ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ମଳଙ୍ଗ ଗାଁରେ ନବବଧୁଙ୍କ ଅାତ୍ମହତ୍ୟା ଅଭିଯୋଗ। ଏପଟେ ତାଙ୍କ ଝିଅକୁ ମାରିଦିଅାଯାଇଥିବା ଅଭିଯୋଗ କରିଛନ୍ତି ନବବଧୂଙ୍କ ପରିବାର ଲୋକେ। ସେମାନେ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନବବଧୂଙ୍କ ସ୍ୱାମୀକୁ ନିସ୍ତୁକ ମାଡ଼ ମାରିଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ପରେ ଖନ୍ତାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି, ସ୍ୱାମୀ, ଶ୍ୱଶୁର ଓ ଶାଶୁକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମଳଙ୍ଗ ଗାଁର ମୃତ୍ୟୁଞ୍ଜୟ ପାଢୀ ୩ ମାସ ତଳେ […]
କେନ୍ଦ୍ରାପଡ଼ା: ଟିଟୋ ଲିଙ୍କ୍ରେ ପୁଣି ଜଣଙ୍କୁ କ୍ରାଇମବ୍ରାଞ୍ଚର STF ଟିମ୍ ଉଠାଇ ନେଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ମହିପାଳର କମ୍ପ୍ୟୁଟର ଦୋକାନୀ ସରୋଜ ପତିଙ୍କୁ ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚର STF ଟିମ୍ ଉଠାଇ ନେଇ ପଚରାଉଚରା ଚଳାଇଥିବା ଥିବା ସୂଚନା ମିଳିଛି। ଟିଟୋ ଓ ତା’ର ଭାଇମାନଙ୍କ ଘରେ ସରୋଜ ସିସିଟିଭି କ୍ୟାମେରା ଲଗାଇଥିଲା। ତେବେ ଟିଟୋ ଗିରଫ ପରେ ସରୋଜ ଏଥିରୁ ପ୍ରମାଣ ନଷ୍ଟ କରିଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିଲା। କେବଳ ଏତିକି ନୁହେଁ ଟିଟୋର […]
ମୟୂରଭଞ୍ଜ: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ କଇଁଫୁଲିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦୁଇଜଣ ହେଲେ ଦିଅର ଭାଉଜ। ଗୁରୁତର ୨ଜଣଙ୍କୁ ବେତନଟୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଗତକାଲି ଛତୁ ଖାଇବା ପରେ ସମସ୍ତେ ଅସୁସ୍ଥ ଅନୁଭବ କରିଥିଲେ। ପ୍ରଥମେ ଦିଅର ପରେ ଭାଉଜଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ସ୍ଥିତି ଅନୁଧ୍ୟାନ […]
ଭୁବନେଶ୍ୱର: ବରିଷ୍ଠ ଓଡ଼ିଆ ସିନେ ଅଭିନେତା ଦେବୁ ବୋଷଙ୍କ ପରଲୋକ ହୋଇଯାଇଛି। ହାଇଦ୍ରାବାଦରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଗତ ଏପ୍ରିଲ ମାସରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏହା ପୂର୍ବରୁ ମଧ୍ୟ ସେ ୨ଥର ହୃଦ୍ଘାତର ଶିକାର ହୋଇଥିଲେ। ୧୯୪୨ ମସିହା ଡିସେମ୍ବର […]
କଟକ: ତିର୍ତ୍ତୋଲ ଅଞ୍ଚଳର ଜଣେ ନାବାଳିକାଙ୍କୁ କଟକରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଅନ୍ୟ ଜଣେ ଫେରାର ଅଭିଯୁକ୍ତକୁ କମିଶନରେଟ ପୋଲିସ୍ ଗିରଫ କରିଛି। ପୂର୍ବରୁ ଜଣଙ୍କୁ ଗିରଫ କରି ପଚରାଉଚରା ଚଳାଇଥିଲା ପୋଲିସ୍। ଏବେ ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍। ଗିରଫ ଦୁଇ ଅଭିଯୁକ୍ତ ହେଲେ ସନ୍ତୋଷ ବେହେରା ଓ ରାକେଶ ରାଉତ। ଏହି ମାମଲାରେ ଶୀଘ୍ର ତଦନ୍ତ ଶେଷ କରି ଅଭିଯୋଗପତ୍ର ଦାଖଲ କରାଯିବା ସହ ପୀଡ଼ିତାଙ୍କୁ ନ୍ୟାୟ ପାଇଁ […]
ଭୁବନେଶ୍ୱର : ଓଡ଼ିଶାରେ ପହଞ୍ଚିଲେ କେରଳ ବନ୍ୟା ପୀଡ଼ିତ । କେରଳ ବନ୍ୟାରେ ଫସିରହିଥିବା ଓଡ଼ିଆମାନେ ଆଜି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରାଜ୍ୟ ସରକାର ଏହି ଓଡିଆଙ୍କୁ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରିଥିଲେ। ଗତ ୧୦ରୁ ଅଧିକ ଦିନ ଧରି କେରଳରେ ଫଶି ରହିଥିଲେ ଏହି ଓଡ଼ିଆମାନେ । ବନ୍ୟା ଛାଡ଼ିବା ପରେ ନିଜ ନିଜ ଘରକୁ ଫେରୁଛନ୍ତି ସେମାନେ। ନିଜ ଆଖିରେ ଦେଖିଥିବା କେରଳର ବନ୍ୟା ବିଭୀଷିକାକୁ ମିଡିଆ […]
ରାଉରକେଲା : ତାମିଲନାଡୁ ଚାଲାଣ ବେଳେ ୧୦ ଜଣ ନାବାଳିକା ଓ ୩ଜଣ ନାବାଳକଙ୍କୁ ଉଦ୍ଧାର କଲା ରାଉରକେଲା ରେଳବାଇ ପୁଲିସ ଓ ରେଳ ସୁରକ୍ଷା ବଳ। ଟାଟା ଅାଲେପି ଏକ୍ସପ୍ରେସରେ ଏମାନଙ୍କୁ ତାମିଲନାଡ଼ୁ ଚାଲାଣ କରାଯାଉଥିଲା। ଓଡ଼ିଶା-ଝାଡ଼ଖଣ୍ଡ ସୀମା ମନୋହରପୁର ଓ ଚକ୍ରଧରପୁର ଅଞ୍ଚଳର ଦଲାଲ ଏମାନଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ତାମିଲନାଡୁ ଚାଲାଣ କରୁଥିବା ଖବର ପୁଲିସ୍ ପାଇବା ପରେ ଏମାନଙ୍କୁ ଉଦ୍ଧାର କରିଛି । ଏନେଇ ଜିଅାରପି ଏକ ମାମଲା ରୁଜୁ କରି […]
ଗଂଜାମ: ଲୋକେ ପାଖୋରୀରେ ଗାଧୋଉଥିଲା ବେଳେ ଛିଣ୍ଡି ପଡ଼ିଲା ବିଦ୍ୟୁତ ତାର। ଗଂଜାମ କବିସୂର୍ଯ୍ୟନଗର ଗୁଡ଼ଇାଳି ଗାଁରେ ଏହି ଅଘଟଣ ଘଟିଛି। ଲୋକେ ପୋଖରୀରେ ଗାଧୋଉଥିବା ବେଳେ ବିଦ୍ୟୁତ ତାର ଛିଣ୍ଡିବାରୁ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଆସିକା ଓ କବିସୂର୍ଯ୍ୟନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସମସ୍ତଙ୍କ ଅବସ୍ଥା ବିପଦମୁକ୍ତ ଥିବା ଜଣାପଡ଼ିଛି।
ସୋର (ଶଶୀକାନ୍ତ ବେହେରା): ବାଲେଶ୍ୱର ସୋରରେ ବିଶାଳକାୟ ସାର୍କର ମୃତଦେହ ଉଦ୍ଧାର । ଶ୍ରୀଜଙ୍ଗ ପଞ୍ଚାୟତ କଣ୍ଟିଆଚେରା ନାଳରେ ଆଜି ସକାଳୁ ସାର୍କର ମୃତଦେହ ଦେଖିବାକୁ ମିଳିଛି। ସୁଟିଂପାହି ନିକଟରେ ଥିବା ଏକ ସଂକୀର୍ଣ୍ଣ ନାଳରେ ସାର୍କର ମୃତଦେହ ଲାଗିଛି ।…
ଭୁବନେଶ୍ୱର: ରାଜ୍ୟରେ ଆଜି ଦୈନିକ କରୋନା ସଂକ୍ରମଣ ୪ ହଜାର ଟପିଛି। ଦ୍ରୁତ ଗତିରେ ବଢୁଥିବା ସଂକ୍ରମଣ ହାର ରାଜ୍ୟବାସୀଙ୍କ ନିଦ ହଜାଇ ଦେଇଛନ୍ତି। ସବୁଠାରୁ ବେଶି ଚିନ୍ତା ବଢାଇଛି ଖୋର୍ଦ୍ଧା ଓ ସୁନ୍ଦରଗଡ । ଏହି ଦୁଇ ଜିଲ୍ଲାରୁ ସବୁବେଳେ…
ଭୁବନେଶ୍ୱର : ଶିକ୍ଷକଙ୍କୁ ନିୟମିତ କରିବାକୁ ସରକାର ଅାହ୍ୱାନ କରିଥିବା ସତ୍ୟପାଠକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୨୦୧୭ ମସିହା ଠାରୁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକଙ୍କୁ ନିୟମିତ କରିବା ବାହାନାରେ ରାଜ୍ୟ ସରକାର ସେମାନଙ୍କଠାରୁ ବିଜ୍ଞପ୍ତି ଜରିଅାରେ ସତ୍ୟପାଠ ଅାହ୍ୱାନ କରିଥିଲେ। ତେବେ ସତ୍ୟପାଠରେ ଯେଉଁ ସବୁ ସର୍ତ୍ତ ରଖାଯାଇଥିଲା ତାହା ଶିକ୍ଷକ ଓ ଅଧ୍ୟାପକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ଦର୍ଶାଇ କୋର୍ଟରେ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟର ବିଚାରପତି ଜଷ୍ଟିସ […]
ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ) : ବାଲେଶ୍ୱରରେ ଶିଳ୍ପର ହାଲ ବେହାଲ । ଏଭଳି ସ୍ଥିତିରେ ଦୀର୍ଘ ୨୨ ବର୍ଷ ପରେ ରାଜ୍ୟ ସରକାରଙ୍କର ଉତ୍ତର ଓଡିଶାରେ ଶିଳ୍ପ ଅଭିବୃଦ୍ଧି କଥା ମନେ ପଡିଛି । ବାଲେଶ୍ୱର ଗସ୍ତରେ ଆସି ଶିଳ୍ପଦ୍ୟୋଗୀମାନଙ୍କ ସହ ଆଲୋଚନା…
ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ) : କରୋନା ସଙ୍କଟକୁ ଦେଖି ସହରାଞ୍ଚଳରେ ଶ୍ରମଭିତ୍ତିକ କର୍ମ ନିଯୁକ୍ତି ଯୋଜନା ଆରମ୍ଭ କରିଥିଲେ ରାଜ୍ୟ ସରକାର । ଲକ୍ଷ୍ୟ ଥିଲା ସହରାଞ୍ଚଳ ଓ ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କୁ ମିଳିବ କର୍ମ ସଂସ୍ଥାନ । ଏହି ଯୋଜନା…
ସୀମା ମୁକୁଳା, ଅବାଧରେ ପ୍ରବେଶ କରୁଛନ୍ତି ପ୍ରବାସୀ କଟକଣା ନଥିବାରୁ ବଢୁଛି କରୋନା ସଂକ୍ରମଣ ଭୟ ସ୍ଥିତି ଅନୁଧ୍ୟାନ କରାଯାଉଥିବା କହିଲେ ଏସପି ବାଲେଶ୍ୱର : ପ୍ରହସନ ପାଲଟିଛି ନିୟମ, ମୁକୁଳା ପଡ଼ିଛି ସୀମା । କୋଭିଡ୍ ସଂକ୍ରମଣ ରୋକିବା ପାଇଁ…
ପାରାଦୀପ : ପାରାଦୀପ ବନ୍ଦରରେ ଷ୍ଟିଭେଡର୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଅାନ୍ଦୋଳନ ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ଓଏସଏଲ କର୍ମଚାରୀଙ୍କ ଧାରଣା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ତେବେ ସମସ୍ୟାର ସମାଧାନ ହୋଇପାରୁନଥିବାରୁ ଅାଜି ମଧ୍ୟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏମିତି କି ୧୪ଟି ଜାହାଜରେ ମାଲ୍ ଲୋଡିଂ ଓ ଅନଲୋଡିଂ ବାଧାପ୍ରାପ୍ତ ହୋଇଛି। ଓଏସଏଲ ହେଲପର କର୍ମଚାରୀମାନେ ଅପରେଟର ମାନ୍ୟତା ଦାବି କରି କାର୍ଯ୍ୟବନ୍ଦ ଅାନ୍ଦୋଳନ କରିଛନ୍ତି। ତୁରନ୍ତ ଅାଲୋଚନା ମାଧ୍ୟମରେ ସମାଧାନ ପାଇଁ ବନ୍ଦର କର୍ତ୍ତୃପକ୍ଷ […]
ଭୁବନେଶ୍ୱର: ଟ୍ୱିନ୍ ସିଟିରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆଜି ଅପରାହ୍ଣ ୧୨ଟା ୩୦ଟା ଯାଏ କଟକ ଓ ଭୁବନେଶ୍ୱରରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଘଣ୍ଟାକୁ ୨ରୁ ୩ ସେ.ମି. ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ଯୋଗୁ ରାସ୍ତାଘାଟ ଭଲ ଦିଶିବନି, ଟ୍ରାଫିକ ଜାମ୍ ହେବାର ସମ୍ଭାବନା ରହିଛି। ତେଣୁ ଯଥାସମ୍ଭବ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯିବା ସହ […]
ଭୁବନେଶ୍ୱର : ନିରାମୟ ଯୋଜନାରେ ଯୋଗାଣ ପାଇଁ ଅାସିଥିବା ସାଲାଇନ ନିମ୍ନମାନର ବୋଲି ଜଣାପଡ଼ିଛି। ଏନେଇ ନିଗମ ପକ୍ଷରୁ ସଂପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ସହ ଯୋଗାଣ ସଂସ୍ଥାକୁ କଳାତାଲିକାଭୁକ୍ତ କରାଯାଇଛି। ଫଳରେ ଏହି କଂପାନୀ ଅାଗାମୀ ୩ବର୍ଷ ଯାଏ ନିଗମର କୌଣସି ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବ ନାହିଁ। ୨୦୧୬-୧୭ରେ ନିରାମୟକୁ ସାଲାଇନ ଯୋଗାଇବାକୁ ଟେଣ୍ଡର ନେଇଥିଲା ଗୁଜରାଟର ଏକ୍ୟୁଲାଇଫ କଂପାନୀ। ୨୦୨୦ ମସିହା ଯାଏ ସାଲାଇନର ଅବଧି ଥିଲେ ବି ଏହା ନିମ୍ନ […]
ମହାମାରୀ ଡରରେ ନିଷ୍ଠୁର ହେଲେ ଆତ୍ମୀୟସ୍ୱଜନ ରିପୋର୍ଟ ନେଗେଟିଭ୍ ଆସିବା ପରେ ବି ହସ୍ପିଟାଲରେ ଛାଡ଼ି ପଳାଇଲେ ସହାୟତା ଦେବାକୁ ଆଗେଇ ଆସିଲେ ସ୍ଥାନୀୟ ସ୍ୱେଚ୍ଛାସେବୀ ଟିଟିଲାଗଡ(ମାନସ ରଞ୍ଜନ ମହାନ୍ତି) : ଦୁଇ ଝିଅ ଅଛନ୍ତି, ହେଲେ ସଂକ୍ରମଣ ସମୟରେ କିଏ…
ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଦେହ ଖରାପ ହେବାରୁ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିଲା ସୈତାନ୍ । କାମ କରି ପାରିବାକୁ ଯାଇପାରିଲେନି ବୋଲି ରାକ୍ଷସ ପାଲଟିଲା ମାଲିକ । ଦାନା ପାଇଁ ଦାଦନ ଯିବା, ଆଉ ଇଟାଭାଟିରେ ନିର୍ଯାତନା ପାଇବା ବଲାଙ୍ଗିର ଶ୍ରମିକ…
ଭୁବନେଶ୍ୱର: ରାଜଧାନୀରେ ଆନ୍ଦୋଳନରତ ଶିକ୍ଷକଙ୍କ ସମସ୍ୟାର ସମଧାନ ପାଇଁ ଗତକାଲି ବସିଥିବା ଏକ ମନ୍ତ୍ରିସ୍ତରୀୟ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିଲାନି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ତେବେ ଏଥିରୁ କୌଣସି ନିଷ୍କର୍ଷ ବାହାରି ପାରିନଥିବାବେଳେ ସମସ୍ୟାର ସମାଧାନ ଲାଗି ଆଉ ଥରେ ବୈଠକ ବସିବ ବୋଲି ମନ୍ତ୍ରୀ କହିଛନ୍ତି। ଗତଥର ମିଳିତ ଶିକ୍ଷକ ମଞ୍ଚର ଯେଉଁ ସବୁ ଦାବି ଥିଲା ତାହା ପୂରଣ ହୋଇଥିଲା। ତେବେ ଚାକିରି ସର୍ତ୍ତାବଳୀ ସମ୍ବନ୍ଧୀୟ ଦାବି […]
ପାଞ୍ଚ ମାସର ଶିଶୁ କନ୍ୟାକୁ କରୋନା ଚିକିତ୍ସା ପାଇଁ ୱାଡରୁ ୱାଡ ବୁଲୁଥିଲେ ପରିବାର ଲୋକ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଚିକିତ୍ସା ଆରମ୍ଭ ବଲାଙ୍ଗିର( ମନୋରଞ୍ଜନ ଯୋଶୀ): ଶିଶୁ କନ୍ୟାକୁ କରୋନା ସଂକ୍ରମଣ । ବଲାଙ୍ଗିରର ଜଣେ ପାଂଚ ମାସର ଶିଶୁକନ୍ୟା…
ବ୍ରହ୍ମପୁର : ବ୍ରହ୍ମପୁରରେ ଅଭାବନୀୟ ଘଟଣା। ଜଣେ ଯୁବକ ଷ୍ଟେସନର ବିଦ୍ୟୁତ୍ ଟାଓ୍ୱାର ଉପରକୁ ଚଢ଼ିଯିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଯୁବକଙ୍କୁ ପୁଲିସ ତଳକୁ ଅାଣିବା ପରେ ପୁଣି ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି। ୩ ନମ୍ବର ପ୍ଲାଟ୍ଫର୍ମରେ ଥିବା ବିଦ୍ୟୁତ୍ ଟାଓ୍ୱାର ଉପରକୁ ଚଢି ଯାଇଥିଲେ ଜଣେ ଯୁବକ। ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ୍ ତାର ଏହି ଟାଓ୍ୱାରରେ ଥିବାରୁ କାଳେ କିଛି ଅଘଟଣ ଘଟିବ ତେଣୁ ବିଦ୍ୟୁତ୍ ସରବରାହ ବନ୍ଦ କରିଦିଅାଯାଇଥିଲା। ବିଦ୍ୟୁତ୍ […]
ବରଗଡ଼ (ଦୀପକ ଶର୍ମା): ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଯାଉଛି। ଆଉ କିଛି ଦିନ ପରେ ଧାନ କିଣା ସରିବ। ହେଲେ ଏବେ ବି ମଣ୍ଡିରେ ଶହ ଶହ ଧାନ ବସ୍ତା ପଡ଼ି ରହିଛି। ଆଉ ବର୍ଷାରେ ଭିଜି ନଷ୍ଟ ହେଉଛି…
ଭୁବନେଶ୍ୱର : ସାରା ରାଜ୍ୟରେ ଇଦ୍ ଉଲ ଜୁହାର ଉଲ୍ଲାସ। ତ୍ୟାଗ ଓ ବଳିଦାନର ପର୍ବ ଇଦ୍ ଉଲ୍ ଜୁହାକୁ ଅାଜି ଧୁମ୍ଧାମରେ ମନାଇବେ ଇସ୍ଲାମ୍ ଧର୍ମାବଲମ୍ବୀ। ଏହି ଉପଲକ୍ଷେ ଅାଜି ରାଜ୍ୟର ସବୁ ମସ୍ଜିଦ୍ ଓ ଇଦ୍ଗା ମୈଦାନ୍ ଚଳଚଞ୍ଚଳ ହୋଇଉଠିଲାଣି। ସକାଳୁ ସକାଳୁ ସମୂହ ନମାଜ ପାଠ ପାଇଁ ବିଭିନ୍ନ ଇଦ୍ଗା ମୈଦାନ୍ ଓ ମସଜିଦ୍ରେ ପ୍ରବଳ ଭିଡ଼ ଜମିବ। ସମୂହ ନମାଜ ପାଠ ପରେ ପରସ୍ପରକୁ ଇଦ୍ ମୁବାରକ ଜଣାଇବେ ସଭିଁଏ। ଏହାପରେ […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା ୧, ୦୮୯ ଛୁଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଭୁବନେଶ୍ୱରରେ ସର୍ବାଧିକ ୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ସେହିପରି କଟକରେ ୩, ସୁନ୍ଦରଗଡ, ଗଞ୍ଜମରେ ୨ ଜଣ ଲେଖାଏ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ସୂଚନାଥାଉ କି, ଦିନକରେ ଓଡ଼ିଶାରେ ୨,୪୭୦ ନୂଆ କରୋନା ଆକ୍ରାନ୍ତ […]