ଭୁବନେଶ୍ୱର : ବିଜେଡିର ‘ମୁଁ ହିରୋ’ କାର୍ଯ୍ୟକ୍ରମକୁ ବିରୋଧୀଙ୍କ ସମାଲୋଚନା। ଅାଜି କଟକରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ୩୬ ଲକ୍ଷ ଯୁବକ କାମ ଅପେକ୍ଷାରେ ଥିବା ବେଳେ ୬୦ ଲକ୍ଷ ବାହାରେ ଖଟୁଛନ୍ତି। ତେଣୁ ସରକାର ପ୍ରଥମେ ଜିରୋଙ୍କୁ ହିରୋ କରନ୍ତୁ। ସେପଟେ ନିର୍ବାଚନ ପ୍ରଚାର ନାଁରେ ଏହା କେବଳ ଏକ ସ୍ଲୋଗାନ […]
ବାରିପଦା : ବାରିପଦାର ଅମର୍ଦ୍ଦା ଏୟାରଷ୍ଟ୍ରିପ୍କୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ଦାବିରେ ଜେଏମ୍ଏମ୍ର ଅାନ୍ଦୋଳନ। ଏହି ଦଳ ପକ୍ଷରୁ ଅାଜି ବାରିପଦା ଦେଇ ଯାଇଥିବା ରାଜପଥ ଅବରୋଧ କରାଯାଇଛି। ଜେଏମ୍ଏମ୍ କର୍ମୀମାନେ ବାରିପଦା, ପାଲବଣି, ବୈଶିଙ୍ଗା, ବେତନଟୀ ସମେତ ବାଲେଶ୍ୱରର କିଛି ସ୍ଥାନରେ ମଧ୍ୟ ରାସ୍ତା ଅବରୋଧ କରିଛନ୍ତି। ଏହା ଦ୍ୱାରା ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ଏସିଅାର ସର୍ବବୃହତ ଏୟାରଷ୍ଟ୍ରିପ୍ […]
ରାଉରକେଲା: ରାଉରକେଲାରେ ଆଜି ଏକ ବଡ଼ ଧରଣର ଅଘଟଣ ଘଟିଛି। ରାଉରକେଲା ସିଭିଲ୍ ଟାଉନ୍ ସିପ୍ରେ ୭୦ ଫୁଟ୍ ଉଚ୍ଚର ପାଣି ଟାଙ୍କି ଭୁଶୁଡ଼ି ପଡ଼ିଛି । ପାଣି ଟାଙ୍କି ଭୁଶୁଡ଼ିବାରୁ ତଳେ ଥିବା ୱେସ୍କୋ ଅଫିସ୍ ଭାଙ୍ଗି ଚୁର୍ମାର୍ ହୋଇଯାଇଛି। ତେବେ ପାଣି ଟାଙ୍କି ଭୁଶୁଡିବା ବେଳେ ୱେସ୍କୋ ଅଫିସ୍ରେ କେହି ଥିଲେ କି ନାହିଁ, ତାହା ଜଣାପଡ଼ିନି। ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଣି ଟାଙ୍କି ନିର୍ମାଣ କରାଯାଇ ଥିବା ନେଇ ସୂଚନା ମିଳିଛି।
ଭୁବନେଶ୍ୱର: ଓଡ଼ିଶା ଉପରୁ ଅବପାତ ପ୍ରଭାବ ଯାଇଥିଲେ ତେବେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। କାଲି ଯାଏ ପ୍ରବଳ ବର୍ଷିବ। ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ବର୍ଷା ସମ୍ଭାବନା ନେଇ କାଲି ପର୍ଯ୍ୟନ୍ତ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଲା- ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର। ସେହିପରି ଘଡ଼ଘଡ଼ି ଏବଂ ବଜ୍ରପାତ ନେଇ ଆଉ ୬ ଜିଲ୍ଲାକୁ ସତର୍କ […]
ନୟାଗଡ଼: ବୋମା ମାଡ଼ କରି ଉଡ଼ାଇଦେବାର ପ୍ଲାନିଂ। ତିନି ଜଣ ଯୁବକ ମାତାଲ୍ ହୋଇ ବୋମା ଧରି ଜଣେ ଯୁବକଙ୍କୁ ଖୋଜି ଖୋଜି ବିଭିନ୍ନ ଜାଗାରେ ବୋମାମାଡ଼ କରି ଆତଙ୍କ ଖେଳାଇଦେଲେ ଓ ଶେଷରେ ନିଜ ବୋମାରେ ନିଜେ ଆହତ ହେଲେ। ଆଉ ବିନା ଦୋଷରେ ଜଣ ପଥଚାରୀ ବି ଆହତ ହେଲେ। ଗତକାଲି ରାତିରେ ଏମିତି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ। ସୂଚନା ଅନୁସାରେ, କୋମଣ୍ଡର ଜଣେ ଯୁବକ ଗତ ରାତିରେ ବେଲଗୁଣ୍ଠାର […]
ବ୍ରହ୍ମପୁର: ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା। ସବୁଠୁ ବେଶୀ ପ୍ରଭାବିତ ହୋଇଛି ଗଞ୍ଜାମ ଓ ଗଜପତି ଜିଲ୍ଲା। ତେବେ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ଗୋକୁଳପୁର ନିକଟରେ ପଦ୍ମା ନଦୀର ପୋଲ ଭାସିଯାଇଛି। ଏଥିଯୋଗୁଁ ୧୦ଖଣ୍ଡ ଗାଁର ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ଲୋକମାନେ ବିପଦସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ପୋଲ ପାରି ହେଉଛନ୍ତି। ଗୋକୁଳପୁର ଠାରୁ ଡୁମ୍ବୁଳା ଗାଁକୁ ସଂଯୋଗ କରୁଥିବା ଏକ ପୋଲ ଭାସି ଯାଇଥିବାରୁ ଲୋକମାନେ ନାହିଁ ନଥିବା […]
ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ। କେନ୍ଦ୍ର ସରକାରଙ୍କ ପାଖରେ ଏ ନିଷ୍ପତ୍ତି ଅଟକି ନାହିଁ। ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତିକୁ କେନ୍ଦ୍ର ସରକାର ଅପେକ୍ଷା କରିଛନ୍ତି। ଓଡ଼ିଶା ସରକାର ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ଦୁଇଟି ବେଞ୍ଚ୍ ପ୍ରତିଷ୍ଠାପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାରଙ୍କ ନିକଟରୁ ପ୍ରସ୍ତାବ ମିଳିବା ପରେ କେନ୍ଦ୍ର ସରକାର […]
ଚିଲିକା: ଚିଲିକାରେ ଡଙ୍ଗାବୁଡି ଘଟଣା ପରେ ଡଙ୍ଗା ଚଳାଚଳ ବନ୍ଦ ରହିଛି। ଘଟଣାକୁ ଦୁଇମାସ ବିତିଗଲା ପରେ ବି ଡଙ୍ଗା ଚଳାଚଳ ପାଇଁ ଅନୁମତି ମିଳିନି। ଫଳରେ ଡଙ୍ଗା ଚାଳକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଡଙ୍ଗା ଚଳାଇ ପରିବାର ପୋଷୁଥିବା ଚାଳକ ଏବେ ଘରେ ହାତ ବାନ୍ଧି ବସିଛନ୍ତି। ଟଙ୍କା କେଉଁଠୁ ଆସିବ ଓ କେମିତି ପରିବାର ଚଳିବ ଏହାକୁ ନେଇ ୩ ଶହରୁ ଅଧିକ ପରିବାର ଏବେ ଚିନ୍ତାରେ। ଅନ୍ୟପଟେ ଓଳିଏ ଖାଇଲେ ଆର […]
ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେୱାଡାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଦନ୍ତେୱାଡାର ଫେରେସାଲ ଜଙ୍ଗଲରେ ଏକ ବଡ ଧରଣର ମାଓ ଶିବିର ଥିବା ସୂଚନା ପାଇ ଛତିଶଗଡ ପୋଲିସ ଓ ସିଆରପିଏଫ୍ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା। ପୋଲିସକୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଓ କିଛି ମାଓ ସାମଗ୍ରୀ ଜବତ ହୋଇଛି। ମାଓବାଦୀମାନେ ଏକ ବଡ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା ପୋଲିସ […]
କଟକ: କଟକ ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତ ଗିରଫ। ପ୍ରାଥମିକ ତଦନ୍ତ ପରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତଙ୍କ ସନ୍ଧାନ ଏବେ ପୋଲିସ୍ କରୁଛି। ଏକ ସ୍ପେଶାଲ ଟିମ ଗଠନ କରି ମାମଲାର ଖୋଳତାଡ଼ ହେଉଥିବା ଡିସିପି ସୂଚନା ଦେଇଛନ୍ତି। ୧୬୧ ଧାରାରେ ଚାଉଳିଆଗଞ୍ଜ ଥାନା ପୋଲିସ ପୀଡିତାର ବୟାନ ରେକର୍ଡ କରିଛି। ପୋଲିସ ସୋମବାର ରାତିରେ ୧୫ ବର୍ଷୀୟା […]
ଭୁବନେଶ୍ୱର : ବିଶ୍ୱକପ୍ ହକି ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି ସତ ହେଲେ ରାଜ୍ୟରେ ଉନ୍ନତମାନର ହୋଟେଲର ଅଭାବ ମୁଣ୍ଡବିନ୍ଧା ବଢାଇ ଦେଇଛି। କାରଣ ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ୧୬ଟି ଦେଶର ଖେଳାଳି , ଟୁର୍ଣ୍ଣାମେଣ୍ଟ ଅଫିସିଅାଲ, ହକି ସଂଘର କର୍ମକର୍ତ୍ତା, ଭିଭିଅାଇପି , ଟିଭି ବ୍ରଡକାଷ୍ଟର ଓ ଦେଶ ବିଦେଶରୁ ଅାସିବାକୁ ଥିବା ଦର୍ଶକଙ୍କ ପାଇଁ ରାଜଧାନୀରେ ନାହିଁ ପର୍ଯ୍ୟାପ୍ତ ସଂଖ୍ୟକ ଷ୍ଟାର ହୋଟେଲ। ଖେଳାଳି ଓ ଅଫିସିଅାଲଙ୍କ ଲାଗି ରାଜ୍ୟ ସରକାର ଭୁବନେଶ୍ୱରର […]
ଅନୁଗୁଳ : ସାତକୋଶିଅାରେ ପାଦ ରଖିବା ପରେ, ସ୍ଥାନୀୟ ଲୋକଙ୍କ ନିଦ ଉଡ଼ାଇ ଦେଇଛି, ବାନ୍ଧବଗଡ଼ର ‘ସୁନ୍ଦରୀ’। ଗାଁ ମୁଣ୍ଡରେ ବାଘପଞ୍ଝାର ଚିହ୍ନ ଦେଖିବା ପରେ ଗାଁ ସାରା କୋକୁଅା ଭୟ। ଜୀବନ ବଞ୍ଚାଇ ଘରେ ରହିବେ, ନା ପେଟ ପୋଷିବାର ମାଧ୍ୟମ ଛେଳିଗୋରୁଙ୍କୁ ଚରେଇବାକୁ ନେବେ। ଏବେ ଅଭୟାରଣ୍ୟ ଅଞ୍ଚଳର କଟରଙ୍ଗ ବାସିନ୍ଦାଙ୍କୁ ସେଇ ଚିନ୍ତା ଘାରିଛି। ବାଘଠାରୁ ରକ୍ଷା ପାଇବାକୁ ଲୋକେ ଠେଙ୍ଗାବାଡ଼ି ଧରି ଦଳବଳ ହୋଇ ପହରା ଦେଉଛନ୍ତି। ଏଣେ କାମଧନ୍ଦା ପାଇଁ […]
କଟକ: କଟକରେ ଜଣେ ନାବାଳିକାଙ୍କୁ ୨୨ ଦିନ ଧରି ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। କଟକ ଭଳି ଜାଗାରେ ୨୨ ଦିନ ଦୁଷ୍କର୍ମ କରାଗଲା କିନ୍ତୁ ପୋଲିସ କେମିତି ଟେର ପାଇଲାନି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର। ପୀଡ଼ିତା ତିର୍ତ୍ତୋଲର ଝିଅ ହୋଇଥିବା ବେଳେ ସରକାରୀ ଦଳ ସେଠି ର୍ନିବାଚନ ଲଢ଼ିବାକୁ ବସିଛି। ଏହି ଘଟଣାରେ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ, ଗୃହ ମନ୍ତ୍ରୀ ମୁହଁ […]
ଭୁବନେଶ୍ୱର : ଡାକ୍ତର ରବୀନ୍ଦ୍ର ରଥ ମୃତ୍ୟୁ ମାମଲାର ନୂଅା ଖୁଲାସା । ବାଇକ୍ ପଛରେ ବସି ପ୍ଲାଟଫର୍ମ ଯାଇଥିବା CCTV ଫୁଟେଜ୍ରୁ ଜଣାପଡ଼ିଛି। ତେବେ କାହା ଗାଡ଼ି ପଛରେ ବସି ରବୀନ୍ଦ୍ର ଯାଇଥିଲେ ସେନେଇ ତଦନ୍ତ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି। ସୂଚନା ମୁତାବକ, ଅଘଟଣ ଦିନ ରାତି ୯ଟା ୧ରେ ରବୀନ୍ଦ୍ର ଜଣେ BMC କର୍ମଚାରୀଙ୍କ ପତ୍ନୀଙ୍କ ଫୋନ୍ ନମ୍ବରରେ କଥା ହୋଇଥିଲେ । କର୍ମଚାରୀଙ୍କ ପତ୍ନୀଙ୍କ ନମ୍ବର ରବୀନ୍ଦ୍ରଙ୍କ ଫୋନରେ ସେଭ୍ […]
କୋରାପୁଟ : କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷା । ଫଳରେ କୋରାପୁଟ ଉପର କୋଲାବ, ମାଛକୁଣ୍ଡ ଓ ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। କୋରାପୁଟ ଉପର କୋଲାବ ଜଳ ଭଣ୍ଡାରରେ ଜଳପତ୍ତନ ବୃଦ୍ଧି ପାଇଛି। ଏଠାରେ ବିପଦ ସଂକେତ ୮୫୮ ମିଟର ଥିବା ବେଳେ ଏବେ ଜଳପତ୍ତନ ୮୫୭ ମିଟର ରହିଛି। ଅାଜି ଅପରାହ୍ନ ୪ଟାରେ ଗେଟ୍ ଖୋଲିବା ନେଇ ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଏ ନେଇ ସେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି […]
ରାଉରକେଲା : ଚିକିତ୍ସା ଅବହେଳାରୁ ଗର୍ଭବତୀ ଓ ଗର୍ଭସ୍ଥ ଶିଶୁର ମୃତ୍ୟୁ ଅଭିଯୋଗ। ଏହି ସଂଗୀନ ଅଭିଯୋଗ ଅାସିଛି ରାଉରକେଲା ସରକାରୀ ହସ୍ପିଟାଲରୁ। ସୂଚନା ଅନୁସାରେ ମାଲଗୋଦାମ ବସ୍ତିର ହରିଶ୍ଚନ୍ଦ୍ର ପାତ୍ରଙ୍କ ଗର୍ଭବତୀ ପତ୍ନୀ ଭାମା କିଷାନଙ୍କୁ ଗତକାଲି ରାତି ପ୍ରାୟ ୧୧ଟାରେ ଏହି ହସ୍ପିଟାଲକୁ ଅଣାଯାଇଥିଲା। ସେ ପ୍ରାୟ ସାଢ଼େ ୯ ମାସର ଗର୍ଭବତୀ ଥିଲେ। ପ୍ରସବ ବେଦନା ହେବାରୁ ହସ୍ପିଟାଲକୁ ତାଙ୍କୁ ଅଣାଯାଇଥିଲା। ନର୍ସ ସ୍ୱାସ୍ଥ୍ୟବସ୍ଥା ଚେକ୍ କରି ଭର୍ତ୍ତି କରାଇଥିଲେ। କିନ୍ତୁ ଅାସିଲେନି […]
ଭୁବନେଶ୍ୱର : ସିସିଟିଭି ଫୁଟେଜରୁ ଜଣାପଡିଛି ମୃତ୍ୟୁର କିଛି ସମୟ ପୂର୍ବର ଦୃଶ୍ୟ । ଶୁକ୍ରବାର ରାତି ୯ଟା ୧୦ ମିନିଟ୍ରେ ସାମନ୍ତରାପୁରସ୍ଥିତ ନିଜ କ୍ଲିନିକ ଛାଡିଥିଲେ ଡାକ୍ତର ରବୀନ୍ଦ୍ର ନାଥ ରଥ। ଏକ ଫୋନ୍ କଲ୍ ଅାସିବା ପରେ କ୍ଲିନିକ୍ ଛାଡି ରେଲୱେ ଷ୍ଟେସନ ବାହାରିଥିଲେ। ଅାଉ ଷ୍ଟେସନ୍ରେ ପହଞ୍ଚିବାର ମାତ୍ର ୧୫ ମିନିଟ୍ ପରେ ମିଳିଲା ମୃତଦେହ। ତେବେ ସାମନ୍ତରାପୁର ସ୍ଥିତ ତାଙ୍କ କ୍ଲିନିକରୁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ଅନେକ ଘଟଣା ସନ୍ଦେହ ସୃଷ୍ଟି […]
ଭୁବନେଶ୍ୱର : ଓଡ଼ିଆରୁ ଭାଷଣ ଅାରମ୍ଭ କରି, ଡାକ୍ତରୀ ଜୀବନରେ ନୂଅା କରି ପାଦ ଥାପିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଉପରାଷ୍ଟ୍ରପତି ଏମ୍.ଭେଙ୍କେୟା ନାଇଡୁଙ୍କ ଗୁରୁମନ୍ତ୍ର। ଡାକ୍ତରୀ ପେଶାକୁ କମିଶନ ନକରି ମିଶନରେ ପରିଣତ କରିବାକୁ ଦେଇଛନ୍ତି ଅାହ୍ୱାନ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ସହ ଶରୀର ଓ ମନରେ ବି ସ୍ୱଚ୍ଛ ରହିବାକୁ ଦେଇଛନ୍ତି ପରାମର୍ଶ। ପ୍ରଥମ ସମାବର୍ତ୍ତନ ଉତ୍ସବକୁ ନେଇ ଅାଜି ବେଶ୍ ଚଳଚଞ୍ଚଳ ଥିଲା ଭୁବନେଶ୍ୱର ଏମ୍ସ। ଏହି ଅବସରରେ ନାଇଟ୍ ସେଲ୍ଟର୍, ବର୍ଣ୍ଣ ୟୁନିଟ୍ […]
ଭୁବନେଶ୍ୱର: ବରମୁଣ୍ଡା ଓଭରବ୍ରିଜ୍ ଉପରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ଟ୍ରେଲରକୁ ପଛପଟୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ। ଦୁର୍ଘଟଣା ପରେ କ୍ୟାବିନ ଭିତରେ ଚାପି ହୋଇଯାଇଛନ୍ତି ଡ୍ରାଇଭର। ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ କରୁଛନ୍ତି। ସୂଚନା ଅନୁସାରେ ବିଶାଖାପାଟଣାରୁ ଗୋଟିଏ କମ୍ପାନୀର ୧୧ଟି ଗାଡି ବଣେଇ ଅଭିମୁଖେ ଯାଉଥିଲା।କିନ୍ତୁ ବରମୁଣ୍ଡା ଓଭରବ୍ରିଜ୍ ଉପରେ ଗୋଟିଏ କଲମ୍ ଲୁହା ଟ୍ରକ୍ ଖରାପ ହୋଇଯିବାରୁ ସେଠାରେ ଅଟକି ରହିଥିଲା। କିନ୍ତୁ ପଛରୁ ଆସୁଥିବା ସେହି […]
ପୁରୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଙ୍କ ବିହାରୀ ବାଜପେୟୀଙ୍କ ଅସ୍ଥିକଳସ ଶୋଭଯାତ୍ରା ବେଳେ ଅଣ୍ଡାମାଡ଼ ଘଟଣାରେ ଜଣେ ଗିରଫ। ପୁରୀ ଚନ୍ଦନପୁରର ଦୀପକ ମହାପାତ୍ର ନାମକ ଯୁବକକୁ ଗିରଫ କରିଛି ସ୍ଥାନୀୟ ପୁଲିସ୍। କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍କୁ ପଠାଇ ଦିଅାଯାଇଛି। ଗତ ୨୩ ତାରିଖରେ ବାଜପେୟୀଙ୍କ ଅସ୍ଥି କଳସ ମହୋଦଧିରେ ବିସର୍ଜନ ପାଇଁ ଶୋଭାଯାତ୍ରାରେ ପୁରୀ ନିଅାଯିବା ବାଟରେ ଚନ୍ଦନପୁର ନିକଟରେ ଶୋଭାଯାତ୍ରା ଉପରକୁ ବିଜୁ ଯୁବ ବାହିନୀର କର୍ମକର୍ତ୍ତା […]
ଭୁବନେଶ୍ୱର : ପୂର୍ବତନ ରଣଜୀ ଖେଳାଳି ରଶ୍ମିରଞ୍ଜନ ପରିଡ଼ା ହେଲେ ଓଡ଼ିଶା କ୍ରିକେଟ ଦଳର ନୂଅା କୋଚ୍। ୨୦୧୮-୧୯ ରଣଜୀ ସିଜିନ୍ ପାଇଁ ରଶ୍ମିରଞ୍ଜନଙ୍କୁ କୋଚ୍ ନିଯୁକ୍ତ କରିଛି ଓଡ଼ିଶା କ୍ରିକେଟ ଅାସୋସିଏସନର କାର୍ଯ୍ୟକାରୀ କମିଟି। ଦେବାଶିଷ ମହାନ୍ତିଙ୍କ ସ୍ଥାନରେ ରଶ୍ମିରଞ୍ଜନ ନିଯୁକ୍ତ ହୋଇଛନ୍ତି। ଦେବାଶିଷ ଜାତୀୟ କନିଷ୍ଠ ଚୟନକର୍ତ୍ତା ଭାବେ ନିଯୁକ୍ତି ପାଇବା ପରେ କୋଚ୍ ପଦ ଖାଲି ହୋଇଥିଲା। ରଶ୍ମୀରଞ୍ଜନ ୧୩୯ଟି ପ୍ରଥମ ଶ୍ରେଣୀ ମ୍ୟାଚର ଅଭିଜ୍ଞତା ରଖିଛନ୍ତି। ସେ ଓଡ଼ିଶା ବ୍ୟତୀତ ରାଜସ୍ଥାନ, […]
କେନ୍ଦ୍ରାପଡ଼ା : ଦୁଇ ଜଣ ଯୁବତୀଙ୍କୁ ବିବାହ କରି ଯୁବକ ହଟହଟା। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ପରିସରରେ। ଅଭିଯୋଗ ଅନୁସାରେ ରାଜକନିକା ଥାନା ମେଘପୁର ଗାଁର ରଜନୀକାନ୍ତ ରାଉତ ପ୍ରଥମେ ଚାନ୍ଦବାଲି ଅଞ୍ଚଳରେ ବିବାହ କରିଥିଲେ। ତେବେ ଦୁଇମାସ ପରେ ସ୍ତ୍ରୀକୁ ଘରୁ ବାହାର କରି ଦେଇ ରାଜକନିକା କାଟଣା ଗାଁରେ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗ ହୋଇଛି। କିଛି ଦିନ ପରେ ରଜନୀକାନ୍ତ ତାଙ୍କୁ ନିର୍ଯାତନା ଦେଉଥିବା ସେ […]
ଭୁବନେଶ୍ୱର : ରାଜ୍ୟରେ ଚାଲିଛି ଏବେ ଖଟିଅା ଅାମ୍ବୁଲାନ୍ସ। ଅସଲି ୧୦୨ କି ୧୦୮ ଅାମ୍ବୁଲାନ୍ସ ଠିକ୍ ସ୍ଥାନରେ ଠିକ୍ ସମୟରେ ପହଞ୍ଚି ପାରୁନି। ତେଣୁ ଲୋକଙ୍କ ଭରସା ପାଲଟିଛି ଖଟିଅା ଅାମ୍ବୁଲାନ୍ସ। ଏମିତି କ ଖବର ଆସିଛି । ଖଟିଅାରେ ଜନ୍ମ ହୋଇଛି ଶିଶୁ କନ୍ୟା। ବାଲେଶ୍ୱରରେ ଶିଳ୍ପାଞ୍ଚଳ ଥାନା ପୋଖରୀ ସାହିରେ ଏହି ଘଟଣା ଘଟିଛି। ମିନା ସିଂ ନାମକ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା ହେବାରୁ ୧୦୨ ଅାମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। […]
ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପସାଗର ଅାଖପାଖରେ ଲଘୁଚାପ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ରାଜ୍ୟରେ ଅାଜି ଠାରୁ ୨୮ ଯାଏଁ ବର୍ଷା ଲାଗି ରହିବ। ଅାଜି ପଶ୍ଚିମ, ଅାଭ୍ୟନ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ । କାଲିଠୁ ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ରାୟଗଡ଼ା,ବରଗଡ଼, ସୁନ୍ଦରଗଡ଼, ନୂଅାପଡ଼ା ଓ ସୋନପୁର ଜିଲ୍ଲାରେ ୨୭ରୁ ଅନ୍ୟ ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା କହିଛି ବ୍ରାହ୍ମଣୀ, ବୈତରଣୀ, […]
କନ୍ଧମାଳ: ଜଙ୍ଗଲରେ ଶବ ସତ୍କାରକୁ ଗ୍ରାମବାସୀଙ୍କ ବିରୋଧ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମାଝୀପଡାରେ ମୃତକଙ୍କ ଶବ ସତ୍କାରକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏଠାକାର ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ପରେ ଗ୍ରାମବାସୀ ତାଙ୍କର ଦେହାନ୍ତ କରୋନାରେ ହୋଇଛି ସନ୍ଦେହ କରି ଶବ ସତ୍କାରକୁ ବିରୋଧ କରିଛନ୍ତି। ତାଙ୍କ ଶବ ସତ୍କାର ପାଇଁ ପରିବାରଲୋକ ଓ ପ୍ରଶାସନ ମିଶି ମାଝୀପଡ଼ା ଜଙ୍ଗଲର ଘାଟି ଜାଗାକୁ ଆଣିଥିଲେ। ଖବର ପାଇ ଗ୍ରାମବାସୀ ସେଠାରେ […]