କଟକ : କଟକର ଅାଇନଜୀବୀ-ପୁଲିସ ଗଣ୍ଡଗୋଳର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜଣେ ଡିଏସ୍ପି ସ୍ତରର ଅଧିକାରୀ ଏହାର ତଦନ୍ତ କରିବେ। କଟକ ହାଇକୋର୍ଟର ଜଣେ ଓକିଲଙ୍କୁ ପୁଲିସ ମାଡ଼ ମାରିବା ଅଭିଯୋଗ ପରେ ଲଙ୍କାକାଣ୍ଡ ହୋଇଥିଲା। ଏକ ଭ୍ୟାନକୁ ମଧ୍ୟ ପୋଡ଼ି ଦିଅାଯାଇଥିଲା। ସେହି ଘଟଣା ପରଠାରୁ ଓକିଲ ସଂଘର କାର୍ଯ୍ୟବନ୍ଦ ଅାନ୍ଦୋଳନ ଜାରି ରହିଛି। ଘଟଣାରେ ସଂପୃକ୍ତ ପୁଲିସ ଅଧିକାରୀଙ୍କ ଗିରଫ ଦାବି କରାଯାଇଛି। ଏହି ଘଟଣାରେ ୩ ଜଣ […]
ଭୁବନେଶ୍ୱର : ବେଲଗାମ ତେଲ ଦର । ଗତ ୧୦ ଦିନ ଧରି ଲଗାତର ଭାବେ ବଢ଼ିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ୍ ଦର । ଅାଜି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ପେଟ୍ରୋଲ ଦାମ୍ । ମୁମ୍ବାଇରେ ୮୬ ଟଙ୍କା ପାର କରିଛି ପେଟ୍ରୋଲ । ଅାଜି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୬ ଟଙ୍କା ୭୨ ପଇସା ଥିବା ବେଳେ ଡିଜେଲ୍ ଲିଟର୍ ପିଛା ୭୫ ଟଙ୍କାରେ ପହଞ୍ଚିଛି । ସେହିପରି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ […]
ଭଦ୍ରକ: ପୋଲିସ ଇନଫର୍ମର ସନ୍ଦେହରେ କାର ଜାଳି ଦେଇଛନ୍ତି କୋଇଲା ମାଫିଆ । କୋଇଲା ମାଫିଆଙ୍କ ବିଷୟରେ ପୋଲିସକୁ ତଥ୍ୟ ଦେବାରୁ ଏପରି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ମାରପୁର ଗାଁରେ ଘଟିଛି ଏପରି ଘଟଣା। ଭଦ୍ରକ-ଧାମରା ରେଳପଥରେ କୋଇଲା ଟ୍ରେନ ଯାଉଥିବାବେଳେ ଚଳନ୍ତା ଟ୍ରେନରୁ ମାଫିଆମାନେ କୋଇଲା ଚୋରି କରି ନେଉଥିଲେ। ଏପରି ଘଟଣା ଏଠାରେ ନିୟମିତ ଘଟୁଥିବାବେଳେ କୋଇଲା ଚୋରି କରି ମାଫିଆମାନେ ମାଲାମାଲ ହେଉଥିଲେ। ଏ ନେଇ ଗତକାଲି […]
ଭୁବନେଶ୍ୱର: ଦାମଙ୍କ ନିଶାନାରେ ମେ ୨୯ର ଖଳନାୟକ। କିଛି ନେତା ଓ ଅଫିସରଙ୍କ ଚକ୍ରବ୍ୟୁହରେ ଫସିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ମାନଙ୍କୁ ଲକ୍ଷ୍ୟ କରି ଦାମ ଛାଡିଛନ୍ତି ଶଦ୍ଦ ବାଣ। ନାଁ ନେଇ ନଥିଲେ ବି ଏହି ଖଳନାୟକ କରୁଥିବା ଦୋଷ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାୟଶ୍ଚିତ କରିବାକୁ ପଡିବ ବୋଲି କହିଛନ୍ତି ଦାମ। ସପ୍ତାହରେ ଗୋଟିଏ ଦିନ ମୁଖ୍ୟମନ୍ତ୍ରୀଙ୍କୁ ଗୁଇନ୍ଦା ରିପୋର୍ଟ ଦେବାର ବ୍ୟବସ୍ଥା ଥିଲେ ବି ଏହା ଦିଅାଯାଉନାହିଁ ବୋଲି ଅଭିଯୋଗ ବି ଅାଣିଛନ୍ତି ଦାମ। ବିଜୁଙ୍କ […]
ବାଙ୍କୀ: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ଟ୍ୱିନ୍ ସିଟିରେ ମଧ୍ୟ ବର୍ଷା ଲାଗି ରହିଛି। ବାଙ୍କୀରେ ବର୍ଷା ସାଙ୍ଗକୁ ବଜ୍ରପାତ ଘଟି ୨ ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ଗୁରୁତର ଅଛନ୍ତି। ଆଜି ସକାଳେ ବାଙ୍କୀ ଥାନା ଅନ୍ତର୍ଗତ ଦୋଳଣାପୁର ନିକଟରେ ୫ ଜଣ ବିଲକୁ କାମ କରିବାକୁ ଯାଉଥିଲେ। ବର୍ଷା ସାଙ୍ଗକୁ ବଜ୍ରପାତ […]
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅଁାଖାଇ ପାଇଁ ବାହାରିଲା ଲଗ୍ନ । ଅାଉ ଏପଟେ ଲଗ୍ନ ବାହାରୁ ବାହାରୁ ଗ୍ରାଣ୍ଡ୍ ସେଲିବ୍ରେସନ୍ ପାଇଁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେଡି । ନୂଆଁଖାଇରେ ହେବ ଜୁହାର ଭେଟ୍ଘାଟ୍। ପିଠାପଣା ବାସ୍ନାରେ ମହକିବ ପରିବେଶ, ଅାଉ ପାରମ୍ପରିକ ବାଦ୍ୟରେ ଦୁଲୁକିବ ପଶ୍ଚିମ ଓଡିଶାର ସବୁ ନିର୍ବାଚନ ମଣ୍ଡଳୀ। ଅାଉ ଏଇ ପରିବେଶରୁ ଫାଇଦା ଉଠାଇବା ଚକ୍କରରେ ପ୍ରଥମ ଥର ପାଇଁ ବିଜେଡି ଅାୟୋଜନ କରୁଛି ନୂଆଁଖାଇ ଜୁହାର […]
କେନ୍ଦୁଝର : ପୁଣି ଖଟିଅାରେ ବୁହା ହେଲେ ରୋଗୀ । ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନୂଅାଡିହ ଗାଁରେ । କାଦୁଅ ରାସ୍ତା ଯୋଗୁଁ ୧୦୮ ଅାମ୍ବୁଲାନସ ଗାଁକୁ ଯାଇପାରି ନଥିଲ। ସେଥିପାଇଁ ରୋଗୀଙ୍କୁ ଖଟିଅାରେ ବୁହା ହୋଇ ଅାମ୍ବୁଲାନସ ପାଖକୁ ଅଣାଯାଇଥିଲା । ନୂଅାଡିହ ଗାଁର ଉର୍ମିଳା ମହାନ୍ତିଙ୍କୁ ଜ୍ୱର ହେଉଥିବାରୁ ଅାମ୍ବୁଲାନସ ଡକାଯାଇଥିଲା। ଉର୍ମିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତେଲାକୋଇ ଚିକିତ୍ସାଳୟରୁ ତାଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି।
କଟକ : କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ବ୍ରାହ୍ମଣମଣିଯୋରୀ ଗାଁର ସାହସୀ ଯୁବତୀ ସସ୍ମିତା ନାୟକଙ୍କୁ ଭେଟିଲେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସସ୍ମିତା ଗତ ୨୯ ତାରିଖରେ ଗାଁ ପାଖ ଗୋବରୀ ନଦୀରେ ଭାସି ଯାଉଥିବା ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଅାଜି ବୈଜୟନ୍ତ ଗାଁକୁ ଅାସି ସସ୍ମିତାଙ୍କୁ ଭେଟି ତାର ସାହସିକ କାମ ପାଇଁ ପ୍ରଶଂସା କରିଥିଲେ। ସସ୍ମିତାଙ୍କ ସାହସିକତା ପାଇଁ ସରକାରଙ୍କୁ ଲେଖି ଜଣାଇବେ ବୋଲି କହିଛନ୍ତି ବୈଜୟନ୍ତ।
ଚିଲିକା : ମଝି ଚିଲିକାରେ ଅଟକିଲା ଫେରି। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ଚିଲିକା ମଝିରେ ଫଶି ରହିଲେ ଯାତ୍ରୀ । ଏପରି ଘଟଣା ଅାଜି ଘଟିଛି ଚିଲିକା ମଝିରେ । ସାତପଡ଼ାରୁ ଜହ୍ନିକୁଦା ଯାଉଥିବା ଫେରିକୁ ମହିଂସା ଗାଁ ଲୋକେ ଅଟକାଇଥିଲେ। ଘାଟ ବିବାଦକୁ ନେଇ ଜହ୍ନିକୁଦା ଏବଂ ମହିଂସା ଗାଁ ମଧ୍ୟରେ ବିବାଦ ଲାଗି ରହିଛି । ଯାହାକୁ ନେଇ ଅାଜି ଫେରିକୁ ଅଟକାଇଥିଲେ ମହିଂସା ଗ୍ରାମବାସୀ । ମଝି ଚିଲିକାରେ ଡଙ୍ଗା […]
ବଲାଙ୍ଗିର : ସ୍କୁଲ ପିଲା ଖାଇପାରିଲେ ନାହିଁ ମଧ୍ୟାହ୍ନ ଭୋଜନ। ବଲାଙ୍ଗିରର ବିଭିନ୍ନ ସ୍କୁଲରେ ଏଯାଏଁ ଅାଜିର ମଧ୍ୟାହ୍ନ ଭୋଜନ ପହଞ୍ଚି ନଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ମ୍ୟୁନିସପାଲିଟି ଓ ପୁଇଁତଳା ବ୍ଲକ୍ର କୌଣସି ସ୍କୁଲରେ MDM ପହଞ୍ଚି ନ ଥିବା ଅଭିଯୋଗ ହୋଇଛି । ବିଲେଇସୁର୍ଡ଼ା ସେଣ୍ଟ୍ରାଲ୍ କିଚେନରୁ ବିଭିନ୍ନ ସ୍କୁଲକୁ MDM ଯିବା ନେଇ ନିଷ୍ପତ୍ତି ହୋଇଥିଲା। ଗତକାଲି ସେଣ୍ଟ୍ରାଲ୍ କିଚେନକୁ ସାଂସଦ କଳିକେଶ ଉଦ୍ଘାଟନ କରିଥିଲେ। ସେଣ୍ଟ୍ରାଲ୍ କିଚେନର ଦାୟିତ୍ୱ କ୍ରିଷ୍ଣା କ୍ରିପା […]
କଟକ : କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କ ଭବିଷ୍ୟତ ରାଜନୈତିକ କାର୍ଯ୍ୟପନ୍ଥା ନେଇ ମତ ରଖିଛନ୍ତି। ଅାଜି କଟକ ଜିଲ୍ଲା ମାହାଙ୍ଗାର ବ୍ରାହ୍ମଣମଣିଯୋରୀ ଗାଁ ଗସ୍ତ ଅବସରରେ ସାମ୍ବାଦିକକଙ୍କ ଏକ ପ୍ରଶ୍ନର ଉତ୍ତରରେ ବୈଜୟନ୍ତ କହିଛନ୍ତି, ଭବିଷ୍ୟତ ପଦକ୍ଷେପ ନେଇ ସେ ମାନସ ମନ୍ଥନ କରୁଛନ୍ତି। ଲୋକଙ୍କ ମତ ନେଉଛନ୍ତି, ସବୁ ବିଷୟରେ ଭାବୁଛନ୍ତି। କିଛି ଲୋକ ନୂଅା ଦଳ ଅାରମ୍ଭ କରିବାକୁ ବି ପ୍ରୋତ୍ସାହନ ଦେଉଛନ୍ତି। ଯେଉଁଟା ଠିକ୍ ଉପାୟ ହେବ ସେଇଟା […]
ସମ୍ବଲପୁର: କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଆଜି ଲଗ୍ନ ନିର୍ଘଣ୍ଟ ହେବ। ଏଥିପାଇଁ ଆଜି ଅପରାହ୍ନ ୪ଟାରେ ସମ୍ବଲପୁର ଝାଡୁଆପଡ଼ାର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ସଭା ବସିବ। ପାରମ୍ପରିକ ପୂଜାର୍ଚ୍ଚନା ପରେ ପଣ୍ଡିତମାନେ ପାଞ୍ଜି ଦେଖି ନୂଆଖାଇର ଲଗ୍ନ ସ୍ଥିର କରିବେ। ସବୁ ବର୍ଷ ଝାଡୁଆପଡ଼ାର ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଜନ୍ମାଷ୍ଟମୀ ପରେ ନନ୍ଦୋତ୍ସବ ଦିନ ନୂଆଖାଇ ପାଇଁ ଲଗ୍ନ ନିର୍ଘଣ୍ଟ ହୋଇଥାଏ। ଲଗ୍ନ ଅନୁସାରେ ଭାଦ୍ରବ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିର ନିର୍ଦ୍ଧାରିତ ସମୟରେ […]
ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବାଙ୍କି ରେଞ୍ଜ୍ ଅନ୍ତର୍ଗତ କେ.ବଳାଙ୍ଗ ଅଞ୍ଚଳରେ ୨୦ରୁ ୩୦ଟି ଝାଡ଼ଖଣ୍ଡୀ ହାତୀ ଉପଦ୍ରବ କରୁଛନ୍ତି। ଏହି ହାତୀପଲ ଡାଳିମ୍ବଡ଼ିହ ଓ ବାଖରତୋଳା ଗାଁରେ ପଶି ୩ଟି ଘର ଭାଙ୍ଗି ଦେଇଛନ୍ତି। ଏହା ସହ ବିଲରେ ପଶି ବ୍ୟାପକ ଫସଲ ମଧ୍ୟ ନଷ୍ଟ କରି ଦେଇଛନ୍ତି। ଏହି ହାତୀପଲ ଖାଦ୍ୟ ଅନୁସରଣରେ ଗାଁ ଭିତରକୁ ପଶି ଆସିଛନ୍ତି। ଫଳରେ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି।
ଭୁବନେଶ୍ୱର: ‘ଡ୍ରିଙ୍କ୍ ଫ୍ରମ ଟ୍ୟାପ୍’ ସୁଜଳ ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଓ ପୁରୀରେ ୧୨ଟି ସ୍ଥାନରେ ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲୋକାର୍ପିତ ହୋଇଛି। ତେବେ ଏହି ଯୋଜନାରୁ ୧ ଲକ୍ଷ ୮୦ ହଜାରରୁ ଅଧିକ ଲୋକେ ଉପକୃତ ହେବେ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଭୁବନେଶ୍ୱର, ପୁରୀ, […]
ଭୁବନେଶ୍ୱର: ଦୀର୍ଘବର୍ଷ ଧରି ରାଜ୍ୟରେ ବଦଳିନି ସ୍କୁଲ ସିଲାବସ୍। ଶିକ୍ଷାବିତ୍ଙ୍କ ଅନୁସାରେ ୨୦୦୯ରେ ଶେଷ ଥର ଲାଗି ପାଠ୍ୟକ୍ରମରେ ପରିବର୍ତ୍ତନ ହୋଇଥିଲା। ସେବେଠାରୁ ପିଲା ସମାନ ବିଷୟ ପଢୁଛନ୍ତି । ଫଳରେ ନୂଅା ନୂଅା ବିଷୟ ଜାଣିବାରୁ ସେମାନେ ବଞ୍ଚିତ ହେଉଥିବା ବେଳେ ପ୍ରଶ୍ନପତ୍ର ମଧ୍ୟ ଚିରାଚରିତ ଡାଞ୍ଚାରେ ଅାସୁଛି। ତେଣୁ ପରୀକ୍ଷାର ଗୁଣାତ୍ମକ ମାନ ମଧ୍ୟ କମିଥିବା ସେମାନଙ୍କ ଯୁକ୍ତି। ପ୍ରତି ୩ ବର୍ଷରେ ସିଲାବସ୍ରେ ପରିବର୍ତ୍ତନ କରାଗଲେ ପିଲା ଯୁଗୋପଯୋଗୀ ବିଷୟ ପଢିବା ସହ […]
ଭୁବନେଶ୍ୱର: ଭଜନ କୀର୍ତ୍ତନ ସାଙ୍ଗକୁ କୃଷ୍ଣ ଭକ୍ତି ରସରେ ଭିଜୁଛନ୍ତି ଶ୍ରଦ୍ଧାଳୁ। ପବିତ୍ର ଜନ୍ମାଷ୍ଟମୀ ଅବସରରେ ଅାଜି ଦିନତମାମ ଏମିତି ଭକ୍ତି ଓ ଅାରାଧନାର ପରିବେଶ ଦେଖିବାକୁ ମିଳିଛି ରାଜଧାନୀର ଇସ୍କନ ମନ୍ଦିରରେ। ଏଥିସହିତ କୃଷ୍ଣ ବଳରାମଙ୍କୁ ଦର୍ଶନ କରିବା ସହ ଉପବାସ ରଖିଛନ୍ତି ଭକ୍ତ। ମଧ୍ୟ ରାତ୍ରିରେ କୃଷ୍ଣ ଜନ୍ମନୀତି ସଂପନ୍ନ ହେବା ପରେ ଉପବାସ ଭାଙ୍ଗିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିରରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳନ ହେଉଛି ଶ୍ରୀକୃଷ୍ଣ ଜନ୍ମନୀତି। ପରମ୍ପରା ଅନୁଯାୟୀ,ସଂଧ୍ୟାଧୂପ ପରେ […]
ଭୁବନେଶ୍ୱର : ପାଖେଇ ଅାସୁଛି ନିର୍ବାଚନ। ଅାଟାକିଂ ମୁଡ୍ରେ ବିରୋଧୀ। ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ଚାଷୀଙ୍କୁ ବୀମା ଅର୍ଥ ନମିଳିବା, ଲୋକାୟୁକ୍ତ ଅାଇନ କାର୍ଯ୍ୟକାରିତାରେ ଶିଥିଳତା, ପିସି କାରବାର ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ୱେ ଏହା ଅାହୁରି ବଢ଼ିବା, ଅାମ ଗାଁ ଅାମ ବିକାଶ ଓ ବିଜୁ ଯୁବ ବାହିନୀର ବିଭିନ୍ନ କାର୍ଯ୍ୟକ୍ରମରେ ଦୁର୍ନୀତି, ଶିକ୍ଷକ ଓ ଡାକ୍ତରଙ୍କ ସମସ୍ୟା ଅାଦିକୁ ମୁଖ୍ୟ ପ୍ରସଙ୍ଗ […]
ଭୁବନେଶ୍ୱର : ନନ୍ଦନକାନନରେ ମହାବଳ ବାଘ ମନୀଷର ମୃତ୍ୟୁ। ୧୦ ବର୍ଷ ବୟସ୍କ ମନୀଷ ଗତ ୬ ମାସ ହେଲା ନନ୍ଦନକାନନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା। ସିଟାଉକ୍ସଜୁନ୍ ଫେଲିସ୍ ନାମକ ଭାଇରସ୍ର ସଂକ୍ରମଣରେ ମନୀଷ ବ୍ଲଡ୍ ପ୍ରୋଟୋଜୋଅାନ୍ ରୋଗରେ ପୀଡିତ ଥିଲା । ଏହି ରୋଗର ସେଭଳି କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ନାହିଁ। ଏହା ସତ୍ତ୍ୱେ ଓୟୁଏଟିର ବିଶେଷଜ୍ଞ ଓ ନନ୍ଦନକାନନର ଡାକ୍ତରମାନେ ମନୀଷର ଚିକିତ୍ସା ଜାରି ରଖିଥିଲେ। ମନୀଷର ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ କରିବା ପାଇଁ […]
କେନ୍ଦୁଝର: ସାର ପାଇଁ ଲୋକେ ଭୁଲିଗଲେ କରୋନା କଟକଣା । ସାମାଜିକ ଦୂରତା ଭୁଲି ସାର ନେବାକୁ ଠେଲାପେଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ତେଲକୋଇ ବ୍ଲକରେ । ସାର ନେବା ପାଇଁ ବ୍ଲକ୍ରେ ଚାଷୀମାନେ ଭିଡ଼ ଲଗାଇଥିଲେ…
ନବରଙ୍ଗପୁର : ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଜଣ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କରିଛି ନବରଙ୍ଗପୁର ପୁଲିସ। ସେମାନଙ୍କ ଠାରୁ ପୁଲିସ ୭୬ କିଲୋ ଗଞ୍ଜେଇ ଜବତ କରିଛି। ୨ ଲୁଟେରାଙ୍କ ମଧ୍ୟରେ ଜଣେ ବିହାର ମୋତିହାରି ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ରାଜସ୍ଥାନର ଜୟପୁର ଅଞ୍ଚଳର। ଦୀର୍ଘ ଦିନ ହେବ ଏହି ଚୋର ନବରଙ୍ଗପୁରରୁ ଗଞ୍ଜେଇ ନେଇ ବିହାର, ରାଜସ୍ଥାନ ଅାଦି ଅଞ୍ଚଳରେ ବ୍ୟବସାୟ କରୁଥିଲେ। ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ପୁଲିସ […]
ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ୨୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୧୯୨, ଲୋକାଲ୍ କେସ୍ ୮୯ ରହିଛି। ସେହିପରି ଆଉ ୩୧୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। Update on newly detected #COVID19 cases in the last 24 hrs under the BMC area on 13th Oct 2020(till 9am). pic.twitter.com/T5ehF5slCy — BMC […]
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଂଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ପୁଲିସ। ଗିରଫ ବ୍ୟକ୍ତି ହେଲେ ପାଇକପଡ଼ା ଗାଁର ରମେଶ ସିଂ। କିଛି ଦିନ ପୂର୍ବରୁ ମହିଳା ଜଣକ ଚାଷ କାମ ପାଇଁ ବିଲକୁ ଯାଉଥିବାବେଳେ ଅଭିଯୁକ୍ତ ରମେଶ ମହିଳା ଜଣଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଲୋକଲଜ୍ଜା ଦୃଷ୍ଟିରୁ ମହିଳା ଜଣକ ଏହା କାହାକୁ କହିନଥିଲେ। ତେବେ ଶନିବାର ବିଳମ୍ବିତ ରାତିରେ ପୁଣିଥରେ ମହିଳାଙ୍କ ଘରକୁ […]
ଅନୁଗୁଳ : ଦୀର୍ଘ ବର୍ଷର ପ୍ରୟାସ ପରେ ମିଳିଛି ସଫଳତା। ଗାଁକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳିବା ପରେ ଲୋକଙ୍କ ଖୁସି କହିଲେ ନ ସରେ। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ର ବଡମୂଳ ଗ୍ରାମ। ଏଠାରେ ଡେରାଜାଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପରେ ଦୀର୍ଘ ୫୦ ବର୍ଷ ହେବ ବିସ୍ଥାପିତ ହୋଇ ଏମାନେ ବଡମୂଳରେ ରହି ଅାସୁଛନ୍ତି। ହେଲେ ଏଯାଏ ଗାଁକୁ ମିଳିନଥିଲା ରାଜସ୍ୱ ଗ୍ରାମର ମାନ୍ୟତା। ଏମାନଙ୍କ ପାଇଁ ସରକାରଙ୍କ ସବୁ ଯୋଜନା ଅପହଞ୍ଚ […]
କେନ୍ଦୁଝର : କେନ୍ଦୁଝର ଝୁମ୍ପୁରାରେ ବିଦ୍ୟୁତ ଅାଘାତରେ ୫ ଜଣ ଅାହତ । ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଝୁମ୍ପୁରା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅାହତଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବାବେଳେ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି। ଖେଣ୍ଡରା ପଞ୍ଚାୟତ ତିଳଉପଦା ଗାଁରେ ବିଦ୍ୟୁତ ଖୁଣ୍ଟରେ ତାର ଟଣା ଯାଉଥିବାବେଳେ ହଠାତ ବିଦ୍ୟୁତ ସଂଯୋଗ ହୋଇଯାଇଥିଲା। ବିଦ୍ୟୁତ ତାର ଟଣା କାମରେ ୧୦ ଜଣ କାମ […]