ମୁମ୍ୱାଇ: ମହାରାଷ୍ଟ୍ରରେ କରୋନା ଭାଇରସ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏପର୍ଯ୍ୟନ୍ତ ରାଜ୍ୟରେ ୭୬୨୮ଜଣ କରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେହିଭଳି ୪୮ ଘଣ୍ଟାରେ ୨୩ ଜଣ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ୫୭ ବର୍ଷୀୟ ପୋଲିସ ହାବିଲଦାର। ସେ ଶନିବାର ଦିନ ମୁମ୍ୱାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମହାରାଷ୍ଟ୍ରରେ କରୋନା ଭାଇରସ ଯୋଗୁ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହେବା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୧ଟା ବେଳେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଥର ମନ୍ କି ବାତ୍ କାର୍ଯ୍ୟକ୍ରମରେ କରୋନା ସଂପର୍କରେ ଦେଶବାସୀ ଦେଇଥିବା ମତାମତ ଉପରେ ମତ ରଖିପାରନ୍ତି। ଏଥିସହିତ ଆଉଁ କେଉଁ ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ ଆଲୋଚନା କରିବେ ସେ ନେଇ ଦେଶବାସୀଙ୍କ ମନରେ ଉତ୍କଣ୍ଠା ରହିଛି। ତେବେ ଗତଥର ମାର୍ଚ୍ଚ ୨୯ ମନ କି ବାତ କାର୍ଯ୍ୟକ୍ରମରେ କରୋନା ଲକ୍ଡାଉନ ସଂପର୍କରେ କହିଥିଲେ। ଲକଡାଉନ […]
ନୂଆଦିଲ୍ଲୀ: ବିଶ୍ୱରେ କରୋନା ନେଲାଣି ୨ ଲକ୍ଷରୁ ଅଧିକ ଜୀବନ। ସାରା ପୃଥିବୀରେ ୨୧୦ ଦେଶରେ କାୟା ବିସ୍ତାର କରିଥିବା କରୋନା ଭାଇରସ ଦ୍ୱାରା ଏବେ ଯାଏଁ ୨ ଲକ୍ଷ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷକୁ ପାର କରିଛି। ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ସୁପରପାୱାର ଆମେରିକାରେ ପ୍ରତିଦିନ ହଜାର ହଜାର ଲୋକଙ୍କ ପ୍ରାଣ ନେଉଛି କରୋନା। ଗତ ୨୪ ଘଣ୍ଟାରେ ଆମେରିକାରେ ୨ହଜାରରୁ ଅଧିକ ଲୋକଙ୍କ […]
ନୂଆଦିଲ୍ଲୀ: ଦେଶରେ ୨୫ ହଜାର ମୁହାଁ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ଭିତରେ ୧୪୨୯ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ୫୭ ଜଣଙ୍କ ଜୀବନ ଯିବା ସହ ୭୭୯ ଛୁଇଁଛି ମୋଟ୍ ମୃତ୍ୟୁ ସଂଖ୍ୟା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଏବେ ୧୮ ହଜାର ୯୫୩ ଆକ୍ଟିଭ କେସ୍ ରହିଛି। ୫ ହଜାର ୨୧୦ ଜଣ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୨୦ ଦଶମିକ ୬୬ ପ୍ରତିଶତ […]
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଇର୍ଫାନ୍ ଖାନଙ୍କର ମାଆ ସୟୀଦା ବେଗମଙ୍କର ଶନିବାର ସକାଳେ ପରଲୋକ ହୋଇଛି। ବାର୍ଦ୍ଧକ୍ୟତା କାରଣରୁ ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲା। ମୃତ୍ୟୁ ବେଳକୁ ତାଙ୍କ ୯୫ ବର୍ଷ ବୟସ ହୋଇଥିଲା। ସେ ଜୟପୁରର ବେନିୱାଲ୍ କାନ୍ତା କ୍ରିଷ୍ଣା କଲୋନୀରେ ରହୁଥିଲେ। ସୟୀଦା ରାଜପରିବାରରୁ ଆସିଥିଲେ। ସେ ଜଣେ କବି ମଧ୍ୟ ଥିଲେ। ସୟୀଦାଙ୍କ ମୃତ୍ୟୁ ବିଷୟରେ ଫିଲ୍ମ ବ୍ୟବସାୟ ବିଶ୍ଲେଷକ କୋମଲ ନହାଟା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ନ୍ୟୁ ଇଣ୍ଡିଆନ୍ […]
ନୂଆଦିଲ୍ଲୀ: କରୋନା ଭାଇରସ୍ର ଏବେ ଆଉ ଏକ ନୂଆ ଲକ୍ଷଣ ଦେଖିବାକୁ ମିଳିଛି। ଏହି ଲକ୍ଷଣ ସାଧାରଣତଃ ଛୋଟ ପିଲା ଓ ଯୁବକମାନଙ୍କଠାରେ ଦେଖାଯାଉଛି। ମାର୍ଚ୍ଚ ମାସରେ ଇଟାଲୀର କିଛି ଚର୍ମରୋଗ ବିଶେଷଜ୍ଞ କୋଭିଡ୍-୧୯ ରୋଗୀଙ୍କ ଠାରେ ଏହି ଲକ୍ଷଣ ଦେଖିଥିଲେ। କେତେକ ରୋଗୀଙ୍କର ଆଙ୍ଗୁଳି ଫୁଲି ଯାଇଥିଲା ତ ଆଉ କେତେଙ୍କର ଶରୀର କିଛି ଅଙ୍ଗର ରଙ୍ଗ ପରିବର୍ତ୍ତନ ହୋଇଥିଲା। ଥଣ୍ଡାରେ ହାତ ଗୋଡ଼ ଯେମିତି କୋଲାପ୍ସ ହୋଇଯାଏ, ଠିକ୍ ସେହିଭଳି ହେଉଥିବାର ଦେଖିବାକୁ ମିଳିଥିଲା। […]
ବେଜିଂ: ଉତ୍ତର କୋରିଆ ଏକଛାତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଡାକ୍ତରି ଟମ୍ ପଠାଇଲା ଚାଇନା। ଗତ ସପ୍ତାହରେ ଏହି ୩୬ ବର୍ଷୀୟ କିମ୍ଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାପରେ କିମ୍ଙ୍କ ସ୍ୱାସ୍ଥ୍ୟବସ୍ଥା ଚେକ୍ କରିବାକୁ ଡାକ୍ତରୀଟିମ୍ ପଠାଇଛି ଚାଇନା। ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର୍ସ ବିଶେଷ ସୂତ୍ରରୁ ଏହି ଖବର ପ୍ରକାଶ କରିଛି। ରୟଟର୍ସ ଅନୁସାରେ, କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନାର ଜଣେ […]
ନୂଆଦିଲ୍ଲୀ: ବିଶ୍ୱରେ କରୋନା ନେଲାଣି ୧ ଲକ୍ଷ ୯୭ ହଜାରରୁ ଅଧିକ ଜୀବନ। ସାରା ପୃଥିବୀରେ ୨୧୦ ଦେଶରେ କାୟା ବିସ୍ତାର କରିଥିବା କରୋନା ଭାଇରସ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ୨୮ଲକ୍ଷ ୪୬ହଜାରକୁ ବୃଦ୍ଧି ପାଇଛି। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଆଜି ବଡ଼ ବୃଦ୍ଧି ଘଟିଛି। ଆମେରିକାରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୫ ହଜାରକୁ ବୃଦ୍ଧି ପାଇଛି। ଏଠାରେ ମୃତ୍ୟୁ ସଂଖ୍ୟା ୫୨ ହଜାର ଅତିକ୍ରମ କରିଛି। ସେହିଭଳି ଇଟାଲୀରେ ୧ ଲକ୍ଷ ୯୨ […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ଛୁଇଁବାକୁ ବସିଲାଣି। ଗତ ୨୪ ଘଣ୍ଟା ଭିତରେ ୧୪୨୯ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ୫୭ ଜଣଙ୍କ ଜୀବନ ଯିବା ସହ ମୋଟ ମୃତ୍ୟୁ ସଂଖ୍ୟା ୭୭୯ କୁ ଛୁଇଁଲାଣି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଏବେ ୧୮ ହଜାର ୯୫୩ ଆକ୍ଟିଭ୍ କେସ୍ ରହିଛି। ୫ ହଜାର ୨୧୦ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୨୦ ଦଶମିକ […]
ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଏନେଇ ଲୋକମାନେ ଘରେ ରହୁଛନ୍ତି। ଅଧିକାଂଶ ଲୋକ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବାର ଦେଖାଯାଇଛି ଯେ, ଲକ୍ଡାଉନ୍ ସରିଯିବା ପରେ ବାହାରକୁ ଯେତେବେଳେ ବାହାରିବେ କ’ଣ ସବୁ କରିବେ? ଏହା ମଧ୍ୟ ଆମେ ସମସ୍ତେ ଜାଣିଛି ଯେ ଏହି ଲକ୍ଡାଉନ୍ ସରିଯିବା ପରେ, ପୂର୍ବଭଳି ପରିସ୍ଥିତି ସ୍ୱାଭାବିକ ହେବ। କିନ୍ତୁ ଅଧିକାଂଶ ଲୋକଙ୍କ ମନରେ କରୋନା ଭାଇରସର ଡ଼ର ଏତେ ସହଜରେ ଯିବ ନାହିଁ। ଯଦି […]
କେରଳ: କରୋନା ଭାଇରସ ମହାମାରୀ ବିରୋଧରେ ସାରା ଦେଶ ଲଢ଼େଇ କରୁଥିବାବେଳେ ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି କେତେକ ଘରୋଇ କମ୍ପାନୀ ଦରମା କାଟ କରିବା କଥା ଶୁଣାଯାଉଛି। ହେଲେ ସରକାରୀ କର୍ମଚାରୀଙ୍କ ଦରମା ମଧ୍ୟ କଟିବ। କେରଳ ସରକାର ଏମିତି ଘୋଷଣା କରିଛନ୍ତି। କେରଳ ସରକାରୀ କର୍ମଚାରୀଙ୍କ ଦରମାରୁ ପ୍ରତ୍ୟେକ ମାସର ଛଅଦିନର ଦରମା କଟାଯିବ। ଏପରି ଆସନ୍ତା ପାଞ୍ଚମାସ ପର୍ଯ୍ୟନ୍ତ କରାଯିବ। ତେବେ ଯେଉଁ କର୍ମଚାରୀଙ୍କ ଦରମା ୨୦,୦୦୦ରୁ କମ୍ ହେଇଥିବ ସେମାନଙ୍କର ଦରମା […]