ଭୁବନେଶ୍ୱର : ଆଜି ପବିତ୍ର ଶ୍ରୀଗୁଣ୍ଡିଚାଯାତ୍ରା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ରଥଯାତ୍ରା ଅବସରରରେ ଦେଶବାସୀଙ୍କ ସୁଖସମୃଦ୍ଧି କାମନା କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ମୋଦି ୧ ମିନିଟ୍ ୨୬ ସେକେଣ୍ଡର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏଥିରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାତ୍ମ୍ୟ ସଂପର୍କରେ ମୋଦି କହିଛନ୍ତି। ଭିଡିଓରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଦୃଶ୍ୟ ମଧ୍ୟ ରହିଛି। ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]
ବଲୁଚିସ୍ତାନ: ପାକିସ୍ତାନ ବଲୁଚିସ୍ତାନରେ ଦୁଇଟି ଅାତ୍ମଘାତୀ ହମ୍ଲାରେ ୧୩୩ ଜଣଙ୍କ ମୃତ୍ୟୁ। ଗତକାଲି ବଲୁଚିସ୍ତାନ ସ୍ଥିତ ମାସ୍ତୁଙ୍ଗ ସହରରେ ଏକ ନିର୍ବାଚନ ପ୍ରଚାର ରାଲି ଚାଲିଥିବା ବେଳେ ଅାତ୍ମଘାତୀ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ବଲୁଚିସ୍ତାନର ପ୍ରମୁଖ ରାଜନୈତିକ ଦଳ ବିଏପି ନେତା ସିରାଜ ରାଇସାନି ସମେତ ୮୦ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ପାଖାପାଖି ୨୦୦ରୁ ଅଧିକ ଲୋକ ଅାହତ ହୋଇଥିଲେ। ପରେ ପରେ ମୃତ୍ୟୁ ସଂଖ୍ୟା ବଢ଼ି ୧୨୮ରେ ପହଂଚିଛି। ରାଇସାନିଙ୍କ ପ୍ରଚାର ରାଲିକୁ […]
ସେଣ୍ଟପିଟର୍ସବର୍ଗ: ଅାଜି ଖେଳାଯିବ ଫିଫା ବିଶ୍ୱକପର ତୃତୀୟ ସ୍ଥାନ ପାଇଁ ମ୍ୟାଚ୍। ଇଂଲଣ୍ଡ ଓ ବେଲ୍ଜିୟମ୍ର ବିଶ୍ୱକପ୍ ସ୍ୱପ୍ନ ଭାଙ୍ଗିବା ପରେ ଏବେ ତୃତୀୟ ସ୍ଥାନ ପାଇଁ ହେବ ଲଢ଼େଇ। ଇଂଲଣ୍ଡ ସେମିଫାଇନାଲରେ କ୍ରୋଏସିଅା ଠାରୁ ୧-୨ ଗୋଲ୍ରେ ପରାସ୍ତ ହୋଇଥିବା ବେଳେ ଫ୍ରାନ୍ସ ଠାରୁ ୧-୦ରେ ପରାସ୍ତ ହୋଇଥିଲା ବେଲ୍ଜିୟମ୍। ଚଳିତ ବର୍ଷ ଦୁଇ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲରେ ପହଞ୍ଚିପାରି ନ ଥିଲେ। ପ୍ରଥମ ୫ଟି ମ୍ୟାଚରେ ଲଗାତାର ବିଜୟ ପରେ […]
ହାଇଦ୍ରାବାଦ : କମ୍ ବୟସ କିନ୍ତୁ ନାଁ ଖୁବ୍ ଚର୍ଚ୍ଚିତ । ୫ ବର୍ଷୀୟ ଆସମନ ତନେଜା ତାଇକୋଣ୍ଡରେ କରିଛନ୍ତି ଗିନିଜ୍ ୱର୍ଲଡ ରେକର୍ଡ । ହାଇଦ୍ରାବାଦର ଏହି ଶିଶୁଟି ନନ୍ ଷ୍ଟପ୍ ୧ ଘଣ୍ଟାରେ ୧୨୦୦ରୁ ଅଧିକ ଷ୍ଟ୍ରାଇକ୍ ମାରି ଇତିହାସ ରଚିଛନ୍ତି । ଆସମନ ତନେଜା ଜଣେ ଭଲ ତାଇକୋଣ୍ଡ ଖେଳାଳି ଏବଂ କମ୍ ବୟସର ଜଣେ ଉତ୍ତମ ଆଥଲେଟ୍ ହୋଇପାରିଛନ୍ତି । ସେ ୟୁଏସଏ ର ଏକ ୱର୍ଲଡ ଓପନେ ତାଇକୋଣ୍ଡରେ ରଜତ […]
ପୁରୀ: ଆଜି ପବିତ୍ର ଘୋଷଯାତ୍ରା। ଧୀରେ ଧୀରେ ବଡ଼ଦାଣ୍ଡ ଲୋକାରଣ୍ୟ ହେବାରେ ଲାଗିଛି। ଆଜି ପୁରୀ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଉ ମାତ୍ର ଘଣ୍ଟାକର ଅପେକ୍ଷା । ରତ୍ନସିଂହାସନରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ କାଳିଅା ଠାକୁର । ସେଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତ ଉତ୍କଣ୍ଠାରେ ଚାହିଁ ରହିଛନ୍ତି। ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ସର୍ବଶ୍ରେଷ୍ଠ ଯାତ୍ରା ହେଉଛି […]
ଲାହୋର: ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ ଓ ତାଙ୍କ ଝିଅ ମରିୟମ୍। ସେମାନେ ଆଜି ରାତିରେ ଲାହୋର ଏୟାରପୋର୍ଟରେ ପହଞ୍ଚିବା ପରେ ବାପ ଝିଅଙ୍କୁ ଗିରଫ କରାଯାଇଥିଲା। ଏଥିପାଇଁ ପ୍ରାୟ ୧୦ହଜାର ପୋଲିସ ଅଧିକାରୀଙ୍କୁ ଲାହୋରରେ ମୁତୟନ କରାଯାଇଥିଲା। ଦିନ ୩ଟାରୁ ସହରରେ ମୋବାଇଲ୍ ଫୋନ ସେବା ବନ୍ଦ ରଖାଯାଇଥିଲା। ସୂଚନା ଅନୁସାରେ, ସରିଫ୍ ଓ ମରିୟମଙ୍କୁ ଲାହୋର ବିମାନବନ୍ଦରରୁ ଗିରଫ କରାଯିବା ପରେ ହେଲିକପଟରରେ ଇସଲାମାବାଦ ନିଅାଯିବ। ସେଠାରୁ ସେମାନଙ୍କୁ ରାଓଲପିଣ୍ଡିର ଅାଦିଅାଲା […]
କଟକ: ମେଡିକାଲ ସାଇନ୍ସର ଚମତ୍କାର। ଏଣିକି ଏକ୍ସ-ରେ ମେସିନ୍ ସାହାଯ୍ୟରେ କେବଳ ହାଡ଼ ନୁହେଁ ଏହା ଚାରିପାଖରେ ଥିବା ମାଂସପେଶୀକୁ ମଧ୍ୟ ସ୍ପଷ୍ଟ ଭାବେ ଦେଖିହେବ। ଏହା କରିଦେଖାଇଛନ୍ତି ନ୍ୟୁଜିଲାଣ୍ଡର ବୈଜ୍ଞାନିକ। ୟୁରୋପିଅାନ ଅର୍ଗାନାଇଜେସନ ଫର ନ୍ୟୁକ୍ଲିୟର ରିସର୍ଚ୍ଚ ଉଦ୍ଭାବନ କରିଥିବା ଏହି ଏକ୍ସ-ରେ ମେସିନରେ ମଣିଷ ଶରୀରର ରଙ୍ଗିନ ଥ୍ରୀ-ଡି ଫଟୋ ଉଠାଇ ହେଉଛି। ଯାହା କି ଅତି ସ୍ପଷ୍ଟ ଓ ସଠିକ। ତେଣୁ ଡାକ୍ତରଙ୍କ ଲାଗି ରୋଗ ନିରୂପଣ ପ୍ରକ୍ରିୟା ଏବେ ସହଜ ହେବ। […]
ପୁରୀ: ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସାରିବା ପାଇଁ ପୁରୀରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାରେ ୧୪୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବେଳେ ଶୃଙ୍ଖଳିତ ଟ୍ରାଫିକ୍ ବ୍ୟବସ୍ଥା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଅାଯାଇଛି । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ସୁରକ୍ଷାକର୍ମୀଙ୍କର ସାରା ପୁରୀ ସହର ଉପରେ ଛଞ୍ଚାଣ ଅାଖି ରହିଛି। ସମୁଦ୍ର ଉପରେ କୋଷ୍ଟ୍ଗାର୍ଡର ସ୍ୱତନ୍ତ୍ର ବିମାନ ପଇଁତରା ମାରୁଛି । ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଅାଖପାଖ ଅଞ୍ଚଳ ଉପରେ ଚକ୍କର କାଟୁଛି ହେଲିକପ୍ଟର । […]
ଭୁବନେଶ୍ୱର/କେନ୍ଦ୍ରାପଡ଼ା: ଧିରେ ଧିରେ ଖୋଲିବାରେ ଲାଗିଛି ଟିଟୋ ସାମ୍ରାଜ୍ୟର ଗୁମର। ଅାଜି ଗ୍ୟାଙ୍ଗଷ୍ଟର ଟିଟୋର ସ୍ତ୍ରୀକୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଜେରା କରି ବିଭିନ୍ନ ତଥ୍ୟ ହାସଲ କରିଥବା କୁହାଯାଉଛି। ସେପଟେ ପେଟ୍ରୋଲ ଟାଙ୍କି ଲିଙ୍କ୍ ନେଇ ଅାଜି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଅଫିସ୍ ଓ ସିଏସ୍ଓ ଅଫିସ୍ରେ ତନାଘନା କରୁଛି। ଡନ୍ର ପତ୍ନୀ ବେନଜିର ବିବିକୁ ଆଜି ଜେରା କରିଛି ଏସ୍ଟିଏଫ୍ । କେନ୍ଦ୍ରାପଡା ଦିଲାରପୁର ସ୍ଥିତ ଘରେ ବେନଜିରଙ୍କୁ ଜଣେ ଡିିଏସପି ଓ ଦୁଇ ମହିଳା […]
ଶ୍ରୀନଗର: ମୋଦି ସରକାରକୁ ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍ତିଙ୍କ ଚେତାବନୀ। ମେହବୁବା କହିଛନ୍ତି ଯେ, କେନ୍ଦ୍ର ସରକାର ପିଡିପିରେ ବିଭାଜନ ପାଇଁ ଉଦ୍ୟମ କରୁଛନ୍ତି। ଯଦି ଏଭଳି କରନ୍ତି ତା’ହେଲେ କାଶ୍ମୀରରେ ସ୍ଥିତି ସଙ୍ଗୀନ ହେବ ଏବଂ ସଲାଉଦ୍ଦିନ ଭଳି ଅାହୁରି ଅାତଙ୍କୀ ସୃଷ୍ଟି ହେବେ। ମେଣ୍ଟ ସରକାର ଭାଙ୍ଗିବାର କିଛି ଦିନ ଭିତରେ ବିଜେପିକୁ ଏହି ଚେତାବନୀ ଶୁଣାଇଛନ୍ତି ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା […]
ନୂଆଦିଲ୍ଲୀ: ଅାସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହୋଇପାରନ୍ତି ଅାମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଗତ ଏପ୍ରିଲ୍ରେ ଭାରତ ସରକାର ଏଥିପାଇଁ ଟ୍ରମ୍ପଙ୍କୁ ନିମନ୍ତ୍ରଣ ପ୍ରସ୍ତାବ ପଠାଇଛନ୍ତି। ଯଦି ଟ୍ରମ୍ପ୍ ଏହାକୁ ସ୍ୱୀକାର କରନ୍ତି, ତେବେ ମୋଦି ସରକାର ପାଇଁ ଏହା ଏକ ବଡ଼ ସଫଳତା ଭାବେ ଗ୍ରହଣ କରାଯିବ। ଅାମେରିକା ସରକାର ମଧ୍ୟ ଏଦିଗରେ ସକରାତ୍ମକ ଭାବେ ଚିନ୍ତା କରୁଛି ବୋଲି ଜଣାପଡ଼ିଛି। ତେବେ ଅାମେରିକା […]
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ବିବାଦୀୟ ମନ୍ତବ୍ୟ ‘ହିନ୍ଦୁ ପାକିସ୍ତାନ’ କୁ ନେଇ ମାମଲା ରୁଜୁ ହୋଇଛି। ଥରୁରଙ୍କ ନାଁରେ ଉତ୍ତର ପ୍ରଦଶର ଗୋମତି ନଗର ଥାନାରେ ଏତଲା ଦେଇଛନ୍ତି ରିଜ୍ଓ୍ୱାନ ଅହମ୍ମଦ। ଶଶି ଥରୁରଙ୍କ ମନ୍ତବ୍ୟ ଦେଶର ବିଭାଜନ ସୃଷ୍ଟି କରୁଛି ବୋଲି ଅଭିଯୋଗ କରି ସେ ଏତଲା ଦେଇଛନ୍ତି। ଗତକାଲି କଂଗ୍ରେସ ନେତା ଶିଶି ଥରୁର କହିଥିଲେ ୨୦୧୯ ସାଧାରଣ ନିର୍ବାଚନରେ ଯଦି ବିଜେପି ସରକାର ଗଢ଼େ, ତା’ ହେଲେ ଭାରତ, […]
ବାଲେଶ୍ୱର: ରେମୁଣା ବ୍ଲକ୍ ଇଞ୍ଚୁଡିର ନୂଅାନଈ ଉପରେ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ତିଅାରି ହୋଇଥିବା ଦୁଇଟି ସେତୁ କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଉଦ୍ଘାଟନ ହେବା ପୂର୍ବରୁ ଏହାର ଦୁଇ ପାଖକୁ ସଂଯୋଗ କରୁଥିବା ଆପ୍ରୋଚ୍ ରୋଡ୍ରେ ଦେଖାଦେଇଛି ଫାଟ । ଅାପ୍ରୋଚ ରୋଡ୍ରେ ବାଲି ବଦଳରେ ମାଟି ଦିଅାଯାଇ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି । ପୋଲ କାମ କିଛି ମାସ ତଳେ ଶେଷ ହୋଇଛି । କେଉଁଠି କଂକ୍ରିଟ୍ ଢଳେଇ […]
ରାଉରକେଲା : ରାଉରକେଲା ଚାନ୍ଦିପୋଷ ଜଙ୍ଗଲରୁ ମାଓବାଦୀ କ୍ୟାମ୍ପ ଠାବ। ଏଥିସହ କ୍ୟାମ୍ପରୁ ବିପୁଳ ପରିମାଣର ଗୁଳି, ବୋମା ଓ ମାଓ ସାମଗ୍ରୀ ଜବତ ହୋଇଛି। ଆଜି ଭୋରୁ ରାଉରକେଲା ପୋଲିସ ଓ ସିଆରପିଏଫ ମିଳିତ ଭାବେ ଚାନ୍ଦିପୋଷ ଥାନା ଚମ୍ପାଝରନ ଜଙ୍ଗଲରେ ମାଓ କ୍ୟାମ୍ପ ଉପରେ ଚଢାଉ କରିଥିଲେ। ଏହି କ୍ୟାମ୍ପରେ ୨୦ରୁ ୨୫ ମାଓବାଦୀଙ୍କ ସହ ସୁନ୍ଦରଗଡ, ସମ୍ବଲପୁର, ଦେବଗଡ ମାଓ ଡିଭିଜନର ଏରିଆ କମାଣ୍ଡର ଅନମୋଲ ଉପସ୍ଥିତ ଥିଲେ। ଚଢାଉ ପୂର୍ବରୁ ମାଓବାଦୀମାନେ […]