• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

missing
ଟ୍ରେକିଂ ପାଇଁ ଯାଇଥିବା ଆଇଆଇଟି ଛାତ୍ରଛାତ୍ରୀଙ୍କ ସମେତ ୪୫ଜଣ ନିଖୋଜ

ନୂଆଦିଲ୍ଲୀ: ଟ୍ରେକିଂ ପାଇଁ ଯାଇଥିବା ବେଳେ ଆଇଆଇଟି ଛାତ୍ରଛାତ୍ରୀ ନିଖୋଜ । ସୂଚନା ଅନୁସାରେ, ହିମାଚଳ ପ୍ରଦେଶର ଲାହୁଲ୍‌ ଓ ସ୍ପିତି ଜିଲ୍ଲାର ପାର୍ବତ୍ୟାଞ୍ଚଳକୁ ଟ୍ରେକିଂ ପାଇ ଯାଇଥିବା ବେଳେ ରୁର୍‌କିର ୩୫ଜଣ ଆଇଆଇଟି ଛାତ୍ରଛାତ୍ରୀଙ୍କ ସମେତ ୪୫ଜଣ ଲୋକ ନିଖୋଜ ହୋଇଛନ୍ତି। ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ ହେବା ଫଳରେ ସେମାନେ ନିଖୋଜ ହୋଇଥିବା ଜଣାପଡ଼ିଛି। ହିମାଚଳ ପ୍ରଦେଶର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ସହ ତୁଷାରପାତ ହେଉଥିବା ଦେଖିବାକୁ ମିଳିଛି। ବର୍ଷାକୁ ଦୃଷ୍ଟିରେ ରଖି […]

nitin
ଦେଶ ଛାଡ଼ି ଫେରାର ହେଲେ ଆଉ ଜଣେ ବ୍ୟବସାୟୀ

ନୂଆଦିଲ୍ଲୀ: ବିଜୟ ମାଲ୍ୟା ଓ ନିରବ ମୋଦିଙ୍କ ପରେ ଦେଶ ଛାଡ଼ି ଫେରାର ହେଲେ ଆଉ ଜଣେ ବ୍ୟବସାୟୀ। ବ୍ୟାଙ୍କ୍‌ରୁ କୋଟି କୋଟି ଟଙ୍କା ଠକି ଦେଶ ଛାଡ଼ି ଫେରାର୍ ହୋଇଯାଇଥିବା ବ୍ୟବସାୟୀଙ୍କ ମଧ୍ୟରେ ନିତିନ୍‌ ସନ୍ଦେସରାଙ୍କ ନାଁ ସାମିଲ୍‌ ହୋଇଛି। ସେ ଷ୍ଟର୍ଲିଂ ବାୟୋଟିକ୍‌ର ମାଲିକ। ବ୍ୟାଙ୍କରୁ ୫ ହଜାର କୋଟି ଟଙ୍କା ଠକି ନିତିନ୍‌ ଦେଶ ଛାଡ଼ି ନାଇଜେରିଆ ଚାଲି ଯାଇଥିବା କୁହାଯାଉଛି। ତେବେ ନିତିନଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ନାଇଜେରିଆ ପଳାଇଥିବା […]

3
ବର୍ଣ୍ଣବୈଷମ୍ୟର ଶିକାର ହେଲେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

ମୁମ୍ବାଇ: ଶିଳ୍ପା ସେଟ୍ଟୀ ସିଡନୀରୁ ମେଲବୋର୍ଣ୍ଣ ଯାତ୍ରା କରୁଥିବା ସମୟରେ ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ଏହାର ପୂରା ଘଟଣାକ୍ରମ ସେ ସୋଶାଲ ସାଇଟ୍‌ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ସହ ଖରାପ ବ୍ୟବହାର କରାଯାଇଥିଲା। କେବଳ ଏହା ମଧ୍ୟ ନୁହେଁ ତାଙ୍କୁ ବର୍ଣ୍ଣବୈଷମ୍ୟର ମଧ୍ୟ ସାମ୍ନା କରିବାକୁ ପଡ଼ିଥିଲା। ଏହି ଘଟଣା ପରେ ଶିଳ୍ପା ବହୁତ ଦୁଃଖୀ ହୋଇଯାଇଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି ଯେ ତାଙ୍କ ବ୍ୟାଗକୁ ବହୁତ ବଡ଼ ବୋଲି କହି […]

1
ଆକାଶ ଛୁଆଁ ପେଟ୍ରୋଲ ଦର; ଟପିଲା ୯୦ଟଙ୍କା

ନୁଆଦିଲ୍ଲୀ: ପୁଣି ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହୋଇଛି। ମହାରାଷ୍ଟ୍ରର କିଛି ସହରରେ ପେଟ୍ରୋଲ ଦର ଲିଟର ପ୍ରତି ୯୧ଟଙ୍କାରେ ପହଞ୍ଚି ଥିବାବେଳେ ମୁମ୍ବାଇରେ ୯୦ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି। ଦେଶର ୪ଟି ସହରରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ଆଜି ଦିଲ୍ଲୀରେ ପେଟ୍ରୋଲ ପ୍ରତି ଲିଟର ପିଛା ୮୨ ଟଙ୍କା ୭୨ ପଇସା ଏବଂ ଡିଜେଲ ୭୪ ଟଙ୍କା ୨ ପଇସାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପ୍ରତି ଲିଟର ପେଟ୍ରୋଲ ୯୦ […]

dell
ଆସୁଛି ସାମୁଦ୍ରିକ ଝଡ଼ ‘ଗଜ’, ପ୍ରବଳ ବର୍ଷା ସାଙ୍ଗକୁ ୧୧୦ କିମି ବେଗର ପବନ ବହିବ

ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ଗଜ’ ଆସନ୍ତାକାଲି ତାମିଲନାଡୁର କଡାଳୁର ଓ ପାମ୍ବନ୍‌ ମଝିରେ ଉପକୂଳ ଛୁଇଁବ। ଏହାର ପ୍ରଭାବରେ କାଲିଠାରୁ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଘଣ୍ଟାପ୍ରତି ୧୧୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି। ତେବେ ପରିସ୍ଥିତିର ମୁକାବିଲା ଲାଗି ତାମିଲନାଡୁ ରାଜ୍ୟ ସରକାରଙ୍କ ପକ୍ଷରୁ ୩୦ ହଜାର ୫୦୦ ଉଦ୍ଧାରକାରୀ ଦଳକୁ ସଜାଗ ରଖାଯାଇଛି। ପଡ଼ୋଶୀ ପୁଡୁଚେରୀରେ […]

ishro
ସଫଳତାର ସହ ମହାକାଶରେ ଅବସ୍ଥାପିତ ହେଲା ସାଟେଲାଇଟ୍ ଜି-ସାଟ୍ ୨୯

ଅତ୍ୟାଧୁନିକ ସାଟେଲାଇଟ୍ ଜି-ସାଟ୍ ୨୯କୁ ସଫଳତାର ସହ ମହାକାଶରେ ଅବସ୍ଥାପିତ କରିଛି ଇସ୍ରୋର ବାହୁବଳୀ କୁହାଯାଉଥିବା ସବୁଠୁ ଓଜନିଆ ରକେଟ୍ ଜିଏସ୍ଏଲ୍‌ଭି ମାର୍କ ଥ୍ରୀ ଡି-ଟୁ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱାନ ଉତ୍‌କ୍ଷେପଣ କେନ୍ଦ୍ରରୁ ଅପରାହ୍ନ ୫ଟା ୮ ମିନିଟରେ ଏହି ଉତ୍‌କ୍ଷେପଣ କରାଯାଇଥିଲା। ଜି ସାଟ୍- ୨୯ ଏକ ମଲ୍‌ଟି ବ୍ୟାଣ୍ଡ୍‌ ଓ ମଲ୍‌ଟି ବିମ୍ ଯୋଗାଯୋଗ ଉପଗ୍ରହ। ଏହା ସାହାଯ୍ୟରେ ଜାମ୍ମୁ ଓ କାଶ୍ମୀର ଏବଂ ଦେଶର ଉତ୍ତର ପୂର୍ବାଞ୍ଚଳର ପାହାଡ଼ିଆ ଓ ଅଗମ୍ୟ […]

ran
ବାହା ହେଲେ ଦୀପିକା ଓ ରଣବୀର

ମୁମ୍ବାଇ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଜନ୍ମ ଜନ୍ମର ସାଥୀ ହୋଇଛନ୍ତି ବଲିଉଡ୍‌ର ଦୀପିକା ଓ ରଣବୀର କପୁର। ଇଟାଲିର ଲେକ୍ କୋମୋରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି। ଜନ୍ମ ଜନ୍ମର ସାଥି ହେବାର ଶପଥ ନେଇ ଦୀପିକା ସାଜିଛନ୍ତି ରଣବୀରଙ୍କ ଦୁଲହନିଆ। କୋଙ୍କଣି ପ୍ରଥାରେ ବିବାହ କରି ମସ୍ତାନୀଙ୍କୁ ନିଜର ବନେଇଛନ୍ତି ବାଜିରାଓ। ଶୁଭ ମୁହୂର୍ତ୍ତ ଅନୁଯାଇ ସକାଳ ୭ଟାରେ ପରିବାର ଏବଂ ନିକଟତମ ବନ୍ଧୁଙ୍କ ଉପସ୍ଥିତିରେ ଉଭୟଙ୍କ ବିହାର ସଂପନ୍ନ ହୋଇଛି। ଆସନ୍ତାକାଲି ପୁଣି […]

bharti
କମେଡିଆନ୍ ଭାରତୀ ଓ ତାଙ୍କ ସ୍ୱାମୀ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: କମେଡିଆନ୍ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉଭୟ ଡେଙ୍ଗୁ ଜ୍ୱରରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେମାନଙ୍କୁ ମୁମ୍ୱାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ କିଛି ଦିନ ହେବ ଭାରତୀ ଓ ହର୍ଷଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ତେଣୁ ସେମାନଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ଉଭୟଙ୍କୁ ଡେଙ୍ଗୁ ହୋଇଥିବା ରିପୋର୍ଟ ଆସିବା ପରେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ଡାକ୍ତର କହିଥିଲେ। ଏବେ ସେମାନଙ୍କ […]

bus washed away
ଭାସିଗଲା ଟୁରିଷ୍ଟ୍‌ ବସ୍‌...

ନୂଆଦିଲ୍ଲୀ: ବନ୍ୟା ଜଳରେ ଭାସିଗଲା ଟୁରିଷ୍ଟ୍‌ ବସ୍। ହିମାଚଳ ପ୍ରଦେଶ ମନାଲିରେ ଏପରିକି ଏକ ଘଟଣା ଦେଖିବାକୁ ମିଳିଛି। ତେବେ ବସ୍‌ରେ କେହି ଲୋକ ନଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଟୁରିଷ୍ଟ୍‌ ବସ୍‌ଟି ବିସ୍‌ ନଦୀର ବନ୍ୟା ଜଳରେ ଭାସି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଏହି ସମୟରେ ବସ୍‌ରେ କେହି ଲୋକ ନଥିଲେ। ବସ୍‌ଟି ପୂରା ଖାଲି ଥିଲା। ପ୍ରକୃତରେ ବସ୍‌ଟି ଭାସି ଯିବା ସମୟରେ ବସ୍‌ ମଧ୍ୟରେ କେହି ଲୋକ ଥିଲେ କି ନାହିଁ […]

make
ମେକ୍ ଇନ୍‌ ଓଡ଼ିଶାରୁ ୪ ଲକ୍ଷ କୋଟି ପୁଞ୍ଜିର ଦାବି: ୬ଟି ଦେଶରୁ ଉପସ୍ଥାନ ଶୂନ୍

ଭୁବନେଶ୍ୱର: ମେକ୍ ଇନ୍‌ ଓଡ଼ିଶା ଟାର୍ଗେଟରୁ ଦୁଇଗୁଣା ଟପିବାକୁ ନେଇ ସନ୍ଦେହ ଦେଖା ଦେଇଛି। ଏଥର ପାଖାପାଖି ଅଢ଼େଇ ଲକ୍ଷ କୋଟିର ପୁଞ୍ଜି ଆସିବ ବୋଲି ସରକାର ଲକ୍ଷ୍ୟ ରଖିଥିଲେ। କିନ୍ତୁ ୨ ଦିନ ବାକି ଥାଇ ୪ ଲକ୍ଷ ୧୯ ହଜାର କୋଟିର ପ୍ରତିଶ୍ରୁତି ଆସିଗଲା ବୋଲି ସରକାର ଘୋଷଣା କଲେ। ଏବେ ଏହି ୪ ଲକ୍ଷ ୧୯ ହଜାର କୋଟିର ପୁଞ୍ଜି ପାଇଁ ପ୍ରତିଶ୍ରୁତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଖଣିଜ, ଧାତୁ ଓ […]