ଅମୃତସର: ପଞ୍ଜାବରେ ଜଳନ୍ଧର-ଅମୃତସର DMU ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୧୧୩ରୁ ଅଧିକ ଆହତ ହୋଇଛନ୍ତି। ୬୦ରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅମୃତସରର ସିଟି ହସ୍ପିଟାଲ୍ ଓ ଗୁରୁ ନାନକ ହସ୍ପିଟାଲ୍ରେ ଆହତଙ୍କ ଚିକିତ୍ସା ଚାଲିଛି। ଦୁର୍ଘଟଣାରେ ୩୨ ଜଣ ମୃତକଙ୍କ ପରିଚୟ ମିଳିଥିବାବେଳେ, ଏଯାଏଁ ୨୦ଟି ମୃତଦେହ ଚିହ୍ନଟ ହୋଇପାରିନାହିଁ। ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର […]
ମସ୍କାଟ: ଏସିଆନ୍ ହକି ଚାମ୍ପିୟନ୍ସ ଟ୍ରଫିରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ଏକ ହାଇଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପୁଣି ଥରେ ସାମ୍ନାସାମ୍ନି ହେବେ। ପୂର୍ବରୁ ଓମାନ୍କୁ ୧୧-୦ରେ ପରାସ୍ତ କରିବା ପରେ ଭାରତର ମନବଳ ଦୃଢ଼ ରହିଛି। ତେଣୁ ଦଳର ଟାର୍ଗେଟ୍ରେ ଏବେ ପାକିସ୍ତାନ ରହିଛି। ଏହି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲ୍ର ଶୀର୍ଷ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ରହିଛି। ଦଳ ଏବେ ବେଶ୍ ଭଲ ପ୍ରଦର୍ଶନ କରୁଥିବା କହିଛନ୍ତି […]
ପାଟନା: ଆରପାରିରେ ବିଜେପି ସାଂସଦ ଭୋଳା ସିଂହ। ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ଶୁକ୍ରବାର ୮୨ ବର୍ଷରେ ତାଙ୍କର ପରଲୋକ ହୋଇଛି। ସେ ବିହାରର ବେଗୁସରାଇ ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଥିଲେ। ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଭୋଳା। ତିନିଦିନ ତଳେ ସେ ଗୁରୁତର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ରାମ ମନୋହର ଲୋହିଆ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଚସ୍ପତି ସୁମିତ୍ରା ମହାଜନଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ଗଭୀର […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ପୌର ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ବିଭିନ୍ନ କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଛି। ଦୀର୍ଘ ୧୩ ବର୍ଷ ପରେ ଜାମ୍ମୁ ଓ କାଶ୍ମୀରରେ ୪ଟି ପର୍ଯ୍ୟୟରେ ପୌର ନିର୍ବାଚନ ହୋଇଥିଲା। ୭୯ଟି ପୌର ପରିଷଦର ୧୧ ଶହ ୪୫ଟି ଓ୍ୱାର୍ଡରେ ନିର୍ବାଚନ ହୋଇଥିଲା। ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଥିଲେ ୩ ହଜାର ୩୭୨ ଜଣ ପ୍ରାର୍ଥୀ। ଚଳିତ ବର୍ଷ ହୋଇଥିବା ନିର୍ବାଚନରେ ଭୋଟରଙ୍କ […]
ନୂଆଦିଲ୍ଲୀ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୮ ତମ ଜନ୍ମଦିନ। ନିଜର ନିର୍ବାଚନମଣ୍ଡଳୀ ବାରାଣସୀରେ ସେ ଜନ୍ମଦିନ ପାଳନ କରିବେ। ଏଥିପାଇଁ ବାରାଣସୀରେ ପ୍ରସ୍ତୁତି ଚାଲିଛି। ସେଠାରେ ପ୍ରଧାନମନ୍ତ୍ରୀ ଏକ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ବିଜେପି ସମେତ ଅନ୍ୟ ଦଳର ନେତା, ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ସୋଶାଲ୍ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। Birthday […]
ଅମୃତସର: ଟ୍ରେନ୍ ଦୁର୍ଘଟଣାରୁ ବର୍ତ୍ତିପାରିଲେନି ନିଜେ ରାବଣ। ରାବଣପୋଡ଼ି ଦେଖୁଥିଲେ, କିନ୍ତୁ ହଠାତ୍ ତାଙ୍କ ଉପରେ ମାଡ଼ିଗଲା ଟ୍ରେନ୍। ଆମେ କହୁଛୁ ଅମ୍ରିତସରର ରାମଲୀଳାରେ ରାବଣ ଚରିତ୍ରରେ ଅଭିନୟ କରୁଥିବା କଳାକାରଙ୍କ କଥା। ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୬୧ ଜଣଙ୍କ ମଧ୍ୟରେ ସାମିଲ ଅଛନ୍ତି ରାବଣ ଭୂମିକାରେ ଅଭିନୟ କରିଥିବା ଏହି କଳାକାର। ରାବଣପୋଡ଼ି ଅବସରରେ ହୋଇଥିବା ରାମଲୀଲାରେ ରାବଣ ଭୂମିକାରେ ଅଭିନୟ କରିଥିଲେ ଦଲ୍ବୀର ସିଂହ। ଗତକାଲି ଅମୃତସରରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ଦଲ୍ବୀରଙ୍କ […]
ଅମୃତସର: ପଞ୍ଜାବ ଅମୃତସରରେ ରାବଣପୋଡ଼ି ଦେଖୁଥିବା ଲୋକଙ୍କ ଉପରେ ଟ୍ରେନ୍ ମାଡ଼ିଯିବାରୁ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅମୃତସର ଚୌରା ବଜାର ନିକଟରେ ରାବଣ ପୋଡ଼ି ବେଳେ ଏହି ଦୁର୍ଘଟଣା ଘଟିଛି। ରାବଣ ପୁତ୍ତଳିକାରେ ନିଆଁ ଲାଗିବା ପରେ ଏହା ଚାରିଆଡ଼େ ଛିଟିକି ଥିଲା। ନିଆଁରୁ ବର୍ତ୍ତିବା ପାଇଁ ଲୋକେ ଏଣେତେଣେ ଦୌଡ଼ିଥିଲେ। ପାଖାପାଖି ୩ଶହ ଲୋକ ଟ୍ରେନ୍ ଲାଇନ୍ ଉପରକୁ ଚାଲିଆସିଥିବା ସୂଚନା ମିଳିଛି। ଏତିକି ବେଳେ ଟ୍ରେନ୍ ଲାଇନରେ ଏକା […]
ଅମୃତସର: ପଞ୍ଜାବ ଅମୃତସରରେ ରାବଣ ପୋଡ଼ି ସମୟରେ ଟ୍ରେନ୍ ଦୁର୍ଘଟଣା ଘଟିଛି। ରାବଣପୋଡ଼ି ଦେଖିବାକୁ ଆସିଥିବା ଲୋକଙ୍କୁ ଉପରେ ଟ୍ରେନ୍ ମାଡ଼ିଯିବାରୁ ୫୦ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଅମୃତସର ଚୌଢ଼ା ବଜାର ନିକଟରେ ରାବଣପୋଡ଼ି ଉତ୍ସବ ଚାଲିଥିଲା। ରାବଣ ପୋଡ଼ିଯିବା ପରେ ପଡ଼ିଯିବାରୁ ଲୋକେ ଏପଟେ ସେପଟେ ଦୌଡ଼ିଥିଲେ। ରେଳ ଧାରଣା ଉପରେ ଲୋକେ ଦୌଡ଼ିଥିବା ସମୟରେ ହଠାତ୍ ସେମାନଙ୍କୁ ଉପରେ ଟ୍ରେନ୍ ମାଡ଼ି ଯାଇଥିଲା।
ନୂଆଦିଲ୍ଲୀ : ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ଜନତା ଦଳ ୟୁନାଇଟେଡରେ ଯୋଗ ଦେଇଛନ୍ତି। ପାଟନାରେ ଅାୟୋଜିତ ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ସେ ସାମିଲ ହୋଇଛନ୍ତି। ପ୍ରଶାନ୍ତଙ୍କ ଦଳରେ ଯୋଗଦାନ ଜେଡିୟୁକୁ ମଜବୁତ କରିବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ୨୦୧୨ରେ ପ୍ରଶାନ୍ତ କିଶୋର ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦିଙ୍କ ସହ କାମ ଅାରମ୍ଭ କରିଥିଲେ। ଏହାପରେ ୨୦୧୪ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପି ପାଇଁ କାର୍ଯ୍ୟ କରିଥିଲେ। […]
ବିହାର : ମହଙ୍ଗା ପଡିଲା ନର୍ସଙ୍କୁ ଅସଦାଚରଣ। ଏନେଇ ଜଣେ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ଖାଇବାକୁ ପଡିଛି। ବିହାର କଟିହାରର ଏକ ହସପିଟାଲରେ ଏଭଳି ଘଟଣା ନଜରକୁ ଅାସିଛି। ମେଡିକାଲ ପରିସରରେ ଜଣେ ମହିଳା ସହକର୍ମୀଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ଅନ୍ୟ ନର୍ସମାନେ ତାଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ। ଡାକ୍ତର ଜଣଙ୍କ କୌଣସି ଭୁଲ କରି ନଥିବା ବାରମ୍ବାର କହୁଥିଲେ ମଧ୍ୟ ନର୍ସମାନେ ଶୁଣି ନଥିଲେ । ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଅଡି […]
ନୂଆଦିଲ୍ଲୀ: ଚୀନରେ ମାଟି ଅତଡ଼ା ଖସି କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି। ଏଥିଯୋଗୁ ପ୍ରାୟ ୬ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଛି। ବୁଧବାର ସୃଷ୍ଟି ହୋଇଥିବା ଏହି ଭୂସ୍ଖଳନରେ ବ୍ରହ୍ମପୁତ୍ରର ଉପରମୁଣ୍ଡରେ ଥିବା ୟାରଲୁଙ୍ଗ ସାଙ୍ଗପୋ ନଦୀରେ ଜଳସ୍ରୋତ ଅଟକି ଯାଇଛି। ଏଥିଯୋଗୁ ଦୁଇ ଦିନ ଭିତରେ ନଦୀର ଜଳସ୍ତର ପ୍ରାୟ ୪୦ମିଟର୍ ବୃଦ୍ଧି ପାଇଛି। ଚୀନ ପକ୍ଷରୁ ନଦୀର ନିକଟବର୍ତ୍ତୀ ଅଞ୍ଚଳକୁ ନ ଯିବା ପାଇଁ ସତର୍କ କରି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା […]
ସୁରଟ: ନବରାତ୍ର ଅବସରରେ ଗୁଜରାଟ ସୁରଟର ଅମିୟା ଧାମ ମନ୍ଦିରରେ ମହାଆରତି ହୋଇଛି। ମହାଷ୍ଟମୀ ତିଥିରେ ଶ୍ରଦ୍ଧାଳୁମାନେ ଏହି ମହାଆରତି କରିଛନ୍ତି। ପ୍ରାୟ ୩୫ ହଜାର ଶ୍ରଦ୍ଧାଳୁ ଏକାସାଙ୍ଗେ ଦୀପ ଜାଳି ଆରତି କରିଛନ୍ତି। ଏହି ମସୟରେ ମହାଆରତିର ଦୃଶ୍ୟ, ସମସ୍ତଙ୍କୁ ବିମୋହିତ କରିବା ସହ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ସ୍ୱଚ୍ଛତା ଓ ଏକତାର ଆହ୍ୱାନ ଦେଇ ଶ୍ରଦ୍ଧାଳୁମାନେ ଏହି ମହା ଆରତିର ଆୟୋଜନ କରିଥିଲେ। ମହାଆରତି ଦର୍ଶନ ପାଇଁ ବିଦେଶୀମାନେ ବି ଉପସ୍ଥିତ ଥିଲେ। […]
ପୁନେ: ସାରା ଦେଶରେ ଗଣେଶ ପୂଜା ଧୁମ୍ଧାମ୍ରେ ପାଳିତ ହୋଇଛି। କେଉଁଠି ଧାନରେ ଗଣେଶ ତ କେଉଁଠି ତିଳ ବା ବିରି ଚାଉଳରେ ଗଣେଶ। ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ମୂର୍ତ୍ତି ସାଙ୍ଗକୁ ତୋରଣ ମଧ୍ୟ ନିର୍ମାଣ କରାଯାଇଛି। ତେବେ ପୁନେରେ ଏକ ଦୋକାନରେ ଏକ ଭିନ୍ନ ପ୍ରକାରର ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଛି। ଇକୋ ଫ୍ରେଣ୍ଡଲି ଥିମ୍କୁ ନେଇ ଗୁପ୍ଚୁପ୍ରେ ଏହି ମୂର୍ତ୍ତିଟି ତିଆରି ହୋଇଛି। ମୂର୍ତ୍ତିଟି ୧୦ ହଜାର ଗୁପ୍ଚୁପ୍ ଓ ବାଉଁଶ କାଠିକୁ ନେଇ […]
ଆମ ରୋଷଇ ଘରେ ଅନେକ ପ୍ରକାର ମସଲା ରହିଥାଏ। ସେଥିମଧ୍ୟରୁ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଆମେ ଅନେକ ସମୟରେ ଲବଙ୍ଗ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣନ୍ତି କି କେବଳ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ନୁହେଁ ଏହା ଆମ ଶରୀରର ଅନେକ ସମସ୍ୟା ଦୂର କରିଥାଏ। ତେବେ ଛୋଟ ଛୋଟ ସମସ୍ୟା ପାଇଁ ଆମେ ଔଷଧ ଖାଇବା ବଦଳରେ ଲବଙ୍ଗକୁ ବ୍ୟବହାର କରି ସମସ୍ୟା ଦୂର କରିପାରିବା। ଲବଙ୍ଗକୁ କିପରି ବ୍ୟବହାର କରିବେ? ପେଟ […]
ନୂଆଦିଲ୍ଲୀ: ରାଜଧାନୀରେ ପ୍ରଦୂଷଣ ଚିନ୍ତା। ପୁଣି ଥରେ ଚଳିତ ବର୍ଷ ରାଜଧାନୀ ଦିଲ୍ଲୀ ଗ୍ୟାସ୍ ଚ୍ୟାମ୍ବରେ ପରିଣତ ହେବାକୁ ଯାଉଛି। ତେବେ ପ୍ରଥମ ଥର ଆଜି ଦିଲ୍ଲୀରେ ଏୟାର୍ କ୍ୱାଲିଟି ବହୁତ ଖରାପ ସ୍ତରରେ ପହଞ୍ଚିଛି। ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ମାତ୍ରା ବଢ଼ି ବହୁତ ଖରାପ ସ୍ତରରେ ପହଞ୍ଚିଛି। ଯାନବାହାନ ଚଳାଚଳ, କାରଖାନା ଏବଂ ବିଭିନ୍ନ ନିର୍ମାଣାଧିନ କାର୍ଯ୍ୟ ଚାଲୁଥିବାରୁ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବା ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛନ୍ତି। […]
ନୂଆଦିଲ୍ଲୀ: ଯୁବତୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିବା ବିଏସ୍ପିର ପୂର୍ବତନ ସାଂସଦଙ୍କ ପୁଅ ଆଶିଷ ପାଣ୍ଡେ ଦିଲ୍ଲୀ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଦିଲ୍ଲୀ ପଞ୍ଚତାରକା ହୋଟେଲ୍ ବାହାରେ ବିଏସ୍ପି ସାଂସଦଙ୍କ ପୁଅ ଜଣେ ଯୁବତୀଙ୍କୁ ଧମକ ଦେଇଥିଲେ। ମାୟାବତୀଙ୍କ ବିଏସ୍ପିର ପୂର୍ବତନ ସାଂସଦ ରାକେଶ ପାଣ୍ଡେଙ୍କ ପୁଅଙ୍କ ଏଭଳି ଆଚରଣକୁ ନେଇ ଦିଲ୍ଲୀ ପୁଲିସ୍ ନିଜଆଡୁ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ରବିବାର ଦିନ ଏକ ହୋଟେଲ୍ରେ ମହିଳାଙ୍କ ଶୌଚାଳୟ ଭିତରକୁ ଆଶିଷ ପ୍ରବେଶ […]