ନୂଆଦିଲ୍ଲୀ: ଜୁନ ଓ ଜୁଲାଇ ମାସ ବେଳକୁ ଦେଶରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିପାରେ କରୋନା ସଂକ୍ରମଣ। ଏବେ ଯେଉଁ ଭଳି ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି ତାକୁ ବିଚାରକୁ ନେଲେ ଜୁନ୍ ଓ ଜୁଲାଇରେ ଦେଶରେ ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ। ତେବେ ଦେଶରେ ଏବେ ସଂକ୍ରମଣ ସ୍ତର ଏଯାଏଁ ସର୍ବୋଚ୍ଚ ସୀମା ଛୁଇଁନଥିବା ସେ କହିଛନ୍ତି। ସେହିଭଳି ଲକ୍ଡାଉନ କରୋନା ସଂକ୍ରମଣ ରୋକିବାରେ କେତେ ପ୍ରଳପ୍ରଦ […]
ଏର୍ଣ୍ଣାକୁଲମ୍: କେରଳର ଏର୍ଣ୍ଣାକୁଲମ ଜିଲ୍ଲା କୁତାତୁକୁଲମ ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ଲାଠିମାଡ଼ କରିଛି ପୋଲିସ। ଘରକୁ ଫେରିବା ଲାଗି ଆନ୍ଦୋଳନ କରୁଥିବାବେଳେ ପୋଲିସ ସେମାନଙ୍କ ଉପରେ ଲାଠି ଚାର୍ଜ କରିଛି। ଲକଡାଉନ ପାଇଁ ଫସି ରହିଥିବା ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବା ଲାଗି ଦାବି କରି ଆସୁଥିଲେ। କେରଳ ସରକାର ସେମାନଙ୍କୁ ନିଜ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରି ଆଜି ଶହ ଶହ ଶ୍ରମିକ ଆନ୍ଦୋଳନ କରୁଥିଲେ। ତେବେ ଲକଡାଉନ ନିୟମ […]
କୋଲକାତା: ଦେଶରେ କୋରନା ଭୂତାଣୁ ଲାଗତର ଭାବେ ବଢ଼ି ଚାଲିଛି। ପ୍ରତିଦିନ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି ଓ ମୃତ୍ୟୁ ମଧ୍ୟ ହେଉଛି। କରୋନାକୁ ନେଇ ଦେଶରେ ନାନା ପ୍ରକାର ରୋଚକ ଘଟଣା ମଧ୍ୟ ଦେଖିବାକୁ ମିଳୁଛି। କରୋନା ତାଣ୍ଡବ ଭିତରେ ଟିଏମ୍ସି ସାଂସଦ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଉ ଏଥିରେ ରୋଚକ କଥା ହେଲା ସାଂସଦ ତାଙ୍କ ସଦ୍ୟଜାତ କନ୍ୟାଙ୍କ ନାଁ ରଖିଛନ୍ତି କରୋନା। TMC MP Aparupa Poddar gives birth […]
ଚେନ୍ନାଇ: ଛତିଶଗଡର ରାୟଗଡ଼ ପେପର୍ ମିଲ୍, ବିଶାଖାପାଟନମ୍ ଗ୍ୟାସ୍ ଲିକ୍ ପରେ ଏବେ ତାମିଲ୍ନାଡୁର କୁଡ୍ଡାଲୋର୍ରେ ଥିବା ଏକ ପବ୍ଲିକ ସେକ୍ଟର କୋଇଲା କମ୍ପାନୀ ପୁଣି ଏକ ଅଘଟଣ ଘଟିଛି। କମ୍ପାନୀର ବଏଲର୍ ବିସ୍ଫୋରଣ ଯୋଗୁ ୭ ଜଣ ଆହତ ହୋଇଛନ୍ତି। ନେଭେଲି ଲିଗ୍ନାଇଟ୍ କୋର୍ପୋରେସନ୍(ଏନ୍ଏଲ୍ସି) ପ୍ଲାଣ୍ଟରେ ଏହି ବିସ୍ଫୋରଣ ଘଟିଛି। ସଦ୍ୟ ସୂଚନାନୁସାରେ, ଘଟଣାସ୍ଥଳରେ ଏନ୍ଏଲ୍ସିର ମୁଖ୍ୟ ଅଧିକାରୀଙ୍କ ସମେତ ପୁଲିସ୍ ଓ ଅଗ୍ନିସମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା […]
ଛତିଶଗଡ଼: ଛତିଶଗଡ଼ର ରାୟଗଡ଼ ଦିଲ୍ଲାରେ ଏକ ପେପର୍ ମିଲ୍ରୁ ବିଷାକ୍ତ ଗ୍ୟାସ୍ ନିର୍ଗତ ହେବାରୁ ୭ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଏହି ସ୍ଥାନୀୟ ପୁଲିସ୍ ଏହି ସୂଚନା ଦେଇଛି। ବୁଧବାର ସନ୍ଧ୍ୟାରେ ଟେଟ୍ଲା ଗାଁରେ ଥିବା ଶକ୍ତି ପେପର୍ ମିଲ୍ରେ ଜଣେ ସଫେଇ କର୍ମୀ ଏକ ଖୋଲା ଟାଙ୍କିରେ ସଫା କରୁଥିବା ସମୟରେ ଏହି ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିବା ରାୟଗଡ଼ ପୁୱିଲ୍ ସୁପିରିଟେଣ୍ଡଟେଣ୍ଟ ସନ୍ତୋଷ ସିଂହ କହିଛନ୍ତି। ତେବେ କାରାଖନା ମାଲିକ କିନ୍ତୁ ଏ ଦୁର୍ଘଟଣା […]
ବିଶାଖାପାଟନମ୍: ବର୍ଷ ୨୦୨୦ ପ୍ରତ୍ୟୋକ ମାସ କିଛି ନା କିଛି ଦୁଃଖ ଖବର ଦେଉଛି। ଦେଶ ଏବେ କରୋନା ମହାମାରୀ ସହିତ ଯୁଦ୍ଧ ଲଢୁଥିବା ବେଳେ ବିଶାଖାପାଟଣ ଗ୍ୟାସ୍ ଲିକ୍ ଘଟଣା ଦେଶକୁ ଦୋହଲାଇ ଦେଇଛି। ଏବଂ ମନେ ପକାଇଦେଇଛି ୧୯୮୪ ଲୋମଟାଙ୍କୁରା ଘଟଣା ଭୋପାଲ୍ ଗ୍ୟାସ୍ ଟ୍ରାଜେଡି କଥା। ବିଶାଖାପାଟନମ୍ ଗ୍ୟାସ୍ ଲିକ୍ ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଅସୁସ୍ଥ ହୋଇଛନ୍ତି। ଘଟଣାରେ ରାଜ୍ୟ ସରକାର ମୃତକଙ୍କ ପରିବାରକୁ କୋଟିଏ […]
ବିଶାଖାପାଟନମ୍: ବିଶାଖାପାଟନମ୍ ଏଲ୍ଜି ପଲିମର୍ସ ପ୍ଲାଣ୍ଟ ଗ୍ୟାସ୍ ଲିକ୍ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧ ଛୁଇଁଛି। ଏଥିରେ ଜଣେ ଶିଶୁ ମଧ୍ୟ ରହିଛି। ଗ୍ୟାସ୍ ଲିକ୍ରେ ଅସୁସ୍ଥ ହୋଇପଡ଼ିଥିବା ଗ୍ରାମବାସୀଙ୍କୁ ଅସୁସ୍ଥ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କଠାରେ ମୁଣ୍ଡବିନ୍ଧା, ବାନ୍ତି ଓ ପ୍ରସ୍ୱାସ୍ ନେବାର ସମସ୍ୟା ହେଉଥିବା ଭଳି ଲକ୍ଷଣ ଦେଖାଯାଉଛି। ତେବେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ବିଶାଖାପାଟନମ୍ ଗ୍ୟାସ୍ ଲିକ୍ ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ […]
ଭୋପାଳ: କରୋନା କ୍ୱାରେଣ୍ଟାଇନ୍ ନିୟମ ପାଳନ ନ କରିବାରୁ ପୁଅକୁ ହତ୍ୟା କଲା ବାପା। ମଧ୍ୟପ୍ରଦେଶର ବାଲାଘାଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ଟେକଚନ୍ଦ୍ର। କରୋନା ପାଇଁ ବାପା, ପୁଅକୁ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ପ୍ରଥମ ଥର ପାଇଁ ଘଟିଛି। ଏହାପରେ ପୁଲିସ ହତ୍ୟାକାରୀ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଖବର ଅନୁଯାୟୀ, ପୁଅ ହାଇଦ୍ରାବାଦରୁ ଘରକୁ ଫେରିବା ପରେ ବାପା ଭାବିଥିଲେ, ଯଦି ପୁଅ କାରୋନା […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୋଲିସରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଲ ପାଞ୍ଚଦିନ ପୂର୍ବରୁ ଏକ ଶିଶୁକୁ ଜନ୍ମ ଦେଇଥିଲେ। ନବଜାତ ଶିଶୁକୁ ନେଇ ଘରେ ଖୁସିର ଉତ୍ସବ ପାଳନ କରୁଥିବାବେଳେ ମହିଳାଙ୍କ ଶଶୁରଙ୍କର ହଠାତ୍ ଦେହ ଖରାପ ହୋଇଥିଲା। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତା‘ପର ଦିନ ସକାଳୁ ମଧ୍ୟ ମହିଳାଙ୍କର ଦେହ ଖରାପ ହୋଇଥିଲା। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିଛି ସମୟପରେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଖବର ଅନୁଯାୟୀ, […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ପାଖରେ ଏକ ଅଜବ ଧରଣର ଅପିଲ କରିଛନ୍ତି। ଏଭଳି ଅପିଲକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗାଜିଆବାଦର ସିଏମ୍ଓ (CMO) ନିଜେ ଜଣେ ଡାକ୍ତର ହୋଇ କିପରି ଏପରି କରିପାରୁଛନ୍ତି ବୋଲି କହିଛନ୍ତି ପାରାମେଡିକାଲ କର୍ମଚାରୀ। ସିଏମ୍ଓ କହିଛନ୍ତି, ଗାଜିଆବାଦରୁ ଦିଲ୍ଲୀ ଯାଉଥିବା ଡାକ୍ତର ଓ ପାରାମେଡିକାଲ କର୍ମଚାରୀମାନେ ସେଠାରେ କିଛି ଦିନ ରୁହନ୍ତୁ। ପରିସ୍ଥିତିର ସୁଧାର ଆସିବା ପରେ […]
କୋଲକାତା: ଦେଶରେ କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ ପଶ୍ଚିମବଙ୍ଗ ସରକାର ବୁଧବାର ମଦର ହୋମ୍ ଡେଲିଭରି କରିବା ପାଇଁ ଅନୁମତି ଦେଇଛନ୍ତି। ଷ୍ଟେଟ ବେଭରେଜ କରର୍ପୋରେସନ୍(BEVCO) ଏକ ୱେବସାଇଟ୍ ଆରମ୍ଭ କରିଛନ୍ତି। ଏହି ୱେବସାଇଟ୍ ମାଧ୍ୟମରେ ୨୧ ବର୍ଷରୁ ଅଧିକ ବ୍ୟକ୍ତି ମଦ ପାଇଁ ଅର୍ଡର କରିପାରିବେ। ଖବର ଅନୁଯାୟୀ, ମଦ ଦୋକାନା ଆଗରେ ଭିଡକୁ କମ୍ କରିବା ପାଇଁ ଏହି ୱେବସାଇଟ୍ ଖୋଲାଯାଇଛି । […]
କୋଲକାତା: ପଶ୍ଚିମବଙ୍ଗରେ ୯୨, ହଜାର ଲୋକ ଫ୍ଲୁ ଜନିତ ରୋଗରେ ପୀଡ଼ିତ ଥିବା ଜାଣିବାକୁ ପାଇଛନ୍ତି ମମତା ସରକାର। ସେଥିମଧ୍ୟରୁ ୮୭୦ ଜଣ ନିସ୍ୱାସ ପ୍ରଶ୍ୱାସ ନେବାର ଅସୁବିଧାର ସମ୍ମୁଖୀନ ହୋଇ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି। କରୋନା ରୋଗୀଙ୍କଠାରେ ଯେଉଁ ଲକ୍ଷଣ ଦେଖା ଦେଉଛି ଏହି ରୋଗୀମାନଙ୍କଠାରେ ବି ସମାନ ଲକ୍ଷଣ ଦେଖା ଦେଇଥିବାରୁ ଏମାନେ କରୋନାରେ ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ଫେସ୍ବୁକ୍ ମଧ୍ୟମରେ ଏହି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ […]
ଲକ୍ଷ୍ନୌ: ରାଜ୍ୟରେ ମଦର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ସରକାର। ମଦର କ୍ୟାଟେଗୋରୀ ଓ ଆକାର ଅନୁସାରେ, ୫ ଟଙ୍କାରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ଦର ବୃଦ୍ଧି ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ୍ ମିଟିଂରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହା ଆର୍ଥିକ ବର୍ଷ ୨୦-୨୧ ପାଇଁ ୨,୩୫୦ କୋଟିର ରାଜସ୍ୱ ଯୋଗାଡ଼ କରିବାରେ ସାହାଯ୍ୟ ହେବ ବୋଲି ୟୁପି ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା କହିଛନ୍ତି। ମଦର ଦର […]
ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଏହି ପରୀପ୍ରେକ୍ଷୀରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ମଧ୍ୟବିତ ତଥା ଗରିବ ପରିବାରର ପିଲାମାନେ ପାଠପଢା ନେଇ ନାନା ପ୍ରକାର ସମସ୍ୟା ଭୋଗୁଛନ୍ତି। ତେବେ ଉତ୍ତରାଖଣ୍ଡର ଜଣେ ପୋଲିସ କର୍ମଚାରୀ ୨ ଛୋଟ ପିଲାଙ୍କୁ ପାଠ ପଢାଉଥିବାର ଦୃଶ୍ୟ ସମସ୍ତଙ୍କ ହୃଦୟକୁ ଜିତିପାରିଛି। ଏହି ଭିଡିଓ ସୋସାଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। कोरोना महामारी के इस वैश्विक संकट में हमारी […]
ୱାଶିଂଟନ: କରୋନା ଭାଇରସ୍ ଉପରେ ଗବେଷଣା କରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିସାରିଥିବା ପିଟସବର୍ଗ ବିଶ୍ୱବିଦ୍ୟାଳୟର ପ୍ରଫେସର ଏବଂ ଆଣବିକ ଜୀବବିଜ୍ଞାନୀ ଡ. ବିଙ୍ଗ ଲିଉଙ୍କୁ ପେନସାଲଭାନିଆରେ ଗୁଳି କରି ହତ୍ୟା କରାଯାଇଛି। ମହାମାରୀ କରୋନା ଉପରେ ଗବେଷଣା କରି ଭ୍ୟାକସିନ ବାହାର କରିବା ପାଇଁ ସେ ଉଦ୍ୟମ ଜାରି ରଖିଥିଲେ। ଶନିବାର ଲିଉଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିଲା। ତାଙ୍କ ମୁଣ୍ଡ, ବେକ ଓ ଶରୀରର ବିଭିନ୍ନ ସ୍ଥାନରେ ଗୁଳିମାଡ଼ […]
ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ କରୋନା ଟୀକା ପ୍ରସ୍ତୁତ କରିଥିବା ଦାବି କଲା ଇଟାଲୀ। ଏହି ଭ୍ୟାକ୍ସିନ ମଣିଷ ଉପରେ କାର୍ଯ୍ୟ କରୁଥିବା ମଧ୍ୟ ଇଟାଲି ଦାବି କରିଛି। ରୋମ୍ରେ ସ୍ପାଲାଞ୍ଜାନି ହସ୍ପିଟାଲରେ ମୂଷା ଉପରେ ଏହି ଭ୍ୟାକ୍ସିନର ପ୍ରୟୋଗ କରାଯାଇଥିଲା। ଏବଂ ପ୍ରଥମ ଟୀକା ଦିଆଯିବା ପରେ ହି ମୂଷା ଶରୀରରେ କରୋନା ଭୂତାଣୁକୁ ନଷ୍ଟ କଲା ଭଳି ଆଣ୍ଟିବଡି ତିଆରି ହୋଇଥିଲା। ମଣିଷ ଜୀବକୋଷରେ ମଧ୍ୟ ଏହା କାର୍ଯ୍ୟ କରୁଛି ବୋଲି ଦାବି କରାଯାଇଛି। ଆଗକୁ […]
ନୂଆଦିଲ୍ଲୀ: ଦେଶରେ ୫୦ ହଜାର ନିକଟତର ହେଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ଭିତରେ ୨ ହଜାର ୯୫୮ ନୂଆ କେସ୍ ସହ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୪୯ ହଜାର ୩୯୧ରେ ପହଞ୍ଚିଛି। ସେହିଭଳି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୬୯୪କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୨୬ ଜଣଙ୍କ ଜୀବନ ନେଇଛି ଏହି ଘାତକ ମହାମାରୀ। ୩୩ ହଜାର ୫୧୪ ଚିକିତ୍ସାଧୀନ ଥିବା ବେଳେ ୧୪ ହଜାର ୧୮୩ ସୁସ୍ଥ […]
ବେଙ୍ଗାଲୁରୁ: ଲକ୍ଡାଉନ ଯୋଗୁ କର୍ଣ୍ଣାଟକରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ଛାଡ଼ିବାକୁ ମନାକଲା କର୍ଣ୍ଣାଟକା। ଏନେଇ ଉଦିଷ୍ଟ ସ୍ୱତନ୍ତ୍ର ଟ୍ରେନ୍କୁ ବାତିଲ୍ କରିଛି କର୍ଣ୍ଣାଟକର ୟେଦୁରପ୍ପା ସରକାର। ରାଜ୍ୟରେ ନିର୍ମାଣ କାମ ପୁଣିଥରେ ଆରମ୍ଭ ହୋଇଥିବା ଦର୍ଶାଇ ଶ୍ରମିକଙ୍କୁ ଛାଡ଼ିବାକୁ ମନା କରିଛି କର୍ଣ୍ଣାଟକା। ଫଳରେ ଘରକୁ ଫେରିବାକୁ ଆଶା ରଖିଥିବା ପ୍ରବାସୀଙ୍କ ଆଶା ଆଶାରେ ରହିଯାଇଛି। ଅନେକ ପ୍ରବାସୀ ଶ୍ରମିକ ଘରକୁ ଫେରିଗଲେଣି। ତେବେ ବର୍ତ୍ତମାନ ରାଜ୍ୟ ନିର୍ମାଣ କାମ ଆରମ୍ଭ ହୋଇଯାଇଥିବାରୁ ସେମାନଙ୍କର ଆବଶ୍ୟକତା ଅଛି […]
ନୂଆଦିଲ୍ଲୀ: କରୋନା ଲକଡାଉନ ଭିତରେ ଦେଶର ଆର୍ଥିକ ବ୍ୟବସ୍ଥା ନେଇ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ। ଆର୍ଥିକ ସ୍ଥିତି ସୁଧୁରିବା ଲାଗି କେନ୍ଦ୍ର ସରକାର ବିଭିନ୍ନ ଶୁଳ୍କ ଲଗାଇ ଲୋକଙ୍କ ଉପରେ ବୋଝ ନ ଲଦିବାକୁ ସେ କହିଛନ୍ତି। ଶୁଳ୍କ ଲଗାଇବା ଅପେକ୍ଷା କେନ୍ଦ୍ର ସରକାର ଉଧାର ଆଣି ନିଜର ଆର୍ଥିକ ଅଭାବକୁ ଭରଣା କରିବା ଉଚ୍ଚିତ ବୋଲି କହିଛନ୍ତି ଚିଦାମ୍ବରମ। ପେଟ୍ରୋଲଜାତ ସାମଗ୍ରୀ ଉପରେ ଦିଲ୍ଲୀ ଓ […]
ଶ୍ରୀନଗର: ସେନା ଏନ୍କାଉଣ୍ଟରେ ନିହତ ହୋଇଛି ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ତଥା ହିଜ୍ବୁଲ୍ ମୁଜାହିଦ୍ଦିନର କମାଣ୍ଡର ରିୟାଜ୍ ନାୟକୁ। ତେବେ ଏହା ପୂର୍ବରୁ ୨୦୧୮ରେ ସେନା କିଛି ଟପ୍ ଟେରୋରିଷ୍ଟଙ୍କର ହିଟ୍ ଲିଷ୍ଟ ତିଆରି କରିଥିଲା। ଏହି ଲିଷ୍ଟରେ ମୋଟ ୧୭ ଆତଙ୍କବାଦୀ ଥିଲେ। ଏଥିରେ ମାତ୍ର ୫ ଜଣଙ୍କୁ ନିହତ କରିଛି ସେନା। ଆସନ୍ତୁ ଜାଣିନେବା ଏହି ୫ ଟେରୋରିଷ୍ଟ ସମ୍ପର୍କରେ। ରିୟାଜ ନାୟକୁ ଟପ୍ ଟେରୋରିଷ୍ଟଙ୍କର ହିଟ୍ ଲିଷ୍ଟରେ ସବୁଠୁ ଟପ୍ରେ ଥିଲେ ଏହି […]
ଶ୍ରୀନଗର: ଗଣିତ ସାର୍ରୁ ଭୟଙ୍କର ଆତଙ୍କବାଦୀ ସଂଗଠନ ହିଜ୍ବୁଲ ମୁଜାହିଦ୍ଦିନର କମାଣ୍ଡର। ସବୁଠାରୁ ଲମ୍ବା ସମୟ ଧରି ହିଜ୍ଜବୁଲ୍ ମୁଜାହିଦ୍ଦିନର କମାଣ୍ଡର ରହିଥିବା ଆତଙ୍କବାଦୀ ରିୟାଜ ନାୟକୁ ଏବଂ ତାର ସହଯୋଗୀ ସୁରକ୍ଷା କର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଛନ୍ତି। ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଅଞ୍ଚଳରେ ଇଣ୍ଟର୍ନେଟ୍ ବ୍ୟବସ୍ଥା ବନ୍ଦ କରିଦିଆଯାଇଛି। ବୁଧବାର ରିୟାଜ ନାୟକୁର ପୈତୃକ ଗାଁ ପୁଲୱାମା ଜିଲ୍ଲା ବେଗପୋରାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ସେ ନିହତ ହୋଇଥିଲା। […]