ନୂଆଦିଲ୍ଲୀ: ସାରା ବିଶ୍ୱରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା ଭାଇରସ୍। ବର୍ତ୍ତମାନ ୩୨ ଲକ୍ଷ ୩୬ ହଜାରରୁ ଅଧିକ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହି ରୋଗରେ ଗଲାଣି ୨ ଲକ୍ଷ ୨୮ ହଜାରରୁ ଅଧିକ ଜୀବନ। ଆମେରିକାରେ ସ୍ଥିତି ଦିନକୁ ଦିନ ସଙ୍ଗିନ ହୋଇପଡୁଛି। ଏଠାରେ ହୁ ହୁ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆମେରିକାରେ ବର୍ତ୍ତମାନ ୧୦ ଲକ୍ଷ ୬୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୧ ହଜାରରୁ ଅଧିକ ଲୋକଙ୍କ […]
ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭୮୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ୬ ଶହ ୩୦ଜଣ। ୧୪ ଦିନ ତଳେ ଆକ୍ରାନ୍ତଙ୍କ ଆରୋଗ୍ୟ ହାର ୧୪.୦୬ ପ୍ରତିଶତ ଥିବା ବେଳେ ଏହା ବୃଦ୍ଧି ପାଇ ଏବେ ୨୫.୧୯ ପ୍ରତିଶତରେ ପହଞ୍ଚିଛି। ଯାହାକି ଦେଶ ପାଇଁ ଶୁଭ ସଙ୍କେତ ବୋଲି ପ୍ରେସମିଟରେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର […]
କଲୋକତା: ପୂର୍ବତନ ଭାରତୀୟ ଫୁଟ୍ବଲ୍ ଟିମ୍ ଅଧିନାୟକ ଚୁନି ଗୋସ୍ୱାମୀଙ୍କ ପରଲୋକ ହୋଇଯାଇଛି। ୧୯୬୨ ମସିହାରେ ହୋଇଥିବା ଏସିଆନ୍ ଗେମ୍ସରେ ଭାରତୀୟ ଫୁଟ୍ବଲ୍ ଦଳର ନେତୃତ୍ୱ ନେଇ ଗୋସ୍ୱାମୀ ଦଳକୁ ସ୍ୱର୍ଣ୍ଣ ପଦକ ଜିତାଇଥିଲେ। ଚୁନି ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଆଜି ୮୨ ବର୍ଷରେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି। ପତ୍ନି ବାସନ୍ତି ଓ ପୁତ୍ର ସୁଦିପ୍ତୋଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ଏହି ମହାନ ଫୁଟ୍ବଲ ଷ୍ଟାର୍। ମିଳିଥିବା ଖବର […]
ମୁମ୍ବାଇ: ବିଶିଷ୍ଟ ଅଭିନେତା ଋଷି କପୁରଙ୍କର ୬୭ ବର୍ଷରେ ପରଲୋକ ହୋଇଛି। ମୁମ୍ବାଇର ଚନ୍ଦନୱାଡ଼ି ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ତାଙ୍କୁ ବୁଧବାର ରାତିରେ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଉ ଆଜି ସକାଳ ୮.୪୫ରେ ତାଙ୍କର ପରଲୋକ ହୋଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ବଲିଉଡ୍କୁ ଅଲ୍ବିଦା କହିଥିଲେ ଭର୍ଷାଟାଇଲ୍ ଆକ୍ଟର ଇର୍ଫାନ ଖାନ୍। ଅନ୍ତଃନଳୀରେ ସମସ୍ୟା ଯୋଗୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲ୍ରେ ତାଙ୍କର ଦେହାନ୍ତ […]
ଥାନେ: ୨୦ ଦିନର ଶିଶୁକୁ କରୋନା ରୋଗ। ଗୁରୁବାର ମହାରାଷ୍ଟ୍ରର ଥାନେ ଜିଲ୍ଲା କଲ୍ୟାଣ ଟାଉନ୍ରେ ଜଣେ ୨୦ ଦିନର ଶିଶୁଠାରେ ମାରାତ୍ମକା କରୋନା ଭୂତାଣୁ ଚିହ୍ନଟ କରାଯାଇଛି। ଏହି କୁନି ଶିଶୁ ସହିତ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଉକ୍ତ ଅଞ୍ଚଳରେ ୧୬୨ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଥିବା କଲ୍ୟାଣ ଡୋମ୍ବିବ୍ଲି ମ୍ୟୁନିସିପାଲ୍ କୋରପୋରେସନ୍ ଅଞ୍ଚଳର ମେଡିକାଲ୍ ଅଫିସର୍ ଡ.ରାଜୁ ଲୱାଙ୍ଗରେ କହିଛନ୍ତି। […]
ମୁମ୍ବାଇ: ମହାନ ବଲିଉଡ୍ ଅଭିନେତା ଋଷି କାପୁରଙ୍କର ଆଜି ସକାଳ ୮.୪୫ରେ ପରଲୋକ ହୋଇଛି। ୬୭ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବଲିଉଡ୍ର ଏହି ଭର୍ସାଟାଇଲ୍ ଆକ୍ଟର। ମୁମ୍ବାଇ ଚନ୍ଦନୱାଡ଼ି ଶଶ୍ମାନରେ ରିଷି କପୁରଙ୍କ ଶେଷକୃତ୍ୟ। ସମ୍ପନ୍ନ ହୋଇଛି।ଗତ ଦୁଇ ବର୍ଷ ଧରି ଲ୍ୟୁକୋମିୟା କ୍ୟାନ୍ସରରେ ପୀଡ଼ିତ ଥିବା ଋଷି ଶେଷରେ ଜୀବନ ସଂଗ୍ରାମରେ ହାରିଯାଇଛନ୍ତି। ବିନ୍ଦାସ୍ ଅନ୍ଦାଜ୍, କମିକ୍ ଷ୍ଟାଇଲ୍, ଯେମିତି ରିଷି କପୁର ନିଜ ଜୀବନରେ ଥିଲେ ହସ୍ପିଟାଲ୍ରେ ବି ସେପରି ଥିବା […]
କୋଲକାତା: ରାଜ ଗୁପ୍ତା ନାମକ ଜଣେ ବ୍ୟକ୍ତି ଜାଣିବାକୁ ପାଇଲେ ଯେ ଡାକ୍ତରଖାନାରୁ ଏକ ଆମ୍ବୁଲାନ୍ସ ଆସିଛି, ତାଙ୍କ ବାପାଙ୍କୁ ନେବା ପାଇଁ। ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ତାଙ୍କ ବାପା ଓ ପ୍ରକାଶଙ୍କୁ୨୪ଘଣ୍ଟା ପୂର୍ବରୁ ଡାକ୍ତରଖାନାରୁ ଡିସ୍ଚାର୍ଜ କରାଯାଇଥିଲା। ଡାକ୍ତରମାନେ କହିଥିଲେ ଯେ ତୁମ ବାପା କରୋନାରେ ଆକ୍ରାନ୍ତ ହୋଇନାହାନ୍ତି। କିନ୍ତୁ କିଛି ସମୟ ପରେ ରାଜଙ୍କୁ ମେଡିକାଲରୁ ଫୋନ୍ ଆସିଥିଲା ଯେ , ତୁମ ବାପାଙ୍କର କରୋନା ପରୀକ୍ଷାରେ କିଛି ଭୁଲ ହୋଇଥିଲା। […]
ଗାଜିଆବାଦ: କରୋନା ଭାଇରସକୁ ନେଇ ସମଗ୍ର ଦେଶରେ ଲକଡାଉନ୍ ଜାରି କରାଯାଇଛି। କେହି ଘରୁ ବାହାରୁ ନାହାନ୍ତି। ଲୋକମାନେ କେବଳ ଆବଶ୍ୟକ ଜିନିଷ ପାଇଁ ବାହାରକୁ ବାହାରୁଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାର ଜଣେ ବ୍ୟକ୍ତି ଖାଦ୍ୟ ସାମଗ୍ରୀ କିଣିବାକୁ ବାହାରକୁ ଯାଇଥିଲେ । କିଛି ସମୟ ପରେ ସେ ଘରକୁ ଆସିଲେ। କିନ୍ତୁ ଖାଦ୍ୟ ସାମଗ୍ରୀ ବଦଳରେ ସେ ଏମିତି କିଛି ଆଣିଥିଲେ ଯାହାକୁ ଦେଖି ମା’ଙ୍କ ହୋସ ଉଡ଼ିଗଲା। ପୁଅ ଆସିବା ଜାଣି ମା‘ ଯେତେବେଳେ […]
କର୍ଣ୍ଣାଟକ: କର୍ଣ୍ଣାଟକ ସରକାରଙ୍କ ଚାରିଜଣ ମନ୍ତ୍ରୀ ଏବେ ହୋମ୍ କ୍ୱାରେଣ୍ଟିନ୍ରେ ଅଛନ୍ତି।। ସ୍ଥାନୀୟ ଚ୍ୟାନେଲରେ କାର୍ଯ୍ୟ କରୁଥିବା ଜଣେ ଭିଡିଓ ସାମ୍ବାଦିକଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କୁ କ୍ୱାରେଣ୍ଟିନରେ ଖାଯାଇଛି। ସାମ୍ୱଦିକ ଜଣକ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ତେଣୁ ଏମାନଙ୍କୁ କ୍ୱାରେଣ୍ଟିନ୍ରେ ରଖାଯାଇଛି। ଏହି ମନ୍ତ୍ରୀମାନଙ୍କ ମଧ୍ୟରେ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ଡକ୍ଟର ଅଶ୍ୱତ ନାରାୟଣ ଅଛନ୍ତି। ସମସ୍ତେ ହୋମ୍ କ୍ୱାରେଣ୍ଟାଇନ୍ରେ ରହିଥିବା ନେଇ ନିଜ ନିଜର ଟ୍ୱିଟରେ ସୂଚନା ଦେଇଛନ୍ତି। ଉପ-ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ତିନିଜଣ […]
ଅହମ୍ମଦାବାଦ: ସହରରେ କରୋନା ଭାଇରସ ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପାଇଁ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ ମାସ୍କ ପିନ୍ଧିବାକୁ କଡାକଡି କରାଯାଇଛି। ଏପରିକି ମାସ୍କ ନ ପିନ୍ଧିଲେ ଅର୍ଥତଣ୍ଡ ଦେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି। ଏକ ନିୟମ ଜାରି କରି ମ୍ୟୁନିସିପାଲଟି ପକ୍ଷରୁ କୁହାଯାଇଛି, ରାସ୍ତାଘାଟରେ ବିକୁଥିବା ଦୋକାନୀ , ଦୋକାନ ବଜାର, ମଲ୍ର କର୍ମଚାରୀ ତଥା ସେଠାକୁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ମାସ୍କ ଲଗାଇବା ଜରୁରୀ । ଯଦି ସେମାନେ ମାସ୍କ ବ୍ୟବହାର ନ […]
ନୂଆଦିଲ୍ଲୀ: ବଲିଉଡ୍ର ପ୍ରିୟ କଳାକାର ଇର୍ଫାନ୍ ଆଜି ଆମ ସମସ୍ତଙ୍କୁ ଛାଡ଼ି ସବୁଦିନ ପାଇଁ ଚାଲିଯାଇଛନ୍ତି। ଇର୍ଫାନଙ୍କ ମରଶରୀରକୁ ମୁମ୍ବାଇର ବରସୋଭା କବ୍ରିସ୍ତାନରେ ଇସଲାମ ରୀତିନୀତି ଅନୁଯାୟୀ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ତେବେ ଇର୍ଫାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଅଭିନିତ ଟିଭି ଧାରାବାହିକ ‘ଶ୍ରୀକାନ୍ତ’କୁ ପୁଣିଥରେ ଆରମ୍ଭ କରିବାକୁ ଯାଉଛି। ଏ ନେଇ ଡିଡି ନ୍ୟାସ୍ନ୍ୟାଲ୍ ଚ୍ୟାନେଲ୍ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ଦିନ ସାଢ଼େ ତିନିଟା ବେଳେ ଏହି ଧାରାବାହିକ ଡିଡିନ୍ୟାସ୍ନ୍ୟାଲ୍ ଚ୍ୟାନେଲ୍ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ଲକ୍ଡାଉନ୍ର ଅବଧି ମେ’ ୩ରେ ଶେଷ ହେବ। ତେବେ ଦେଶରେ ପୁଣିଥରେ ଲକ୍ଡାଉନ୍ର ଅବଧି ବୃଦ୍ଧି ହେବ ନା ନାହିଁ ତା’ହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରାଯାଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି।କରୋନା ମୁକାବିଲା ଲାଗି ଆସିବ କୋଭିଡ୍-୧୯ ନୂଆ ଗାଇଡ୍ଲାଇନ୍ସ। ଆସନ୍ତା ମେ’ ୪ ତାରିଖରୁ ଏହି ନୂଆ ଗାଇଡ୍ଲାଇନ୍ସ ଲାଗୁ ହେବ। ନୂଆ ଗାଇଡ୍ଲାଇନ୍ସରେ ଅନେକ […]
ନୂଆଦିଲ୍ଲୀ: ଯେଉଁ ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମ୍ ରହିଛି କିମ୍ବା ପରିସ୍ଥିତି ସ୍ୱାଭାବିକକୁ ଫେରିଛି ସେହି ରାଜ୍ୟରେ, ଜୁଲାଇ ମାସରେ ପରୀକ୍ଷା ହେବ। ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍-ୟୁଜିସି ଏଭଳି ନିଷ୍ପତ୍ତି ନେଇଥିବା ଖବର ସରବରାହ ସଂସ୍ଥା ପିଟିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଇଣ୍ଟରମିଡିଏଟ୍ ସେମିଷ୍ଟାର୍ ଛାତ୍ରଛାତ୍ରୀଙ୍କ ପୂର୍ବ ସେମିଷ୍ଟାର ପ୍ରଦର୍ଶନକୁ ନେଇ ଫଳାଫଳ ପ୍ରକାଶ କରାଯିବ। ଲକ୍ଡାଉନ୍ ପରେ ବହୁ ବିଶ୍ୱବିଦ୍ୟାଳୟର ପରୀକ୍ଷା ଓ ପାଠପଢ଼ା ବାକି ରହି ଯାଇଛି। ତେଣୁ ଏବର୍ଷ ଶିକ୍ଷାବର୍ଷ ବିଳମ୍ବରେ […]
ନୂଆଦିଲ୍ଲୀ: ଦେଶରେ ୧ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା। ୨୪ ଘଣ୍ଟାରେ ଯାଇଛି ୭୩ ଜୀବନ। ଏହାକୁ ମିଶାଇ ୧ ହଜାର ୮କୁ ଛୁଇଁଛି ମୃତକଙ୍କ ସଂଖ୍ୟା। ୧୮୯୭ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏମାନଙ୍କ ସଂଖ୍ୟା ୩୧ ହଜାର ୭୮୭କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଏବେ ଦେଶରେ ୨୨ ହଜାର ୯୮୨ ଆକ୍ଟିଭ କେସ୍ ରହିଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଲେଣି ପ୍ରାୟ ୭ […]
କୋରାପୁଟ: ଦୁର୍ବଳିଆ କାନ୍ଧରେ ଦଇବ ଲଦି ଦେଇଛି, ପର୍ବତ ପ୍ରମାଣ ବୋଝ। ପାଖରେ ସ୍ୱାମୀ ଆଉ ତିନି ତିନିଟା ଭେଣ୍ଡିଆ ପୁଅ ଅଛନ୍ତି। ହେଲେ ବିଧାତା ଏମିତି ଦାଉ ସାଧିଛି ଯେ ସମସ୍ତେ ଥାଇ ବି ନଥିଲା ଭଳି। ୯୦ ବର୍ଷ ବୟସରେ ପୂରାପୂରି ଅସହାୟ ଜୟପୁର ବ୍ରାହ୍ମଣୀ ଗାଁର ଡି. ଶୁଭଲକ୍ଷ୍ମୀ। ଶୁଭଲକ୍ଷ୍ମୀଙ୍କ ସ୍ୱାମୀ ଓ ମଝିଆ ପୁଅ ପକ୍ଷାଘାତରେ ପୀଡ଼ିତ। ବଡ଼ପୁଅକୁ ମାଉଥ୍ କ୍ୟାନ୍ସର। ଆଉ ଏ ଦୁଃଖିନୀର ଏକ ମାତ୍ର ବଳ ସାନପୁଅ। […]
ବର୍ତ୍ତମାନ ସୁନା ଦର ଏହାର ଅଲ୍ ଟାଇମ୍ ରେକର୍ଡ ସ୍ତରରୁ ପାଖାପାଖି ୯୦୦୦ ଟଙ୍କା ଶସ୍ତା ହୋଇସାରିଲାଣି। ଗତ କିଛିଦିନ ହେବ ସୁନା-ରୁପା ଦର ଲଗାତାର ହ୍ରାସ ପାଇଛି।
ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣରେ ରହିଛି କରୋନା ଭାଇରସ। ଗତ ୩ ଦିନ ମଧ୍ୟରେ ଦ୍ୱିଗୁଣ ହାର ୧୧ ଦଶମିକ ୩ ଦିନରେ ରହିଛି। ଅର୍ଥାତ ୧୧ ଦଶମିକ ୩ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇ ଗଣ ହେଉଛି। ଏହାସହ ସାରା ବିଶ୍ୱରେ ୭ ପ୍ରତିଶତ ମୃତ୍ୟୁ ହାର ଥିବା ବେଳେ ଭାରତରେ ଏହା ୩ ପ୍ରତିଶତ ବୋଲି ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଦନ। ଦେଶରେ କରୋନା ଯୋଗୁ ପ୍ରାଣ ହରାଉଥିବା ଲୋକଙ୍କ […]