• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

yaraDA
ସମୁଦ୍ରରେ ବୁଡ଼ିଗଲେ ୧୦ ଛାତ୍ର, ୩ ଉଦ୍ଧାର

ବିଶାଖାପାଟଣା: ୟାରାଡ଼ା ବିଚ୍‌ରେ ବୁଡ଼ିଯାଇଥିବା ୭ଜଣ ଛାତ୍ରଙ୍କ ଏବେ ମଧ୍ୟ ପତ୍ତା ମିଳୁନି। ବିଶାଖାପାଟଣା ନିକଟସ୍ଥ ଏକ ସ୍କିଲ୍ ସେଣ୍ଟର୍‌ର ୧୦ ଜଣ ଛାତ୍ର ଗତକାଲି ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରିଥିବା ବେଳେ ୭ ଜଣ ନିଖୋଜ ଅଛନ୍ତି। ସେମାନେ ପିକ୍‌ନିକ୍ ଆସିଥିବାବେଳେ ଏହି ଘଟଣା ଘଟିଥିଲା। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନୌସେନା ସହ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

sc
ସିବିଆଇ ବିବାଦ: ସିଭିସିଙ୍କ ରିପୋର୍ଟ ଉପରେ ଶୁକ୍ରବାର ଦିନ ଶୁଣାଣି

ନୂଆଦିଲ୍ଲୀ: ସିବିଆଇ ବିବାଦ ମାମଲାରେ ସିଭିସି ଦାଖଲ କରିଥିବା ତଦନ୍ତ ରିପୋର୍ଟ ଉପରେ ଆସନ୍ତା ଶୁକ୍ରବାର ଦିନ ଶୁଣାଣି କରିବେ ସୁପ୍ରିମକୋର୍ଟ। ୧୨ ଦିନ ତଦନ୍ତ କରିବା ପରେ ସେଣ୍ଟ୍ରାଲ୍‌ ଭିଜିଲାନ୍ସ କମିଶନ ଆଜି ଏକ ବନ୍ଦ ଲଫାଫାରେ ସୁପ୍ରିମକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି। ତେବେ ଏହାର ଶୁଣାଣି ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଶୁକ୍ରବାରକୁ ଦିନ ଧାର୍ଯ୍ୟ କରିଛନ୍ତି। ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ସ୍ୱତନ୍ତ୍ର […]

deal-up
ରାଫେଲ୍ ଚୁକ୍ତି ନେଇ ‘ଦାସୋ’ର ସ୍ପଷ୍ଟୀକରଣ, ରିଲାଏନ୍ସକୁ ନିଜେ ବାଛିଥିଲା କଂପାନି

ନୂଆଦିଲ୍ଲୀ : ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲର ଭାରତୀୟ ପାର୍ଟନର ଚୟନକୁ ନେଇ ଚାଲିଥିବା ବିବାଦରେ ନୂଅା ମୋଡ଼। ରାଫେଲର ପାର୍ଟନର ହେବା ଲାଗି ଅନିଲ ଅମ୍ବାନିଙ୍କ ରିଲାଏନସ ଡିଫେନ୍ସ ନାଁ ଭାରତ ସରକାର ସୁପାରିଶ କରିଥିବା ନେଇ ଗତକାଲି ବୟାନ ଦେଇଥିଲେ ପୂର୍ବତନ ଫ୍ରାନ୍‌ସ ରାଷ୍ଟ୍ରପତି ଫ୍ରାନସୁଅା ଓଲାନ୍ଦ । ତେବେ ଫ୍ରାନସ ସରକାର ଅାଜି ତାଙ୍କ ବୟାନକୁ ଖଣ୍ଡନ କରିଛନ୍ତି। ଭାରତୀୟ ପାର୍ଟନର ଚୟନ ଲାଗି ରାଫେଲ ନିର୍ମାତା ଦାସୋକୁ ପୁରା କ୍ଷମତା ଥିଲା। […]

accident
ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଗାଡ଼ି; ୧୦ ମୃତ, ୩ ଆହତ

ଶିମ୍‌ଲା: ହିମାଚଳ ପ୍ରଦେଶ ଶିମ୍‌ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଏକ ଗାଡ଼ି ଓଲଟି ଯିବା ଫଳରେ ୧୦ଜଣଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଆହତ ହୋଇଛନ୍ତି। କୁଡ୍ଡୁରୁ ୩ କି.ମି. ଦୂରରେ ଅବସ୍ଥିତ ସ୍ନେଲ୍‌ ନିକଟରେ ଆଜି ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ଜଣେ ଶିଶୁ ଅଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ୍‌ ଟିମ୍‌ ପହଞ୍ଚିଛନ୍ତି। ତେବେ ପ୍ରକୃତରେ କେଉଁ କାରଣ ପାଇଁ ଦୁର୍ଘଟଣା […]

asia cup--up
ଭାରତ ଅାଗରେ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗଲାଦେଶ

ଦୁବାଇ : ଅାଜି ଠାରୁ ଅାରମ୍ଭ ହୋଇଛି ଏସିଅା କପ୍ ସୁପର ଫୋର ପର୍ଯ୍ୟାୟ। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଭାରତ-ବାଂଲାଦେଶ । ଭାରତ ଅାଗରେ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ବାଙ୍ଗଲାଦେଶ । ସମସ୍ତ ୱିକେଟ ହରାଇ ବାଙ୍ଗଲାଦେଶ ୧୭୩ ରନ୍ କରିଥିଲା । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ ୟଶ୍‌ପ୍ରୀତ ବୁମ୍‌ରା ୩ଟି ଲେଖାଏଁ  ଓ୍ୱିକେଟ୍ ନେଇଥିଲେ । ସେପଟେ ଦ୍ୱିତୀୟ […]

hindustan-times
ମଧ୍ୟପ୍ରଦେଶରେ ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା କଂଗ୍ରେସ

ଭୋପାଳ: ଆଜି ମଧ୍ୟପ୍ରଦେଶରେ ନିର୍ବାଚନୀ ଇସ୍ତାହାର ‘ବଚନ ପତ୍ର’ ପ୍ରକାଶ କରିଛି କଂଗ୍ରେସ। ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ କମଲନାଥ, ଜ୍ୟୋତିରାଦିତ୍ୟ ସିନ୍ଧିଆ ସମେତ ବହୁ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ। ଦଳ ନିଜ ଇସ୍ତାହାରରେ ମୁଖ୍ୟତଃ ଚାଷୀଙ୍କୁ ଗୁରୁତ୍ୱ ଦେଇଛି। ସରକାରକୁ ଆସିଲେ ଚାଷୀଙ୍କ ବିଦ୍ୟୁତ୍ ବିଲ୍ ୫୦ ପ୍ରତିଶତ କମ କରିବା ନେଇ ଘୋଷଣା କରିଛି କଂଗ୍ରେସ। ଏହାସହ ପେଟ୍ରୋଲ୍‌ ଏବଂ ଡିଜେଲ୍ ଦର ଉପରୁ ଭ୍ୟାଟ୍ ହ୍ରାସ ନେଇ ପ୍ରତିଶ୍ରୁତି ଦେଇଛି […]

amit-shah-rahul-gandhi-1541
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ

ରାୟପୁର: ନଭେମ୍ବର୍‌ ୧୨ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଛତିଶଗଡ଼ରେ ଆଜି ପ୍ରଚାର ଶେଷ ହୋଇଛି। ପ୍ରଚାରର ଶେଷ ଦିନରେ ହାଇ ଭୋଲ୍‌ଟେଜ୍ କ୍ୟାମ୍ପେନିଂ ଦେଖିବାକୁ ମିଳିଛି। କଂଗ୍ରେସ୍‌ ପାଇଁ ନିଜେ ସଭାପତି ରାହୁଲ ଗାନ୍ଧି କାଙ୍କେର, ରାଜନନ୍ଦଗାରେ ନିର୍ବାଚନୀ ସଭା କରିଥିବାବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପି ପାଇଁ ପ୍ରଚାର କରିଛନ୍ତି। ଦୀର୍ଘ ୧୫ ବର୍ଷ ଧରି କ୍ଷମତାରେ ଥିବା ରମଣ ସିଂହଙ୍କ ସରକାର ବଡ଼ ବଡ଼ ଦୁର୍ନୀତିରେ ବୁଡ଼ି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

୨୯ ତାରିଖରେ ପାଳନ ହେବ ସର୍ଜିକାଲ୍ ଷ୍ଟ୍ରାଇକ୍ ଡେ'

ନୁଆଦିଲ୍ଲୀ: ଆସନ୍ତା ୨୯ ତାରିଖ ପାଳନ ହେବ ସର୍ଜିକାଲ୍ ଷ୍ଟ୍ରାଇକ୍ ଡେ। ଦେଶର ସମସ୍ତ ବିଶ୍ୱବିଦ୍ୟାଳୟରେ ଏହାକୁ ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ-UGC ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତି କରିଛି। ଭାରତୀୟ ସେନାର ସବୁଠୁ ବଡ଼ ସଫଳତାକୁ ଏହି ଅବସରରେ ପାଳନ କରିବାକୁ ଯୋଜନା ହୋଇଛି। ଏନେଇ ୟୁଜିସି ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟକୁ ଚିଠି ଜାରି କରାଯାଇଛି। ସର୍ଜିକାଲ୍ ଷ୍ଟ୍ରାଇକ୍ ବେଳେ ଭାରତୀୟ ଯବାନଙ୍କ ବୀରତ୍ୱକୁ ମନେ ପକାଇବା ସହ ବିଶେଷ ଭାବେ ପ୍ରସ୍ତୁତ ପ୍ୟାରେଡ୍ ମଧ୍ୟ ଏହି […]

rakesh
ସିବିଆଇ ମହାକଳି: ଅଭିଯୋଗ ଖଣ୍ଡନ କଲେ ରାକେଶ ଆସ୍ଥାନା

ନୂଆଦିଲ୍ଲୀ: ସିଭିସିଙ୍କ ପଚରଉଚରାବେଳେ ନିଜ ପକ୍ଷ ରଖିଛନ୍ତି ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା। ସେ ଲାଞ୍ଚ ନେଇନାହାନ୍ତି କି, ସେ ସମୟରେ ସେ ଭାରତରେ ନଥିଲେ ବୋଲି ଆସ୍ଥାନା କହିଛନ୍ତି।  ସେ ଆହୁରି ମଧ୍ୟ କହିଛନ୍ତି ଯେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସଂପୂର୍ଣ୍ଣ ମିଛ। ଯେଉଁ ସମୟରେ ହାଇଦ୍ରାବାଦର ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ ଓ ଲାଞ୍ଚ ନେଇ ବୁଝାମଣା କରିଥିଲେ ବୋଲି ଅଭିଯୋଗ ହୋଇଛି, ସେ ସମୟରେ […]

india-pak -1
ଭାରତ-ପାକ୍ ଅାଲୋଚନା ରଦ୍ଦ

ନୂଆଦିଲ୍ଲୀ : ହେବନି ଭାରତ ସହ ପାକିସ୍ତାନର ଅାଲୋଚନା । ନ୍ୟୁୟର୍କରେ ହେବାକୁ ଥିବା ଉଭୟ ଦେଶର ଅାଲୋଚନା ରଦ୍ଦ । ଅାଜି ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର । ଜମ୍ମୁ ଓ କାଶ୍ମୀରରେ ପୁଲିସ କର୍ମୀଙ୍କୁ ହତ୍ୟା ପରେ ବର୍ତ୍ତମାନ ପାଇଁ ଅାଲୋଚନାକୁ ରଦ୍ଦ ରଖିଛନ୍ତି ଭାରତ ସରକାର । ପାକିସ୍ତାନର ବର୍ବରତା ସାମ୍ନାକୁ ଅାସିଛି । ଯେଉଁଥି ପାଇଁ ଏହି ଅାଲୋଚନାରୁ ଭାରତ ଓହରି […]

congress
ଛତିଶଗଡ଼ ବିଧାନସଭା ନିର୍ବାଚନ ଲାଗି ହାଇଭୋଲ୍‌ଟେଜ୍ କ୍ୟାମ୍ପେନ୍

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନ ଲାଗି ହାଇଭୋଲ୍‌ଟେଜ୍ ପ୍ରଚାର ଚାଲିଛି। ଆସନ୍ତା ୧୨ ତାରିଖରେ ଛତିଶଗଡ଼ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟୟ ଭୋଟ୍‌ ଗ୍ରହଣ କରାଯିବ। ଏଥିପାଇଁ ଆସନ୍ତାକାଲି ପ୍ରଚାର ସରୁଥିବାବେଳେ ଆଜି ମଇଦାନକୁ ଓହ୍ଲାଇଥିରେ ଅଧିକାଂଶ ଦଳର ହେଭିୱେଟ୍ ନେତା। ରାହୁଲ ଗାନ୍ଧୀ କଂଗ୍ରେସର ପ୍ରଚାର ମଙ୍ଗ ଧରିଥିବା ବେଳେ ବିଜେପି ପାଇଁ ଭୋଟ ମାଗିଥିଲେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାଙ୍କେର, ରାଜନନ୍ଦଗାଁଓ, ପଙ୍ଖାଜୁର ଓ ଡୋଗରାଗଡ଼ରେ ସଭା କରି ରାହୁଲ କେନ୍ଦ୍ରର ମୋଦି […]

image
ଏହି ସବୁ ଦେଶାତ୍ମବୋଧକ ଗୀତକୁ କପି କରିଛି ପାକିସ୍ତାନ

-ରୋଜାଲିନ୍‌ ରଥ ଭାରତ-ପାକ୍‌ ବିଭାଜନ ହେବା ଦିନଠାରୁ ପାକିସ୍ତାନ ସହ ଭାରତର ସମ୍ପର୍କ ତିକ୍ତ ହୋଇ ରହିଛି। କ୍ରିକେଟ୍‌ ମଇଦାନ ହେଉ କି  ସିନେମା ଭାରତକୁ କୌଣସି କ୍ଷେତ୍ରରେ ମଧ୍ୟ ପାକିସ୍ତାନ ସହିପାରେ ନାହିଁ। ପାକିସ୍ତାନ ଭାରତକୁ କେବେ ବି ଭଲ ନଜରରେ ଦେଖିପାରେ ନାହିଁ। କିନ୍ତୁ ଭାରତ ପାକିସ୍ତାନର ଅତ୍ୟାଚାରକୁ ମଥାପାତି ସହିଯାଏ। ସେଥିପାଇଁ ବିଶ୍ୱଦରବାରରେ ଭାରତକୁ ସ୍ୱତନ୍ତ୍ର ସ୍ଥାନ ମିଳିଛି। ଭାରତ-ପାକ୍‌ ସମ୍ପର୍କ ଭଲ ନ ଥିଲେ ମଧ୍ୟ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ପାକ୍‌ ଅଭିନେତା, […]

ଗୁଜରାଟ ଗିର୍ ଜଙ୍ଗଲରେ ସିଂହ ମଡ଼କ, କାରଣ ଅସ୍ପଷ୍ଟ

ଗାନ୍ଧିନଗର: ଗୁଜରାଟ ଗିର୍ ଜଙ୍ଗଲରେ ଗତ କିଛି ଦିନ ମଧ୍ୟରେ ୧୧ଟି ସିଂହଙ୍କର ମୃତ୍ୟୁ ଘଟିଥିବା ବନ ବିଭାଗ ସୂଚନା ଦେଇଛି। ବିଶେଷକରି ଗିର୍ ଜଙ୍ଗଲର ପୂର୍ବ ଡିଭିଜନ ଡାଲଖାନିଆଁ ରେଞ୍ଜ ଅଂଚଳରେ ହିଁ ସିଂହ ପ୍ରାଣ ହରାଉଥିବା ବନ ବିଭାଗ ସୂଚନା ଦେଇଛି। ବୁଧବାର ରାଜୁଲା ଅଞ୍ଚଳରୁ ଗୋଟିଏ ସିଂହର ମୃତ ଦେହ ଉଦ୍ଧାର କରାଯାଇଥିବାବେଳେ, ଡାଲଖାନିଆଁ ଅଞ୍ଚଳରୁ ୩ଟି ସିଂହର ମୃତ ଦେହ ଉଦ୍ଧାର କରାଯାଇଛି। ଏହା ପୂର୍ବରୁ ୭ଟି ସିଂହର ମୃତଦେହ ଉଦ୍ଧାର […]

representational image
ବିବାହ ପ୍ରଲୋଭନ ଦେଖାଇ ଅଭିନେତ୍ରୀଙ୍କୁ ଦୁଷ୍କର୍ମ

ଅଲୱାର: ମଡେଲ୍‌ରୁ ଟେଲିଭିଜନ୍‌ ଦୁନିଆରେ ପାଦ ଥାପି ଥିବା ମୁମ୍ବାଇର ଜଣେ ଅଭିନେତ୍ରୀଙ୍କୁ ଦୁଷ୍କର୍ମ। ବିବାହ ଲୋଭ ଦେଖାଇ ଜଣେ ୨୫ ବର୍ଷୀୟ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଅଲ୍‌ୱାର ପୁଲିସ୍‌ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି। ଅଭିନେତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ୨୦୧୪ ମସିହାରେ ମୁମ୍ବାଇର ଏକ କଲେଜରେ ପଢ଼ୁଥିବା ସମୟରେ ସେ ଉକ୍ତ ଯୁବକଙ୍କୁ ଭେଟିଥିଲେ। ଚଳିତ ବର୍ଷ ସୋଶାଲ୍‌ ମିଡିଆ ମାଧ୍ୟମରେ ପୁଣି ଥରେ […]

make-in
ମେକ୍ଇନ୍ ଓଡ଼ିଶା ପଛରେ ଆନ୍ତରିକତାକୁ ନେଇ ପୁଣି ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପାୟନରେ ସ୍ଥାନୀୟ ନେତା ହିଁ ବାଧକ ସାଜୁଛନ୍ତି। ରାଜ୍ୟ ସରକାର ବହୁ ଆଡମ୍ବରରେ ମେକ୍ଇନ୍ ଓଡ଼ିଶାର ଆୟୋଜନ କରୁଥିବାବେଳେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି କଳିଙ୍ଗନଗର ଶିଳ୍ପ ସଂଘର ସଭାପତି। ମୁଖ୍ୟମନ୍ତ୍ରୀ ନିଜେ ଧ୍ୟାନ ଦେଇ ଶିଳ୍ପପତିଙ୍କୁ ହଇରାଣ ହରକତ ବନ୍ଦ କରିବାକୁ ସେ ଅପିଲ୍‌ କରିଛନ୍ତି। ଶିଳ୍ପପତିଙ୍କୁ ଆକୃଷ୍ଟ କରିବାକୁ ଭବ୍ୟ ଆୟୋଜନ ହେଉଛି। କିନ୍ତୁ ଅନ୍ୟପଟେ ଶିଳ୍ପ ବନ୍ଦପାଇଁ ପ୍ରାୟୋଜିତ ଆନ୍ଦୋଳନ ରାଜ୍ୟ ସରକାରଙ୍କ ଶିଳ୍ପାୟନର ଆନ୍ତରିକତା ଉପରେ ବଡ଼ ପ୍ରଶ୍ନ […]

aloka verma
ସିଭିସି ଆଗରେ ହାଜର ହେଲେ ସିବିଆଇ ମୁଖ୍ୟ ଆଲୋକ ବର୍ମା

ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ ଆଲୋକ ବର୍ମା ଆଜି ପୁଣି ସିଭିସିଙ୍କ ନିକଟରେ ହାଜର ହୋଇଛନ୍ତି। ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ଆଣିଥିବା ଅଭିଯୋଗ ସଂପର୍କରେ ସିଭିସି ତାଙ୍କୁ ପଚରାଉଚରା କରିପାରେ। ହାଇଦ୍ରାବାଦର ମୋଇନ କ୍ୟୁରେସି ଟଙ୍କା ହେର୍‌ଫେର୍ ମାମଲାରେ ସହଯୋଗୀ ସତୀଶ ସାନା ସିବିଆଇ ତଦନ୍ତରୁ ବଞ୍ଚିବା ପାଇଁ ଆଲୋକ ବର୍ମାଙ୍କୁ ୨ କୋଟି ଟଙ୍କା ଲାଞ୍ଚ ଦେଇଥିଲେ ବୋଲି ଆସ୍ଥାନା ଅଭିଯୋଗ କରିଥିଲେ। ଏହାପରେ ସିବିଆଇ ପକ୍ଷରୁ ଆସ୍ଥାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହାପରେ […]

jammu and kashmir
ପୁଲିସ୍‌ ଅଧିକାରୀଙ୍କୁ ଅପହରଣ ପରେ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଆତଙ୍କବାଦୀଙ୍କ ଟାଗେର୍ଟରେ ପୁଲିସ୍‌ ଅଧିକାରୀ। ଆତଙ୍କବାଦୀଙ୍କ ଦ୍ୱାରା ଅପହରଣ ହୋଇଥିବା ୪ ପୁଲିସ୍‌ ଅଧିକାରୀଙ୍କ ମଧ୍ୟରୁ ୩ଜଣଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିବା ସୂଚନା ମିଳିଛି। ତେବେ ଗାଁ ଲୋକଙ୍କ ସହାୟତାରେ ଜଣେ ପୁଲିସ୍‌ ଅଧିକାରୀ ମୁକୁଳି ଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ସକାଳେ ଆତଙ୍କବାଦୀମାନେ ଜମ୍ମୁ ଓ କାଶ୍ମୀରର ସୋପିଆନ୍‌ରୁ ୩ ଜଣ ସ୍ପେଶାଲ୍‌ ପୁଲିସ୍‌ ଅଫିସର (ଏସ୍‌ପିଓ) ଓ ଜଣେ କନେଷ୍ଟବଲ୍‌ଙ୍କୁ ଅପହରଣ କରିଥିଲେ। ଆତଙ୍କବାଦୀମାନେ ପୁଲିସ୍‌ ଅଧିକାରୀଙ୍କୁ ଚେତାବନୀ ଦେବା ସହ […]