• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

nadighosha
ବଳଗଣ୍ଡି ଛକରୁ ପୁଣି ଟଣାଯିବ ନନ୍ଦିଘୋଷ ରଥ

ପୁରୀ : ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଶ୍ରୀଜୀଉ। ଭାଇ ଭଉଣୀଙ୍କୁ ଧରି ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା କାଳିଆ ଠାକୁର ଏବେ ରଥ ଉପରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।  ଗତକାଲି ନୀଳକନ୍ଦରରୁ ବାହାରି ଆସିଥିବା ଚତୁର୍ଦ୍ଧା ମୂରତିଙ୍କ ତିନି ରଥ ମଧ୍ୟରୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ସୁଭଦ୍ରାଙ୍କ ଦେବଦଳନ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ସାରିଛି। ତେବେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ କିନ୍ତୁ ବଳଗଣ୍ଡି ଛକରେ ଅଟକି ଯାଇଛି। ଜଗନ୍ନାଥଙ୍କ ରଥକୁ ଭକ୍ତମାନେ ଆଜି […]

england
ଦ୍ୱିତୀୟ ଦିନିକିଆରେ ଭାରତକୁ ହରାଇଲା ଇଂଲଣ୍ଡ

ଲଣ୍ଡନ : ଲର୍ଡସରେ ହାରିଲା ଭାରତ। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପିତ୍ତି ନେଇଥିବା ଘରୋଇ ଦଳ ଭାରତକୁ ୩୨୩ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ତେବେ ବିରାଟ ବାହିନୀ ଏହି ଟାର୍ଗେଟର ପିଛା କରି ମାତ୍ର ୨୩୬ ରନ କରିବାକୁ ସକ୍ଷମ ହୋଇଥିଲେ। ଫଳରେ ଇଂଲଣ୍ଡ ୮୬ ରନର ବୃହତ ବିଜୟ ହାସଲ କରିବା ସହ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ […]

long hair
ସ୍ୱପ୍ନ ହେଲା ସତ ; ଲମ୍ୱା କେଶ ପାଇଁ ବିଶ୍ୱ ରେକର୍ଡ କଲେ ଯୁବତୀ  

ଗୁଜୁରାଟ : ଲମ୍ୱା କେଶ ପାଇଁ ଯୁବତୀ କଲେ ବିଶ୍ୱ ରେକର୍ଡ। ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଛି ତାଙ୍କ ନାଁ । ଗୁଜୁରାଟରେ ରହୁଥିବା ଏହି ୧୭ ବର୍ଷୀୟା ନିଲାଂଶି ପଟେଲ୍‌ଙ୍କର କେଶର ଲମ୍ୱ ୧୯୦ ସେ.ମି ଅର୍ଥାତ୍‌ ୬ ଫୁଟ୨.୮ଇଂଚ୍‌ । ଉଲ୍ଲେଖନୀୟ ଯେ, ନିଲାଂଶିଙ୍କର ଏହା ପ୍ରଥମ ବିଶ୍ୱ ରେକର୍ଡ ନୁହେଁ । ଏହା ପୂର୍ବରୁ ୨୧ ନଭେମ୍ୱର ୨୦୧୮ରେ ୧୭୦.୫ ସେ.ମି ଲମ୍ୱର କେଶ ସହ ବିଶ୍ୱ ରେକର୍ଡ କରିଥିଲେ । ଗତ […]

Sharif, Maryam
ସରିଫ୍‌ ଓ ମରିୟମ୍‌ଙ୍କୁ ଜେଲ୍‌ରେ ଦିଆଗଲା ବି-କ୍ଲାସ୍ ସୁବିଧା

ରାଓ୍ୱଲପିଣ୍ଡି : ଆସନ୍ତା ସୋମବାର ଦିନ ଦଣ୍ଡାଦେଶ ବିରୋଧରେ କୋର୍ଟରେ ଆବେଦନ କରିବେ ନୱାଜ ସରିଫ୍। ଏନେଇ ସୂଚନା ଦେଇଛନ୍ତି ସରିଫଙ୍କ ଓକିଲ ଖାଓ୍ୱାଜା ହାରିସ୍‌। ଗତକାଲି ପାକିସ୍ତାନ ପହଞ୍ଚିବା ପରେ ତାଙ୍କୁ ଗିରଫ କରିଥିଲା ପାକିସ୍ତାନ ପୋଲିସ। ନୱାଜଙ୍କ ସହ ତାଙ୍କ ଝିଅ ମରିୟମଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ।  ଉଭୟଙ୍କୁ ରାଓ୍ୱଲପିଣ୍ଡି ଆଦିଆଲା ଜେଲ୍‌ରେ ବି- କ୍ଲାସ୍ ସୁବିଧା ସୁଯୋଗ ଦିଆଯାଇଛି।  ବି-କ୍ଲାସରେ ଏସି କୋଠରୀ ଓ ଟିଭି ଦେଖିପାରିବା ଭଳି ସୁବିଧା ସୁଯୋଗ […]

ind -vs
ମ୍ୟାଚ୍‌ ସହ ସିରିଜ୍‌ ଜିତିଲା ଭାରତ

ବେଙ୍ଗାଲୁରୁ: ରୋହିତ୍ ଶର୍ମାଙ୍କ ଆକର୍ଷଣୀୟ ଶତକ ଏବଂ ବିରାଟ୍ କୋହଲିଙ୍କ ଜବରଦସ୍ତ ଇନିଂସ୍ ବଳରେ ଭାରତ ଏଠାରେ ଅନୁଷ୍ଠିତ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ଅଷ୍ଟ୍ରେଲିଆକୁ ୭ ୱିକେଟରେ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ପ୍ରଥମ ମ୍ୟାଚରେ ୧୦ ୱିକେଟରେ ହାରିଥିବା ଭାରତ ଦ୍ୱିତୀୟ ମୁକାବିଲାରେ ଜବରଦସ୍ତ କମବ୍ୟାକ୍ କରି ୩୬ ରନରେ ବିଜୟୀ ହୋଇ ସିରିଜକୁ ୧-୧ରେ ବରାବର କରିଥିଲା। ରବିବାର ଏମ୍‌. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସିରିଜ୍ […]

runs
ଭାରତକୁ ୨୮୭ ରନର ଟାର୍ଗେଟ୍

ବେଙ୍ଗାଲୁରୁ: ଷ୍ଟିଭ୍ ସ୍ମିଥଙ୍କ ଶତକ ଏବଂ ମାର୍ନସ୍ ଲାବୁଶେନଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ଏଠାରେ ଖେଳାଯାଇଥିବା ଭାରତ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୮୬ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ସିରିଜ୍ ଜିତିବା ପାଇଁ ବିରାଟବାହିନୀଙ୍କୁ ୨୮୭ ରନ୍ କରିବାକୁ ପଡ଼ିବ। ଏହି ମ୍ୟାଚରେ ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କୁ ବଡ଼ ଶଟ୍ ଖେଳିବାକୁ ଦେଇନଥିଲେ। ବିଶେଷକରି ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର […]

baby
ମା’ ହେଲେ ୧୧ବର୍ଷୀୟା ଛାତ୍ରୀ, ହଷ୍ଟେଲ୍‌ରେ ଜନ୍ମ କଲେ ପିଲା !

ରାୟପୁର : ଛତିଶଗଡ଼ର ଦାନ୍ତେୱାଡ଼ାରେ ଘଟିଛି ଏକ  ଆଶ୍ଚର୍ଯ୍ୟକର ଘଟଣା , ଯାହାକି ଆମର ସଭ୍ୟ ସମାଜ ପ୍ରତି ଲଜ୍ଜାକର ବିଷୟ । ଜଣେ ୧୧ ବର୍ଷୀୟା ଛାତ୍ରୀ ହୋଇଛନ୍ତି ମାଆ । ସେ ଯେଉଁ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି ,ସେଇଠି ପିଲା ଜନ୍ମ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।  ଏହି ଘଟଣାଟି ଦାନ୍ତେୱାଡ଼ା ଜିଲ୍ଲାର ପାଟରାସ ଅଂଚଳରେ ଘଟିଛି। ଡେପୁଟି କଲେକ୍ଟର ନ୍ୟୁଜ୍‌ ଏଜେନ୍ସିକୁ ସୂଚନା ଦେଇ […]

IND VS AUS
ଟସ୍‌ ଜିତିଲା ଅଷ୍ଟ୍ରେଲିଆ, ଭାରତ କରିବ ବୋଲିଂ

ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ତଥା ଅନ୍ତିମ ଦିନିକିଆରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପୁଣିଥରେ ଟସ୍‌ ହାରିଛନ୍ତି । ବ୍ୟାଟସମ୍ୟାନଙ୍କୁ ସୁହାଉଥିବା ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାତିରେ ଏଠାରେ କାକର ପଡ଼ିବାର ଆଶଙ୍କା କମ୍‌ ଥିବାରୁ ଅଷ୍ଟ୍ରେଲିଆ ଆରମ୍ଭରୁ ଚାପ ସୃଷ୍ଟି କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଫିଞ୍ଚ କହିଛନ୍ତି। ଅଷ୍ଟ୍ରେଲିଆ କ୍ରମାଗତ ତୃତୀୟ ଥର […]

delhi
ଗ୍ୟାରେଣ୍ଟି କାର୍ଡ ଜାରି କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଆଗକୁ ବିଧାନସଭା ନିର୍ବାଚନ । ସେଥିପାଇଁ ମାହୋଲ ସରଗରମ୍‌ । ଭୋଟରକୁ ଆପଣେଇବା ପାଇଁ ନୂଆ ତରିକା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଜାରି କରିଛନ୍ତି ଗ୍ୟାରେଣ୍ଟି କାର୍ଡ। ରାଜ୍ୟରେ କ୍ଷମତାକୁ ଆସିଲେ ୧୦ଟି କାମ ନିଶ୍ଚିତ କରିବେ ବୋଲି କେଜରିଓ୍ୱାଲ ଗ୍ୟାରେଣ୍ଟି ଦେଇଛନ୍ତି। ଦିଲ୍ଲୀବାସୀଙ୍କୁ ମାଗଣା ବିଜୁଳି ଯୋଗାଣ, ୨୪ ଘଣ୍ଟାର ପାଣି ଯୋଗାଣ, ମାଗଣା ବସ୍ ଯାତ୍ରା ଓ ପ୍ରତ୍ୟେକ ଶିଶୁଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ଯୋଗାଇଦେବାକୁ କେଜରିଓ୍ୱାଲ ଗ୍ୟାରେଣ୍ଟି ଦେଇଛନ୍ତି। […]

death
୧୩ ଦିନିଆ ବିଚାର ବିଭାଗୀୟ ହାଜତରେ ଅଭିଯୁକ୍ତ ପ୍ରଶିକ୍ଷକ

ତାମିଲନାଡୁ  : ତାମିଲନାଡୁ କୋଇମ୍ବାଟୁରର ମକ୍‌ଡ୍ରିଲ୍ ବେଳେ ଛାତ୍ରୀ ମୃତ୍ୟୁ ଘଟଣାରେ ଗିରଫ ପ୍ରଶିକ୍ଷକଙ୍କୁ ୧୩ଦିନିଆ ବିଚାର ବିଭାଗ ହାଜତକୁ ନିଆଯାଇଛି। ଗତକାଲି କୋଏମ୍ବାଟୁରର କଲାଇ ମଗଲ୍ କଲେଜ୍‌ରେ ମକ୍‌ଡ୍ରିଲ୍ ଚାଲିଥିବା ବେଳେ ଦ୍ୱିତୀୟ ମହଲା ସନ୍‌ସେଡ୍‌ରୁ ଖସି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ମୃତଛାତ୍ରୀ ଜଣକ ହେଲେ ବିବିଏ ଦ୍ୱିତୀୟ ବର୍ଷର ଛାତ୍ରୀ ଲୋକେଶ୍ୱରୀ। କଲେଜ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ଲୋକେଶ୍ୱରୀ ଛାତରୁ ଡେଇଁବାକୁ ରାଜି ହେଉନଥିବାରୁ ପ୍ରଶିକ୍ଷକ ଜଣକ ତାଙ୍କୁ ତଳକୁ ଠେଲି ଦେବା […]

ସ୍ମାର୍ଟଫୋନ୍‌ରେ ବଡ଼ ଡିସ୍‌କାଉଣ୍ଟ , ଏକ୍ସଚେଞ୍ଜ ଅଫର ବି ଉପଲବ୍ଧ : ସୀମିତ ସମୟ

ନୂଆଦିଲ୍ଲୀ  :   ଲୋକପ୍ରିୟ ସପିଂ ସାଇଟ୍ ଫ୍ଲିପ୍‌କାର୍ଟରେ  ରିପବ୍ଲିକ୍‌ ଡେ ସେଲ୍‌ ଆରମ୍ଭ ହେବାକୁ ଯାଉଛି ଏବଂ ଏହା ଆସନ୍ତା ୪ ଦିନ ଯାଏ ଚାଲିବ । ୧୯ ଜାନୁଆରୀରୁ ଆରମ୍ଭ ହେଉଥିବା ଏହି ସ୍ପେଶାଲ ସେଲ୍‌ ୨୨ ଜାନୁଆରୀ ଯାଏ ଚାଲିବ । ଅଧିକ ଦାମ୍‌ର ସ୍ମାର୍ଟଫୋନ୍‌ରେ ଡିସ୍‌କାଉଣ୍ଟ ମିଳୁଛି । ବିଶେଷ ତଥ୍ୟ ଏହି ଯେ , ଫ୍ଲିପ୍‌କାର୍ଟରେ ବିକ୍ରି ବେଳେ ଡିଭାଇସ୍‌ ଉପରେ ତ ଦାମ୍‌ରେ କାଟ୍‌ତି ମିଳିବ , ତାହା ସହ […]

boy
ବୟସ ୫, କିନ୍ତୁ ପ୍ରଖର ସ୍ମୃତିଶକ୍ତି

ଚଣ୍ଡିଗଡ଼:  ୫ ବର୍ଷର ଝିଅ ବୈଷ୍ଣବୀ । ଏତେ କମ୍ ବୟସରେ ଅସୀମ ପ୍ରତିଭାଧାରୀ ଏହି ଝିଅଟି । ବୈଷ୍ଣବୀ ସବୁ ପ୍ରଶ୍ନର ଉତ୍ତର ଏପରି ଦେଉଛି ଯେ ଜଣେ ସାଧାରଣ ଲୋକ ସେହି ପ୍ରଶ୍ନର ଉତ୍ତର ଏତେ ଶୀଘ୍ର ଦେବା କଷ୍ଟକର। ଭାରତ ସହ ଜଡ଼ିତ ଅନେକ କଥା କହିବା ସହ, ପ୍ରତେକ ଦେଶ ଓ ତାର ରାଜଧାନୀ ମନେ ରଖିଛି ଏହି ଝିଅଟି। ତା’ର ଏହି ଆଶ୍ଚର୍ଯ୍ୟ କଲା ଭଳି ଗୁଣ ପାଇଁ ତାକୁ […]

fih
FIH ପ୍ରୋ ହକି ଲିଗ୍‌ : ପ୍ରଥମ ମ୍ୟାଚରେ ଜିତିଲା ଭାରତ

ଭୁନେଶ୍ୱର : ପ୍ରଥମଥର ପାଇଁ ଏଫଆଇଏଚ୍‌ ପ୍ରୋ ହକି ଲିଗ ଖେଳୁଥିବା ଭାରତୀୟ ପୁରୁଷ ଦଳ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ନିଜର ଦବଦବା ଦେଖାଇଛି। ୟୁରୋପିଆନ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ବିଜେତା ଶକ୍ତିଶାଳୀ ନେଦରଲ୍ୟାଣ୍ଡସକୁ ଟିମ୍‌ ଇଣ୍ଡିଆ ୫-୨ରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି। ଭାରତ ପକ୍ଷରୁ ପେନାଲିଟ କର୍ଣ୍ଣର ସ୍ପେଶାଲିଷ୍ଟ ରୁପିନ୍ଦରପାଲ ସିଂହ ଦୁଇଟି ଗୋଲ ଦେଇଥିବା ବେଳେ ମନଦୀପ ସିଂହ, ଲଳିତ ଉପାଧ୍ୟୟ ଓ ଗୁରଜନ୍ତ ସିଂହ ଗୋଟିଏ ଲେଖାଏ ଗୋଲ […]

villager
ଶୁଣିଲାନି ପ୍ରଶାସନ, ଚାନ୍ଦା ଆଦାୟ କରି ରାସ୍ତା କାମ କଲେ ଗାଁ ଲୋକେ

ନିଶ୍ଚିନ୍ତକୋଇଲି (ମନୋଜ ଆଚାର୍ଯ୍ୟ) : ପିଲା ଠାରୁ ଆରମ୍ଭ କରି ବୁଢା, ସମସ୍ତଙ୍କ ହାତରେ କୋଡ଼ି କୋଦାଳ। ଲାଗି ପଡ଼ିଛନ୍ତି ଗାଁ ରାସ୍ତା ନିର୍ମାଣରେ। ପ୍ରଶାସନକୁ ବାରମ୍ବାର ରାସ୍ତା ନିର୍ମାଣ ଲାଗି ଗୁହାରୀ କରି ଫେଲ୍‌ ମାରିବାପରେ , ଏବେ ନିଜ ପାରିଶ୍ରମରେ ରାସ୍ତା ନିର୍ମାଣ କରିଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ମହାଜନପୁର ବାସିନ୍ଦା । ୭୦ ପରିବାର ଚାନ୍ଦା ଭେଦ କରି ଏବେ ରାସ୍ତା ନିର୍ମାଣ ଆରମ୍ଭ କରିଛନ୍ତି । କେବଳ ଏତିକି ନୁହେଁ […]

helmet
ହେଲମେଟ ନପିନ୍ଧି ଗାଡ଼ି ଚଳେଇଲେ ଲେଖିବାକୁ ହେବ ୧୦୦ ଶବ୍ଦରେ ପ୍ରବନ୍ଧ

ଭୋପାଳ  : ଆମେ ସମସ୍ତେ ଜାଣିଛେ , ହେଲମେଟ୍‌ ବାଇକ୍‌ ଚଳେଇଲେ ହେଲମେଟ୍‌ର କେତେ ଜରୁରୀ ହୋଇଥାଏ । ସଡ଼କରେ ହେଉଥିବା ଦୁର୍ଘଟଣାରେ ମୃତ୍ୟୁ ମଧ୍ୟରେ ବେଶୀ ହେଲମେଟ ନ ପିନ୍ଧିବା ଯୋଗୁଁ ହୋଇଥାଏ । ସରକାର ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ଏ ଦିଗରେ ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।  କେନ୍ଦ୍ର ସରକାର ମଧ୍ୟ ଏକ ନୂଆ ମୋଟର ଯାନ ସଂଶୋଧନ ନିୟମ ଲାଗୁ କରିଛନ୍ତି । ଯେଉଁଥିରେ  ହେଲମେଟ୍‌ ନପିନ୍ଧିଲେ ୧ ହଜାର ଟଙ୍କା […]

rs-ok
ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ନୃତ୍ୟାଙ୍ଗନା ସୋନାଲ୍ ମାନସିଂହ ରାଜ୍ୟସଭାକୁ ମନୋନୀତ

ନୂଆଦିଲ୍ଲୀ: ରାଜ୍ୟସଭାକୁ ଯିବେ ଓଡ଼ିଶାର ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର। ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ମନୋନୀତ କରିଛନ୍ତି। ଆଜି ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସଂପର୍କରେ ଘୋଷଣା କରାଯାଇଛି। ରାଜ୍ୟସଭା ପାଇଁ ରାଷ୍ଟ୍ରପତି ୪ ଜଣ ବିଶିଷ୍ଟ ବ୍ୟକ୍ତିକୁ ମନୋନୀତ କରିଛନ୍ତି। ସେମାନେ ହେଲେ ରଘୁନାଥ ମହାପାତ୍ର, ବିଶିଷ୍ଟ ନୃତ୍ୟାଙ୍ଗନା ସୋନାଲ୍ ମାନସିଂହ, କୃଷକ ନେତା ରାମ୍‌ ସାକାଲ ଓ ସ୍ତମ୍ଭକାର ରାକେଶ ସିହ୍ନା। ପୁରୀ ଜିଲ୍ଲାରେ ଜନ୍ମିତ ପଦ୍ମବିଭୂଷଣ ରଘୁନାଥ […]

china image
ଜଳିଯାଇଥା’ନ୍ତା ପେଟ୍ରୋଲ ପମ୍ପ୍‌, ବୁଦ୍ଧି ପ୍ରୟୋଗ କରି ବଂଚାଇଦେଲେ କର୍ମଚାରୀ

ଜିଆଙ୍ଗଜି:  ଚୀନ୍‌ର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଭିଡିଓରେ ଏକ ଗ୍ୟାସ୍‌ ଷ୍ଟେସନ୍‌ରେ ଏକ ତିନି ଚକିଆ ଗାଡ଼ିରେ ନିଆଁ ଲାଗିଛି । ପେଟ୍ରୋଲ୍ ମେସିନ୍‌ର ଅଳ୍ପ ଦୂରରେ ଉକ୍ତ ଗାଡ଼ିଟି ଥିଲା । ଗାଡ଼ିରେ ନିଆଁ ଲାଗିବା ମାତ୍ରେ ଗାଡ଼ିରୁ ଡ୍ରାଇଭର ଓହ୍ଲାଇ ପ୍ରାଣ ବିକଳରେ ପଳାଇଯାଇଛି । ଅନ୍ୟମାନେ ମଧ୍ୟ ଭୟରେ ଉକ୍ତ ସ୍ଥାନରୁ ଦୂରେଇ ଯାଇଥିଲେ। କିନ୍ତୁ ଗ୍ୟାସ୍‌ ଷ୍ଟେସନ୍‌ର କର୍ମଚାରୀ ତୁରନ୍ତ ସାହସିକତା ପ୍ରଦର୍ଶନ […]