ଭୋପାଲ: ଦେଶରେ କରୋନା ଭାଇରସର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଲକ୍ଡାଉନ୍ ଅବଧିକୁ ବଢ଼ାଇ ଦେଇଛନ୍ତି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ବାହାର ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବାକୁ ଯେନତେନ ପ୍ରକାରର ଚେଷ୍ଟା କରୁଛନ୍ତି। ସେମାନେ ଫେରିବା ପରେ ଗ୍ରାମବାସୀମାନେ କରୋନା ଭୟରେ ତାଙ୍କୁ ଗାଁ ଭିତରକୁ ପଶିବାକୁ ଦେଉନାହାନ୍ତି। ଏନେଇ ପ୍ରଶାସନ ବାହାର ଫେରନ୍ତାଙ୍କ ପାଇଁ କ୍ୱାରେଣ୍ଟିନ୍ର ବ୍ୟବସ୍ଥା କରିଛନ୍ତି। […]
ମୁମ୍ୱାଇ: ବଲିଉଡ଼୍ ଅଭିନେତା ସ୍ୱର୍ଗତ ଋଷି କପୁରଙ୍କ ଚିତାଭସ୍ମ ରବିବାର ମୁମ୍ବାଇର ବନଗଙ୍ଗା ଟ୍ୟାଙ୍କରେ ବିସର୍ଜନ କରାଯାଇଛି। ଏହି ଚିତାଭସ୍ମ ବିସର୍ଜନ ସମୟର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଲକ୍ଡାଉନ୍ ଯୋଗୁଁ ହରିଦ୍ୱାର ଯିବା ପାଇଁ ଅନୁମତି ନ ମିଳିବାରୁ ମୁମ୍ବାଇରେ ହିଁ ଚିତାଭସ୍ମ ବିସର୍ଜନ କରାଯାଇଛି। ଏହି ସମୟରେ ରିଷି କପୁରଙ୍କ ପତ୍ନୀ ନୀତୁ କପୁର, ପୁଅ ରଣବୀର କପୁର, ଝିଅ ରିଦ୍ଧିମା, ଅଭିନେତ୍ରୀ ଆଲିୟା ଭଟ୍ଟ ଉପସ୍ଥିତ ଥିବା ଫଟୋରେ ଦେଖିବାକୁ […]
ମୁମ୍ୱାଇ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିକାର ପାଇଁ ସରକାର ୩ୟ ପର୍ଯ୍ୟାୟ ଲକଡାଉନ୍ ଜାରି କରିଛନ୍ତି। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଇଁ ସରକାର ଲୋକମାନଙ୍କ ନିକଟରେ ଅପିଲ କରିଛନ୍ତି। କିଛି ବ୍ୟକ୍ତି ଏହି ନିୟମକୁ ମାନୁଥିବାବେଳେ କେତେକ ଲୋକ ଏହାକୁ ମାନୁନଥିବା ଜଣାପଡିଛି। ଏମିତି କିଛି ନିୟମ ଉଲ୍ଲଘଂନକାରୀଙ୍କୁ ଦେଖିବାକୁ ମିଳିଛି ମୁମ୍ୱାଇର ତିଲକ ନଗର ଅଞ୍ଚଳରେ । ଏହି ନିୟମ ଉଲ୍ଲଘଂନକାରୀମାନେ ମାସ୍କ ପିନ୍ଧୁ ନାହାନ୍ତି, […]
COVID-19 ମହାମାରୀ ମଧ୍ୟରେ ଖାଲି ପଡ଼ିଥିବା ଅନେକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ଜନସେବା ଆୟୋଗ (UPSC) ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏଭଳି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।