ରାଞ୍ଚି : ଝାଡ଼ଖଣ୍ଡର ହଜାରିବାଗ ଗଣ ଆତ୍ମହତ୍ୟା ଘଟଣାରେ ପୁଲିସ ଉଭୟ ହତ୍ୟା ଓ ଆତ୍ମହତ୍ୟା ଦୁଇଟି ଦିଗରୁ ତଦନ୍ତ କରିବ ବୋଲି କହିଛି। ମୃତକମାନେ ହେଉଛନ୍ତି ହଜାରୀବାଗ ମୁଙ୍ଗା ବଗିଚା ଅଂଚଳର ନରେଶ ମାହେଶ୍ୱରୀ, ତାଙ୍କ ବାପା ଓ ମାଆ, ପତ୍ନୀ ଓ ଦୁଇ ପିଲା । ମାହେଶ୍ୱରୀ ଆପାର୍ଟମେଣ୍ଟରୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ପତ୍ନୀ ଓ ବାପା ମାଆଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ମାହେଶ୍ୱରୀଙ୍କ ଦୁଇ ପିଲାଙ୍କ ବେକ କଟାଯାଇଛି। […]
ବଲିଉଡ୍ର ହଟ୍ ଅଭିନେତ୍ରୀଙ୍କ ମଧ୍ୟରେ ଦିଶା ପାଟନୀ ଅନ୍ୟତମ । ନିଜର ଅଭିନୟ ସହ ଆକର୍ଷଣୀୟ ଓ ସୁନ୍ଦର ଫିଟ୍ନେସ୍ ପାଇଁ ସମସ୍ତଙ୍କର ପ୍ରିୟ ପାଲଟି ଯାଇଛନ୍ତି । ତାଙ୍କର ସୁନ୍ଦର ଫିଟ୍ନେସ୍ ଚର୍ଚ୍ଚା ଚାରିଆଡେ । ସେ କଣ ଖାଆନ୍ତି ? ତାଙ୍କର ସ୍ୱାସ୍ଥ୍ୟ ପ୍ଲାନ୍ କଣ ? ସେ କଣ କଣ ପସନ୍ଦ କରନ୍ତି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ତାଙ୍କର ପ୍ରଶଂସକ ପ୍ରୟାସ କରନ୍ତି । ଆଉ ଦିଶା ତାଙ୍କର […]
କେନ୍ଦ୍ରାପଡ଼ା : ଇଞ୍ଜେକସନ୍ ନେଇ ନାବାଳକର ମୃତ୍ୟୁ ଅଭିଯୋଗ। ଏଭଳି ଘଟଣା ସମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ବାଳିକଣା ଗାଁ ମେଘନାଦ ବାରିକଙ୍କ ପୁଅ ସୁବ୍ରତଙ୍କୁ ଜ୍ୱର ନ ଛାଡ଼ିବାରୁ ଗାଁରେ ଥିବା ଇନ୍ଦ୍ରଜିତ ବିଶ୍ୱାସଙ୍କ ମେଡିକାଲ ଷ୍ଟୋରକୁ ନେଇଯାଇଥିଲେ। ସେଠାରେ ସୁବ୍ରତଙ୍କୁ କ୍ୱାକ୍ ଇଞ୍ଜେକସନ୍ ଦେଇଥିଲେ। ତେବେ କ୍ୱାକ୍ ସୁବ୍ରତଙ୍କୁ ଇଞ୍ଜେକସନ ଦେବାର କିଛି ଘଣ୍ଟା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ସହ ପାଟିରୁ ଫେଣ ବାହାରିଥିଲା। ଏହାର କିଛି ସମୟ ମଧ୍ୟରେ ତାଙ୍କର […]
ମୁମ୍ବାଇ : ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରକୁ ୩୫କେଜି ସୁନା ଦାନ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୪କୋଟି ଟଙ୍କା । ଦିଲ୍ଲୀର ଜଣେ ଶ୍ରଦ୍ଧାଳୁ ମନ୍ଦିରକୁ ଏହି ଦାନ କରିଥିବାବେଳେ ଉକ୍ତ ବ୍ୟକ୍ତିଙ୍କ ନା ଗୁପ୍ତ ରଖାଯାଇଛି । ଏହି ସୁନା ମନ୍ଦିରର ମୁଖ୍ୟ କବାଟ ଏବଂ ଏକ ପ୍ଲେଟ ପ୍ରସ୍ତୁତ କରାଯାଇ ଛାତ ତଳେ ଲଗାଯାଇଛି। କୁହାଯାଉଛି ସିଦ୍ଧିବିନାୟକ ମନ୍ଦିରରୁ ଏଭଳି ଦାନ ଇତିହାସରେ ପ୍ରଥମ । ମାଘୀ ଗଣେଶ ଜୟନ୍ତୀ ପାଇଁ ଗତ […]
ଛତିଶଗଡ଼ : ଛତିଶଗଡ଼ରେ ମାଓବାଦୀଙ୍କ ଗୁଳିରେ ୨ ବିଏସ୍ଏଫ୍ ଯବାନ ସହିଦ୍। କାଙ୍କେର ଜିଲ୍ଲା ମହାଲ ଜଙ୍ଗଲରେ ବିଏସ୍ଏଫ୍ ଯବାନଙ୍କ କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଉଭୟ ପଟରୁ ଗୁଳିବିନିମୟରେ ୨ ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି। ଏଥିରେ ଗୁରୁତର ଥିବା ଅନ୍ୟ ୨ ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି।
କଚ୍ଛ : ଘର ଭିତରେ ପଶିଲା ବାଘ । ଗୁଜରାଟର କଚ୍ଛ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଜିଲ୍ଲାର ମୋତିଗଧ୍ୟାର ଗାଁରେ ଜଣଙ୍କ ଘର ଭିତରେ ଏକ କଲରା ପତରିଆ ବାଘ ପଶି ଆସିଥିଲା। ଏହି ସମୟରେ ଘରେ କେହି ନଥିଲେ । ପରେ ଘର ମାଲିକ ଆସି ବାଘକୁ ଦେଖିବାପରେ ଭୟଭୀତ ହୋଇଯାଇଥିଲେ। ତେବେ ସେ ଘର ବାହାରକୁ ଦଉଡ଼ି ପଳାଇ ଆସି ବାହାରପଟୁ କବାଟ ବନ୍ଦ କରି ଦେଇଥିଲେ। ସୌଭାଗ୍ୟବଶତଃ ବାଘଟି କାହାକୁ […]
ବିଶାଖାପାଟଣା : ବିଶାଖାପାଟଣା ଗୋଦାବରୀ ନଦୀରେ ଡଙ୍ଗାବୁଡି ଘଟଣାରେ ମୃତ୍ୟୁସଂଖ୍ୟା ୬ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ୫ ଜଣ ସ୍କୁଲ ଛାତ୍ରୀ ରହିଛନ୍ତି। ଏବେବି ୮ ଜଣ ନିଖୋଜ ଥିବା ଜଣାପଡିଛି। ଡଙ୍ଗାବୁଡି ପରେ ୨୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଡଙ୍ଗାରେ ୪୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଗତକାଲି ଲୋକମାନେ ଏକ ଦେଶୀ ଡଙ୍ଗାରେ ନଦୀପାର ହେଉଥିବାବେଳେ ଏକ ନିର୍ମାଣାଧିନ ପୋଲକୁ ଧକ୍କା ଦେଇ ଏହା ବୁଡି ଯାଇଥିଲା। ନିଖୋଜଙ୍କୁ ଖୋଜିବାକୁ ଏବେବି ଜାରି […]
ସୁରତ : ଗୁଜରାଟ ସୁରତର କପଡ଼ା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ସାରୋଲୀ ଅଞ୍ଚଳରେ ଥିବା ରଘୁବୀର ଟେକ୍ସଟାଇଲ ମାର୍କେଟ୍ରେ ଲାଗିଛି ନିଆଁ। ତେବେ ନିଆଁ ଲିଭା କାର୍ଯ୍ୟରେ ୫୦ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଯେ ପୁରା ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଏବେବି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ଆଜି ଭୋର ୪ଟାରୁ ମାର୍କେଟରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ […]
ମସ୍କୋ : ଫିଫା ବିଶ୍ୱକପ୍ ଫାଇନାଲ୍କୁ ନେଇ ବଢୁଛି ଉତ୍କଣ୍ଠା। ଅାଉ ଫାଇନାଲରେ ଖେଳିବାକୁ ଥିବା ଦୁଇ ଦେଶ ଫ୍ରାନ୍ସ ଓ କ୍ରୋଏସିଅାରେ ଏବେ ପୁରା ଫୁଟବଲ୍ ମାନିଅା। କ୍ରୋଏସିଅାରେ ଏବେ କେବଳ ଫୁଟବଲର ଚର୍ଚ୍ଚା। ଏଥିରୁ ବାଦ ପଡିନାହାନ୍ତି ରାଷ୍ଟ୍ରପତି କୋଲିନ୍ଦା ଗ୍ରାବର। ସେ ନିଜେ ମ୍ୟାଚ୍ ବେଳେ ଷ୍ଟାଡିୟମରେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରୁଛନ୍ତି। ଋଷିଅା ବିିପକ୍ଷ କ୍ୱାର୍ଟର ଫାଇନାଲ ମୁକାବିଲାରେ ଯେତେବେଳ କ୍ରୋଏସିଅା ବିଜୟୀ ହେଲା ,ସେତେବେଳ ଗ୍ରାବର୍ ଖୁସିରେ ନାଚି […]
ଝାଡ଼ଖଣ୍ଡ : ଦିଲ୍ଲୀ ବୁରାଡି ପରେ ଏବେ ଝାଡ଼ଖଣ୍ଡର ହଜାରିବାଗରେ ଘଟିଛି ଗଣଅାତ୍ମହତ୍ୟା। ଗୋଟିଏ ପରିବାରର ସମସ୍ତେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଋଣବୋଝ ସହିନପାରି ସମସ୍ତେ ଅାତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ପରିବାରର ୫ ଜଣ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବାବେଳେ ଜଣେ ଛାତରୁ ଡେଇଁ ଅାତ୍ମହତ୍ୟା କରିଥିବା ଜଣାପଡିଛି। ଘଟଣାର ତଦନ୍ତ କରୁଛି ପୋଲିସ।