• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

gujurat
ଏଟିଏମ୍‌ରୁ ଟଙ୍କା ଉଠାଇ କରୋନା ଆକ୍ରନ୍ତ ହେଲେ ୩ ଯବାନ !

ଗୁଜୁରାଟ: ଗୁଜୁରାଟର ବରୋଡ଼ାଠାରେ ୩ଜଣ ଯବାନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ, ସେମାନେ ଏକ ଏଟିଏମ୍‌ ବୁଥରୁ ଟଙ୍କା ଉଠାଇଥିଲେ। ଗୋଟିଏ ଦିନରେ ୩ଜଣଯାନ  ଯବାନ ସେହି ଏଟିଏମ୍‌ରୁ ଟଙ୍କା ଉଠାଇଥିଲେ। ତେଣୁ ଏଟିଏମ୍‌ ଯୋଗୁ ୩ଜଣ ଯବାନ କରୋନାରେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ଯବାନଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ ଆସିବାପରେ, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୨୮ ଜଣଙ୍କୁ କ୍ୱାରେଣ୍ଟାଇନ୍‌ରେ ରାଖାଯାଇଛି।  ୨୮ଜଣଙ୍କର କରୋନା ଟେଷ୍ଟ କରାଯିବ ବୋଲି ଜଣାପଡିଛି। ପୂର୍ବରୁ ଏହି […]

dharmndra
ତ୍ୱରିତ ଏଲ୍‌ପିଜି ଗ୍ୟାସ୍‌ ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆହ୍ୱାନ୍‌

ନୂଆଦିଲ୍ଲୀ: ଏଲ୍‌ପିଜି ଯୋଗାଣକୁ ସଠିକ କାର୍ଯ୍ୟକାରୀ କରିବା ଓ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ୍‌ ଯୋଗାଣ କାମକୁ ତ୍ୱରାନ୍ୱିତ କରିବା ପାଇଁ ଦେଶର ତୈଳ ବିପଣନ କମ୍ପାନୀ ଓ ଜିଲ୍ଲୀ ନୋଡାଲ୍‌ ଅଫିସର୍‌ମାନଙ୍କୁ ଆହ୍ୱାନ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଧ୍ର ପ୍ରଧାନ। ଏନେଇ ଧର୍ମେନ୍ଦ୍ର କହିଛନ୍ତି ଯେ କରୋନା ମହାମାରୀ ତଥା କରୋନା ଲକ୍‌ଡାଉନ୍‌ ପାଇଁ କେନ୍ଦ୍ର ସରକାର ଗରିବ ଲୋକ ପରିବାରକୁ ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାରେ  […]

gautam
ଦିଲ୍ଲୀରୁ ଯାଜପୁର ଆସିପାରିଲାନି ମୃତଦେହ: ଏହି ଓଡ଼ିଆ ମହିଳାଙ୍କ ଶବସତ୍କାର କଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଲକଡାଉନ ସମୟରେ ଦିଲ୍ଲୀରୁ ଯାଜପୁର ଆସିପାରିଲାନି ମୃତଦେହ। ତେଣୁ ଦିଲ୍ଲୀରେ ଶବସତ୍କାର କରି ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି ସାଂସଦ ତଥା କ୍ରିକେଟର ଗୌତମ ଗମ୍ଭୀର। ମୃତ ମହିଳା ହେଉଛନ୍ତି ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ କୁସୁନପୁର ଗାଁର ସରସ୍ୱତୀ ପାତ୍ର। ଗତ କିଛି ବର୍ଷ ହେବ ସେ ଦିଲ୍ଲୀରେ ଗୌତମ ଗମ୍ଭୀରଙ୍କ ଘରେ ଆୟା ଭାବେ କାର୍ଯ୍ୟ କରୁଥିଲେ। ମଧୁମେହ ରୋଗରେ ପୀଡ଼ିତ ହୋଇ ସଙ୍କଟାପନ୍ନ ହେବା ପରେ ଗମ୍ଭୀରଙ୍କ ପରିବାର ଲୋକେ ତାଙ୍କୁ […]

ddo
'କରୋନା ଏତେ ସାଂଘାତିକ ରୋଗ ନୁହେଁ, ୯୦ରୁ ୯୫ ପ୍ରତିଶତ ଭଲ ହେଉଛନ୍ତି'

ନୂଆଦିଲ୍ଲୀ: କୋଭିଡ୍‌-୧୯ ଏକ ଗୁରୁତର‌ ରୋଗ ନୁହେଁ। ୯୦ରୁ ୯୫ ପ୍ରତିଶତ ରୋଗୀ ଏଥିରେ ଭଲ ହୋଇଯାଉଛନ୍ତି। ତେଣୁ କୋଭିଡ୍‌-୧୯ ଏକ ରୋଗ କିନ୍ତୁ ତାହା ଏତେ ଭୟଙ୍କର‌ ନୁହେଁ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ। କରୋନା ପାଇଁ ଦେଶରେ ନାନା ପ୍ରକାର ସାମାଜିକ କଳଙ୍କ ବା ଟାହିଟାପରା ଭଳି ସ୍ଥିତି ଦେଖା ଦେଇଥିବାରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ମନ୍ତବ୍ୟ ଦେଇଛନ୍ତି ରଣଦୀପ। ସେ କହିଛନ୍ତି, ଦେଶରେ ଅନେକ ଲୋକ କରୋନା ରୋଗ […]

swigy
ସଂକଟରେ ସ୍ୱିଗି କର୍ମଚାରୀଙ୍କ ଚାକିରି: ହୋଇପାରେ ହଜାରେ ଛଟେଇ

ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଛି। ଦେଶର ବିଭିନ୍ନ ବ୍ୟବସାୟିକ ସେକ୍ଟରରେ ଏହାର ସାଂଘାତିକ  ପ୍ରଭାବ ପଡ଼ିଛି। ଏଥିପାଇଁ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଚାକିରି ଉପରେ ବି ସଂକଟର ବାଦଲ ଦେଖା ଦେଇଛି। ଗତ କିଛିଦିନ ହେବ ଲଗାତର ଛଟେଇର ଖବର ବି ଶୁଣିବାକୁ ମିଳୁଛି। ଖବର ଅନୁସାରେ, ଅନ୍‌ଲାଇନ୍‌ ଫୁଡ୍ ଡେଲିଭର କମ୍ପାନୀ ସ୍ୱିଗୀ ପ୍ରାୟ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଶୁଣିବାକୁ ମିଳୁଛି। କରୋନା ସଂକଟ […]

trump
ବିଦେଶୀ ନାଗରିକଙ୍କ ଉପରେ କଟକଣା ଲଗାଇଲା ଆମେରିକା

ୱାସିଂଟନ: ଆମେରିକା ପ୍ରଶାସନ ପକ୍ଷରୁ ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କ ଉପରେ ସାମୟିକ କଟକଣା ଜାରି କରାଯାଇଛି।  ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଘୋଷଣା କରିଛନ୍ତି।  ଆର୍ଥିକ ଅବସ୍ଥାର ସୁଧାର ଆସିବା ପରେ ଆମେରିକାର ନାଗରିକମାନଙ୍କୁ ପ୍ରାଥମିକତା ଭିତ୍ତିରେ ନିଯୁକ୍ତି ଦେବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ବିଦେଶୀମାନଙ୍କ ଆମେରିକା ଗସ୍ତ ଉପରେ କଟକଣା ଜାରି ହେବା ଦ୍ୱାରା ସ୍ଥାନୀୟ ଲୋକଙ୍କୁ ଅଧିକ ନିଯୁକ୍ତି ସୁଯୋଗ ମିଳିବ ବୋଲି ଟ୍ରମ୍ପ କହିଛନ୍ତି। ପରିସ୍ଥିତିକୁ ନଜରରେ ରଖି ୬୦ […]

baby death
କରୋନାରେ ୬ ମାସର ଶିଶୁ ମୃତ

ଚଣ୍ଡିଗଡ଼: ଚଣ୍ଡିଗଡ଼ରେ କରୋନା ସଂକ୍ରମିତ ହୋଇଥିବା ୬ମାସ ଶିଶୁର ମୃତ୍ୟୁ ହୋଇଛି। ୧୦ ଦିନ ପୂର୍ବରୁ ଏହି ଶିଶୁଟିକୁ ହାର୍ଟ ସର୍ଜରୀ ପାଇଁ ପିଜିଆଇରେ (PGI) ଭର୍ତ୍ତି କରାଯାଇଥିଲା। ସର୍ଜରୀ କରିବା ପୂର୍ବରୁ ଡାକ୍ତରମାନେ ଶିଶୁର ସ୍ୱାବ ପରୀକ୍ଷା କରିଥିଲେ। ପରେ ଶିଶୁଟି କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା।  ଶିଶୁଟି ଜନ୍ମରୁ ହିଁ ଏହି ରୋଗରେ ପୀଡ଼ିତ ଥିଲା। ତେଣୁ ଶିଶୁଟିକୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। କରୋନାରେ ପଜିଟିଭ୍ ଥିବା ଶିଶୁଟି ଫଗୱାଡା ଅଞ୍ଚଳର ବୋଲି […]

goa free
ଭାରତର ଏହି ୩ଟି ରାଜ୍ୟ ହେଲା କରୋନା ମୁକ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ସଂକ୍ରମଣ କ୍ରମାଗତ ଭାବେ ବଢ଼ୁଛି କିନ୍ତୁ ଅନ୍ୟ ପଟେ କିଛି ଭଲ ଖବର ମଧ୍ୟ ରହିଛି।  ଦେଶର ମୋଟ ୩୨ ଟି ରାଜ୍ୟ ମଧ୍ୟରୁ ତିନୋଟି ରାଜ୍ୟ କରୋନା ଭାଇରସ୍ (COVID-19) ମୁକ୍ତ ହୋଇସାରିଛି। ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ଗୋଆ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଜଣେ ବି କରୋନାରେ ଆକ୍ରାନ୍ତ ହୋଇନଥିବା ଜଣାପଡିଛି। ଏହି ରାଜ୍ୟର କରୋନା ରୋଗୀମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଏପରିକି ସେହି ରାଜ୍ୟର […]

corona
କରୋନା ଭ୍ୟାକ୍ସିନ୍ ’ଚାଡାକ୍ସ ୱାନ’: ଆଉ ଅଳ୍ପ ଦିନର ଅପେକ୍ଷା

ବ୍ରିଟେନ: ମହାମାରୀ କରୋନା ଭାଇରସ ଯୋଗୁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି। କରୋନା କେବେ ଶେଷ ହେବ ଓ ମୃତ୍ୟୁ ସଂଖ୍ୟା କିପରି ବନ୍ଦ ହେବ ସେନେଇ ସମଗ୍ର ବିଶ୍ୱ ଚିନ୍ତାପ୍ରକଟ କରୁଛି। ଏପରି ସମୟରେ ବ୍ରିଟେନର ବୈଜ୍ଞାନିକମାନେ ଲୋକଙ୍କ ମଧ୍ୟରେ ଭରସା ସୃଷ୍ଟି କରିଛନ୍ତି। କରୋନାକୁ ସମ୍ପୂର୍ଣ୍ଣ ଭାବେ ନିପାତ କରିବା ପାଇଁ  ଭ୍ୟାକ୍ସିନ୍‌ ପ୍ରସ୍ତୁତ ହୋଇସାରିଛି ଏବଂ ଏହି ଭ୍ୟାକ୍ସିନ୍‌ର ପରୀକ୍ଷା ଆଜିଠାରୁ ଲୋକଙ୍କ ଉପରେ କରାଗଲାଣି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଭ୍ୟାକ୍ସିନ୍‌ଟି […]

delivery
ଡେଲିଭରି ବଏଙ୍କ ବ୍ୟାଗରେ ଥିଲା ଏମିତି ଜିନିଷ, ଯାଞ୍ଚକାରୀ ଟିମ୍‌ର ହୋଶ ଉଡ଼ିଗଲା

କର୍ଣ୍ଣାଟକ: କରୋନା ଭାଇରସ୍ ଯୋଗୁ ଭାରତରେ ମେ’ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବଢ଼ାଇ ଦିଆଯାଇଛି। ଲକ୍‌ଡାଉନ୍‌ ସମୟରେ ସରକାର କିଛି ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ସରକାରୀ କର୍ମଚାରୀ, ଡେଲିଭରି ବଏ ପ୍ରମୁଖ । Karnataka: Central Crime Branch (CCB) Bengaluru has arrested 2 people who were trying to sell a two-headed snake under the cover of being delivery boys […]

corona777777
ହାର୍ଟ ସର୍ଜରୀ ପାଇଁ ଆସିଥିଲା ୬ମାସର ଶିଶୁ,ବାହାରିଲା କରୋନା

ଚଣ୍ଡିଗଡ଼: ଚଣ୍ଡିଗଡ଼ର ପିଜିଆଇ (PGI) ରେ ୬ ମାସର ଶିଶୁ କରୋନାରେ ପଜିଟିଭ୍ ଥିବା ଜଣାପଡିଛି। ଶିଶୁଟି ସଂସ୍ପର୍ଶରେ ଆସିଥିବା ୫୪ ମେଡିକାଲ କର୍ମଚାରୀଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି। ସେମାନଙ୍କ ମଧ୍ୟରେ ୧୮ଜଣ ଡାକ୍ତର ଥିବା ଜଣାପଡିଛି। ହାର୍ଟ ସର୍ଜରୀ କରିବା ପାଇଁ ଶିଶୁକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ଦିନ ଶିଶୁଟି କରୋନାରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ମେଡିକାଲ କର୍ମଚାରୀମାନଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଥିଲା। ଖବର ଅନୁଯାୟୀ, କରୋନାରେ ପଜିଟିଭ୍ ଥିବା ଶିଶୁଟି ଫଗୱାଡା ଅଞ୍ଚଳର। ଏପ୍ରିଲ […]

modi5555
ଭିଡିଓ କନଫରେନ୍ସିଂ ମାଧ୍ୟମରେ ସରପଞ୍ଚଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପୂର୍ବରୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ଏପ୍ରିଲ ଅର୍ଥାତ୍ ଶୁକ୍ରବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ସରପଞ୍ଚଙ୍କ ସହ ସିଧାସଳଖ କଥା ହେବେ। ପଞ୍ଚାୟତିରାଜ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଏପ୍ରିଲ ୨୪ରେ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ(e-Gram Swaraj Portal)ଏବଂ ମୋବାଇଲ ଆପ୍‌ର ଶୁଭାରମ୍ଭ କରିବେ। ପ୍ରତିବର୍ଷ ଏପ୍ରିଲ ୨୪କୁ ଜାତୀୟ ପଞ୍ଚାୟତରାଜ ଦିବସ ଭାବେ ପାଳନ କରାଯାଏ। 24 अप्रैल, शुक्रवार को राष्ट्रीय पंचायती […]