• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

yami
ପରଦାରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର କାହାଣୀ, ରିଲିଜ୍‌ ହେଲା ଟିଜର୍

ପରଦାରେ ଆସିବ ସର୍ଜିକାଲ୍ ଷ୍ଟ୍ରାଇକ୍‌ର କାହାଣୀ। ଭାରତୀୟ ଯବାନଙ୍କ ଏହି ବୀରତ୍ୱର କାହାଣୀକୁ ନେଇ ନିର୍ମାଣ ହୋଇଛି ହିନ୍ଦୀ ଫିଲ୍ମ ‘ଉରି’। ଏହାର ଟିଜର୍ ମଧ୍ୟ ରିଲିଜ୍‌ ହୋଇସାରିଛି। ଭାରତୀୟ ସେନା କ୍ୟାମ୍ପ୍‌ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତୀୟ ଯବାନଙ୍କ କାର୍ଯ୍ୟାନୁଷ୍ଠାନର ପୂରା କାହାଣୀକୁ ଅତି ନିଖୁଣ ଭାବେ ସିଲ୍‌ଭର୍‌ ସ୍କ୍ରିନ୍‌ରେ ଦର୍ଶାଇବାକୁ ଚେଷ୍ଟା କରାଯାଇଛି। ‘ଉରି’ର ଟିଜର୍ ରିଲିଜ୍ ହେବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। କାଶ୍ମୀରସ୍ଥିତ ‘ଉରି’ ବେସ୍‌ କ୍ୟାମ୍ପ […]

earthquake
ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଉତ୍ତର-ପୂର୍ବ ଭାରତ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତ ଓ ପଶ୍ଚିମବଙ୍ଗରେ ଆଜି ଏକ ଶକ୍ତିଶାଳୀ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ତେବେ ଭୂମିକମ୍ପର କେନ୍ଦ୍ରସ୍ଥଳ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନଥିଲେ ମଧ୍ୟ ଏହା ଆସାମ ବୋଲି ସୂଚନା ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଥିଲା। ଭୂମିକମ୍ପ ବହୁତ ଶକ୍ତିଶାଳୀ ଥିଲା। ତାହା ଏତେ ଭୟଙ୍କର ଥିଲା ଯେ ଲୋକମାନେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ। ବିହାର, ଆସାମ, ନାଗାଲାଣ୍ଡରେ ମଧ୍ୟ ଏହି ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଛି। ଏହା […]

kapil
ପୁଣି ଥରେ ଦର୍ଶକଙ୍କ ପାଖକୁ ଫେରୁଛନ୍ତି କପିଲ୍‌ ଶର୍ମା

ମୁମ୍ବାଇ: ଅନେକ ଦିନରୁ ନଜର ଆସୁନଥିବା କମେଡି କିଙ୍ଗ୍‌ କପିଲ୍‌ ଶର୍ମା ପୁଣିଥରେ ଫେରୁଛନ୍ତି। କିନ୍ତୁ କୌଣସି ଟିଭି ଶୋ’ କାର୍ଯ୍ୟକ୍ରମରେ ନୁହେଁ। ଯଦିଓ ସୁସ୍ଥ ହେବା ପରେ କପିଲ୍‌ ତାଙ୍କର ନୂଆ ଶୋ’ ‘ଫ୍ୟାମିଲି ଟାଇମ୍‌ ୱିଥ୍‌ କପିଲ ଶର୍ମା’କୁ ଫେରିଥିଲେ, ତଥାପି ତାଙ୍କର କଷ୍ଟ କମ୍‌ ହୋଇପାରିନଥିଲା। କାହିଁକି ନା ଏହି ଶୋ’ ଅଧିକ ଦିନ ପର୍ଯ୍ୟନ୍ତ ଚାଲିପାରିନଥିଲା। ଏହା ପରେ କପିଲ୍‌ କିଛି ଦିନ ପାଇଁ ଗାଏବ୍‌ ହୋଇଯାଥିଲେ। ତାଙ୍କୁ ଆଉ କୌଣସି […]

encounter
ସୀମାରେ ଅନୁପ୍ରବେଶ ବେଳେ ୫ ଆତଙ୍କବାଦୀ ମୃତ, ଜଣେ ଯବାନ ସହିଦ

ଶ୍ରୀନଗର: ଏଲ୍ଓସିରେ ପୁଣି ଥରେ ଅନୁପ୍ରବେଶ ଉଦ୍ୟମ ହୋଇଛି। ଜାମ୍ମୁ ଓ କାଶ୍ମୀରରେ ହୋଇଥିବା ଏହି ଉଦ୍ୟମକୁ ଭାରତୀୟ ଯବାନ ବିଫଳ କରିଛନ୍ତି। ଗତକାଲି ରାତିରେ କିଛି ଆତଙ୍କବାଦୀ ପଡ଼ୋଶୀ ପାକିସ୍ତାନ ପଟୁ ପଶିବାକୁ ଉଦ୍ୟମ କରିଥିଲେ। ତେବେ ଏ ନେଇ ସେନା ପକ୍ଷରୁ ଚେତାବନୀ ଦିଆଯାଇଥିଲା। ହେଲେ ଅନୁପ୍ରବେଶ ଉଦ୍ୟମ ବାରମ୍ବାର ହେବା ପରେ ଗୁଳି ଚଲାଇବାକୁ ବାଧ୍ୟ ହୋଇଥିଲା ସେନା। ଯେଉଁଥିରେ ୫ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଜଣେ ଯବାନ ସହିଦ […]

abhilash-tomy
ମୃତ୍ୟୁ ସହ ତିନିଦିନ, ଜୀବନ ପାଇ ଫେରିଲେ ନୌସେନା କମାଣ୍ଡର୍‌

ନୂଆଦିଲ୍ଲୀ: ତିନିଦିନ ପରେ ଉଦ୍ଧାର ହେଲେ ନୌସେନା କମାଣ୍ଡର୍‌ ଅଭିଳାଶ ଟୋମି। ଅଷ୍ଟ୍ରେଲିୟନ୍ ରେସ୍‌କ୍ୟୁ ଟିମ୍ ସାହାଯ୍ୟରେ ଦୀର୍ଘ ଦିନର ରେସ୍‌କ୍ୟୁ ଅପରେସନ୍ ପରେ ଆଜି ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଭାରତୀୟ ନୌସେନା। ତାଙ୍କ ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଛି। ତେଣୁ ତାଙ୍କ ଚିକିତ୍ସା କରାଯାଉଥିବା ନୌସେନା ପକ୍ଷରୁ ସୂଚନା ଦିଆଯାଇଛିା ଗତକାଲି ତାଙ୍କୁ ଠାବ କରାଯାଇଥିଲା। ସେନା ପକ୍ଷରୁ ଦୁଇଟି ଯୁଦ୍ଧ ଜାହାଜ ସହ ଚପର ଓ ଏୟାର୍‌କ୍ରାଫ୍ଟ ଏହି ଅପରେସନ୍‌ରେ ନିୟୋଜିତ […]

df
ସ୍ୱାଧୀନତାର ୭୨ ବର୍ଷ ପରେ ସିକିମ୍‌ରେ ଆରମ୍ଭ ହେଲା ବିମାନ ସେବା

ଗ୍ୟାଙ୍ଗଟକ୍: ଶେଷରେ ପୁରଣ ହୋଇଛି ସିକିମ ବାସୀଙ୍କ ସ୍ୱପ୍ନ। ସ୍ୱାଧିନତାର ୭୨ବର୍ଷ ପରେ ସିକିମ୍‌କୁ ବିମାନ ସେବା ଆରମ୍ଭ ହୋଇଛି। ଶିଳାନ୍ୟାସର ଦିର୍ଘ ୯ବର୍ଷ ପରେ ସିକିମର ପାକ୍ୟୋଙ୍ଗରେ ବିମାନବିନ୍ଦର ଉଦ୍‌ଘାଟିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଶୁଭଉଦ୍‌ଘାଟନ କରିଛନ୍ତି। ସିକିମରେ ବିମାନବନ୍ଦର ହେବା ପରେ ରାଜ୍ୟକୁ ଗମାନଗମନର ସୁବିଧା ପର୍ଯ୍ୟାପ୍ତ ହେବା ସହ ପର୍ଯ୍ୟଟନ ସ୍ଥଳି ଗୁଡ଼କର ମଧ୍ୟ ଉନ୍ନତି ହେବ ବୋଲି ପ୍ରଧାନମନ୍ତ୍ରୀ ଉଦ୍‌ଘାଟନୀ ଉତ୍ସବରେ କହିଛନ୍ତି। ଏହାସହ ବର୍ତ୍ତମାନ ଦେଶର […]

index
ରାଫେଲ୍‌ ଡିଲ୍‌ ବିବାଦ: ସିଭିସିଙ୍କୁ ଭେଟିଲା କଂଗ୍ରେସ୍‌

ନୂଆଦିଲ୍ଲୀ: ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ୍‌କୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନି।  ଆଜିବି ଉଭୟ କଂଗ୍ରେସ୍‌ ଓ ବିଜେପି ଉଭୟ ଉଭୟଙ୍କୁ ଆରୋପ ପ୍ରତ୍ୟାରୋପ କରିଛନ୍ତି। ରାଫେଲ୍ ଡିଲ୍‌ରେ ଘୋଟାଲା ହୋଇଥିବା ଅଭିଯୋଗରେ ଆଜି କଂଗ୍ରେସ୍‌ର ବରିଷ୍ଠ ନେତାମାନେ ସିଭିସି ବା ସେଣ୍ଟ୍ରାଲ୍ ଭିଜିଲାନ୍ସ କମିଶନରଙ୍କୁ ଭେଟିଛନ୍ତି। ରାଫେଲ୍ ଡିଲ୍ ନେଇ ହୋଇଥିବା ସମସ୍ତ ଫାଇଲକୁ ଜବତ କରିବା ସହ ଏକ ମାମଲା ରୁଜୁ କରିବାକୁ ଦଳ ଦାବି କରିଛି। ସେପ୍ଟେମ୍ବେର୍‌ ୨୧ରେ ରାଫେଲ୍‌ର […]

whatsapp-up
ହ୍ୱାଟ୍‌ସଆପ୍‌ ବ୍ୟବହାର କରିବାରୁ ଯୁବତୀଙ୍କ ଭାଙ୍ଗିଲା ବାହାଘର

ଲକ୍ଷ୍ନୌ: ସୋଶାଲ୍‌ ମିଡିଆର ବ୍ୟବହାର ଫଳରେ ଯୁବପିଢ଼ୀମାନେ ବିଭିନ୍ନ ସୁବିଧା ସୁଯୋଗ ହାତ ପାହନ୍ତାରେ ପାଇପାରୁଛନ୍ତି। ହେଲେ ଏହି ସୋଶାଲ ମିଡ଼ିଆ ବ୍ୟବହାର ଦ୍ୱାରା ହିଁ ସେମାନଙ୍କ ଉପରେ ବହୁ କୁପ୍ରଭାବ ପଡ଼ିଥାଏ ବୋଲି ଅଭିଭାବକମାନେ ଅନେକ ସମୟରେ ଚିନ୍ତିତ ଥାନ୍ତି। ଏହାର ବ୍ୟବହାରକୁ ବି କିଛି ବାପା ମାଆ ନାପସନ୍ଦ କରିଥାନ୍ତି। ସେମିତି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶରେ। ସୋଶାଲ ମିଡ଼ିଆ ବ୍ୟବହାର ଯୋଗୁ ପୁଅ ପାଇଁ ଠିକ୍‌ ହୋଇଥିବା ବାହାଘର ଭାଙ୍ଗିଦେଇଛନ୍ତି ଏକ […]

mehul
ମୁହଁ ଖୋଲିଲେ ପଳାତକ ବ୍ୟବସାୟୀ ମେହୁଲ ଚୋକସୀ

ନୂଆଦିଲ୍ଲୀ : ଦୀର୍ଘ ଦିନର ଲୁଚକାଳି ପରେ ସାମ୍ନାକୁ ଅାସିଛନ୍ତି ପଳାତକ ବ୍ୟବସାୟୀ ମେହୁଲ ଚୋକସୀ । ପିଏନ୍‌ବି ମହାଠକେଇରେ ସଂପୃକ୍ତି ଅଭିଯୋଗ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମେହୁଲ। ସେ ଅାଶ୍ରୟ ନେଇଥିବା ଅାଣ୍ଟିଗୁଅାରୁ ଏକ ଭିଡିଓ ଜାରି କରିଛନ୍ତି । ନ୍ୟୁଜ୍‌ ଏଜେନ୍ସୀ ANIକୁ ଦେଇଥିବା ଏହି ଭିଡିଓରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ପକ୍ଷରୁ ଲଗାଯାଇଥିବା ସମସ୍ତ ଅଭିଯୋଗ ମିଥ୍ୟା ଏବଂ ଭିତ୍ତିହୀନ ବୋଲି ସେ କହିଛନ୍ତି । ବିନା […]

school3
କେତେ ଅାଦର୍ଶ, ନୂଅାପଡା କେଶରାଜପୁର ଅାଦର୍ଶ ବିଦ୍ୟାଳୟ ?

ନୂଅାପଡ଼ା : ବ୍ଲକ୍ ସ୍ତରରେ ଅାରମ୍ଭ ହେବ ଅାଦର୍ଶ ବିଦ୍ୟାଳୟ। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ମିଳିବ ଉନ୍ନତ ଶିକ୍ଷା। ଏପରିକି ପିଲାଙ୍କୁ ଦିଅାଯିବ ଅାବାସିକ ବ୍ୟବସ୍ଥା। କିନ୍ତୁ ସରକାରଙ୍କର ଏହି ସ୍ୱପ୍ନ ଓ ବାସ୍ତବତା ଭିତରେ ଏବେ ଦେଖାଦେଇଛି ଢେର୍ ଦୂରତା। ଏହାର ଏକ ଉଦାହରଣ ନୂଅାପଡ଼ା ଜିଲ୍ଲା ବେଡେନ୍ ବ୍ଲକ୍ କେଶରାଜପୁରରେ ଥିବା ଅାଦର୍ଶ ବିଦ୍ୟାଳୟ । ବ୍ଲକ୍‌ର ଅନୁସୂଚିତ ଜାତି, ଜନଜାତିର ମେଧାବୀ ପିଲାଙ୍କୁ ସିବିଏସ୍‌ଇ ପ୍ୟାଟର୍ଣ୍ଣରେ ପାଠ ପଢା ସହ […]

shaa
ଏନ୍‌କାଉଣ୍ଟର୍‌ରେ ଆତଙ୍କବାଦୀ ମୃତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରେ ଏନ୍‌କାଉଣ୍ଟର୍‌ ହୋଇଛି। ଆଜି ସକାଳୁ ତ୍ରାଲ୍ ଅଂଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ହଠାତ୍‌ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଗୁଳିମାଡ଼ କରିଥିଲେ। ଏହାପରେ ସେନା ପକ୍ଷରୁ ମଧ୍ୟ କଡ଼ା ଜବାବ ଦିଆଯାଇଥିଲା। ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। ମୃତ ଆତଙ୍କବାଦୀ ‘ଜୈସ୍‌ ଇ ମହମ୍ମଦ’ ଆତଙ୍କବଦୀ ସଂଗଠନର ବୋଲି ଜଣା ପଡ଼ିଛି। ପୂର୍ବରୁ ସୁରକ୍ଷା କର୍ମୀମାନେ […]

ଗର୍ଭବତୀଙ୍କୁ ମାରି ଗହଣା ଲୁଟିଲେ, ସୁଟ୍‌କେଶ୍‌ରେ ଶବ ଭର୍ତ୍ତି କରି ଅନ୍ୟ ସହର ପଳାଇଲେ

ନୋଇଡ଼ା: ଲୋଭ କେତେ ମାରାତ୍ମକ ହୋଇପାରେ। ସୁନାଗହଣା ଲୋଭରେ ଜଣେ ଗର୍ଭବତୀ ମହିଳାଙ୍କୁ ମାରିଦେଲେ ପଡ଼ୋଶୀ ଦମ୍ପତି। କେବଳ ସେତିକି ନୁହେଁ ତାଙ୍କୁ ମାରିବା ପରେ ମୃତଦେହକୁ  ସୁଟ୍‌କେଶ୍‌ରେ ଭର୍ତ୍ତି କରି ଗାଜିଆବାଦ ନେଇ ଫିଙ୍ଗି ଦେଲେ। ଏମିତି ଘଟଣା ଘଟିଛି ଗୌତମବୁଦ୍ଧ ନଗରରେ। ପୁଲିସ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ମୃତ ମହିଳା ହେଉଛନ୍ତି ମାଲା। ଘଟଣାଟି ଏମିତି। ଗୌତମବୁଦ୍ଧ ନଗରର ଏକ ବିଲ୍ଡିଂରେ ଭଡ଼ା ନେଇ ରହୁଥିଲେ ମାଲା ଓ […]

anganwadi-up
ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି

ନୂଆଦିଲ୍ଲୀ : ଅଙ୍ଗନବାଡ଼ି କର୍ମୀଙ୍କ ପାରିତୋଷିକ ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଏଣିକି ୩ ହଜାର ଟଙ୍କା ପାଉଥିବା କର୍ମୀ ପାଇବେ ୪୫୦୦ ଟଙ୍କା ପାରିତୋଷିକ। ୨୨ଶହ ଟଙ୍କା ପାଉଥିବା କର୍ମୀ ଏଣିକି ୩୫୦୦ ଟଙ୍କା ପାଇବେ। ଅଙ୍ଗନବାଡ଼ି ହେଲପରମାନଙ୍କ ଦରମା ମଧ୍ୟ ବୃଦ୍ଧି ହୋଇଛି। ହେଲପରମାନେ ୧୫ଶହ ପାଉଥିଲେ, ଏଣିକି ୨୨୫୦ ପାଇବେ ବୋଲି ଘୋଷଣା ହୋଇଛି। ଅାଶା କର୍ମୀଙ୍କ ପାରିତୋଷିକ ବି ୨ ଗୁଣା ହେବ […]

bus accident
ଘାଟି ତଳକୁ ଖସିଲା ବସ୍‌; ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ମୃତ

ହାଇଦ୍ରାବାଦ: ତେଲେଙ୍ଗାନା ଜାଗତିୟାଲ୍‌ରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ସରକାରୀ ବସ୍‌ ଘାଟି ତଳକୁ ଖସି ପଡ଼ିବା ଫଳରେ ୬ଜଣ ଶିଶୁଙ୍କ ସମେତ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। କିଛି ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି। ବସ୍‌ରେ ୭୦ଜଣ ଯାତ୍ରୀ ଯାତ୍ରା କରୁଥିଲେ ବୋଲି ସୂଚନା ମିଳିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ, ବସ୍‌ଟି କୋଣ୍ଡାଗାଟ୍ଟୁରୁ ଜାଗ୍‌ତିୟାଲ ଅଭିମୁଖେ […]

lalu yadav
ମାନସିକ ଚାପରେ ଲାଲୁ

ପାଟନା: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବେ ଡିପ୍ରେସନ୍‌ରେ ଅଛନ୍ତି। ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ (ରିମ୍ସ) ର ନିର୍ଦ୍ଦେଶକ ଆର୍‌ କେ ଶ୍ରୀବାସ୍ତବ ସୋମବାର ଦିନ ଏହା କହିଛନ୍ତି। ସେ ଡିପ୍ରେସନ୍‌ ବା ମାନସିକ ଚାପରେ ଥିବା କଥା ତାଙ୍କର ଚିକିତ୍ସା କରୁଥିବା ଡାକ୍ତରମାନେ ମେଡିକାଲ୍‌ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ବୋଲି ଶ୍ରୀବାସ୍ତବ କହିଛନ୍ତି। ଜଣେ ମନସ୍ତତ୍ୱବିତ୍ତ୍‌ […]

a7
ପ୍ରଥମ ୩ ରିୟର୍‌ କ୍ୟାମେରା ଫୋନ୍‌ ଲଞ୍ଚ୍‌ କଲା samsung

ଭୁବନେଶ୍ୱର:ପ୍ରଥମଥର ପାଇଁ ସାମ୍‌ସଙ୍ଗ୍‌ କମ୍ପାନୀ ଏମିତି ଏକ ସ୍ମାର୍ଟ୍‌ଫୋନ୍‌ ଲଞ୍ଚ୍‌ କରିଛି, ଯେଉଁଥିରେ ତିନୋଟି ରିୟର୍‌ କ୍ୟାମେରା ରହିଛି। ଏହି ଫୋନ୍‌ଟି ହେଲା samsung galaxy A7 (୨୦୧୮)। ଅନ୍ତର୍ଜାତୀୟ ବଜାରରେ ଲଞ୍ଚ୍‌ ହୋଇଥିବା ଏହି ମୋବାଇଲ୍‌ରେ ତିନିଟି ବ୍ୟାକ୍‌ କ୍ୟାମେରା ରହିଛି। ଜବରଦସ୍ତ ଫିଚର୍‌ ସହିତ ଏହାର ଲୁକ୍‌ ବି ଖୁବ୍‌ ଆକର୍ଷଣୀୟ ରହିଛି। ଏହାର କ’ଣ ସବୁ ବିଶେଷତ୍ୱ ରହିଛି ଆସନ୍ତୁ ଜାଣିବ। samsung galaxy A7 ବିଶେଷତ୍ତ୍ୱ କ୍ୟାମେରା: samsung galaxy A7ର […]

asia-cup-2018-
ଏସିଆ କପ୍‌: ବାଂଲାଦେଶ ବିରୋଧରେ ଭାରତର ସହଜ ବିଜୟ

ଏସିଆ କପ୍‌ରେ ରୋହିତଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ବିଜୟ ଧାରା ଜାରି ରହିଛି। ଶୁକ୍ରବାର ଟିମ୍‌ ଇଣ୍ଡିଆ ଏସିଆ କପ୍‌ର ସୁପର୍‌ ୪ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ବାଂଲାଦେଶକୁ ୭ ୱିକେଟ୍‌ରେ ପରାସ୍ତ କରିଛି। ଗ୍ରୁପ୍‌ ମୁକାବିଲାରେ ହଂକଂ ଓ ପାକିସ୍ତାନକୁ ହରାଇବା ପରେ ଦଳ ସୁପର୍‌ ୪ରେ ବଂଲାଦେଶକୁ ହରାଇ ଟୁର୍ଣ୍ଣାମେଣ୍ଟ୍‌ରେ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି। ଦୁବାଇରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୪୯.୧ ଓଭର୍‌ରେ ମାତ୍ର ୧୭୩ ରନ୍‌ […]