର ଡାର୍ଟି କାହାଣୀ ବାବଦରେ ଚମକାଇ ଦେବାଭଳି ଏକ ରିପୋର୍ଟ ଆସି ପହଞ୍ଚିଛି। ୮ ଲକ୍ଷ ଭାରତୀୟ ପୁରୁଷ ଓ ମହିଳା ପରକୀୟା ପ୍ରୀତି ପାଇଁ ସାଥୀ ଖୋଜା ଉଦ୍ଦେଶ୍ୟରେ ବିଭିନ୍ନ ଡେଟିଂ ଆପ୍‌ର ସହାୟତା ନେଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଟେକ୍‌ ସିଟି ବେଙ୍ଗାଲୁରୁରେ ସର୍ବାଧିକ ଏପରି ବ୍ୟବହାରକାରୀ ଅଛନ୍ତି। ନୂଆବର୍ଷର ରିଜୋଲ୍ୟୁସନ୍‌ ସ୍ୱରୂପ ବେଶ କିଛି ଲୋକ ପରକୀୟା ପ୍ରୀତି ବାଛି ପାର୍ଟନରଙ୍କୁ ଧୋକା ଦେବାକୁ ପଛାଇ ନଥିବା ଏହି […]

good book
ପାଓ୍ୱାର୍‌ କରିଡର୍‌ରେ ବିଷମ ବଣ୍ଟନ; ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍‌

ଭୁବନେଶ୍ୱର: ହେମନ୍ତ ଶର୍ମା, ବିଶାଳ ଦେବ, ଜି. ମାଥିଭାଥନନ୍, ଅଶୋକ ମୀନା, କିଶନ୍ କୁମାର। ଜଣେ ଜଣେ ଅାଇଏଏସ୍ ଅଫିସରଙ୍କୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ଏଭଳି ତାଲିକା ଏଇଠି ସରିନି, ଅାଗକୁ ବି ବଢ଼ିଛି। ସେପଟେ ଏମିତି ଅନେକ ଅାଇଏଏସ୍ ଅଧିକାରୀ ଅଛନ୍ତି ଯେଉଁମାନଙ୍କୁ କି ମିଳିଛି ଅପେକ୍ଷାକୃତ କମ୍ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଗୋଟିଏ ଗୋଟିଏ ବିଭାଗର ଦାୟିତ୍ୱ। ହେଲେ ରାଜ୍ୟ ପ୍ରଶାସନରେ କାହିଁକି ଏଭଳି ସ୍ଥିତି? ଅଭିଯୋଗ ହେଉଛି ୟା ପଛରେ ରହିଛି ତୃତୀୟ ମହଲା […]

vlcsnap-error409
ସାଧାରଣ ନିର୍ବାଚନ ବହୁ ପୂର୍ବରୁ ପ୍ରସ୍ତୁତି, ଫୋକସ୍‌ରେ ବୁଥ୍ ପରିଚାଳନା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଖୋର୍ଦ୍ଧା, ନୟାଗଡ଼, କୋରାପୁଟ, ରାୟଗଡ଼ା ଜିଲ୍ଲାର ସରକାରୀ ଅଧିକାରୀଙ୍କୁ ନେଇ ସିଇଓଙ୍କ ଅଫିସ୍‌ରେ ହୋଇଛି ଅାଲୋଚନା। ସାଧାରଣ ନିର୍ବାଚନର ପ୍ରାୟ ୯ ମାସ ପୂର୍ବରୁ ପ୍ରସ୍ତୁତ ହେଉଛନ୍ତି ନିର୍ବାଚନ ଅାୟୋଗ। ଫୋକସ୍‌ରେ ଅଛି ବୁଥ୍ ପରିଚାଳନା। ଅାୟୋଗଙ୍କ ଗାଇଡ୍‌ଲାଇନ୍ ଅନୁସାରେ ଗ୍ରାମାଚଂଳରେ ପ୍ରତି ୧୨ଶହ ଭୋଟର୍‌ରେ ଗୋଟିଏ ବୁଥ୍ ଗଠନ ହେବ। ଏହାଠୁ ଅଧିକ ଭୋଟର ଥିଲେ ନୂଅା ବୁଥ୍ ଗଠନ ହେବ। ଯଦି କମ୍ ଭୋଟର୍ […]