ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୭୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୧୩୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସେହିଭଳି କଟକରୁ ୭୮ ଜଣ କୋଭିଡ୍ ରୋଗୀ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୫୮, ଗଜପତିରୁ ୪୯, ଭଦ୍ରକରୁ ୩୩ ଜଣ ସୁସ୍ଥ ହୋଇଛନ୍ତି। କେନ୍ଦୁଝରରୁ […]
ଭୁବନେଶ୍ୱର: ଭୁବନେଶ୍ୱରରେ ସପିଂ ମଲ୍ ଖୋଲିବା ନେଇ ଅନୁମତି ଦେଲା ଭୁବନେଶ୍ୱର ମହାନଗର ନିଗମ(BMC)। ସପିଂ ମଲ୍ ଖୋଲିବା ନେଇ SOP ଜାରି କରିଛି BMC। ତେବେ ମଲ୍ ପରିସରରେ ଫୁଡ କୋର୍ଟ/ଇଟେରୀ ଆଇଟମ ଆଦି ଖୋଲିବନି ବୋଲି ନିର୍ଦ୍ଦେଶ ରହିଛି। ଗେମ୍ ଜୋନ/ପିଲାଙ୍କ ପାଇଁ ଖେଳିବା ଏରିଆ ବି ଖୋଲିପାରିବନି ବୋଲି ଏସ୍ଓପିରେ କୁହାଯାଇଛି। କେବଳ ସେତିକି ନୁହେଁ ସପିଂ ମଲ୍ ଭିତରେ ଥିବା ସିନେମା ହଲ/ଫନ୍ ଜୋନ୍ ଆଦି ବି ବନ୍ଦ ରହିବ। ମଲ୍ […]
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫନି କ୍ଷତିଗ୍ରସ୍ତଙ୍କ ପାଇଁ ୮.୧୭ ଲକ୍ଷ ଘର ମଂଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି
ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାର ଚତୁର୍ଥ ପର୍ଯ୍ୟାୟ । କୋଭିଡ୍ ମହାମାରୀ ସମୟରେ ଏହି ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମାସିକ ମୁଣ୍ଡ ପିଛା ୫ କେଜି ଲେଖାଏଁ ଚାଉଳ କିମ୍ବା…
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଜଣେ ଆଳୁ ବ୍ୟବସାୟୀଙ୍କ ଅସାବଧାନତା ଯୋଗୁ ୪୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସି ଏମାନେ ସମସ୍ତେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମିିତି ଜଣେ ସୁପରସ୍ପ୍ରେଡରଙ୍କ ସମ୍ପର୍କରେ ସୂଚନା ଦେଇ ଭିଡ଼କୁ ନ ଯିବାକୁ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ବିଏମ୍ସି କମିଶନର ସୂଚନା ଦେଇ କହିଛନ୍ତି, ଦୈନିକ ପରିବା କିଣିବାକୁ ନ ଯାଇ, ୪/୫ ଦିନରେ ଥରେ ପରିବାକୁ କିଣିବାକୁ ଯାଆନ୍ତୁ ଏବଂ […]
ଭୁବନେଶ୍ୱର: ଓଡ଼ିଶାରେ ଦିନକରେ ୧,୪୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧,୪୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୯ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୫୪୫ ରହିଛି। ଗଞ୍ଜାମରୁ ସର୍ବାଧିକ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୯୧୩ରେ ପହଞ୍ଚିଛି।
ଭୁବନେଶ୍ୱର: ଚଳିତ ବର୍ଷ ଜୁଲାଇରେ ଓଡ଼ିଶାରେ ଜିଏସ୍ଟି ଆଦାୟରେ ରେକର୍ଡ ବୃଦ୍ଧି ହାର ୧୩ ପ୍ରତିଶତ ରହିଛି। କରୋନା ମହାମାରୀ ଓ ଲକ୍ଡାଉନ୍ ସତ୍ତ୍ୱେ ଜିଏସ୍ଟି ଆଦାୟରେ ରେକର୍ଡ ବୃଦ୍ଧି ହୋଇଛି। ଜୁଲାଇରେ ଓଡ଼ିଶାର ଜିଏସ୍ଟି ଆଦାୟ ରାଶି ୭୯୪.୦୨ କୋଟି ଟଙ୍କା ରହିଛି। ଗତବର୍ଷ ଜୁଲାଇ ମାସରେ ଓଡ଼ିଶାର ଜିଏସ୍ଟି ଆଦାୟ ରାଶି ୭୦୨.୪୪ କୋଟି ଟଙ୍କା ଥିଲା। ତେଣୁ ଗତବର୍ଷ ଜୁଲାଇ ତୁଳନାରେ ଚଳିତବର୍ଷ ଜୁଲାଇରେ ରାଜ୍ୟରେ ଜିଏସ୍ଟି ଆଦାୟରେ ୧୩.୦୪ ପ୍ରତିଶତ ବୃଦ୍ଧି […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରେ ୩, ଯାଜପୁର, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise of 10 Covid positive patients while under treatment in hospitals. 1. A 73-year […]