• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

homework
ପିଲାମାନଙ୍କୁ ସହଜରେ କେମିତି କରାଇବେ ହୋମୱାର୍କ

ପିଲାମାନେ କେମିତି ଭଲ ପାଠ ପଢ଼ିବେ ସେଥିପାଇଁ ପିତାମାତା ସର୍ବଦା ଧ୍ୟାନ ଦେଇଥାନ୍ତି। ସେଥିପାଇଁ ପିଲାମାନେ ସ୍କୁଲରୁ ଫେରିଲା ପରେ ଅଧିକାଂଶ ମାଆ ହିଁ ପିଲାଙ୍କୁ ହୋମ୍‌ୱାର୍କ କରାଇଥାନ୍ତି। ତେବେ ଦେଖାଯାଏ ହୋମୱାର୍କ ନକରିବା ପାଇଁ ପିଲାମାନେ ବିଭିନ୍ନ ପ୍ରକାର ବାହାନା କରିଥାନ୍ତି। କିଛି ଉପାୟ ଅଛି ଯାହାକୁ ଆପଣାଇଲେ ପିଲାମାନଙ୍କର ହୋମୱାର୍କ ସହିତ ବନ୍ଧୁତା ବଢ଼ିଯାଇଥାଏ। କଥା ଦେଇ କଥା ରଖନ୍ତୁ- ଦେଖାଯାଏ ପିଲାମାନଙ୍କଠାରୁ କାମ ଆଦାୟ କରିବା ପାଇଁ ମାଆମାନେ ତାଙ୍କ ପସନ୍ଦ ମୁତାବକ […]

dibetes2
ଡାଇବେଟିସ୍‌ ରୋଗୀମାନେ ଖାଆନ୍ତୁ ଏହି ସବୁ ଫଳ

ଡାଇବେଟିସ୍‌ ଏକ ରୋଗ ନୁହେଁ। କିନ୍ତୁ ସବୁ ରୋଗର ଜନନୀ। ଏହା ଏପରି ଏକ ଶାରୀରିକ ଅବସ୍ଥା ଯାହା ଧିରେ ଧିରେ ମଣିଷକୁ ମୃତ୍ୟୁମୁଖକୁ ଟାଣି ନେଇଥାଏ। ଡାଇବେଟିସ୍‌ ଯୋଗୁ ଶରୀରରେ ଉପଯୁକ୍ତ ମାତ୍ରାରେ ଇନ୍‌ସୁଲିନ୍‌ ତିଆରି ବନ୍ଦ ହୋଇଯାଏ। ନ୍ୟୁଟ୍ରିସନ୍‌ର ଅଭାବ ଓ ଖାଦ୍ୟପେୟରେ କଟକଣା ପାଇଁ ଡାଇବେଟିସ୍‌ ରୋଗୀ ଧୀରେ ଧୀରେ ଦୁର୍ବଳ ହୋଇପଡ଼ନ୍ତି। ତେଣୁ ଡାଇବେଟିସ୍‌ ରୋଗୀ ନିଜ ଖାଇବା ପିଇବାରେ ଧ୍ୟାନ ଦେବା ଜରୁରୀ। ଫଳାହାର ଡାଇବେଟିସ୍‌ ରୋଗୀ ପାଇଁ ନିହାତି […]

firstpost
ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି: କୋର୍ଟଙ୍କ ନିର୍ଦ୍ଦେଶ ପରେ ମିଡିଲ୍‌ ମ୍ୟାନ୍‌ ନିଖୋଜ

ନୂଆଦିଲ୍ଲୀ: ଭାରତକୁ ପ୍ରତ୍ୟର୍ପଣ ନିର୍ଦ୍ଦେଶ ପରେ ନିଖୋଜ ହେଲେ ମିଡିଲ୍‌ ମ୍ୟାନ୍‌ ମିସେଲ୍‌। ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର୍‌ ଦୁର୍ନୀତିରେ ଲାଞ୍ଚ କାରବାରେ ଗିରଫ୍ ହୋଇଥିବା ମିସେଲ୍‌ ନିଖୋଜ ହୋଇଯାଇଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି। ଜାତୀୟ ଗଣମାଧ୍ୟମ ଏନ୍‌ଡିଟିଭିରେ ଏହି ଖବର ପ୍ରକାଶ ପାଇଛି। ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର୍ କ୍ରୟ ଦୁର୍ନୀତିରେ ମଧ୍ୟସ୍ଥି ଥିବା ଖ୍ରୀଷ୍ଟିଆନ ମିସେଲଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଦୁବାଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଭାରତରେ ରାଜନୈତିକ କାରଣରୁ ତାଙ୍କୁ ଫସାଇବା ସହିତ ଟାର୍ଗେଟ୍‌ […]

amit
ଗୋଅାରେ ରାଜନୈତିକ ସ୍ଥିତି ସମ୍ଭାଳିବାକୁ ବିଜେପିର ପ୍ରୟାସ

ଗୋଅା : ଗୋଅାରେ ରାଜନୈତିକ ସ୍ଥିତିର ମୁକାବିଲା ଲାଗି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଅାଜି ଦଳର ବରିଷ୍ଠ ନେତାଙ୍କ ସହ  ଅାଲୋଚନା କରିବେ। ଗତ କିଛି ମାସ ହେଲା ଚିକିତ୍ସା ଲାଗି ଗୋଅା ମୁଖ୍ୟମନ୍ତ୍ରୀ ମନୋହର ପାରିକର ଛୁଟିରେ ଅଛନ୍ତି। ତେଣୁ  ବିଜେପି ନେତୃତ୍ୱାଧୀନ ସରକାରକୁ ବରଖାସ୍ତ କରି କଂଗ୍ରେସକୁ ସରକାର ଗଠନ ଲାଗି ଅାମନ୍ତ୍ରଣ କରିବାକୁ ଦଳ ଦାବି କରିଛି।     ସେପଟେ ବିଜେପିକୁ ସମର୍ଥନ କରୁଥିବା ୩ ସ୍ୱାଧୀନ ବିଧାୟକଙ୍କ ସହ […]

bishop
କେରଳ ନନ୍‌ ଦୁଷ୍କର୍ମ ଅଭିଯୋଗ

କୋଚି : କେରଳ ନନ୍ ଦୁଷ୍କର୍ମ ଅଭିଯୋଗରେ ଜଳନ୍ଧରର ବିଶପ୍ ଫ୍ରାନକୋ ମୁଲ୍ଲାକଲଙ୍କୁ ଅାଜି ପଚରାଉଚରା କରିବ କେରଳ ପୁଲିସ।  ଘଟଣା ସମ୍ପର୍କରେ ଜେରା କରିବ କ୍ରାଇମବ୍ରାଞ୍ଚର ୫ଜଣିଅା ଟିମ୍ । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ପଟୋ ଉଠାଇବା ପାଇଁ ବାରଣ କରାଯାଇଛି। ଦୁଷ୍କର୍ମ ଘଟଣାରେ ବିଶପ୍ ଫ୍ରାନକୋ ମୁଲ୍ଲାକଲ ଅଭିଯୋଗକାରିଣୀଙ୍କ ଉପରେ ଚାପ ପକାଉଥିବା ଅଭିଯୋଗ ହେବା ପରେ ହାଜର ହେବା ପାଇଁ କେରଳ ପୁଲିସ ପକ୍ଷରୁ […]

dd
ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳି ଚାଳନାରେ ୧୧ ମୃତ, ୬ ଆହତ

ନୂଆଦିଲ୍ଲୀ: ଆମେରିକାର ପିଟ୍‌ସବର୍ଗ ସ୍କ୍ୱିରେଲ୍‌ ହିଲ୍‌ରେ ଜୀଉ ଧର୍ମାବଲମ୍ବୀଙ୍କ ଆରାଧନାସ୍ଥଳୀରେ ଗୁଳିକାଣ୍ଡ ହୋଇଛି। ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳି ଚାଳନାରେ ୧୧ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି। ୬ ଜଣ ଆହତ ମଧ୍ୟ ହୋଇଛନ୍ତି। ଶନିବାର ଦିନ ଆରାଧନାସ୍ଥଳୀରେ ସବାତ ପ୍ରାର୍ଥନା ଚାଲିଥିବାବେଳେ ଦୁର୍ବୃତ୍ତ ଜଣଙ୍କ ସେଠାରେ ପହଞ୍ଚି ଆଖିବୁଜା ଗୁଳି ଚଳାଇଥିଲା। ଆମେରିକା ଇତିହାସରେ ଜୀଉମାନଙ୍କ ଉପରେ ପ୍ରଥମ ଥର ପାଇଁ ଏଭଳି ମରଣାନ୍ତକ ଆକ୍ରମଣ ହୋଇଛି। ଏହାକୁ ବର୍ଣ୍ଣ ବୈଷମ୍ୟ ଆକ୍ରମଣ ଭାବେ ବିବେଚନା କରି […]

ଟ୍ରିପଲ ତଲାକ ଅଧ୍ୟାଦେଶକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ଟ୍ରିପଲ ତଲାକକୁ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯିବ। ଏ ସମ୍ପର୍କିତ ଏକ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏହା ମୁସଲିମ ମହିଳାମାନଙ୍କ ଅଧିକାର ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପୂର୍ବରୁ ସଂସଦର ଉଭୟ ଗୃହରେ ଟ୍ରିପଲ ତଲାକ ବିଲକୁ ପାରିତ କରିବା ପାଇଁ ସରକାର ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଟ୍ରିପଲ ତଲାକ୍ ବିଲ ସଂସଦର ଶୀତକାଳୀନ ଅଧିବେଶନରେ ଲୋକସଭାରେ ପାରିତ ହୋଇଥିଲା। କିନ୍ତୁ ରାଜ୍ୟସଭାରେ ଏହାକୁ […]

fsd
ଭାରତର ନିମନ୍ତ୍ରଣକୁ ଆମେରିକାର ନା !

ନୂଆଦିଲ୍ଲୀ: ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍। ୨୦୧୯ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଅତିଥି ହେବା ଲାଗି ଭାରତ ସରକାରଙ୍କ ନିମନ୍ତ୍ରଣକୁ ଟ୍ରମ୍ପ୍‌ ପ୍ରତ୍ୟାଖ୍ୟାନ କରିଥିବା ନେଇ ସୂଚନା ମିଳିଛି। ଗତ ଅଗଷ୍ଟରେ ଟ୍ରମ୍ପ୍ ଭାରତର ନିମନ୍ତ୍ରଣ ଗ୍ରହଣ କରିବା ସହ ଜାନୁଆରୀରେ ଭାରତ ଆସି ଅତିଥି ହେବାକୁ ସମ୍ମତି ପ୍ରକାଶ କରିଥିବା ନେଇ ହ୍ୱାଇଟ୍‌ ହାଉସ୍‌ ମୁଖପାତ୍ର ସାରା ସ୍ୟାଣ୍ଡରସ୍‌ ସୂଚନା ଦେଇଥିଲେ। ହେଲେ ଶନିବାର ଦିନ ଟ୍ରମ୍ପ୍‌ ଏହାକୁ […]

india
ଏସିଆା କପ୍‌ରେ ଆଜି ହାଇଭୋଲଟେଜ୍ ମୁକାବିଲା

ନୂଆଦିଲ୍ଲୀ : ଏସିଆ କପ୍‌ରେ ଆଜି ଇଣ୍ଡିଆ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ ଦେଖିବାକୁ ମିଳିବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କଡ଼ା ଟକ୍କର ହେବାର ଆଶା କରାଯାଉଛି। ପ୍ରାୟ ଦେଢ଼ ବର୍ଷ ପରେ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି। ଗତ ବର୍ଷ ଜୁନ୍‌ରେ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ଭାରତକୁ ୧୮୦ ରନ୍‌ରେ ପରାସ୍ତ କରିଥିଲା। ତେଣୁ ଏହାର ପ୍ରତିଶୋଧ ନେବା ପାଇଁ ଟିମ୍ ଇଣ୍ଡିଆ ନିଶ୍ଚିତ ଭାବେ ଚେଷ୍ଟା କରିବ। ଦଳର ରେଗୁଲାର୍ କ୍ୟାପଟେନ ବିରାଟ କୋହଲିଙ୍କ ଅନୁପସ୍ଥିତିରେ […]

ndrf
ଆଇଇଡି ବିସ୍ଫୋରଣରେ ୪ ଯବାନ ସହିଦ

ରାୟପୁର: ଛତିଶଗଡ଼ରେ ମାଓ ହମଲା ଆଇଇଡି ବିସ୍ଫୋରଣରେ ୪ ଜଣ ଯବାନ ସହିଦ ହୋଇଛନ୍ତି। ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ଜଣାପଡ଼ିଛି।  ଓଡ଼ିଆ ଯବାନ ଜଣକ ହେଲେ ବି. ଏମ୍. ବେହେରା। ସେ ସିଆରପିଏଫ୍ ୧୬୮ ବାଟାଲିୟନରେ ଡ୍ରାଇଭର୍‌ ଭାବେ କାର୍ଯ୍ୟରତ ଥିଲେ। ଅନ୍ୟ ଯବାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ଦୁଇ ଜଣ ଏବଂ ପଶ୍ଚିମବଙ୍ଗର ଜଣେ ଅଛନ୍ତି। ଆଇଇଡି ବିସ୍ଫୋରଣରେ ଅନ୍ୟ ୨ ଯବାନ ଗୁରୁତର ଅଛନ୍ତି। ସେମାନଙ୍କୁ ହେଲିକପ୍ଟର୍‌ରେ ଉଦ୍ଧାର କରାଯାଇ […]

delhi cm
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହିତ ୧୧ଜଣ ବିଧାୟକଙ୍କୁ ସମନ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଅସଦାଚାରଣ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ୍‌ଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଓ ୧୧ଜଣ ବିଧାୟକଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ମଙ୍ଗବାର ସମନ୍ ଜାରି କରିଛନ୍ତି। ଆସନ୍ତା ଅକ୍ଟୋବର ୨୫ ତାରିଖରେ ସମସ୍ତେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଦିଲ୍ଲୀ ପୁଲିସ୍‌ କୋର୍ଟଙ୍କ ନିକଟରେ ଚାର୍ଜସିଟ୍ ଦାଖଲ କରିଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ୍‌ଙ୍କ ସହ ୧୧ଜଣ ବିଧାୟକଙ୍କୁ ଦାୟୀ କରାଯାଇଛି। ୩୦୦୦ପୃଷ୍ଟାର ଚାର୍ଜସିଟ୍‌ରେ […]