• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: KYC ଅପଡେଟ୍ କରିବା ବାହାନାରେ ଲୁଟି ନେଲେ ୬୦ ହଜାର ଟଙ୍କା । ଲୁଟର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ଶିକ୍ଷୟିତ୍ରୀ । ଫୋନ୍ ଓ ବ୍ୟାଙ୍କ ଆକାଉଣ୍ଟ ବ୍ଲକ ହୋଇ ଯାଇଥିବା କହି ସାଇବର ଠକ, ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ ଯୋଶୀଙ୍କୁ ଫୋନ୍ କରିଥିଲା । ପ୍ରଥମେ କଥା ଛଳରେ ତାଙ୍କ ବିଶ୍ୱାସ ଜିତି ନିଜ ଫୋନ୍ ଓ ତାଙ୍କ ବାପାଙ୍କ ଫୋନ୍‌ରେ କିଛି ଆପ୍ ଡାଉନଲୋଡ୍‌ କରିବାକୁ କହିଥିଲା ।

ଏହାପରେ ଠକ ଜଣକ ନିଜ ନମ୍ବରକୁ ୧୦ ଟଙ୍କା ରିଚାର୍ଜ କରିବାକୁ କହିଥିଲେ । ଡାଉନ୍‌ଲୋଡ ହୋଇଥିବା ଆପ୍ ଜରିଆରେ ସେ ପ୍ରୀୟଦର୍ଶନୀଙ୍କ ଫୋନ୍‌କୁ ଆସେସ୍ କରି ଅନଲାଇନ୍‌ରେ ଲୁଟି ନେଇଛନ୍ତି ୬୦ ହଜାର ଟଙ୍କା । ପ୍ରଥମେ ପ୍ରାୟ ୫ ହଜାର ଟଙ୍କା ଦୁଇ ଥର ଓ ପରେ ୨୫ ହଜାର ଭାବେ ଦୁଇ ଥର ।

ଏପରି ୪ଟି କିସ୍ତିରେ ଲୁଟେରା ପ୍ରୀୟଦର୍ଶନୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରିଛି । ଏନେଇ କମିଶନରେଟ୍ ପୋଲିସର ସାଇବର ସେଲ୍‌ରେ ସେ ମାମଲା ଦାଏର କରିଛନ୍ତି । ଗତ ୨୮ ତାରିଖରୁ ଅଭିଯୋଗ ହୋଇଥିବା ସତ୍ତ୍ୱେ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନଥିବା ସେ ଅଭିଯୋଗ କରିଛନ୍ତି ।

In-the-name-of-kyc-update-cyber-looter-looted-rs-60000
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories