• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ଅାୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦମ୍ପତି ଗିରଫ
ଅାୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦମ୍ପତି ଗିରଫ

ଛତ୍ରପୁର : ଶେଷରେ ଗିରଫ ହେଲେ ଛତ୍ରପୁର ତହସିଲଦାର ବିଜୟ କେତନ ସାହୁ ଏବଂ ପତ୍ନୀ ନଳିନୀ ପୃଷ୍ଟି। ଅାୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦମ୍ପତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଛତ୍ରପୁର ତହସିଲଦାରଙ୍କ ପତ୍ନୀ ନଳିନୀ ପୃଷ୍ଟି ଏବେ ଓପେପା ଅାକାଉଣ୍ଟସ୍ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। ଗତକାଲି ଉଭୟଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ। ଅାୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ପରେ ଭୁବନେଶ୍ୱର, ପୁରୀ, ଛତ୍ରପୁର ଏବଂ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ […]

  • Friday, 02 July 2021
ଅନର୍ କିଲିଂ ରୋକିବାକୁ ଗୃହ ବିଭାଗର SOP
ଅନର୍ କିଲିଂ ରୋକିବାକୁ ଗୃହ ବିଭାଗର SOP

ଭୁବନେଶ୍ୱର : ରାଜ୍ୟରେ ଅନର କିଲିଂ ରୋକିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ଗୃହ ବିଭାଗର ନିର୍ଦ୍ଦେଶ। ପୁଲିସ ଡିଜି ଏବଂ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଅାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏସ୍ଓପି ଜାରି କରିଛି ବିଭାଗ। ଅନର କିଲିଂ ଭଳି ଘଟଣା ଘଟୁଥିବା ଜିଲ୍ଲା, ଗାଁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଅାଯାଇଛି। ଏଥିସହ ଅନ୍ତଃଜାତି ଓ ଅନ୍ତଃଧର୍ମ ବିବାହ ହେଉଥିଲେ IICଙ୍କୁ ସତର୍କ ରହିବାକୁ କୁହାଯାଇଛି। କଙ୍ଗାରୁ କୋର୍ଟ ହେଲେ ତୁରନ୍ତ […]

  • Friday, 02 July 2021
ପୋଲ ଉପରେ ୪ ଫୁଟ୍‌ର ବନ୍ୟା ଜଳ

କଟକ: ମହାନଦୀରେ ବନ୍ୟା ପାଣି ଆସିବା ଯୋଗୁ କଟକ ଜିଲ୍ଲା ଆଠଗଡ଼ର କିଛି ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଉତ୍ତର ବାଙ୍କୀ ବ୍ଲକ୍‌ର ସୁବର୍ଣ୍ଣପୁର-ରାତାଗଡ଼ ରାସ୍ତାର ହୁଳୁହୁଳା ପୋଲ ଉପରେ ୪ ଫୁଟ୍ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ରତାଗଡ଼, ଗୋପାଳପୁର, ଲୋଚନପୁର ଓ ବନ୍ଦାଳ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ତିଗିରିଆ ବ୍ଲକ୍‌ର ଖଣ୍ଡହତା, ଗଦାଧରପୁର, ବାଉଁଶପୁଟ ଭଳି ଅନେକ ଗାଁକୁ  ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବନ୍ୟାଜଳ ପ୍ରବାହିତ ହେବା ଫଳରେ ଏହି […]

  • Friday, 02 July 2021
lighting 1
ବଜ୍ରପାତ ନେଲା ୨ ଜୀବନ

ନୟାଗଡ଼: ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଡିହଗାଁରେ ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି। ମୃତକ ଦ୍ୱୟ ହେଲେ- ଆଶାଲତା ସାହୁ ଓ ଉଦୟନାଥ ପ୍ରଧାନ। ଆଜି ସକାଳେ ବଜ୍ରପାତରେ ଆଶାଲତା ଓ ଉଦୟନାଥ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ।

  • Friday, 02 July 2021
loot
ୟୁଟ୍ୟୁବ୍‌ରୁ ଶିଖି ଲୁଟ୍‌ ପାଇଁ ଆସିଥିଲେ,‌ ହେଲେ...

କଟକ: କାମ କଲାନି ୟୁଟ୍ୟୁବ୍‌ ବିଦ୍ୟା। ଫେଲ୍‌ ମାରିଲା ଏଟିଏମ୍‌ରୁ ଲୁଟ୍ ଉଦ୍ୟମ। ଶେଷରେ ପୋଲିସ ହାତରେ ଧରା ପଡ଼ିଲା ଲୁଟେରା। ଏଭଳି କିଛି ଘଟଣା ଘଟିଛି କଟକରେ। ସୂଚନା ଅନୁସାରେ, ଗତ ରବିବାର ରାତିରେ କଟକ ଗଣ୍ଡରପୁରରେ ଥିବା ଏକ ଏଟିଏମ୍‌ରୁ ଜଣେ ଯୁବକ ଲୁଟ୍‌ ପାଇଁ ଆସିଥିଲେ। ଲୁଟ୍‌ ପାଇଁ ଯୁବକ ଜଣକ ୟୁଟ୍ୟୁବ୍‌ରୁ ଚୋରି ବିଦ୍ୟା ଶିଖିଥିଲେ ଓ ଏହାକୁ ସେ ପ୍ରୟୋଗ ମଧ୍ୟ କରିଥିଲେ। ଏଟିଏମ୍ ମେସିନ କାଟିବାକୁ ସେ ଏକ […]

  • Friday, 02 July 2021
‘ମାଇଁ ହାର୍ଟ ବିଟ୍‌ସ ଫର ହକି’ କ୍ୟାମ୍ପେନିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
‘ମାଇଁ ହାର୍ଟ ବିଟ୍‌ସ ଫର ହକି’ କ୍ୟାମ୍ପେନିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନଭେମ୍ବର ୨୮ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍ ହକି। ଏଥିଲାଗି ଅାଜିଠୁ ଅାରମ୍ଭ ହୋଇଛି ୯୦ ଦିନିଅା କାଉଣ୍ଟଡାଉନ୍। ‘ମାଇଁ ହାର୍ଟ ବିଟ୍ସ ଫର ହକି’ ନାଁରେ ଏହି  କ୍ୟାମ୍ପେନିଂର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ବିଶ୍ୱକପ୍ ଲାଗି ଅାଜିଠୁ ବିଧିବଦ୍ଧ ପ୍ରମୋସନ ମଧ୍ୟ ଅାରମ୍ଭ ହୋଇଛି। ଲଣ୍ଡନ, ବେଙ୍ଗାଲୁରୁ,ପୁଣେ, ଦିଲ୍ଲୀ ଓ ମୁମ୍ବାଇ ପରେ ଓଡ଼ିଶାରେ ଅାରମ୍ଭ ହୋଇଛି ପ୍ରଚାର ଅଭିଯାନ। ତାସହିତ ବିଶ୍ୱକପ୍‌ ପୂର୍ବରୁ ରାଜଧାନୀକୁ ସଜାଇବା […]

  • Friday, 02 July 2021
ମହାନଦୀକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ପୁଣି ବିବାଦ
ମହାନଦୀକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ପୁଣି ବିବାଦ

ଭୁବନେଶ୍ୱର : ଛତିଶଗଡ଼ରେ ପ୍ରବଳ ବର୍ଷା। ଜଳଭଣ୍ଡାରରେ ବଢୁଛି ଜଳସ୍ତର। ମହାନଦୀ ଦେଖାଇଲାଣି କରାଳ ରୂପ। କଲ୍‌ମା ଭଳି  ହୀରାକୁଦ ଉପର ମୁଣ୍ଡରେ ଥିବା ଶିବରି ନାରାୟଣ ବ୍ୟାରଜ୍ ଉପରେ ଚାଲିଛି ଅାଣ୍ଠୁଏ ଉଚ୍ଚର ପାଣି। କଲ୍‌ମା ବ୍ୟାରଜର ଉପର ମୁଣ୍ଡରେ ଥିବା ଗାଁ, ମନ୍ଦିର ସବୁକିଛି ପାଣି ଘେରରେ। ଓଡ଼ିଶାରେ ମହାନଦୀ ପ୍ରବେଶ କରିଥିବା ସୁଖାସୋଡ଼ାର ଦୃଶ୍ୟ ମଧ୍ୟ କିଛି ଏହିପରି । ନଦୀରେ ପାଣି ଭର୍ତ୍ତି। ମହାନଦୀ ଫୁଲିବା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି। […]

  • Friday, 02 July 2021
ରେକର୍ଡ ଛୁଇଁଲା ପେଟ୍ରୋଲ ଓ ଡିଜେଲ ଦର
ରେକର୍ଡ ଛୁଇଁଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର : ପୁଣି ତୈଳ ବଜାରରେ ନିଆଁ। ମାସକ ଭିତରେ ପେଟ୍ରୋଲ ଲିଟର ପିଛା ବଢ଼ିଲାଣି ପାଖାପାଖି ଅଢେଇ ଟଙ୍କା। ରାଜଧାନୀ ଭୁବନେଶ୍ୱରରେ ଅାଜି ପେଟ୍ରୋଲ ଲିଟର ୭୭ ଟଙ୍କା ୧୪ ପଇସାରେ ପହଞ୍ଚିଥିବାବେଳେ ଡିଜେଲ ୭୪ଟଙ୍କା ୯୨ ପଇସାରେ ପହଞ୍ଚିଛି। ବଲାଙ୍ଗିର ଓ ବ୍ରହ୍ମପୁର ଭଳି ସହରରେ ପେଟ୍ରୋଲ ୭୮ ଟଙ୍କା ଓ ଡିଜେଲ୍ ଲିଟର ପିଛା ୭୫ଟଙ୍କା ପାର୍ କରିଛି। ତେବେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପେଟ୍ରୋଲ ୮୦ ଟଙ୍କା ଛୁଇଁଥିବାବେଳେ ରାୟଗଡ଼ାରେ […]

  • Friday, 02 July 2021
high court
ଲକ୍‌ଡାଉନ୍‌ ବେଳେ କୋର୍ଟ ଚାଲିବା ନେଇ ଗାଇଡ୍‌ଲାଇନ୍‌ ଜାରି

କଟକ: ରାଜ୍ୟରେ ଲକଡାଉନ ବେଳେ କୋର୍ଟ ଚାଲିବା ନେଇ ଗାଇଡଲାଇନ ଜାରି । ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଜିଲ୍ଲା ଓ ଅଧସ୍ତନ କୋର୍ଟ ପାଇଁ ଜୁଲାଇ ୧୭ ଯାଏ ମାର୍ଗଦର୍ଶିକା ଜାରି । ଜିଲ୍ଲା…

  • Friday, 02 July 2021
bus
ବସ୍‌ ମାଲିକଙ୍କୁ ୫ ଲକ୍ଷ ୬୬ ହଜାର ଟଙ୍କା ଫାଇନ୍‌

ଭୁବନେଶ୍ୱର: ଏକ ଯାତ୍ରୀବାହୀ ବସ୍‌ର ମାଲିକଙ୍କୁ ୫,୬୬,୯୮୧ ଟଙ୍କା ଫାଇନ୍‌ କରାଯାଇଛି। ୨୦୧୯ ମେ’ରୁ ଏଯାଏ MV ଟ୍ୟାକ୍ସ ଦିଆଯାଇ ନ ଥିବାରୁ RTO-୨ ଭୁବନେଶ୍ୱର ଏହି ଜରିମାନା କରିଥିବା ସୂଚନା ମିଳିଛି। ବସ୍‌ଟି(OD10 F0409) କୋରାପୁଟରୁ ଭୁବନେଶ୍ୱର ଚଳାଚଳ କରୁଥିଲା। ବସ୍‌ଟିର ବୈଧ ଷ୍ଟେଜ୍‌ କ୍ୟାରେଜ୍ ପରମିଟ୍ ନ ଥିବା ମଧ୍ୟ ସୂଚନା ମିଳିଛି। ଏ ନେଇ RTO-୨ ଭୁବନେଶ୍ୱର ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। A bus no. OD10F0409 plying from […]

  • Friday, 02 July 2021
ତେଜିଲା ପୁଲିସ-ଓକିଲ ବିବାଦ
ତେଜିଲା ପୁଲିସ-ଓକିଲ ବିବାଦ

କଟକ : କଟକରେ ଓକିଲଙ୍କୁ ପୁଲିସର ମାଡ଼ ଅଭିଯୋଗ ଘଟଣା ପରେ ତେଜିଲା ପୁଲିସ-ଓକିଲ ବିବାଦ। ଅାଜି RDC ଅଫିସ୍ ସାମ୍ନାରେ ଏକ ପିସିଅାର୍ ଭ୍ୟାନ୍‌କୁ ପୋଡ଼ି ଦେଇଛନ୍ତି। କଟକ ନୂଅାବଜାର ଅଞ୍ଚଳରେ ଗତକାଲି ଏକ ସଡ଼କ ଦୁର୍ଘଟଣାକୁ ନେଇ ଅାଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହ ପିସିଅାର ଭ୍ୟାନ୍‌ରେ ଥିବା କର୍ମଚାରୀଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ପୁଲିସ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଏତଲା ହେବା ସହ ଅାଇନଜୀବୀମାନେ ଥାନା ଘେରାଉ […]

  • Friday, 02 July 2021
ବିଶ୍ୱ ବଜାରରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ
ବିଶ୍ୱ ବଜାରରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ

ମୁମ୍ବାଇ : ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତରକୁ ହ୍ରାସ। ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ୭୦ ଟଙ୍କା ୫୨ ପଇସାକୁ ହ୍ରାସ ପାଇଛି। ମୁଖ୍ୟତଃ ବିଶ୍ୱ ବଜାରରେ ଭାରତୀୟ ଟଙ୍କା ତୁଳନାରେ ଅାମେରୀକୀୟ ଡଲାର ଚାହିଦା ବୃଦ୍ଧି ପାଇଛି। ବିଶ୍ୱବଜାରରେ ଅଶୋଧିକ ତୈଳଦର ବୃଦ୍ଧି ପାଇଥିବାରୁ ଡଲାର ମୂଲ୍ୟ ବୃଦ୍ଧି ପାଇଥିବା କୁହାଯାଉଛି। ବିଶ୍ୱ ବଜାରରେ ଅନ୍ୟ ରାଷ୍ଟ୍ରର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଇଛି।

  • Friday, 02 July 2021
corona test
ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ୨,୬୦୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୨,୬୦୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୩୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୨,୬୦୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୫୧୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୦୯୩ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୯,୫୪୧ରେ ପହଞ୍ଚିଛି। ଆହୁରି ପଢ଼ନ୍ତୁ: ଦିନକରେ ଓଡ଼ିଶାରେ ଆଖି ବୁଜିଲେ […]

  • Friday, 02 July 2021
ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫  କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା  ୧,୦୭୨ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକ ଜିଲ୍ଲାରୁ ୩ ଜଣ, ବାଲେଶ୍ୱର, ବୌଦ୍ଧ, ଗଞ୍ଜାମ, ଯାଜପୁରରୁ, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise […]

  • Friday, 02 July 2021
ଅବସରପ୍ରାପ୍ତ ପ୍ରିନ୍ସପାଲ ଏଜି ଅମର ପଟ୍ଟନାୟକ ବିଜେଡିରେ ସାମିଲ୍

ଭୁବନେଶ୍ୱର: ବିଜେଡିରେ ଯୋଗ ଦେଲେ ଅବସରପ୍ରାପ୍ତ ପ୍ରିନ୍ସପାଲ ଏଜି ଅମର ପଟ୍ଟନାୟକ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିର ଆଇଟି ମୁଖ୍ୟ ଭାବେ ଅମର ପଟ୍ଟନାୟକଙ୍କୁ ଦାୟିତ୍ୱ ମିଳିଛି। ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି।

  • Friday, 02 July 2021
ଆଜି ଫାଇନାଲକୁ ଓହ୍ଲାଇବେ ଦୂତୀ

ଜାକର୍ତ୍ତା: ଜାକର୍ତ୍ତା ଏସିଆଡ୍‌ରେ ଓଡିଆ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଦ୍ୱିତୀୟ ପଦକ ଆଶା ଦେଇଛନ୍ତି। ମହିଳା ୨ ଶହ ମିଟରର ଫାଇନାଲକୁ ଦୂତୀ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲରେ ସେ ୨୩ ସେକେଣ୍ଡରେ ଦୂରତ୍ୱ ଅତିକ୍ରମ କରିବା ସହ ଟେବୁଲ୍ ଟପ୍‌ରେ ରହିଥିଲେ। ଆଜି ଦୂତୀ ଫାଇନାଲକୁ ଓହ୍ଲାଇବେ। ଦୂତୀଙ୍କ ସଫଳତା କାମନା କରି ଶୁଭେଚ୍ଛାର ସୁଅ ଛୁଟୁଛି। ପୁଣିଥରେ ଦେଶପାଇଁ ମେଡାଲ ଆଣିବାକୁ କାମନା କରିଛନ୍ତି ଆନ୍ତର୍ଜାତିକ କ୍ରୀଡାବିତ୍। ଦୂତୀଙ୍କ ସଫଳତା କାମନା କରି ତାଙ୍କ […]

  • Friday, 02 July 2021
ଗଛକାଟି ମାଓବାଦୀଙ୍କ ରାସ୍ତା ଅବରୋଧ

ଭବାନୀପାଟଣା: ମାଓବାଦୀମାନେ ଗଛକାଟି ରାସ୍ତା ଅବରୋଧ କରିଛନ୍ତି। ଏହା ଯୋଗୁ ଲାଞ୍ଜିଗଡ଼ ବ୍ଲକ୍‌ ହାତୀସାଲ ଘାଟି ଓ ବାରବୁଲି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ବନ୍ଦପାରୀ- ଲାଞ୍ଜିଗଡ, ବିଶ୍ୱନାଥପୁର- ବିଜେପୁର ରାସ୍ତାରେ ଯାତାୟାତ ବନ୍ଦ ରହିଛି। ମାଓବାଦୀମାନେ ଗଛକାଟି ରାସ୍ତା ଉପରେ ପକାଇବା ସହ ପୋଷ୍ଟର ମାରିଛନ୍ତି। ଏଥିରେ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗର ଠିକାଦାର ଓ ଅଧିକାରୀମାନଙ୍କୁ ଚେତାବନୀ ଦିଆଯାଇଛି। ନିମ୍ନମାନର କାମ ଓ ଶ୍ରମିକ ଶୋଷଣରୁ ବିରତ ନ ରହିଲେ ସ୍ପେସିଆଲ କ୍ଲାସ […]

  • Friday, 02 July 2021
ଜଟଣୀ ଫ୍ଲାଏଓଭର ନିର୍ମାଣ କରୁଥିବା ଠିକାସଂସ୍ଥା ପଣ୍ଡା ଇନଫ୍ରାକୁ ଝଟକା
ଜଟଣୀ ଫ୍ଲାଏଓଭର ନିର୍ମାଣ କରୁଥିବା ଠିକାସଂସ୍ଥା ପଣ୍ଡା ଇନଫ୍ରାକୁ ଝଟକା

ଜଟଣୀ: ଜଟଣୀ ଫ୍ଲାଏ ଓଭର ନିର୍ମାଣରେ ଅନିୟମିତତା ଅଭିଯୋଗ ହୋଇଛି। ଘଟଣାରେ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରାକୁ ଝଟକା ଲାଗିଛି। ଜଟଣୀ ଫ୍ଲାଏ ଓଭର ନିର୍ମାଣ କାମରୁ ପଣ୍ଡା ଇନଫ୍ରାକୁ ପୂର୍ତ୍ତ ବିଭାଗ  ବାଦ ଦେଇଛି। ସମ୍ବଲପୁରରେ ସଂପୃକ୍ତ ସଂସ୍ଥା ମଧ୍ୟ ନିର୍ମାଣ କାମ କରୁଛି। ତେବେ ସେହି କାର୍ଯ୍ୟରୁ ପଣ୍ଡା ଇନଫ୍ରାକୁ ହଟାଇବାକୁ ନେଇ ବିଚାର ଚାଲିଥିବା ସୂଚନା ମିଳିଛି।

  • Friday, 02 July 2021
ଭିଜିଲାନ୍ସ ଜାଲରେ ପୁଲିସ କନଷ୍ଟେବଲ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିର ଦୁଇ ଜଣ କନଷ୍ଟେବଲଙ୍କ ଘରେ ଗଜପତି ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଅଭିଯୁକ୍ତ ଦୁଇ କନଷ୍ଟେବଲଙ୍କ ନାମ ରଞ୍ଜିତ ଲିମ୍ମା ଓ ତନୁଜ ସାବତ। ରଞ୍ଜିତ ଲିମ୍ମା ଜିଲ୍ଲା ହାବିଦାର ଓ କନଷ୍ଟେବଲ ସଂଘର ସଭାପତି ଥିବା ବେଳେ ତନୁଜ ସାବତ ପୁଲିସ୍‌ ଆର.ଆଇ ଅଫିସରେ କାର୍ଯ୍ୟରତ ଅଛନ୍ତି। ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଜବତ ହୋଇଥିବା ସଂପତ୍ତିର ଆକଳନ କରୁଛି।

  • Friday, 02 July 2021
ଆଜି ଜାତୀୟ କ୍ରୀଡ଼ା ଦିବସ
ଆଜି ଜାତୀୟ କ୍ରୀଡ଼ା ଦିବସ

ଆହ୍ଲାବାଦ: ଆଜି ଜାତୀୟ କ୍ରୀଡ଼ା ଦିବସ। ଆଜି ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ। ଧ୍ୟାନଚାନ୍ଦ ୧୯୦୫ ମସିହା ଅଗଷ୍ଟ ଆଜିର ଦିନରେ ଉତ୍ତରପ୍ରଦେଶର ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ। ୧୭ ବର୍ଷ ବୟସରୁ ସେ ଭାରତୀୟ ହକି ଦଳରେ ସାମିଲ ହୋଇଥିଲେ। ହକିର ଯାଦୁଗର ଭାବେ ପରିଚିତ ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ୧୯୨୮, ୧୯୩୨, ୧୯୩୬ରେ ଭାରତ ଲଗାତର ୩ଟି ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଲାଭ କରିଥିଲେ। ଧ୍ୟାନଚାନ୍ଦଙ୍କ ପାଇଁ ହିଁ ସେ ସମୟରେ ବିଶ୍ୱହକିରେ ଟିମ୍ […]

  • Friday, 02 July 2021
ହୀରାକୁଦ ଡ୍ୟାମ୍‌ର ୨୫ଟି ଗେଟ୍ ଖୋଲିଲା

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ରୁ ୨୫ଟି ଗେଟ୍ ଖୋଲାଯାଇଛି। ଉପରମୁଣ୍ଡରେ ବର୍ଷା କାରଣରୁ ଏହି ସବୁ ଗେଟ୍ ଖୋଲାଯାଇଛି। ବୌଦ୍ଧ ଏବଂ ସୋନପୁରରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ମହାନଦୀ ବୌଦ୍ଧ ସହର ନିକଟରେ ସୁଅ କାଟି ଚାଲିଛି। ବନ୍ୟା ପାଣିରେ ସ୍ଥାନୀୟ ହନୁମାନ ମନ୍ଦିର ଅଧା ବୁଡ଼ିଯାଇଛି। ତଳିଆ ଅଞ୍ଚଳ ସାହୁପଡ଼ାର ଅନେକ ଅଞ୍ଚଳ ଜଳମଗ୍ନ ହୋଇସାରିଲାଣି। ଆଉ ସୋନପୁର ପାଖରେ ଉଭୟ ମହାନଦୀ ଓ ତେଲ ନଦୀରେ ସ୍ରୋତ ତୀବ୍ରତର ହୋଇଛି। ବାଉରି ଜୋର ଉପରେ ୧୪ […]

  • Friday, 02 July 2021
କୋଇଲା ଦୁର୍ନୀତି ମାମଲା: ୨୬କୁ ଘୁଞ୍ଚିଲା ଦିଲୀପ ରାୟଙ୍କ ଦଣ୍ଡବିଧାନ

ଭୁବନେଶ୍ୱର: କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ଦଣ୍ଡବିଧାନ ଶୁଣାଣି ଆସନ୍ତା ୨୬ ତାରିଖକୁ ଘୁଞ୍ଚିଛି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ କୋର୍ଟରେ ହାଜର ପାଇଁ ସ୍ୱତନ୍ତ୍ର କୋର୍ଟର ଜଜ୍ ଭାରତ ପରାଶର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ହାଜିରା ବେଳେ କୋଭିଡ୍ ୧୯ ଗାଇଡ୍‌ଲାଇନ୍‌ ପାଳନ ନେଇ ମଧ୍ୟ ଧ୍ୟାନ ରଖିବାକୁ କୋର୍ଟ କହିଛନ୍ତି। ୧୯୯୯ ମସିହାର କୋଇଲା ଖଣି ଆବଣ୍ଟନ […]

  • Friday, 02 July 2021
ରାଜଧାନୀରେ ନକଲି ସସ୍‌ କାରଖାନା ଠାବ, ଜଣେ ଅଟକ

ଭୁବନେଶୱର: ରାଜଧାନୀରେ ନକଲି ସସ୍ ତିଆରି କାରଖାନା ଠାବ କରାଯାଇଛି। ଶୈଳଶ୍ରୀ ବିହାର ମହାବୀର ବସ୍ତିର ଏକ ଘରେ ଏହି ନକଲି ସସ୍ ତିଆରି ଚାଲିଥିଲା। ସେଠାରେ କଖାରୁରେ ତିଆରି ହେଉଥିଲା ଟମାଟୋ, ଚିଲି, ସୋୟା ସସ୍। ପୁଲିସ୍‌ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡର ଷ୍ଟିକର ସହ ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏହି  ଘଟଣାରେ ପୁଲିସ୍‌ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

  • Friday, 02 July 2021
ପୁଲିସ୍‌-ଓକିଲ ମୁହାଁମୁହିଁ

କଟକ: କଟକରେ ପୁଲିସ୍‌-ଓକିଲ ମୁହାଁମୁହିଁ ହୋଇଛନ୍ତି। ନୂଆବଜାର ପୋଲ ନିକଟରେ ଜଣେ ଆଇନଜୀବୀଙ୍କୁ ପୁଲିସ୍‌ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ତାତିଛନ୍ତି ଓକିଲ। ଓକିଲଙ୍କୁ ମାଡ଼ ପ୍ରତିବାଦରେ ଶତାଧିକ ଆଇନଜୀବୀ ଚାଉଳିଆଗଞ୍ଜ ଥାନାକୁ ଘେରାଉ କରିଥିଲେ। ଓକିଲ ମାନେ କାର୍ଯ୍ୟନୁଷ୍ଠାନ ଦାବିରେ ଅଡ଼ି ବସିଥିଲେ। ଆହତ ଓକିଲଙ୍କୁ SCBରେ ଭର୍ତ୍ତି କରଯାଇଛି।

  • Friday, 02 July 2021
ପଶ୍ଚିମବଙ୍ଗ ସରକାରଙ୍କ ଫଳକ ଭାଙ୍ଗିଲା ବାଲେଶ୍ୱର ଜିଲ୍ଲା ପ୍ରଶାସନ

ବାଲେଶ୍ୱର: ଓଡ଼ିଶା–ପଶ୍ଚିମବଙ୍ଗ ସୀମା ବିବାଦକୁ ନେଇ ଦିଘା ଉଦୟପୁରରେ ଉତ୍ତେଜନା ଦେଖାଦେଇଛି। ଓଡିଶା ସୀମାରେ ଲାଗିଥିବା ପଶ୍ଚିମବଙ୍ଗର ସୀମା ଫଳକକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଛି।  ଗତ ଏକମାସ ତଳେ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ଓଡିଶା ସୀମାରେ ଏକ ଫଳକ ଲଗାଯାଇଥିଲା। ଓଡିଶା ସୀମାର ପ୍ରାୟ ୨୦ଫୁଟ୍ ଭିତରକୁ ଏହି ଫଳକ ଲଗାଯାଇଥିଲା। ଘଟଣା ସମ୍ପର୍କରେ ରାଜସ୍ୱ ବିଭାଗ ଜାଣିବା ପରେ ପଶ୍ଚିମବଙ୍ଗ ସରକାରଙ୍କୁ ଅବଗତ କରାଯାଇଥିଲା। ତେବେ ଏହାପରେ ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ […]

  • Friday, 02 July 2021