• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Brahmos_
ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ବ୍ରହ୍ମୋସ୍‌ର ପରୀକ୍ଷଣ

ବାଲେଶ୍ୱର: ଚାନ୍ଦିପୁର ଟେଷ୍ଟ୍‌ ରେଂଜ୍‌ରୁ ଆଜି ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ବ୍ରହ୍ମୋସର ପରୀକ୍ଷଣ ହୋଇଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସକାଳ ୧୦ଟା ୧୮ରେ ଏହାର ପରୀକ୍ଷଣ ହୋଇଥିଲା। ବ୍ରହ୍ମୋସକୁ ଅଧିକ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଇବା ପାଇଁ ଏହି ପରୀକ୍ଷଣ କରାଯାଇଥିଲା। ଭାରତର ଡିଆରଡିଓ ଏବଂ ରୁଷିଆର ଏନପିଓମ ପକ୍ଷରୁ ମିଳିତଭାବେ ବ୍ରହ୍ମୋସ୍‌ ତିଆରି କରାଯାଇଛି। ପର୍ବତ ଉପରେ କିମ୍ବା ବିମାନରେ ଯାଉଥିବା ଶତ୍ରୁପକ୍ଷକୁ ଟାର୍ଗେଟ୍‌ କରିବାକୁ ବ୍ରହ୍ମୋସ୍‌ର କ୍ଷମତା ରହିଛି। ବ୍ରହ୍ମୋସ୍ ମିସାଇଲ ଶବ୍ଦର ଗତିଠାରୁ […]

india
ଟସ୍‌ ଜିତି ଟିମ୍‌ ଇଣ୍ଡିଆର ବୋଲିଂ ନିଷ୍ପତ୍ତି

ଅକଲ୍ୟାଣ୍ଡ: ଆଜିଠାରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍‌ ଆରମ୍ଭ ହେଉଛି। ଅକଲ୍ୟାଣ୍ଡର ଇଡେନ ପାର୍କ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଟି-୨୦ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଘରୋଇ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିବ। ଆଜି ମ୍ୟାଚ୍‌ରେ ସାମାନ୍ୟ ବର୍ଷା ହେବାର ଆଶଙ୍କା ଥିବାରୁ ବିରାଟ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଆଜିର ମ୍ୟାଚ୍‌ରେ ଭାରତ ପକ୍ଷରୁ କୁଳଦୀପ ଯାଦବ, […]

womans
ବଦଳୁଛି ମାନସିକତା ; ସବୁଠି ପ୍ରତିଷ୍ଠିତ ଏବେ ମହିଳାମାନେ

ଭୁବନେଶ୍ୱର : ବଦଳୁଛି ସମାଜ । ଆଉ ତା ସହ ତାଳ ଦେଇ ବଦଳୁଛି ଆମ ମାନସିକତା। ଝିଅ ମାନେ ଏବେ ପୁଅଙ୍କଠୁ ଗୋଟିଏ ପାଦ ଆଗରେ । ଶିକ୍ଷା, କ୍ରୀଡ଼ା, କଳା ସବୁଠି ଏବେ ଝିଅଙ୍କ ଦବଦବା। କନ୍ୟାଟିଏ, ସେ କେତେବେଳେ ମାଆ ତ କେତେବେଳେ ଭଉଣୀ। କେତେବେଳେ ଲକ୍ଷ୍ମୀ ତ ପୁଣି କେତେବେଳେ ଲକ୍ଷ୍ମୀବାଈ । ଭିନ୍ନ ତାର ରୂପ ଅନେକ ତାର ପରିଚୟ । ସୃଷ୍ଟିର ସେ ହେଉଛି ଅନନ୍ୟ ଅବଦାନ।  ଶିଶୁ […]

army
କୁପୱାଡ଼ା ଅଞ୍ଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର

ଜମ୍ମୁ କାଶ୍ମୀର:ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ଥମିବାର ନାଁ ନେଉନାହିଁ। ଆଜି ସକାଳେ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ କୁପୱାଡ଼ା ଅଞ୍ଚଳରେ ଭରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହେବା ସହ ଦୁଇ ଜଣ ଯବାନ ଆହତ ହୋଇଛନ୍ତି।ଘଟଣସ୍ଥଳରୁ ଗୋଟିଏ A K 47 ରାଇଫଲ ଜବତ କରାଯାଇଛି। ଏହା ପୂର୍ବରୁ ମଧ୍ୟ ଗତ ୧୧ ତାରିଖରେ କୁପୱାଡ଼ାରେ କାଣ୍ଡି ଜଙ୍ଗଲରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ […]

Capture
ଫ୍ରାନ୍ସ ପିନ୍ଧିଲା ବିଶ୍ୱମୁକୁଟ: କ୍ରୋଏସିଆକୁ ୪-୨ ଗୋଲ୍‌ରେ ହରାଇ ହେଲା ବିଶ୍ୱବିଜୟୀ

ଭୁବନେଶ୍ୱର: କ୍ରୋଏସିଆକୁ ହରାଇ ବିଶ୍ୱକପ୍‌ ମୁକୁଟ ପିନ୍ଧିଲା ଫ୍ରାନ୍ସ। ସବୁ ଅଙ୍କକୁ ଭୁଲ୍‌ କରି ଦ୍ୱିତୀୟ ଥର ପାଇଁ ଫ୍ରାନ୍ସ ଫିଫା ବିଶ୍ୱକପ ଚାମ୍ପିୟନ ହୋଇଛି। ଫାଇନାଲ୍‌ ମ୍ୟାଚ୍‌କୁ ସମ୍ପୂର୍ଣ୍ଣ ଭାବେ ଫ୍ରାନ୍ସ ନିଜ ନିୟନ୍ତ୍ରଣରେ ରଖିଥିଲା। ଫ୍ରାନ୍ସ ଖେଳାଳିଙ୍କ ସାମ୍ନାରେ କ୍ରୋଏସିଆ ଖେଳାଳି ହାର ମାନିଥିଲେ। ପ୍ରଥମାର୍ଦ୍ଧରେ ଫ୍ରାନ୍ସ ୨-୧ରେ ଅଗ୍ରଣୀ ରହିଥିଲା। ମ୍ୟାଚ୍‌ର ୧୮ ମିନିଟରେ ଫ୍ରାନ୍ସ ସପକ୍ଷରେ ପ୍ରଥମ ଗୋଲ୍‌ ହୋଇଥିଲା। ଫ୍ରାନ୍ସ୍‌କୁ ମିଳିଥିବା ଫ୍ରି-କିକ୍‌କୁ ଅଟକାଇବାକୁ ଯାଇ କ୍ରୋଏସିଆ ଖେଳାଳି ମାଣ୍ଡୁକିଚ୍‌ଙ୍କ ହେଡ଼୍‌ରୁ […]

vlcsnap-error159
ରାଜ୍ୟବ୍ୟାପୀ ଲଗାଣ ବର୍ଷା, ବନ୍ୟା ପରିସ୍ଥିତି

ରାୟଗଡ଼ା/ଭବାନୀପାଟଣା/ଆସ୍କା: ରାଜ୍ୟବ୍ୟାପୀ ଲଗାଣ ବର୍ଷା ଯୋଗୁ ଅନେକ ତଳିଆ ଅଞ୍ଚଳରେ ପାଣି ପଶିଥିବା ବେଳେ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାୟଗଡ଼ା ବିଷମକଟକ ବ୍ଲକ୍‌ ପାଇକ ଡାକୁଲୁଗୁଡ଼ା ଓ ଥୁଆପାଡ଼ି ପଞ୍ଚାୟତର ଅନେକ ଅଂଚଳ ଜଳମଗ୍ନ ହୋଇଛି। ଥୁଆପାଡ଼ି ପଞ୍ଚାୟତର ଭେଜିପଦର କାଣିଯୋଡ଼ି ବ୍ରିଜ୍‌ ଉପରେ ୪ ଫୁଟ ଉଚ୍ଚରେ ପାଣି ଚାଲୁଛି। ସେପଟେ ଗୁଣପୁର-ଗୁମୁଡ଼ା ରାସ୍ତାର ସେରମା ନିକଟରେ କଲଭର୍ଟ ଧୋଇଯିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛିା ଗୁଣପୁରଠାରେ ବଂଶଧାରା ନଦୀରେ ବିପଦ ସଙ୍କେତ […]

vlcsnap-error693
ଆସନ୍ତାକାଲି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ

ପୁରୀ: ଜଗତର ନାଥଙ୍କ ଅପୂର୍ବ ସାନ୍ନିଧ୍ୟ ପାଇ ବିମୋହିତ ଶ୍ରଦ୍ଧାଳୁ। କାଲି ଭାଇ ଭଉଣୀ ଶରଧାବାଲିରେ ପହଞ୍ଚିସାରିଥିବାରୁ ସତେ ଯେପରି ଅଭିମାନ କରିଥିଲା କାଳିଆ। ଆଜି ସକାଳୁସକାଳୁ ସଜବାଜ ହୋଇ ଆରମ୍ଭ କରିଥିଲା ଦ୍ୱିତୀୟ ଦିନର ଯାତ୍ରା। ଅସରା ଅସରା ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁମାନେ ବି ଉତ୍ସାହର ସହ ସାଲବେଗ ପୀଠ ବଳଗଣ୍ଡି ଛକଠାରୁ ନନ୍ଦିଘୋଷ ରଥକୁ ଟାଣିନେଇଥିଲେ ଗୁଣ୍ଡିଚା ମନ୍ଦିର ଯାଏଁ। ଆସନ୍ତାକାଲି ସାଦର୍ଶନ ପରେ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ହେବ। ଦ୍ୱିତୀୟ ଶ୍ରୀକ୍ଷେତ୍ର […]

wife
ରହସ୍ୟରେ ଆଟଲସ୍‌ ସାଇକେଲ୍‌ କଂପାନୀ ମାଲିକଙ୍କ ପତ୍ନୀଙ୍କ ଆତ୍ମହତ୍ୟା !

ନୂଆଦିଲ୍ଲୀ  : ଜଣାଶୁଣା ସାଇକେଲ୍‌ କଂପାନୀ ଆଟଲସ୍‌ର ମାଲିକ ସଂଜୟ କପୁରଙ୍କ ପତ୍ନୀ  ନତାଶା କପୁର ଆତ୍ମହତ୍ୟା କରିଛନ୍ତି । ରହସ୍ୟଜନକ ଭାବେ ତାଙ୍କର ମୃତଦେହ ନିଜ ବେଡ୍‌ରୁମ୍‌ରୁ ଉଦ୍ଧାର ହୋଇଛି । ଦିଲ୍ଲୀ ପୁଲିସ୍‌ ପ୍ରାଥମିକ ଯାଂଚରୁ ଏହାକୁ ଆତ୍ମହତ୍ୟା ମାମଲା ବୋଲି କହିଛି । ଖବର ଅନୁସାରେ , ଯେଉଁ ଘରେ ନତାଶା କପୁରଙ୍କ ମୃତଦେହ ଝୁଲିଥିଲା , ସେଠାର କବାଟ ଖୋଲାଥିଲା । ଯେଉଁଥିପାଇଁ ପୁଲିସ୍‌କୁ ଏହା ସନ୍ଦେହ ଜନକ ମନେହୋଇଛି ଏବଂ […]

vlcsnap-error443
ବିଜେପି ଫୋକସ୍‌ରେ ଓଡ଼ିଶା, ନବୀନଙ୍କୁ କାଉଣ୍ଟର ପାଇଁ ଅସ୍ମିତା କାର୍ଡ

ଭୁବନେଶ୍ୱର: ସାରା ଦେଶରୁ ରାଜ୍ୟସଭାକୁ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ୪ ଜଣଙ୍କ ଭିତରେ ଓଡ଼ିଶାର ଦୁଇ ବିଶିଷ୍ଟ ବ୍ୟକ୍ତିତ୍ୱ। ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ନୃତ୍ୟଶିଳ୍ପୀ ସୋନାଲ୍ ମାନ୍‌ସିଂ। ଯାହା କେବେ ହୋଇ ନଥିଲା, ତାହା ଏବେ ହେଲା। ହେଲେ ଏବେ କାହିଁକି? ତାକୁ ନେଇ ଚର୍ଚ୍ଚା, ଜୋରଧରିଛି। କୁହାଯାଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇମେଜ୍‌କୁ କାଉଣ୍ଟର ଲାଗି ଏମିତି ଅସ୍ମିତା କାର୍ଡ ଖେଳିଛି କେନ୍ଦ୍ର ବିଜେପି ସରକାର। କାରଣ ବିଜେପି ପାଇଁ ଏବେ ଚ୍ୟାଲେଞ୍ଜ ପାଲଟିଛି […]

vlcsnap-error077
କଂଗ୍ରେସ ଭବନରେ ମାନସମନ୍ଥନ, ୧୯ ନିର୍ବାଚନ ପାଇଁ ରୋଡ଼୍‌ମ୍ୟାପ୍ ପ୍ରସ୍ତୁତ କରୁଛି ଦଳ

ଭୁବନେଶ୍ୱର: କଂଗ୍ରେସ ଭବନରେ ଚାଲିଛି କେନ୍ଦ୍ରୀୟ ଓ ରାଜ୍ୟ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ଇନ୍‌ଚାର୍ଜ ଜିତେନ୍ଦ୍ର ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି ଆଲୋଚନା। ବିଭିନ୍ନ ଜିଲ୍ଲା ସଭାପତି, କାର୍ଯ୍ୟକାରୀ ସଭାପତି ତଥା ପିସିସି ସଭାପତିଙ୍କ ପକ୍ଷରୁ ପ୍ରସ୍ତୁତ ପିସିସି ଓ ଡିସିସି କମିଟିରେ କାହାକୁ ରଖାଯିବ, କାହାକୁ ବାଦ୍ ଦିଆଯିବ, କେଉଁ ନୂଆ ମୁହଁ ସାମିଲ କରାଯିବ, ସେନେଇ ଚାଲିଛି ବିସ୍ତୃତ ଆଲୋଚନା। ବିଭିନ୍ନ ସଂସଦୀୟ କ୍ଷେତ୍ରକୁ ପ୍ରତିନିଧିତ୍ୱ କରିବା ପାଇଁ ନେତା ମନୋନୟନ ନେଇ […]

robot
ମିଶନ ଗଗନଯାନରେ ସାମିଲ ହେବ ଏହି ମହିଳା ରୋବୋଟ

ବେଙ୍ଗାଲୁରୁ: ଚଳିତ ବର୍ଷ ଶେଷ ଆଡ଼କୁ ମାନବବିହୀନ ମହାକାଶ ଯାନ (ଗଗନଯାନ) ଉଡ଼ାଣ ଭରିବ। ତେବେ ଏଥିରେ ଇସ୍ରୋ ମହାକାଶକୁ ପଠାଇବାକୁ ଥିବା ହ୍ୟୁମାନଏଡ୍‌ଙ୍କର ପ୍ରଥମ ଝଲକ ସାମ୍ନାକୁ ଆସିଛି। ୨୦୨୨ରେ ଭାରତ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବାର ଅଛି। ଏହା ପୂର୍ବରୁ ମହାକାଶକୁ ଜଣେ ହ୍ୟୁମାନଏଡ୍‌ ବା ମଣିଷ ପରି ଦିଶୁଥିବା ରୋବୋଟ୍‌ ପଠାଯିବ। ଯଦିଓ ଗଗନଯାନ ମିଶନରେ କେହି ମହିଳା ମହାକାଶଯାତ୍ରୀ ସ୍ଥାନ ପାଇନାହାନ୍ତି, ଏହା ପୂର୍ବରୁ ମହାକାଶ ଯିବାକୁ ଥିବା ହ୍ୟୁମାନଏଡ୍‌ ଜଣେ ‘ମହିଳା’ […]

vlcsnap-error109
ଚାବି ହଜିବା ଘଟଣାକୁ ନେଇ ବିଦେଶରେ ବି ଚର୍ଚ୍ଚା

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ବିଦେଶରେ ବି ଚର୍ଚ୍ଚା ଆରମ୍ଭ ହୋଇଛି। ନ୍ୟୁୟର୍କ ଟାଇମ୍ସ ଏହି ଖବର ଛାପିବା ପରେ ଏହା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପୂରା ଘଟଣାକୁ ନ୍ୟୁୟର୍କ ଟାଇମ୍ସ ବିସ୍ତୃତ ଭାବେ ଛାପିବା ସହ ଗଜପତି ମହାରାଜା, ଶ୍ରୀମନ୍ଦିର ପରିଚାଳନା କମିଟି, ବୁଦ୍ଧିଜୀବୀଙ୍କଠୁ ଆରମ୍ଭ କରି ସାଧାରଣ ଭକ୍ତଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମତାମତକୁ ଏଥିରେ ସ୍ଥାନିତ କରିଛି। ମନ୍ଦିରର ଗୁପ୍ତ ଭଣ୍ଡାରରେ ଥିବା ଲକ୍ଷ ଲକ୍ଷ ଡଲାର […]

vlcsnap-error328
ରାଜ୍ୟ ସରକାରଙ୍କୁ ଆର୍ଥିକ ପରିଚାଳନା ଚିନ୍ତା

ଭୁବନେଶ୍ୱର: ଗୋଟିଏ ପଟେ ଋଣ ବୋଝ, ଅନ୍ୟପଟେ ନିର୍ବାଚନର ଆହ୍ୱାନ। ଖାସ୍‌ ସେଥିପାଇଁ ବାଟ ବାହାର କରିଛି ଅର୍ଥ ବିଭାଗ। ଆଉ ଫୋକସ୍‌ରେ ରହିଛି ସପ୍ଲିମେଣ୍ଟାରି ବଜେଟ୍। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଗାଇଡ୍ ଲାଇନ୍‌ ଜାରି କରିଛି ଅର୍ଥ ବିଭାଗ। ରାଜ୍ୟରେ ସପ୍ତମ ବେତନ କମିଶନ୍ ଲାଗୁ ହେବା ପରେ ରାଜ୍ୟ ସରକାର ଆର୍ଥିକ ଚାପରେ ଥିବା ଜଣାପଡ଼ିଛି। ସେଦୃଷ୍ଟିରୁ ପ୍ରତି ବର୍ଷ ଭଳି ରୁଟିନ୍ ଖର୍ଚ୍ଚ ବରାଦ ନକରି ଆଡ୍‌ଜଷ୍ଟମେଣ୍ଟ୍‌ କରିବାକୁ କୁହାଯାଇଛି। ଯେଉଁ […]

ଜନ୍‌ସନ୍‌
‘ଜନ୍‌ସନ୍‌ ଏଣ୍ଡ୍‌ ଜନ୍‌ସନ୍‌ କମ୍ପାନୀର ସୁଗନ୍ଧିତ ପାଉଡର୍‌ରୁ ହେଉଛି କ୍ୟାନ୍‌ସର୍‌’

ୱାଶିଂଟନ୍: ଆଉ ନିରାପଦ ନୁହେଁ ଜନ୍‌ସନ୍‌ ଏଣ୍ଡ୍‌ ଜନ୍‌ସନ୍‌ କମ୍ପାନୀର ସୁଗନ୍ଧିତ ପାଉଡର୍‌। ଏଥିରେ ମାରାତ୍ମକ ଆଜ୍‌ବେଷ୍ଟସ୍‌ ମିଶିଥିବା ଅଭିଯୋଗ ହୋଇଛି। ଆଉ ଏଥିପାଇଁ ଗର୍ଭାଶୟରେ କ୍ୟାନ୍‌ସର୍ ହେଉଥିବା ୨୨ ଜଣ ମହିଳା ଅଭିଯୋଗ କରି ଆମେରିକାର ଏକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାର ବିଚାର କରି କମ୍ପାନୀକୁ ୪. ୭ ବିଲିୟନ୍‌ ଆମେରିକୀୟ ଡଲାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜନ୍‌ସନ୍‌ ଏଣ୍ଡ୍‌ ଜନ୍‌ସନ୍‌ କମ୍ପାନୀ ଅସୁରକ୍ଷିତ ସାମଗ୍ରୀ ବିକୁଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ […]

vlcsnap-error946
ମୁମ୍ବାଇରେ ବର୍ଷା ବିତ୍ପାତ, ମେରାଇନ ଡ୍ରାଇଭ୍‌ରେ ୫ ମିଟର ଉଚ୍ଚ ଜୁଆର

ମୁମ୍ବାଇ: ଗତ ଦୁଇ ସପ୍ତାହ ହେବ ବାଣିଜ୍ୟ ମହାନଗରୀ ମୁମ୍ବାଇରେ ବର୍ଷା ସ୍ଥିତି ବଢ଼ିବାରେ ଲାଗିଛି। ଏହା ସହିତ ପୁଣି ଆଗକୁ ବର୍ଷିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମୁମ୍ବାଇ ମେରାଇନ ଡ୍ରାଇଭ୍‌ରେ ଚଳିତ ମୌସୁମୀରେ ସବୁଠାରୁ ଉଚ୍ଚତମ ଜୁଆର ଦେଖିବାକୁ ମିଳିଛି। ଚଳିତ ବର୍ଷାରେ ପାଖାପାଖି ୫ ମିଟର ଉଚ୍ଚ ଜୁଆର ଆସିଛି। ଏହା ଫଳରେ ସମୁଦ୍ରରେ ଥିବା ଅଳିଆ ଆସି ରାସ୍ତା ଉପରେ ଗଦା ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। […]

new born baby
ପିତା ନିଜ ନବଜାତ ପୁଅର ନାଁ ରଖିଲେ ‘କଂଗ୍ରେସ’ !

ରାଜସ୍ଥାନ : ରାଜସ୍ଥାନରେ ଏକ ଅଜବ କଥା ଦେଖିବାକୁ ମିଳିଛି । ଜଣେ ପିତା ତାଙ୍କ ନବଜାତ ପୁତ୍ରର ଏମିତି ଏକ ନାଁ ରଖିଛନ୍ତି , ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି । ସୂଚନା ମୁତାବକ, ଉଦୟପୁରରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟରେ ଜଣେ ମିଡିଆ ଅଧିକାରୀ ଭାବେ କାମ କରନ୍ତି ବିନୋଦ ଜୈନ । ମଙ୍ଗଳବାର ଦିନ ତାଙ୍କର ଏକ ନବଜାତ ଶିଶୁର ନାଁ ରଖିଛନ୍ତି ‘କଂଗ୍ରେସ ଜୈନ’ । ଆଉ ମଧ୍ୟ ସେ ଶିଶୁ […]

vlcsnap-error876
କାନ୍ଦିଲେ କୁମାରସ୍ୱାମୀ; କହିଲେ ‘ମେଣ୍ଟ ସରକାର ଚଳାଇବା ଯନ୍ତ୍ରଣାଦାୟକ’

ବେଙ୍ଗାଲୁରୁ: ‘ମେଣ୍ଟ ସରକାର ଚଳାଇବା କେତେ ଯନ୍ତ୍ରଣାଦାୟକ ତାହା ମୁଁ ହିଁ ଜାଣିଛି। ଏହି ଯନ୍ତ୍ରଣା ବିଷଜ୍ୱାଳାଠାରୁ ବି ଅଧିକ’ । ଏ କଥା କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ୱାମୀ। ସେ ଆହୁରି କହିଛନ୍ତି, ଭଗବାନ ତାଙ୍କୁ ଏଥିପାଇଁ ଶକ୍ତି ଦେଇଛନ୍ତି। ମେଣ୍ଟ ସରକାରରେ ଆଉ କେତେଦିନ ରହିବେ, ସେନେଇ ସେ ଚିନ୍ତା କରୁଛନ୍ତି। ବେଙ୍ଗାଲୁରୁରେ ଆୟୋଜିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ଆଖି ଛଳଛଳ କରି ଏଭଳି କହିଛନ୍ତି କୁମାରସ୍ୱାମୀ। ଆପଣମାନେ ମୋତେ ସ୍ୱାଗତ […]