ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ତା’ର ଖଳ ପ୍ରକୃତି ଛାଡ଼ୁ ନାହିଁ। ଗୋଟେ ପଟେ ପାକ୍ର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ସହିତ ସମ୍ପର୍କ ସୁଧାରିବା କଥା କହୁଥିବା ବେଳେ ଅନ୍ୟପଟେ ଆତଙ୍କବାଦୀ ବୁରହାନ୍ ୱାନୀ ନାଁରେ ଡାକ ଟିକଟ ଛାପୁଛନ୍ତି। ପାକିସ୍ତାନ ଡାକ ବିଭାଗ ବୁର୍ହାନ ୱାନୀ ନାଁରେ ୨୦ଟି ଡାକ ଟିକଟ ଛାପିଛନ୍ତି। ଖାଲି ବୁର୍ହାନ୍ ନୁହେଁ ଏହି ଟିକଟ ଗୁଡ଼ିକରେ ଆଉ କିଛି ଆତଙ୍କବାଦୀଙ୍କ ସହିତ କିଛି ଅନ୍ୟ […]
ଦୁବାଇ: ଦୁବାଇରେ ଖେଳାଯାଉଥିବା ଏସିଆ କପ୍ ଗ୍ରିପ୍ ‘ଏ’ର ଏକଦିବସୀୟ ମ୍ୟାଚ୍ରେ ଭାରତ ପାକିସ୍ତାନକୁ ୮ ୱିକେଟ୍ରେ ପରାସ୍ତ କରିଛି। ମ୍ୟାଚ୍ରେ ଭାରତ ପକ୍ଷରୁ ଅଧିନାୟକ ରୋହିତ୍ ଶର୍ମା ସର୍ବାଧିକ ୫୨ ରନ୍ କରିଛନ୍ତି। ଗ୍ରୁପ୍ ‘ଏ’ର ଏହି ମୁକାବିଲାରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ୪୩.୧ ଓଭର୍ ଖେଳି ମାତ୍ର ୧୬୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ପାକିସ୍ତାନ ପକ୍ଷରୁ ବାବର୍ ଆଜମ ସର୍ବାଧିକ ୪୭ ଓ ସୋଏବ୍ ମଲ୍ଲିକ୍ […]
ମୁମ୍ବାଇ: ୨୦ ବର୍ଷ ପୂର୍ବରୁ ରିଲିଜ ହୋଇଥିବା ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନ୍ଙ୍କ ଅଭିନୀତ ‘କୁଛ୍ କୁଛ୍ ହୋତା ହୈ’ ପୁଣିଥରେ ପରଦାକୁ ଆସିବ। କିନ୍ତୁ ଏଥର ଆଉ ସେ ପୁରୁଣା ଷ୍ଟୋରୀକୁ ନେଇ ନୁହେଁ, ବରଂ ଏହି ଫିଲ୍ମର ରିମେକ୍ ଅର୍ଥାତ୍ ପାର୍ଟ-୨ ରିଲିଜ୍ ହେବ। କରନ୍ ଜୋହରଙ୍କ ନିର୍ଦ୍ଦେଶିତ ‘କୁଛ୍ କୁଛ୍ ହୋତା ହୈ’ ଫିଲ୍ମଟି ସେହି ସମୟରେ ଦର୍ଶକଙ୍କୁ ଅନେକ ପସନ୍ଦ ଆସିବା ସହ ବକ୍ସ ଅଫିସ୍ରେ ମଧ୍ୟ ଅନେକ ସଫଳତା ମିଳିଥିଲା। […]
ନୂଆଦିଲ୍ଲୀ: ଜେଲ୍ରୁ ମକୁଳିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ୍ ସରିଫ୍ ଏବଂ ତାଙ୍କ ଝିଅ ମରିୟମ୍। ପାକିସ୍ତାନର କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମର ସୂଚନା ଅନୁସାରେ ଇସ୍ଲାମାବାଦ ହାଇକୋର୍ଟ ଆଜି ଉଭୟଙ୍କ ଜେଲ୍ ଦଣ୍ଡାଦେଶକୁ ପ୍ରତ୍ୟାହାର କରିଦେଇଛନ୍ତି। ଇଂଲଣ୍ଡର ଏଭିନ୍ ଫିଲ୍ଡ ପ୍ରପର୍ଟିରେ ନଓ୍ୱାଜ୍ ସରିଫ୍ଙ୍କ ଏକାଧିକ ସମ୍ପତ୍ତି ଥିବା ପାନାମା ପେପର୍ ଲିକ୍ ପରେ ଖୁଲାସା ହୋଇଥିଲା। ଏହାପରେ ଦୁର୍ନୀତି ଅଭିଯୋଗରେ ନୱାଜ୍ଙ୍କୁ ୧୦ ବର୍ଷ ଓ ମରିୟମ୍ଙ୍କୁ ୭ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ନ୍ୟାସନାଲ୍ ଆକାଉଣ୍ଟବିଲିଟି […]
ଶ୍ରୀନଗର: ସୀମାରେ ପାକିସ୍ତାନ ସେନା ଭାରତୀୟ ସେନାର ଜଣେ ହେଡ୍ କନଷ୍ଟେବଲ୍ଙ୍କୁ ଗଳାକାଟି ହତ୍ୟା କରିଛନ୍ତି। ଆଜି ସହିଦ ଯବାନଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଘଟଣାକୁ ନେଇ ଏଲ୍ଓସିରେ ହାଇ ଆଲର୍ଟ ଜାରି କରାଯାଇଛି। ସହିଦ ଯବାନ ଜଣଙ୍କ ବିଏସ୍ଏଫ୍ ହେଡ୍ କନଷ୍ଟେବଲ୍ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁ ନରେନ୍ଦ୍ର କୁମାର। ଗତକାଲି ପାକିସ୍ତାନ ସେନା ପକ୍ଷରୁ ଏହି ହତ୍ୟା କରାଯାଇଥିଲା। ଯବାନଙ୍କ ଦେହରେ ଆଉ ତିନିଟି କ୍ଷତ ଚିହ୍ନ ଥିବା ଦେଖିବାକୁ […]
ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ସାଆନ୍ତରାପୁର ଗାଁରେ ଦୁଇ ଶିଶୁଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ, ସ୍ୱାଗତ ମଲ୍ଲିକ ଓ ସମରଜିତ ମଲ୍ଲିକ। ପୋଖରୀରୁ ସେମାନଙ୍କୁ ସାଙ୍ଗେ ସାଙ୍ଗେ ଉଦ୍ଧାର କରି ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟ ଶିଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ହେବାକୁ ଥିବା ପୌରପାଳିକା ନିର୍ବାଚନରେ ଭାଗ ନେବନି ପିଡିପି। ଦଳସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ଅାଜି ଏନେଇ ବିଧିବଦ୍ଧ ସୂଚନା ଦେଇଛନ୍ତି। ଧାରା ୩୫(କ)କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଆଗକୁ ନିର୍ବାଚନ ହେବାକୁ ଥିବା ବେଳେ ଏହାକୁ ବୟକଟ୍ କରିବ ଦଳ। ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଅାଯାଇଥିବା ସେ କହିଛନ୍ତି। ଧାରା ୩୫(କ)କୁ ନେଇ ନିଜ ଅାଭିମୁଖ୍ୟ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛି ପିଡିପି। […]
ହାଇଦ୍ରାବାଦ: ରାଜସ୍ଥାନ ପରେ ଅାନ୍ଧ୍ରପ୍ରଦେଶରେ କମିବ ପେଟ୍ରୋଲ ଦର। ଗତକାଲି ରାଜସ୍ଥାନ ସରକାର ପେଟ୍ରୋଲ ଏବଂ ଡିଜେଲ୍ ଉପରୁ ଭାଟ୍ ହ୍ରାସ କରିବା ପରେ ଏବେ ଅାନ୍ଧ୍ର ପ୍ରଦେଶରେ ବି ତେଲ ଦର କମିବ। ଅାସନ୍ତାକାଲିଠୁ ଅାନ୍ଧ୍ରରେ ପେଟ୍ରୋଲ ଏବଂ ଡିଜେଲ୍ ଦର ଦୁଇ ଟଙ୍କା ହ୍ରାସ ପାଇବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଭାଟ୍ ରାଶିକୁ କମାଇବା ପରେ କାଲିଠୁ ଅାନ୍ଧ୍ରରେ ଦୁଇ ଟଙ୍କା ଶସ୍ତାରେ ମିଳିବ ତେଲ। ଗତକାଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ […]
ଚଣ୍ଡିଗଡ଼: ସୁରକ୍ଷା ଯୋଗାଇବାକୁ ମୁତୟନ ଥିବା ପୁଲିସ୍ ଅାଜି ଅସୁରକ୍ଷିତ। ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ମହିଳା ପୁଲିସ୍ କନଷ୍ଟେବଲ୍। ଯାହା ପରେ ଏପରି ପ୍ରଶ୍ନ ସାମ୍ନାକୁ ଅାସିଛି। ହରିୟାଣା ପାଲୱାଲ୍ ଅଞ୍ଚଳର ଜଣେ ମହିଳା ହେଡ୍ କନ୍ଷ୍ଟେବଲ୍ଙ୍କ ସହ ହୋଇଛି ଗଣଦୁଷ୍କର୍ମ। ତେବେ ପୁଲିସରେ ଏନେଇ ଅଭିଯୋଗ ହେବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି। ମହିଳା କନଷ୍ଟେବଲ୍ ଜଣଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ବହୁ ବର୍ଷ ଧରି ହଇରାଣ କରୁଥିଲେ। […]
ପାଟନା: ଭାରତ ବନ୍ଦ ଯୋଗୁଁ ଶିଶୁ କନ୍ୟାର ମୃତ୍ୟୁ ଅଭିଯୋଗ। ଆମ୍ବୁଲାନ୍ସ ମିଳିନଥିବା ଯୋଗୁଁ ଦୁଇ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିହାରରୁ ଅାସିଛି ଏପରି ଅଭିଯୋଗ। ବିହାର ଜେହାନାବାଦ୍ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଦୁଇ ବର୍ଷର ଅସୁସ୍ଥ ଝିଅକୁ ନେଇ ମେଡିକାଲ୍ ବାହାରିଥିଲେ। ତେବେ ଯାନବାହନ ଚଳାଚଳ କରୁନଥିବା ଯୋଗୁଁ ଠିକ୍ ସମୟରେ ହସ୍ପିଟାଲ୍ରେ ପହଞ୍ଚିପାରିନଥିଲେ। ଫଳରେ ଶିଶୁଟିର ମୃତ୍ୟୁ ହୋଇଥିଲା। ଘଟଣା ପରେ ରାଜନୀତି ଜୋର ଧରିଛି। କେନ୍ଦ୍ରମନ୍ତ୍ରୀ ତଥା […]
ଲଣ୍ଡନ: ବ୍ରିଟେନ୍ର ଶେଫିଲ୍ଡ୍ କ୍ରାଉନ୍ କୋର୍ଟରେ ଯୌନ ନିର୍ଯାତନା ମାମଲାର ଶୁଣାଣି ଚାଲିଥିବା ବେଳେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଜଣେ ୧୬ ବର୍ଷୀୟ ପୀଡ଼ିତା ସମସ୍ତଙ୍କ ଆଗରେ ତାଙ୍କ ସହ ଘଟିଥିବା ବର୍ବରତା ସମ୍ପର୍କରେ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ୧୯୯୮ରୁ ୨୦୦୧ ଯାଏ ସେ ଯୌନ ଶୋଷଣର ଶିକାର ହୋଇଥିଲେ। ମାତ୍ର ୧୩ ବର୍ଷ ବୟସରୁ ହିଁ ତାଙ୍କୁ ଯୌନ ବ୍ୟଭିଚାରର ଶିକାର ହେବାକୁ ପଡ଼ିଥିଲା। ତାଙ୍କୁ ୧୬ ବର୍ଷ ହେବା ବେଳକୁ […]
ଅାମେରିକା : ସଫା ହେବ ସମୁଦ୍ର। ସମୁଦ୍ରର ଅତଳ ଗହ୍ୱରରୁ ଖୋଜି ଅାଣିବ ଅଳିଅା। ଏଥିପାଇଁ ଅାରମ୍ଭ ହୋଇଛି ମିଶନ୍ ଓସନ କ୍ଲିନ ଅପ୍। ଅାମେରିକାର ସାନ୍ ଫ୍ରାନ୍ସିସ୍କୋ ସହର ନିକଟ ସମୁଦ୍ର ଗର୍ଭରେ ଏଥିପାଇଁ ୨ହଜାର ଫୁଟ ଲମ୍ବର ପାଇପ୍ ବିଛାଯାଇଛି। ପାଇପ୍ର ଅାଗରେ ପାଖାପାଖି ୧୦ଫୁଟ ଚଉଡାର ସ୍କ୍ରିନ ରହିଛି। ଏଥିରେ କ୍ୟାମେରା, ସେନସର ସହ ସାଟେଲାଇଟ ଅାଣ୍ଟିନା ଖଞ୍ଜାଯାଇଛି। ଅାଉ ଏଥିପାଇଁ ସୌରଶକ୍ତିର ବ୍ୟବହାର କରାଯାଉଛି। ଅାଣ୍ଟିନାରୁ ନିୟମିତ ବ୍ୟବଧାନରରେ ସୂଚନା ମିଳିବ। […]
ଗଞ୍ଜାମ : ଗଞ୍ଜାମ ବେଲଗୁଣ୍ଠା ବ୍ଲକ ବଡପଡା ଗାଁରେ ଅଭାବନୀୟ ଘଟଣା। ଅକାଳରେ ବିଦ୍ୟୁତ୍ ଆଘାତରେ ଚାଲିଗଲା ବାପପୁଅଙ୍କ ଜୀବନ। ମୃତକ ହେଲେ ବଡପଡା ଗାଁର ଅଭିମନ୍ୟୁ ପାତ୍ର ଏବଂ ତାଙ୍କ ପୁଅ ଜିତେନ୍ଦ୍ର। ଓଦା ଚଦରକୁ ଘର ବାଡି ପଟେ ଥିବା ଲୁହା ତାରରେ ସୁଖାଉଥିଲେ ଜିତେନ୍ଦ୍ର। ଏହି ସମୟରେ କୌଣସି କାରଣରୁ ତାରଟି ଚାର୍ଜ ହୋଇଯାଇଥିବା ବେଳେ ସେଥିରେ ଲାଗିଯାଇଥିଲେ ଜିତେନ୍ଦ୍ର। ପୁଅର ଏପରି ଅବସ୍ଥା ଦେଖି ବାପା ଅଭିମନ୍ୟୁ ଉଦ୍ଧାର କରିବାକୁ ଯାଇ […]
କେନ୍ଦୁଝର : କେନ୍ଦୁଝରରେ ଅଘଟଣ କାନ୍ଥ ପଡ଼ି ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି। ମାଅା ଝିଅ ଗୁରୁତର ଅବସ୍ଥାରେ ଘଟଗାଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଗାଁ ଥାନା ମନୋହରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମନୋହରପୁର ଗାଁର ରୁକ୍ମିଣୀ ମୁଣ୍ଡା ନିଜର ତିନି ଛୁଅାଙ୍କ ସହ ଘରେ ଶୋଇଥିଲେ। ହେଲେ ଗତ କିଛି ଦିନ ଧରି ହୋଇଥିବା ଲଗାଣ ବର୍ଷାରେ ଘରର ଦୁର୍ବଳ କାନ୍ଥ ଭୁଶୁଡ଼ି ସେମାନଙ୍କ ଉପରେ ପଡିଥିଲା। କାନ୍ଥଟି ୩ ବର୍ଷର ପୁଅ […]
ଭୁବନେଶ୍ୱର : ରାଜଧାନୀରେ ଜଣେ ବିବାହିତ ଯୁବକଙ୍କୁ ହତ୍ୟା ଅଭିଯୋଗ। ମାଉସୀମା ମନ୍ଦିର ନିକଟ ରେଳ ଧାରଣାରୁ ସଂପୃକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଜଗା ଦାସ। ୟୁନିଟ୍-୨ ପୋଟଳ ବସ୍ତିରେ ସେ ରହୁଥିଲେ। ପରିବାର ଲୋକଙ୍କ ଅଭିଯୋଗ, ଶନିବାର ସନ୍ଧ୍ୟାରେ ଜିମ୍କୁ ଯାଇ ଅାଉ ଘରକୁ ସେ ଫେରିନଥିଲେ। ତେବେ ସେହି ଦିନ ସନ୍ଧ୍ୟାରେ କିଛି ଯୁବକ ତାଙ୍କୁ ଗୌତମନଗର ଅଞ୍ଚଳରେ ଅଟକାଇ ମାଡ଼ ମାରୁଥିବା ନେଇ ସେ ତାଙ୍କ ଭାଉଜଙ୍କୁ ଫୋନରେ […]
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମିରଟରେ ଭୂମିକମ୍ପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ସକାଳ ୬ଟା ୨୮ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ପ୍ରଭାବରେ ଦିଲ୍ଲୀ ଓ ଏନସିଅାର ଅଂଚଳ ଥରି ଉଠିଥିଲା। ଏଥିସହ ହରିଅାଣାର କିଛି ଅଂଚଳରେ ମଧ୍ୟ ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଛି। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ଗତକାଲି ଅପରାହ୍ଣରେ ହରିଅାଣାର ଝାଝର ଜିଲ୍ଲାରେ ମଧ୍ୟ ମୃଦୁ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା […]
ନୂଆଦିଲ୍ଲୀ : ଅାଜି ଦିଲ୍ଲୀରେ ପେଟ୍ରୋଲ ଦର ୨୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ମୂଲ୍ୟ ୨୨ ପଇସା ବୃଦ୍ଧି ପାଇଛି। ଫଳରେ ପେଟ୍ରୋଲ ଦର ୮୦ଟଙ୍କା ୭୩ ପଇସାରେ ବିକ୍ରି ହେଉଛି। ସେହିପରି ଡିଜେଲ ମୂଲ୍ୟ ଲିଟର ପ୍ରତି ୭୨ଟଙ୍କା ୮୩ ପଇସାରେ ପହଞ୍ଚିଛି। ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଦର ୨୩ ପଇସା ଲେଖାଏଁ ବୃଦ୍ଧି ପାଇଛି। ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ୮୮ଟଙ୍କା୧୨ ପଇସା ଓ ଡିଜେଲ ମୂଲ୍ୟ ୭୭ ଟଙ୍କା ୩୨ […]
ଭୁବନେଶ୍ୱର : କଂଗ୍ରେସ ପକ୍ଷରୁ ଭାରତ ବନ୍ଦକୁ ନଜରରେ ରଖି ବିପିୟୁଟି ପକ୍ଷରୁ ଅାଜି ସମସ୍ତ ପରୀକ୍ଷା ବାତିଲ କରାଯାଇଛି। ଏନେଇ ବିପିୟୁଟି କର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ। ସକାଳୁ ସକାଳୁ କଂଗ୍ରେସ କର୍ମୀମାନେ ପିକେଟିଂ କରିଛନ୍ତି। ଗାଡ଼ି ଓ ରେଳ ଚଳାଚଳ ପ୍ରଭାବିତ ହୋଇଛି।