ଭୁବନେଶ୍ୱର: KYC ଅପଡେଟ୍ କରିବା ବାହାନାରେ ଲୁଟି ନେଲେ ୬୦ ହଜାର ଟଙ୍କା । ଲୁଟର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ଶିକ୍ଷୟିତ୍ରୀ । ଫୋନ୍ ଓ ବ୍ୟାଙ୍କ ଆକାଉଣ୍ଟ ବ୍ଲକ ହୋଇ ଯାଇଥିବା କହି ସାଇବର ଠକ, ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ…
ଭୁବନେଶ୍ୱର: ବେଅାଇନ ଖଣି ଉତ୍ତୋଳନ ମାମଲାରେ ହାଜର ହେଲେ ଖଣି ମାଲିକ। ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ମାମଲାରେ ଜିଲ୍ଲା ପ୍ରଶାସନ ନିକଟରେ ୮ ଖଣି ମାଲିକ ହାଜର ହୋଇଛନ୍ତି। ଏସଡି ଶର୍ମା, ସାରଦା ମାଇନ୍ସ, ମାଲା ରାୟ ଅାଣ୍ଡ ଅଦର୍ସ BPME, ଗନ୍ଧମାର୍ଦ୍ଦନ ସ୍ପଞ୍ଜ, ଏଚ୍ଜି ପାଣ୍ଡିଅା, OMDC ଓ MR ଖଣି ମାଲିକ ପ୍ରଶାସନ ନିକଟରେ ହାଜର ହୋଇଛନ୍ତି। OPDR ଆକ୍ଟ ଅନୁଯାୟୀ ହୋଇଥିବା ନୋଟିସ୍ ଅାଧାରରେ ସମସ୍ତ ମାଲିକ ହାଜର ହୋଇଛନ୍ତି। ଓକିଲଙ୍କ […]
ଭୁବନେଶ୍ୱର: ମନ ଭିତରେ ସ୍କୁଲ୍ ଯାଇ ପାଠପଢ଼ିବାର ଝୁଙ୍କ୍। ହେଲେ ପ୍ରତିବନ୍ଧକ ସାଜୁଛି ପାଣି। ପାଣି ତ ନୁହେଁ, କୃତ୍ରିମ ବନ୍ୟା ପାଣି। ତେଣୁ ଟ୍ୟୁବ୍ରେ ଭେଳା କରି ପିଲାମାନଙ୍କୁ ପାର କରାଉଛନ୍ତି ସମ୍ପର୍କୀୟ। ଘଟଣା ସାମ୍ନାକୁ ଆସିଛି ପର୍ଯ୍ୟଟନ ସହର ତଥା ଅାଇକନ୍ ସିଟି ପୁରୀରେ। ମାସେ ହେଲାଣି ଏଭଳି ଅବସ୍ଥା ଭୋଗୁଛନ୍ତି ମାଟିତୋଟା ଅଞ୍ଚଳବାସୀ। ରଥଯାତ୍ରା ସମୟରେ ଲଗାଣ ବର୍ଷା ଯୋଗୁ ଜଳାର୍ଣ୍ଣବ ହୋଇଥିଲା ଏହି ଇଲାକା। ସେହିଦିନଠାରୁ ଜଳନିଷ୍କାସନ ହୋଇନପାରିବାରୁ ଜଳବନ୍ଦୀ ଜୀବନ ଜୀଉଁଛନ୍ତି […]
ବାଲୁଗାଁ: କାଠଚୋର ସନ୍ଦେହରେ ଅଟକ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏଭଳି ଘଟଣା ଘଟିଛି ବାଣପୁର ମେଡିକାଲରେ। ଗତକାଲି ରାତିରେ ବନ ବିଭାଗର ପାଟ୍ରୋଲିଂ ବେଳେ କାଠଚୋର ସନ୍ଦେହରେ ଜଣେ ବ୍ୟକ୍ତି ଧରାପଡ଼ିଥିଲେ। ତାଙ୍କୁ ଟାମଣା ପାହାଡ଼ରୁ ଧରି ବନ ବିଭାଗ କର୍ମଚାରୀ ବିଟ୍ ହାଉସ୍ ନେଇଥିଲେ। ତାଙ୍କ ଘର ନୟାଗଡ଼ ଜିଲ୍ଲା ଶରଣକୂଳ ନିକଟ ଗୋଲଗାଁର ବଳଭଦ୍ର ବେହେରା ବୋଲି ଜଣାପଡ଼ିଥିଲା। କୌଣସି କାରଣରୁ ବଳଭଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଅସୁସ୍ଥ ହେବା ପରେ ହସ୍ପିଟାଲରେ […]
ଭୁବନେଶ୍ୱର: ସୁନାମି ମୁକାବିଲା ପାଇଁ ମକଡ୍ରିଲ୍। ସମ୍ଭାବ୍ୟ ସୁନାମି ମୁକାବିଲା ପାଇଁ ଭର୍ଚୁଆଲ୍ ମକ୍ଡ୍ରିଲ୍ର ଆୟୋଜନ ହୋଇଛି। ପୂର୍ବ ଉପକୂଳ ଓ ଆଣ୍ଡାମାନ ସାଗରରେ ଭର୍ଚୁଆଲ୍ ମକଡ୍ରିଲ୍ କରାଯାଇଛି। ମକଡ୍ରିଲ୍ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା। ଏହି ମକଡ୍ରିଲ୍ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଜିଲ୍ଲା ସାମିଲ୍ ହୋଇଥିଲେ। ୬ ଜିଲ୍ଲାର ଜିଲ୍ଲାପାଳ, ଏଡିଏମ୍, ବିଡିଓ, ତହସିଲଦାର ଓ ସରପଞ୍ଚ ସାମିଲ୍ ହୋଇଥିଲେ। ସୁନାମି ସଂପର୍କିତ ତଥ୍ୟ ଗାଁରେ କିପରି […]
ଭୁବନେଶ୍ୱର: ଅଚଳ ହୋଇଯାଇଛି ରାଜ୍ୟ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ। ଦିନେ କି ଦୁଇ ଦିନ ନୁହେଁ ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀଙ୍କ ଅାନ୍ଦୋଳନ ଯୋଗୁଁ ଗଲା ୧୭ ଦିନ ଧରି ସ୍ଥିତି ଅସମ୍ଭାଳ। ଯାହାଫଳରେ ବିଭିନ୍ନ କାର୍ଯ୍ୟରେ ରାଜ୍ୟର କୋଣ ଅନୁକୋଣରୁ ଅାସୁଥିବା ସାଧାରଣ ଲୋକ ଦହଗଞ୍ଜ ହେଉଛନ୍ତି। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କାର୍ଯ୍ୟାଳୟ ନତାଲା ସମେତ ସମ୍ବଲପୁର, ବ୍ରହ୍ମପୁର ଓ କଟକ ଆଦି ଜାଗାରେ ସମାନ ସ୍ଥିତି। କଲମ ଛାଡ଼ ଅାନ୍ଦୋଳନରେ ଠପ୍ ହୋଇଯାଇଛି ହେଡ୍ […]
ଭୁବନେଶ୍ୱର : ବମିଖାଲ ଟ୍ରାଜେଡି ପରେ କଳାତାଲିକା ଭୁକ୍ତ ହୋଇଥିବା ଫଣ୍ଡା ଇନଫ୍ରା ସହ ମୁହାଁମୁହିଁ ହୋଇଛିପୂର୍ତ୍ତ ବିଭାଗ। ବମିଖାଲ ପରେ ଜଟଣୀ ଓଭରବ୍ରିଜ କାମରେ ମଧ୍ୟ ଅବହେଳା ଓ ଅନୁମତି ନଥାଇ କାମ କରୁଥିବା ଦର୍ଶାଇ ପଣ୍ଡା ଇନଫ୍ରା ହାତରୁ ପୂର୍ତ୍ତ ବିଭାଗ କାମ ଛଡାଇ ନେବା ପରେ ବିବାଦ ବଢିଛି। କଂପାନୀ ନାଁରେ ଖୋର୍ଦ୍ଧା ନିର୍ବାହୀ ଯନ୍ତ୍ରୀ ଦେଇଥିବା ଚିଠିର ଉତ୍ତର ଦେଇ ପାଲଟା ଅାକ୍ରମଣ କରିଛି ପଣ୍ଡା ଇନଫ୍ରା । ପୂର୍ତ୍ତ ବିଭାଗର […]
ନୂଅାଦିଲ୍ଲୀ : ଅାରମ୍ଭ ହେଲା ଇଣ୍ଡିଅା ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ- IPPB । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଅାଦିଲ୍ଲୀର ତାଲକଟୋରା ଷ୍ଟାଡିୟମ୍ରେ ଏହାକୁ ଅାନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହାଦ୍ୱାରା ଦେଶର ଦେଢ ଲକ୍ଷରୁ ଅଧିକ ଡାକ ଘରକୁ IPPB ସହ ଲିଙ୍କ୍ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। IPPBରେ ସେଭିଙ୍ଗସ ଅାକାଉଣ୍ଟ ଉପରେ ୪ ପ୍ରତିଶତ ସୁଧ ରହିଛି। IPPB ର ୬୫୦ଟି ଶାଖା ରହିବ। ଏଥିସହ ୩୨୫୦ଟି ଅାକ୍ସେସ୍ ପଏଣ୍ଟ ରହିବ। ଏଠାରେ […]
ଆନ୍ଧ୍ରପ୍ରଦେଶରେ ବଂଶଧାରା ନଦୀ ଉପରେ ହେବାକୁ ଥିବା ନେରେଡ଼ି ବ୍ୟାରେଜ ଦ୍ୱାରା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛି ବିଜେପି ଟିମ୍ । ଏହି ଅବସରରେ ବିଜେପି ପ୍ରତିନିଧି ଦଳ କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳ କାଶୀନଗର ବ୍ଲକର ୩ଟି ଗାଁ ପରିଦର୍ଶନ…
ନୂଅାପଡ଼ା : ଟଳିଲା ଅଘଟଣ। ଅଳ୍ପକେ ବର୍ତ୍ତିଲେ ଲୋକ। ନୂଅାପଡ଼ା ଜିଲ୍ଲା କୋମନାର ମୁଖ୍ୟ ବଜାରରେ ଅାଜି ଛିଣ୍ଡି ପଡ଼ିଥିଲା ଉଚ୍ଚଶକ୍ତି ସଂପନ୍ନ ୧୧ କେଭି ବିଦ୍ୟୁତ୍ ତାର। ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ତଥାପି ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଏଠାରେ ବାରମ୍ବାର ତାର ଛିଣ୍ଡୁ ଥିବା ସତ୍ତ୍ୱେ କୌଣସି ପଦକ୍ଷେପ ନିଅାଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।
ଭୁବନେଶ୍ୱର: ଆଜି ରାଜ୍ୟରୁ ୨୭୯୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୯୮୮କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୨ ଆକ୍ରାନ୍ତ ସୁସ୍ଥ ହେଲେ। କଟକ- ୧୭୯, ଷ୍ଟେଟ ପୁଲ୍- ୧୫୦, ଯାଜପୁର- ୧୪୮, ଅନୁଗୁଳ- ୧୩୫, ପୁରୀ- ୧୨୭, ନବରଙ୍ଗପୁର-୧୨୦, ବଲାଙ୍ଗିର- ୧୦୭, […]
ଭୁବନେଶ୍ୱର : ଏସିଅାନ ଗେମ୍ସ ରୌପ୍ୟ ବିଜେତା ମହିଳା ହକି ଖେଳାଳିଙ୍କୁ ପୁରସ୍କାର । ମହିଳା ହକି ଦଳର ୪ ଓଡିଅା ଖେଳାଳିଙ୍କୁ ୧ କୋଟି ଲେଖାଏଁ ପୁରସ୍କାର ଦିଅାଯିବ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ୪ ଓଡିଅା ହେଲେ ସୁନିତା ଲାକ୍ରା, ନମିତା ଟପୋ, ଲିଲିମା ମିଞ୍ଜ ଏବଂ ଦୀପଗ୍ରେସ ଏକ୍କା । ସେହିପରି କୋଚ୍ଙ୍କୁ ଖେଳାଳିଙ୍କ ପୁରସ୍କାର ରାଶିର ୨୦ ପ୍ରତିଶତ ପ୍ରଦାନ କରାଯିବ। ଗତକାଲି ଏସୀୟ କ୍ରୀଡ଼ାରେ ଭାରତୀୟ […]
ରାଉରକେଲା : ‘ମୋମୋ’ ଭଳି ମରଣାନ୍ତକ ଅନ୍ଲାଇନ୍ ଗେମରେ ଯାଇଛି ପୁଅର ଜୀବନ। ୯ ଦିନ ତଳେ ଘଟିଯାଇଥିବା ସେହି ସାଂଘାତିକ ଘଟଣା ଏବେ ବି ପରିବାର ଏବଂ ଅାତ୍ମୀୟ ସ୍ୱଜନଙ୍କ ମନକୁ ଖିନ୍ଭିନ୍ କରିଦେଉଛି। ପରିବାରରେ ଖେଳିଯାଇଛି ଶୋକର ଛାୟା । ଅଭିଭାବକଙ୍କୁ ମାଡ଼ି ବସିଛି ଭୟ ଅାଉ ଅାତଙ୍କ । ରାଉରକେଲା ରେଲ୍ୱେ କଲୋନୀର ଇଂଜିନିୟରିଂ ଛାତ୍ର ଏସ୍.ଚେତନ କୁମାର । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜରେ କମ୍ପୁଟର ସାଇନ୍ସରେ ତୃତୀୟ […]
ରାଉରକେଲା : ରାଉରକେଲାରେ ଅଭାବନୀୟ ଘଟଣା। ଉପଜିଲ୍ଲାପାଳଙ୍କ ଅଫିସ୍ ପରିସରରେ ଯୁବକଙ୍କ ଅାତ୍ମହତ୍ୟା ଉଦ୍ୟମ। ଅାଇଡିଟିଏ ସମ୍ମିଳନୀ କକ୍ଷ ନିକଟ ଏକ ଗଛରେ ରଶି ଲଗାଇ ଯୁବକ ଜଣକ ଅାତ୍ମହତ୍ୟା ଉଦ୍ୟମ କରିବା ବେଳେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ଯୁବକଙ୍କ ନାମ ଶଶାଙ୍କ ଶେଖର ଶତପଥୀ ବୋଲି ସୂଚନା ମିଳିଛି। ପ୍ରଥମେ ଏହି ଯୁବକଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଇସ୍ପାତ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
କଟକ : କଟକ ବାଙ୍କିରେ ବାରହା ଅାତଙ୍କ। ଜଙ୍ଗଲୀ ବାର୍ହା ଅାକ୍ରମଣରେ ୨ ମହିଳାଙ୍କ ସମେତ ୫ ଜଣ ଅାହତ ହୋଇଛନ୍ତି। ବାର୍ହାଙ୍କ ଅତର୍କିତ ଅାକ୍ରମଣ ପରେ ଦୁଲଣାପୁର ଗାଁରେ ଲୋକେ ଭୟଭୀତ ହୋଇ ପଡିଛନ୍ତି। ସେପଟେ ଅାହତମାନଙ୍କୁ ଚିକିତ୍ସା ଖର୍ଚ୍ଚ ସହ ଲୋକଙ୍କୁ ସୁରକ୍ଷା ଦାବିରେ ଅଞ୍ଚଳବାସୀଙ୍କ ପକ୍ଷରୁ ବାଙ୍କି ଜାତମୁଣ୍ଡିଅାରୁ ଖୋର୍ଦ୍ଧା ରାସ୍ତା ଅବରୋଧ କରାଯାଇଛି। ନିକଟସ୍ଥ ଚନ୍ଦକା-ଡମପଡ଼ା ଜଙ୍ଗଲରୁ ବାର୍ହା ପଲ ଅାସି ଲୋକଙ୍କୁ ଅାକ୍ରମଣ କରୁଛନ୍ତି।
ଭୁବନେଶ୍ୱର: ଗୋଟିଏ ପଟେ କରୋନା ଯୋଗୁଁ ସ୍କୁଲ 7 ମାସ ବନ୍ଦ, ଅନ୍ୟପଟେ ଅନଲାଇନ୍ରେ ପଢ଼ା ବି ନାହିଁ। ତେଣୁ ପିଲାଟି ପାଠ ଜାଣିବ ବା କେମିତି ? ଅବସ୍ଥା ଆହୁରି ଚିନ୍ତାଜନକ କନ୍ଧମାଳ ଜିଲ୍ଲା ଦାସୀକେତା ଗାଁର। ଏହି ପିଲାମାନଙ୍କର ୬ଷ୍ଠରୁ ଦଶମ ଶ୍ରେଣୀ ଯାଏଁ ଦାରିଙ୍ଗିବାଡ଼ି ମଡେଲ ସ୍କୁଲରେ ପଢୁଥିବା ଏ ପିଲାଙ୍କ ମଧ୍ୟରୁ ଅଧିକାଂଶଙ୍କର ନାହିଁ ସ୍ମାର୍ଟ ଫୋନ୍। ପାଠ ପଢ଼ିବେ ବା କେମିତି ? ଯାହା ପାଖେ ଫୋନଟିଏ ଅଛି, ସିଏ […]
ଭୁବନେଶ୍ୱର : ମହାନଦୀ ଟ୍ରିବ୍ୟୁନାଲର ପ୍ରଥମ ବୈଠକ ପାଇଁ ତାରିଖ ଧାର୍ଯ୍ୟ ହେଲାଣି, କିନ୍ତୁ ରାଜ୍ୟକୁ ମିଳିନି ଟର୍ମସ ଅଫ୍ ରେଫରେନ୍ସ ବା ଟିଓଅାର। ତେଣୁ ଟ୍ରିବ୍ୟୁନାଲରେ ଯୁକ୍ତି ଉପସ୍ଥାପନ କରିବା ରାଜ୍ୟ ପାଇଁ ବଡ଼ ସମସ୍ୟା ହୋଇଛି। ତେବେ ପକ୍ଷ ରଖିବା ପାଇଁ ପୁରା ପ୍ରସ୍ତୁତ ହୋଇଛି ରାଜ୍ୟ ଜଳ ସଂପଦ ବିଭାଗ। ସୂଚନା ଅନୁସାରେ, ପ୍ରଥମତଃ ଅଣମୈସୁମୀରେ ହୀରାକୁଦକୁ କମିଥିବା ଜଳପ୍ରବାହର ତଥ୍ୟ ରଖିବ ବିଭାଗ। ବିଗତ କିଛି ବର୍ଷରେ ହୀରାକୁଦକୁ କେତେ ପାଣି […]
ଭୁବନେଶ୍ୱର : ପୁଣି ଭୁବନେଶ୍ୱର ଏୟାରପୋର୍ଟରୁ ସୁନା ଜବତ। ୩୪୦ ଗ୍ରାମ ସୁନା ଜବତ କଲା କଷ୍ଟମ୍ସ ବିଭାଗ। ଜବତ ସୁନାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ୫୬ ହଜାର ଟଙ୍କା ହେବ। କୁଅାଲାଲମ୍ପୁରରୁ ଚେନ୍ନାଇ ଚାଲାଣ ବେଳେ ଧରା ପଡ଼ିଲା। ସୁନା ଚାଲାଣରେ ସଂପୃକ୍ତ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ୍ସ ବିଭାଗ।
ଅାଳି : ପାଣିଘେରରେ ୫୦ଟି ଦୋକାନ ଘର। ଏଭଳି ଘଟଣା ଦେଖିବାକୁ ମିଳିଛି ଅାଳି ନୂଅାବଜାରରେ। ଲଘୁଚାପ ବର୍ଷା ଛାଡିଯାଇଥିଲେବି ପାଣି ନିଷ୍କାସନ ହୋଇନପାରି ଏଭଳି ଅବସ୍ଥା ଉପୁଜିଛି। ଦୋକାନ ଭିତରେ ବର୍ଷାପାଣି ପଶିଯାଇଥିବାର ବ୍ୟବସାୟୀମାନେ ଦୋକାନ ଖୋଲିନପାରି ହଇରାଣ ହେଉଛନ୍ତି। କଟକ-ଚାନ୍ଦବାଲି ରାସ୍ତାର ଉଚ୍ଚତା ଯୋଗୁ ବର୍ଷା ପାଣି ନିଷ୍କାସିତ ହୋଇପାରୁନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ନିଷ୍କାସନ ବ୍ୟବସ୍ଥା କରାଇବେ ବୋଲି କହିଛନ୍ତି ଅାଳି ତହସିଲଦାର।
କନ୍ଧମାଳ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁରେ ଅଘଟଣ। ବିଦ୍ୟୁତ୍ ସବ୍ଷ୍ଟେସନରେ କାମ କରୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଅାସି ଜଣେ ମିସ୍ତ୍ରୀ ପ୍ରାଣ ହରାଇଛନ୍ତି। ମୃତକ ହେଲେ କିନାରୀ ଗାଁର ପ୍ରଶାନ୍ତ ବିଷୋୟୀ। ଅଘଟଣ ପରେ ଗାଁ ଲୋକେ ସ୍ଥାନୀୟ ମେଡିକାଲରେ ତାଙ୍କୁ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଉକ୍ତ ଅଂଚଳରେ ଅସନ୍ତୋଷ ଦେଖାଦେଇଛି। ଗ୍ରାମବାସୀ ମର ଶରୀରକୁ ରାସ୍ତାରେ ରଖି ଅବରୋଧ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ […]
ସମ୍ବଲପୁର : କୁଚିଣ୍ଡା ଉପଖଣ୍ଡ କୁନ୍ତରା ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରୀଙ୍କୁ ବ୍ଲେଡ ମାଡ଼। ଛାତ୍ରୀଙ୍କ ବେକରେ ଅାଘାତ ଲାଗିଥିବାରୁ ତାଙ୍କୁ କୁନ୍ତରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଯାଇଛି। ଅଭିଯୋଗ ମୁତାବକ, କ୍ୟାମ୍ପସ ଭିତରେ ପ୍ରବେଶ କରି ଜଣେ ଅଣଛାତ୍ର ଯୁକ୍ତ ତିନି ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ କଥା ହେବା ବାହାନାରେ ଡାକି ବ୍ଲେଡରେ ଅାକ୍ରମଣ କରି ଫେରାର୍ ହୋଇଯାଇଥିଲେ। ଏନେଇ କୁଷୁମୀ ଫାଣ୍ଡି ଥାନା ପୋଲିସ୍ ଅଭିଯୁକ୍ତଙ୍କୁ ପଚରାଉଚୁରା କରିବା ସହ ଥାନାରେ ଅଟକ ରଖିଛନ୍ତି […]
କଟକ: ନାବାଳିକାକୁ ୨୨ ଦିନ ଧରି ଘରେ ରଖି ଦୁଷ୍କର୍ମ। ଏଭଳି ଅଭିଯୋଗ ହୋଇଛି କଟକ ଚାଉଳିଆଗଞ୍ଜ ଥାନାରେ। ଅଭିଯୋଗ ଅନୁସାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଜଣେ ନାବାଳିକା ମାସେ ତଳେ ଘରୁ ରାଗି ପଲାଇ ଆସିଥିଲେ।ପରିବାର ଲୋକେ କୌଣସି କାରଣରୁ ଗଣ୍ଡଗୋଳ ଏବଂ ମାରପିଟ୍ କରିବା ପରେ ସେ କଟକ ସ୍ଥିତ ପ୍ରଫେସରପଡ଼ାରେ ରହୁଥିବା ବଡ଼ଭଉଣୀ ଭିଣୋଇଙ୍କ ଘରେ ରହୁଥିଲା। ସେମାନେ ମଧ୍ୟ ଗାଳିଗୁଳଜ କରି ଘରଛାଡ଼ି ଚାଲିଯିବାକୁ ଧମକ ଦେବାରୁ ସେ ଘରଛାଡ଼ି […]
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ଚାଲିଥିବା ପ୍ରସ୍ତୁତି କ୍ରମେ ଅାଜି ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ନେଇ ଏକ ବୈଠକ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଭୁବନେଶ୍ୱର ଗୋପବନ୍ଧୁ ଏକାଡେମୀରେ ଚାଲିଥିବା ଏହି ବୈଠକରେ ଇଭିଏମ୍ ଓ ଭିଭିପ୍ୟାଟ୍ର FIRST LEVEL CHECKING ପାଇଁ ଅାଜି ଜିଲ୍ଲାପାଳଙ୍କୁ ପ୍ରଶିକ୍ଷଣ ଦିଅାଯାଉଛି। ବୈଠକରେ କେନ୍ଦ୍ର ନିର୍ବାଚନ ଅାୟୋଗଙ୍କ ୨ ଜଣ ଅଧିକାରୀ ଯୋଗ ଦେଇଛନ୍ତି। ସେମାନେ ଇଭିଏମ୍ ଓ ଭିଭିପ୍ୟାଟ୍ର ବ୍ୟବହାର ନେଇ ଜିଲ୍ଲାପାଳମାନଙ୍କୁ ପ୍ରଶିକ୍ଷଣ […]
ଭୁବନେଶ୍ୱର : କ୍ରମାଗତ ୩ୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ମାତ୍ରାଧିକ ଭାବେ ବୃଦ୍ଧି ପାଇଛି। ସେପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୃଦ୍ଧି ପାଉଥିବା ତୈଳ ଦରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦେଶରେ ତୈଳଦର ବୃଦ୍ଧି ଚିନ୍ତାଜନକ। ଅନ୍ତରାଷ୍ଟ୍ରୀୟ ବଜାରରେ ତେଲଦାମ ଚିନ୍ତାଜନକ ଭାବେ ବଢିଛି। ଅାମେରିକାର ବୈଦେଶିକ ନୀତି ଯୋଗୁଁ ବିଶ୍ୱର ସବୁ ଦେଶର ମୁଦ୍ରା ଡଲାର ତୁଳନାରେ ଅବମୂଲ୍ୟାୟନ ହୋଇଛି। ଭାରତୀୟ ଏଥିପାଇଁ ତେଲ ଦର […]