• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ଆଜିଠୁ ଆରମ୍ଭ OJEE, ୩ଟି ସିଫ୍ଟରେ ହେବ ପରୀକ୍ଷା

ଭୁବବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି Odisha Joint Entrance Examination (OJEE)। ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। JEE(Main) ଢାଞ୍ଚାରେ କମ୍ପ୍ୟୁଟର ବେସ୍‌ଡ୍‌ ଟେଷ୍ଟ ମାଧ୍ୟମରେ ଦିନକୁ ୩ଟି ସିଫ୍ଟରେ ପରୀକ୍ଷା ହେବ। ସକାଳ ୯ଟାରୁ ୧୧ଟା, ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ଣ ୨ଟା ୩୦ ଏବଂ ଅପରାହ୍ଣ ୪ଟାରୁ ୬ଟା ଯାଏ ୩ଟି ସିଫ୍ଟରେ ପରୀକ୍ଷା ହେବ। କୋଭିଡ୍ କଟକଣାକୁ ମାନି ମାସ୍କ ପିନ୍ଧି, ସାମାଜିକ ଦୂରତା ବଜାୟ ରଖି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। […]

  • Friday, 02 July 2021
ଢେଙ୍କାନାଳ ହିନ୍ଦୋଳରେ ‘ହେଇଯାଉ’ କାର୍ଯ୍ୟକ୍ରମ

ଢ଼େଙ୍କାନାଳ: ଭୁବନେଶ୍ୱର, କଟକ ଓ ଦିଲ୍ଲୀ ପରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ‘ହେଇଯାଉ’ କାର୍ଯ୍ୟକ୍ରମ ହୋଇଛି। ହିନ୍ଦୋଳ ବ୍ଲକ ସାତ ମାଇଲ୍ ଛକରେ ଅାୟୋଜିତ ଏହି ଚା ଖଟି କାର୍ଯ୍ୟକ୍ରମରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବହୁ ବାସିନ୍ଦା ଯୋଗ ଦେଇଥିଲେ। ବିଶେଷ କରି ବହୁ ସଂଖ୍ୟାରେ ଯୁବକଯୁବତୀଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥଲା। ବୈଜୟନ୍ତ ସେମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଅାଲୋଚନା କରିଥିଲେ। ଓଡ଼ିଶାରେ ଶିକ୍ଷା ଓ ବେକାରୀ ସମସ୍ୟା […]

  • Friday, 02 July 2021
ସେନା ଉପରକୁ ପୁଣି ଥରେ ଅାକ୍ରମଣ
ସେନା ଉପରକୁ ପୁଣି ଥରେ ଅାକ୍ରମଣ

ଜମ୍ମୁ-କାଶ୍ମୀର: ଜମ୍ମୁ ଓ କାଶ୍ମୀରରେ ସେନା ଉପରକୁ ପୁଣି ଥରେ ଅାକ୍ରମଣ। ଉଦ୍ଧମପୁର ହାଇୱେରେ ପେଟ୍ରୋଲିଂ ପାର୍ଟି ଉପରେ ଅତର୍କିତ ଅାକ୍ରମଣ କରିଛନ୍ତି ଅାତଙ୍କବାଦୀ। ତେବେ ଏହି ଅାକ୍ରମଣରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଅାଜି ସକାଳୁ ସର୍ଚ୍ଚ ଅପରେସନ୍‌ରେ ବାହାରିଥିଲେ ସୁରକ୍ଷାବାହିନୀ। ଉଦ୍ଧମପୁର ହାଇୱେ ନିକଟ ଝାଜର୍ କୋଟଲି ପୁଲିସ ଷ୍ଟେସନ୍ ନିକଟରେ ମୋର୍ଟାର ଏବଂ ଗୁଳିମାଡ଼ ହୋଇଛି। ହେଲେ ସଜାଗ ଥିବା ଯବାନ ଏହାର କଡ଼ା ଜବାବ ଦେଇଥିଲେ। ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ […]

  • Friday, 02 July 2021
corona-world
୨୪ ଘଣ୍ଟାରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮  କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା  ୧୦୪୦ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଭୁବନେଶ୍ୱରରେ ୨ ଓ ବାଲେଶ୍ୱରରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଯାଜପୁର, ସୁନ୍ଦରଗଡରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ, ନବରଙ୍ଗପୁର, ଜଗତ୍‌ସିଂହପୁରରେ ଜଣେ ଲେଖାଏ […]

  • Friday, 02 July 2021
ପାରିବାରିକ କଳହରୁ ହତ୍ୟା ସନ୍ଦେହ
ପାରିବାରିକ କଳହରୁ ହତ୍ୟା ସନ୍ଦେହ

ବାଲେଶ୍ୱର : ସ୍ତ୍ରୀକୁ ପିଟି ପିଟି ମାରି ଦେଲା ସ୍ୱାମୀ। ବାଲେଶ୍ୱର ଜିଲ୍ଲା ସାହାଦା ଗୁଣ୍ଠୁଣାପଦା ଗାଁରେ ଘଟିଛି ଏହି ଘଟଣା। ମୃତକ ଜଣକ ହେଲେ ସୁମିତ୍ରା କମିଳା। ଅାଜି ସକାଳେ ଅଜୟ କମିଳା ସ୍ତ୍ରୀ ସୁମିତ୍ରାଙ୍କୁ ଠେଙ୍ଗାରେ ପିଟି ମାରି ଦେଇଥିଲା। ଏହା ପରେ ପଡିଶା ଲୋକେ ଅଜୟକୁ ନିର୍ଧୁମ ଛେଚିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଜୟକୁ ଉଦ୍ଧାର କରିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଛି। ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ପରେ […]

  • Friday, 02 July 2021
ଲୁଗା ଦୋକାନୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ, CCTVରେ କଏଦ ହେଲା ଆକ୍ରମଣର ଲାଇଭ୍ ଭିଜୁଆଲ୍‌‌

ଜଳେଶ୍ୱର: ଦୋକାନ ଭିତରେ ପଶି ଲୁଗା ଦୋକାନୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗ। ଯାହାର ଲାଇଭ୍ ଭିଜୁଆଲ୍‌ ସିସିଟିଭିରେ କଏଦ ହୋଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଏହି ଘଟଣା ଘଟିଛି। ଆକ୍ରମଣ କରିଥିବା ଦୁଇ ଯୁବକ ହେଲେ ସ୍ଥାନୀୟ ଅଞ୍ଚଳର ରାଜେନ୍ଦ୍ର ଜେନା ଓ ତାଙ୍କ ଭାଇ ଜିତେନ୍ଦ୍ର ଜେନା।  ସିସିଟିଭିରେ କଏଦ ହୋଇଥିବା ଫୁଟେଜରେ ଦେଖିବାକୁ ମିଳିଛି, ରାଜେନ୍ଦ୍ର ଓ ଜିତେନ୍ଦ୍ର ଏକ ଳୁଗା ଦୋକାନ ଭିତରେ ପଶି ଦୋକାନୀଙ୍କୁ ଧମକ ଚମକ ଦେବା ସହ […]

  • Friday, 02 July 2021
ନରମିଲେ ଦାମ
ନରମିଲେ ଦାମ

  • Friday, 02 July 2021
ନରମିଲେ ଦାମ, କହିଲେ- ମୁଖ୍ୟମନ୍ତ୍ରୀଙ୍କର କିଛି ଦୋଷ ନାହିଁ, ଅଧସ୍ତନ ହିଁ ହେରାଫେରି କରୁଛନ୍ତି

ଭୁବନେଶ୍ୱର: ନରମିଲା ଦାମଙ୍କ ସ୍ୱର। ଗତ କିଛି ଦିନ ଧରି ଲଗାତାର ସରକାରଙ୍କ ଉପରେ ଆକ୍ରମଣ କରି ଆସୁଥିବା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଆଜି ତାଙ୍କ ସ୍ୱରକୁ ନରମ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଦାମ। ସେ କହିଛନ୍ତି- ‘ଦୁର୍ନୀତି ଭ୍ରଷ୍ଟାଚାର ଯଦି ଶାସନରେ ହୁଏ, ଲୋକ ସ୍ୱାର୍ଥ ବିରୋଧରେ ଯାଏ, ତାକୁ ପ୍ରକାଶ କରିବା ଉଚିତ୍‌ ନୁହେଁ କି? ଯୋଉଟା ବିରୋଧୀ ଦଳ କରିବା କଥା। ବିରୋଧୀ ଦଳର […]

  • Friday, 02 July 2021
corona 1
ଦିନକରେ ଓଡ଼ିଶାରେ ୨,୪୨୩ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧା ଓ କଟକରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୨,୪୨୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୩୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୨,୪୨୩ ଆକ୍ରାନ୍ତଙ୍କ ମଧ୍ୟରୁ ୧,୪୧୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୦୦୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୪,୬୬୨ରେ ପହଞ୍ଚିଛି। ପଢ଼ନ୍ତୁ: ୨୪ ଘଣ୍ଟାରେ ଆଖି ବୁଜିଲେ ୧୮ […]

  • Friday, 02 July 2021
ଅଲଗା ହୋଇ ଅନ୍ୟତ୍ର ବିବାହ କଲେ ଦମ୍ପତି, ପୁଅକୁ ବିକି ଦେଲେ

ମାଲକାନଗିରି: ଜନ୍ମ କଲା ଛୋଟ ଛୁଆ କଥା ଭାବିଲେନି ବାପା-ମା’। ଶେଷରେ ଏତେ ସ୍ୱାର୍ଥପର ହୋଇଗଲେ ଯେ ଏହି ଦମ୍ପତି, ଅଲଗା ହୋଇ ଅନ୍ୟତ୍ର ବିବାହ କଲେ ଆଉ ୯ ବର୍ଷର ପୁଅକୁ ଅନ୍ୟତ୍ର ବିକ୍ରି କରିଦେଲେ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଅନ୍ତର୍ଗତ ତେଲଗାବେଚା ଗାଁରୁ ଏଭଳି ଅଭିଯୋଗ ଆସିଛି। ଯେଉଁ ବ୍ୟକ୍ତିଙ୍କୁ ଛୁଆଟିକୁ ବିକ୍ରି କରାଯାଇଥିଲା ସମ୍ପୃକ୍ତି ବ୍ୟକ୍ତି ଜଣକ ଛୁଆଟିକୁ ଗାଈ ଚରାଇବାକୁ ବାଧ୍ୟ କରିବା ସହ ଠିକ୍‌ ଭାବରେ ଖାଇବାକୁ ଦେଉନଥିଲେ […]

  • Friday, 02 July 2021
Capture 6
କନକ ବର୍ଦ୍ଧନଙ୍କ ନେତୃତ୍ୱରେ ବଲାଙ୍ଗିର ସିଏସ୍ଓଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ବଲାଙ୍ଗିର: ଟୋକନରେ ସମସ୍ୟାକୁ ନେଇ ଆଜି ବି ବିଜେପିର ବିକ୍ଷୋଭ । ରାଜ୍ୟର ବିଭିନ୍ନ ସ୍ଥାନର ଯୋଗାଣ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ବିଜେପି ନେତା ଓ କର୍ମୀ । ଟୋକନ ଅବଧି ବଢ଼ାଇବା ସହ ଟୋକନ ଥିବା ଚାଷୀଙ୍କ ଧାନ…

marriage 2
ବାରମ୍ବାର ବାହାଘର ଭାଙ୍ଗି ଦେଉଥିଲେ ଯୁବକ, ଶେଷରେ ଏମିତି ନିଷ୍ପତ୍ତି ନେଲେ ଯୁବତୀ...

ବଲାଙ୍ଗିର: ବାରମ୍ବାର ବାହାଘର ଭାଙ୍ଗିବା ଯିବାରୁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ କୁଲତାଜୋର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତି ୩ଟାରେ ଯୁବତୀ ଜଣକ ନିଜ ଦେହରେ କିରାସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ସୋନପୁର ହସ୍ପିଟାଲ ଓ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌ ସ୍ଥାନାନ୍ତର କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ […]

  • Friday, 02 July 2021
ଗୁଳି ଫୁଟାଇ ଲୁଟିନେଲେ ୧୯ ଲକ୍ଷ

ବଲାଙ୍ଗିର: ବନ୍ଧୁକ ମୁନରେ ୧୯ ଲକ୍ଷ ଲୁଟ। ବଲାଙ୍ଗିର ଦେଓଗାଁର ବଙ୍ଗଯଳା ଛକ ନିକଟରେ ଗୁଳି ଫୁଟାଇ ୧୯ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଅଭିଯୋଗ ଅନୁଯାୟୀ ତୁଷୁରା ଆନ୍ଧ୍ର ବ୍ୟାଙ୍କରୁ ବନ୍ଧ ପଡ଼ା ବ୍ୟାଙ୍କକୁ କ୍ୟାସିୟର ଓ ପିଅନ ମାରୁତିରେ ଟଙ୍କା ନେଇ ଯାଉଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଗୁଳି ଫୁଟାଇ ସେମାନଙ୍କୁ ମାଡ଼ ମାରି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ଦୁର୍ବୃତ୍ତଙ୍କ ମାଡ଼ରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।

  • Friday, 02 July 2021
‘ଜଣେ ଅଫିସର୍‌ ଓ ୩ ଜଣ ବିଧାୟକଙ୍କ ଦ୍ୱାରା ବିଜେଡି ଚାଲିଛି’

ଭୁବନେଶ୍ୱର: ବେଶ୍ କିଛି ଦିନ ହେଲା ଗୋଟିଏ ପରେ ଗୋଟିଏ ବାଣ ମାରି ସରକାରଙ୍କୁ ଘାଇଲା କରୁଥିବା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ବିରୋଧରେ ଦଳ ବିରୋଧୀ କାମର ଅଭିଯୋଗ ଆଣିଛନ୍ତି ତାଙ୍କ ଅଞ୍ଚଳର ନେତା ଓ କର୍ମୀ। ଆଜି  ନବୀନ ନିବାସ ଆସି ଦାମୋଦର ରାଉତଙ୍କ ବିରୋଧରେ ବାଲିକୁଦା ଏରସମା ଅଞ୍ଚଳର ବହୁ ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେହିପରି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଓ […]

  • Friday, 02 July 2021
ଦାମଙ୍କ ପାଇଁ ଜନ୍ତା ବସିଲା

ଭୁବନେଶ୍ୱର: ବେଶ୍ କିଛି ଦିନ ହେଲା ଗୋଟିଏ ପରେ ଗୋଟିଏ ବାଣ ମାରି ସରକାରଙ୍କୁ ଘାଇଲା କରୁଥିବା ଦାମଙ୍କ ମୁହଁରେ ଲଗାମ୍‌ ଦେବାକୁ ବିଜେଡିର ପ୍ରୟାସ। ଦାମଙ୍କ ବିରୋଧରେ ବିଜେଡି ସୁପ୍ରିମୋ ନବୀନଙ୍କ ପାଖରେ ଫେରାଦ ହୋଇ ଲିଖିତ ଅଭିଯୋଗ କରିଛନ୍ତି ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି। ଏରସମାର ଏକ ମିଟିଂରେ ଦାମ, କଂଗ୍ରେସ ଓ ବିଜେପି ନେତାଙ୍କ ସହ ମିଶି ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ […]

  • Friday, 02 July 2021