ଭୁବନେଶ୍ୱର: ଭାଇରାଲ୍ ଭିଡିଓକୁ ନେଇ ଅଡୁଆରେ ପଡ଼ିଛି ବିଏମସି। ଅନ୍ୟ ଉପାୟ ନ ପାଇ ଶେଷରେ ଓଟିଭି ବିରୋଧରେ ରୋଷ ଝାଡ଼ିବାକୁ ଉଦ୍ୟମ କରିଛି। ଭୁଲରେ କରୋନା ପଜିଟିଭ୍ କହି ବସ୍ତି ବାସିନ୍ଦାଙ୍କୁ ଜବରଦସ୍ତ ଘରୁ ଉଠାଇ ନେଇ ପୁଣି ନେଗେଟିଭ୍ କହି ଛାଡ଼ି ଦେଇଥିବା ଭଳି ଗୁରୁତର ଅଭିଯୋଗ ଆସିଥିଲା। ପରେ ବସ୍ତି ବାସ୍ତିନ୍ଦାଙ୍କର ଏହି ଭିଡିଓ ଭାଇରାଲ୍ ହେବାପରେ ଏହାକୁ ନେଇ ଅଡୁଆରେ ପଡ଼ିଛି ବିଏମସି। ଓଟିଭିର ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓ […]
ବରଗଡ଼: ଆଜିଠୁ ୩ ଦିନ ପାଇଁ ବରଗଡ଼ ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ସଟ୍ଡାଉନ୍ ସମୟରେ ଜରୁରୀ ସେବାକୁ ଛାଡ଼ି ବାକି ସବୁ ବନ୍ଦ ରହିବ। ଗ୍ରୋସରୀ, ପରିବା, କ୍ଷୀର ଦୋକାନ ସକାଳ ୬ରୁ ୯ଟା ପର୍ଯ୍ୟନ୍ତ ଏବଂ ବିହନ, ସାର ଭଳି କୃଷିଜାତ ସାମଗ୍ରୀ ଦୋକାନ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ। ଗତକାଲି […]
ଭୁବନେଶ୍ୱର: ସାରା ଦେଶରେ ଆଜିଠୁ ଅନ୍ଲକ୍-ଥ୍ରୀ ଆରମ୍ଭ ହୋଇଛି। ଅନ୍ଲକ୍-ଥ୍ରୀରେ କିଛି ସେବାକୁ ଖୋଲିବାକୁ ଅନୁମତି ମିଳିଥିବା ବେଳେ ଆଉ କିଛି ସେବା ବନ୍ଦ ରହିଛି। ଏହି ଆଧାରରେ ଅନ୍ଲକ୍-ଥ୍ରୀରେ ଓଡ଼ିଶାରେ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ରାତି ୯ଟାରୁ ସକାଳ ୫ଟା ଯାଏ ସାଧାରଣ ଆତଯାତ ବନ୍ଦ ରହିବ। ହେଲେ ରାତ୍ରୀକାଳୀନ କର୍ଫ୍ୟୁରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ଯା’ଆସ କରିପାରିବେ। ସେହିପରି କଣ୍ଟେନ୍ମେଣ୍ଟ ଜୋନ୍ରେ ଲକ୍ଡାଉନ୍ ସମ୍ପୂର୍ଣ୍ଣ ଭାବେ […]
ପୁରୀ: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ୍ ଚିହ୍ନଟ ପରେ ଡାକ୍ତରଖାନାର ଅପରେସନ୍ ଥିଏଟରକୁ (OT) ସିଲ୍ କରାଯାଇଛି। ଅପରେସନ୍ ଥିଏଟର ସିଲ୍ ହେବାପରେ ରୋଗୀମାନେ ଡାକ୍ତରଖାନା ବାହାରେ ବସିଥିବା ସୂଚନା ମିଳିଛି। ଏ ନେଇ ରୋଗୀଙ୍କ ସମ୍ପର୍କୀୟ ଚିନ୍ତାରେ ଥିବା ଜଣାପଡ଼ିଛି। OT ସିଲ୍ ହେବାର ୨୪ ଘଣ୍ଟା ପରେ ବି ସାନିଟାଇଜ୍ ହୋଇ ନଥିବା ଅଭିଯୋଗ ହୋଇଛି।
କେନ୍ଦ୍ରାପଡ଼ା: ନର୍ସିଂହୋମ୍ରେ କୋଭିଡ୍ ନିୟମ ଉଲ୍ଲଂଘନ, ଚିକିତ୍ସା ଅବହେଳାର ଖବର ସଂଗ୍ରହ ବେଳେ ପ୍ରଥମେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ବେଳେ ତଦନ୍ତ ପାଇଁ ଆସିଥିବା ପୋଲିସ୍ ଉପରେ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲେ ଆକ୍ରମଣକାରୀ। କେନ୍ଦ୍ରାପଡ଼ାରୁ ଏହି ଅଭିଯୋଗ ଆସିଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍ ୨ ଡାକ୍ତରଙ୍କ ସମେତ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଡାକ୍ତର ଦ୍ୱୟ ହେଲେ ଦେବାଶିଷ ଓ ଶିବାଶିଷ ସାହୁ। ସୂଚନା ଅନୁସାରେ, ଗତକାଲି […]
ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଆସନ୍ତା ୪ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାର କିଛି ସ୍ଥାନରେ ଲଗାଣ ବର୍ଷା ହୋଇପାରେ। ୩ ତାରିଖରୁ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉପକୂଳ ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, […]
ଭୁବନେଶ୍ୱର: ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଅନୁସାରେ, ଓଡ଼ିଶାରେ ଦିନକରେ ୧,୬୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୬୦୨ ଆକ୍ରାନ୍ତଙ୍କ ମଧ୍ୟରୁ ୯୯୩ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୬୦୯ ରହିଛି। ଗଞ୍ଜାମରୁ ସର୍ବାଧିକ ୩୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାପଛରେ ଖୋର୍ଦ୍ଧା ରହିଛି। ଖୋର୍ଦ୍ଧାରୁ ୨୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ […]