ରାଜକୋଟ: ରାଜକୋଟ ଟେଷ୍ଟରେ ରାଜ୍ କରିଛି ଟିମ୍ ଇଣ୍ଡିଆ। ଦ୍ୱିତୀୟ ଦିନରେ ବି ବିରାଟ ବାହିନୀ ଦମଦାର ପ୍ରଦର୍ଶନ କରିଛି। ୬୪୯ ରନରେ ଟିମ୍ ଇଣ୍ଡିଆ ପାଳି ଘୋଷଣା କରିବା ପରେ ବ୍ୟାଟିଂ ଆରମ୍ଭ କରି ସଙ୍କଟରେ ପଡ଼ିଥିଲା ୱେଷ୍ଟଇଣ୍ଡିଜ୍। ଭାରତୀୟ ବୋଲର୍ଙ୍କ ଶାଣିତ ବୋଲିଂ ଆଗରେ ହାର ମାନିଥିଲେ ଜଣକ ପରେ ଜଣେ ଇଣ୍ଡିଜ୍ ବ୍ୟାଟ୍ସମ୍ୟାନ। ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୬ ଓ୍ୱିକେଟ୍ ହରାଇ ମାତ୍ର ୯୪ ରନ୍ ସଂଗ୍ରହ କରିଛି। ମହମ୍ମଦ ସାମି […]
ନୂଆଦିଲ୍ଲୀ: ସୀମା ଓ ଗୁରୁତ୍ୱପୂର୍ଣ୍ଣ ସହର ଓ ପ୍ରତିଷ୍ଠାନକୁ ସୁରକ୍ଷିତ ରଖିବା ଲାଗି ଋଷଠାରୁ ରକ୍ଷା କବଚ ପାଇଲା ଭାରତ। ପାରମ୍ପରିକ ମିତ୍ର ଋଷିଆ ସହ ଭାରତ ବୃହତ ପ୍ରତିରକ୍ଷା ଚୁକ୍ତି କରିଛି। ଶକ୍ତିଶାଳୀ ଅତ୍ୟାଧୁନିକ S-400 ଏୟାର୍ ଡିଫେନ୍ସ ସିଷ୍ଟମ୍ ଯୋଗାଣ ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ପୁତିନଙ୍କ ଉପସ୍ଥିତିରେ ରାଜିନାମା ସ୍ୱାକ୍ଷର ହୋଇଛି। ଭୁପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ବିଶ୍ୱର ଏହି ଶ୍ରେଷ୍ଠ ଘାତକ କ୍ଷେପଣାସ୍ତ୍ର ପ୍ରଣାଳୀ ୪ଶହ କିଲୋମିଟର୍ ପରିଧି […]
ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ନେଇ ପୁରୀରେ ହିଂସାକାଣ୍ଡ ଘଟଣାରେ ୧୫ଟି ମାମଲା ଦାଏର ହୋଇଛି। ପ୍ରଶାସନ ଏବଂ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସିଂହଦ୍ୱାର ଥାନାରେ ୯ ଓ ଟାଉନ୍ ଥାନାରେ ୬ଟି ଏତଲା ଦିଆଯାଇଛି। ସରକାରୀ ସମ୍ପତ୍ତି ପୋଡ଼ାଜଳା ଓ ଭଙ୍ଗାରୁଜାରେ ଯେଉଁମାନେ ସାମିଲ୍ ଥିଲେ ସିସିଟିଭି ଫୁଟେଜ୍ ଯାଞ୍ଚ୍ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରଖିଛି ପୁଲିସ୍। ତେବେ ଏହି ଘଟଣାରେ ଗତକାଲି ଟାଉନ୍ ଥାନା ପୁଲିସ୍ ୧୧ ଜଣଙ୍କୁ ଗିରଫ […]
ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପୁଣିଥରେ ହ୍ରାସ ପାଇଛି। ଆଜି ଟଙ୍କାର ବିନିମୟ ମୂଲ୍ୟ ୭୪ ଟଙ୍କାରେ ପହଞ୍ଚିଛି। କିଛି ଦିନ ହେଲା ଟଙ୍କାର ବିନିମୟ ମୂଲ୍ୟ ଲଗାତର ହ୍ରାସ ପାଉଥିବାବେଳେ ଆଜି ଏହା ସର୍ବନିମ୍ନ ସ୍ତର ୭୪ଟଙ୍କା ୨୦ ପଇସାକୁ ଛୁଇଁଛି। ଅନ୍ୟପଟେ ଆରବିଆଇ ପକ୍ଷରୁ ଆଜି ଘୋଷଣା କରାଯାଇଥିବା ରେପୋ ରେଟ୍ରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ରେପୋ ରେଟ୍ ଏବେ ୬.୫ ପ୍ରତିଶତ ରହିଛି। ତୈଳ ଦର ଲଗାତର ବୃଦ୍ଧି ଏବଂ ଡଲାର ତୁଳନାରେ […]
ଭୁବନେଶ୍ୱର : ସୁଦୃଶ୍ୟ ତୋରଣ, ଅାକର୍ଷଣୀୟ ସାଜସଜ୍ଜା। ଚିକ୍ମିକ୍ ଲାଇଟ୍ରେ ଝଲସୁଛି ତୋରଣ। ରାତି ପାହିଲେ ଅଗ୍ରଗଣ୍ୟଙ୍କ ପୂଜା। ଅାଉ ତା ପୂର୍ବରୁ ସଜେଇ ହୋଇଛି ଜଟଣୀ ସହର। ଗଣେଶ ପୂଜା ପାଇଁ ବେଶ୍ ପ୍ରସିଦ୍ଧି ଲାଭ କରିଥିବା ଜଟଣୀରେ ଏ ବର୍ଷ ଛୋଟବଡ଼଼ ପ୍ରାୟ ୨୦୦ଟି ମଣ୍ଡପରେ ପୂଜା ପାଇବେ ବିଘ୍ନ ବିନାଶକ। ଏଥିପାଇଁ ପୂଜା କମିଟି ପକ୍ଷରୁ ଶେଷ ହୋଇଛି ପ୍ରସ୍ତୁତି। ଶିଳ୍ପ ନଗରୀ ତାଳଚେରରେ ବି ୧୩ ଦିନ ଧରି ମହାସମାରୋହରେ ଚାଲିବ […]
ଷ୍ଟକ୍ହୋମ୍: ଇରାକର ନାଦିଆ ମୁରାଦ ଓ କଙ୍ଗୋର ଡାକ୍ତର ଡେନିସ୍ ମୁକୱେଗିଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ଦିଆଯିବ। ଦୁଷ୍କର୍ମ ପୀଡ଼ିତାଙ୍କ ଉଦ୍ଧାର, ଥଇଥାନ ଓ ସେଭଳି ଘଟଣାକୁ ରୋକିବା ପାଇଁ ଉଲ୍ଳେଖନୀୟ ପଦକ୍ଷେପ ନେଇଥିବାରୁ ଏମାନଙ୍କୁ ସମ୍ମାନିତ କରାଯିବ ବୋଲି ନୋବେଲ୍ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି। ନାଦିଆ ମୁରାଦ ମାତ୍ର ୨୫ବର୍ଷ ବୟସରେ ଏହି ସଫଳତା ପାଇଛନ୍ତି। ୨୦୧୪ ମସିହାରେ ନାଦିଆଙ୍କ ସହ ତାଙ୍କ ପରିବାର ଲୋକମାନଙ୍କୁ ଆଇଏସ୍ଆଇଏସ୍ ପକ୍ଷରୁ ଅପହରଣ କରି ନିଆଯାଇଥିଲା। […]
ହାଇଦ୍ରାବାଦ୍ : ଚୋର ବ୍ୟବହାର କରୁଥିଲା ସୁନା ଟିଫିନ୍ । ପ୍ରତିଦିନ ସୁନା ଟିଫିନ୍ରେ ଖାଉଥିଲା ଚୋର। ଶୁଣିବାକୁ ଅାଶ୍ଚର୍ଯ୍ୟ ଲାଗିଲେ ବି ଏକଦମ ସତ କଥା। ହାଇଦ୍ରାବାଦ୍ର ଏକ ଚୋର ପାଖରୁ ଏଭଳି ତଥ୍ୟ ମିଳିଛି। ନିଜାମଙ୍କ ସଂଗ୍ରହାଳୟରୁ ଚୋରି ହୋଇଥିବା ସୁନା ଟିଫିନ୍ର ରହସ୍ୟ ଭେଦ କରିଛି ପୁଲିସ। ନିଜାମଙ୍କ ଏହି ବହୁ ମୂଲ୍ୟ ଟିଫିନ୍କୁ ନିଜାମ କେବେ ବ୍ୟବହାର କରିନଥିଲେ। କିନ୍ତୁ ଚୋରି ପରେ ଏହାକୁ ଚୋର ଖାଇବା ପାଇଁ ବ୍ୟବହାର କରୁଥିଲା। […]
ନୂଆଦିଲ୍ଲୀ: ପ୍ରତ୍ୟେକ ଦିନ ସଡ଼କ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଉଛନ୍ତି। ଟିକେ ଅସବଧାନତା ଯୋଗୁ ଅନେକଙ୍କ ଜୀବନ ଚାଲିଯାଉଥିବାର ଘଟଣା ଦେଖିବାକୁ ମିଳୁଛି। ତେବେ ଏହାର ପ୍ରମୁଖ କାରଣ ହେଉଛି ବେପରୁଆ ଗାଡ଼ି ଚାଳନା। ତେବେ କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ । ସେମିତି ଏକ ଅବିଶ୍ୱସନୀୟ ଘଟଣା ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଘଟଣାଟି ଘଟିଛି ଚାଇନାର ଏକ ସହରରେ। ଭିଡିଓରେ ଦେଖାଯାଉଛି ଜଣେ ମହିଳା ସ୍କୁଟି […]
ନୂଆଦିଲ୍ଲୀ : ଦିଲ୍ଲୀରେ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍। ଏଥିରେ ଯୋଗ ଦେଇ ଓଡ଼ିଶାରେ ପୁଂଜି ନିବେଶ କରିବାକୁ ଉଦ୍ୟୋଗପତିଙ୍କୁ ଅାହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନଭେମ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭରେ ଯୋଗ ଦେବାକୁ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ପୁଂଜି ବିନିଯୋଗର ବହୁତ ସୁଯୋଗ ଅଛି। ପୂର୍ବ ଭାରତରେ ଏହା ମାନୁଫ୍ୟାକଚରିଂ ହବ୍ ଭାବେ ଧୀରେ ଧୀରେ ଉଭା ହେଉଛି। ବିଜ୍ନେସ୍ ବୃଦ୍ଧି ପାଇଁ ସବୁ ପ୍ରକାର ସୁଯୋଗ […]
ଜାକର୍ତ୍ତା: ଇଣ୍ଡୋନେସିଆରେ ଆସିଥିବା ସୁନାମୀରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏପର୍ଯ୍ୟନ୍ତ ପ୍ରାୟ ୮ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି। କିଛି ଲୋକ ଏବେବି ଭଗ୍ନାବଶେଷ ତଳେ ଚାପି ରହିଥିବା ବେଳେ ଆହୁରି ଅନେକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବଡ଼ ବଡ଼ ବିଲ୍ଡିଂ ଭାଙ୍ଗିପଡ଼ିବା ସହ ଲୋକେ ବେସାହାରା ହୋଇ ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି। ଇଣ୍ଡୋନେସିଆର ପାଲୁ […]
ନୂଆଦିଲ୍ଲୀ: ସୋଶାଲ୍ ମିଡିଆରେ ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ସାମ୍ନାକୁ ଆସୁଛି। ଆଉ ଏହିସବୁ ଘଟଣାଗୁଡ଼ିକ ଭାଇରାଲ୍ ହେବା ପରେ ଖୁବ୍ ଚର୍ଚ୍ଚା ମଧ୍ୟ ସାଉଁଟୁଛି। କିଛିଦିନ ହେବ ସୋଶାଲ୍ ମିଡିଆରେ ଏମିତି ଏକ ହାତଲେଖା ବାୟୋଡ଼ାଟା ବା ରିଜ୍ୟୁମେ ଭାଇରାଲ୍ ହେଉଛି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି। ତେବେ ଆପଣ ଭାବୁଥିବେ ପ୍ରିଣ୍ଟ୍ଆଉଟ୍ ଯୁଗରେ ଏହି ହାତଲେଖା ବାୟୋଡାଟାଟି କାହିଁକି ଭାଇରାଲ୍ ହେଉଛି ? ପ୍ରକୃତ କଥା ହେଲା […]
ପ୍ରଳୟଙ୍କରୀ ସୁନାମୀରେ ଧ୍ୱଂସବିଧ୍ୱସ୍ତ ହୋଇଯାଇଛି ଇଣ୍ଡୋନେସିଆ। ଭଗ୍ନସ୍ତୁପରେ ପରିଣତ ହୋଇଛି ସୁଲାୱେସି ଦ୍ୱୀପର ପାଲୁ ସହର। ଭୂକମ୍ପ ପରେ ଆସିଥିବା ସୁନାମୀରେ ସବୁ କିଛି ଛାରଖାର ହୋଇଯାଇଛି। ପାଲୁ ସହର ନିକଟ ବେଳାଭୂମି ଅଞ୍ଚଳକୁ ଯେମିତି ନିଜ ଜିଭରେ ଚାଟି ନେଇଛି ସମୁଦ୍ର। ଭୂକମ୍ପ ଓ ସୁନାମୀରେ ପାଖାପାଖି ୪୦୦ ଲୋକଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଅପରାହ୍ନରେ ହଠାତ୍ ମାଡ଼ି ଆସିଥିଲା ୧୦ ଫୁଟ୍ ଉଚ୍ଚତାରେ ଜୁଆର। କେହି କିଛି ଭାବିବା ପୂର୍ବରୁ ସବୁ କିଛି ହୋଇ […]