ନୂଆଦିଲ୍ଲୀ:ଜୁଲାଇ ମାସ ସରିଲା। କାଲିଠୁ ଆରମ୍ଭ ଅଗଷ୍ଟ। ଅଗଷ୍ଟ ମାସରେ ଯଦି କିଛି ବ୍ୟାଙ୍କ କାମ ଅଛି ତେବେ ଠିକ୍ ସମୟରେ କରାଇ ନିଅନ୍ତୁ। କାରଣ ଅଗଷ୍ଟ ମାସ ୩୧ ଦିନରୁ ୧୨ ଦିନ ବ୍ୟାଙ୍କ ବନ୍ଦ ରହିପାରେ। ଏଇ ମାସରେ ରବିବାର, ୨ୟ ଓ ୪ର୍ଥ ଶନିବାରକୁ ମିଶାଇ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ। ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧ Bakri-Eid ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ପରିଦିନ ଅର୍ଥାତ୍ ଅଗଷ୍ଟ ୨ ତାରିଖ […]
ଭୁବନେଶ୍ୱର/ମୁମ୍ବାଇ: ସମ୍ବଲପୁରୀ ଶାଢ଼ୀ ପିନ୍ଧି ନୂଆ ଲୁକ୍ରେ ନଜର ଆସିଛନ୍ତି ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନ୍। ବିଦ୍ୟା ତାଙ୍କର ଆଗାମୀ ଫିଲ୍ମ ‘ଶକୁନ୍ତଳା ଦେବୀ’ ର ଇ-ପ୍ରମୋସନ ଅବସରରେ ଏହି ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହାର ଫଟୋ ଓ ଭିଡିଓ ବିଦ୍ୟା ସୋସିଆଲ୍ ମିଡିଆରେ ଶେଆର୍ କରିଛନ୍ତି। ଟ୍ୱିଟ୍ କରି ସେ ଲେଖିଛନ୍ତି, ‘ଏହି ଶାଢ଼ୀଟି ହେଉଛି ସମ୍ବଲପୁର ବାନ୍ଧ ଶାଢ଼ୀ। ସୋନୁପର ଜିଲ୍ଲା କେନ୍ଦୁପଲ୍ଲୀର ରମାକାନ୍ତ ମେହେର ଏହି ଶାଢ଼ୀଟିକୁ ବୁଣିଛନ୍ତି। ଏହାକୁ ତିଆରି […]
ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ବୁଗୁଡା ବ୍ଲକ ଅନ୍ତର୍ଗତ କଳମ୍ବ ପଞ୍ଚାୟତ ସୁନାକେରା ଗ୍ରାମରୁ ଆସିଛି ଦୁର୍ନୀତିର ଅଭିଯୋଗ। ଏହି ଗ୍ରାମରେ ବହୁ ଦୀର୍ଘ ଦିନ ଧରି ବାଲି ଆଗୁଳ ପୋଖରୀ ପୁନଃ ଉଦ୍ଧାର ନହୋଇ ପଡିରହିଛି। ଯେମିତିକି ପୋଖରୀକୁ ଦେଖିଲେ ଲାଗୁଛି ଖେଳ ପଡିଆପରି
ଭୁବନେଶ୍ୱର: ଓଡ଼ିଶାରେ ଦିନକରେ ୧,୪୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୪୯୯ ଆକ୍ରାନ୍ତଙ୍କ ମଧ୍ୟରୁ ୯୧୪ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୫୮୫ ରହିଛି। ଗଞ୍ଜାମରୁ ସର୍ବାଧିକ ୩୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭ରେ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୮ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୭ରେ ପହଞ୍ଚିଛି। ଗଞ୍ଜାମରୁ ଆଜି ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ୪ ଜଣ ଯାକ ପୁରୁଷ ଓ ସେମାନଙ୍କର ବୟସ ଯଥାକ୍ରମେ ୮୧, ୪୯, ୭୩ ଓ ୪୫ ବର୍ଷ। ସେହିପରି ନୟାଗଡ଼, ଗଜପତି, ସୁନ୍ଦରଗଡ଼ ଓ ଖୋର୍ଦ୍ଧାରୁ […]
କଟକ: ବିଷ ପିଇ ଦେଇଥିଲେ, ଚିକିତ୍ସା ପାଇଁ ମେଡିକାଲ୍ ଆସିବା ପରେ ଜଣାପଡ଼ିଥିଲା ତାଙ୍କୁ କରୋନା ହୋଇଛି। କରୋନା ପଜିଟିଭ ଜଣାପଡ଼ିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କର କୌଣସି ଚିକିତ୍ସା କରାଯାଉ ନ ଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସୂଚନା ଅନୁସାରେ, ଗତକାଲି ବାଲେଶ୍ୱରର ଜଣେ ବ୍ୟକ୍ତି ବିଷ ପିଇ ଦେଇଥିଲେ। ତାଙ୍କୁ କାଲି ରାତି ୯ଟାରେ SCB କାଜୁଆଲିଟିରେ ଭର୍ତ୍ତି କରାଯାଇଥିଲା। ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କ କରୋନା ଟେଷ୍ଟ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍ ଆସିଥିଲା। […]
ଜଗତସିଂହପୁର: ସେ ଜଣେ ନିଆରା ମଣିଷ। ଅର୍ଥ ରୋଜଗାର କରୁଛନ୍ତି ସତ, ହେଲେ ଅର୍ଥ ପାଇଁ ତାଙ୍କ ମନରେ ଲୋଭ ନାହିଁ କି ଗର୍ବ ନାହିଁ। ଉପାର୍ଜିତ ଅର୍ଥ ସେ ଖର୍ଚ୍ଚ କରନ୍ତି ଅନ୍ୟମାନଙ୍କ ପାଇଁ। କେଉଁଠି ଦୁଃଖୀ ମଣିଷଟିଏ ଦେଖିଲେ ତାଙ୍କର ଆତ୍ମା ଯେମିତି କାନ୍ଦି ଉଠେ, ଅନ୍ୟର ସଂଘର୍ଷ ଦେଖିଲେ ତାଙ୍କ ରକ୍ତ ମଧ୍ୟ ସେମିତି ତାତି ଉଠେ। ସେମିତି ଦେଶଦ୍ରୋହୀଙ୍କୁ ଦେଖିଲେ ତାଙ୍କ ମନ ବିଦ୍ରୋହ କରିଉଠେ। ଜଗତସିଂହପୁର ପୌରାଞ୍ଚଳ ଅନ୍ତର୍ଗତ ସିପି […]
ଅନୁଗୁଳ: ରେଙ୍ଗାଳି ଡ୍ୟାମ୍ ସାଇଟ ଥାନା ASI କାର୍ତ୍ତିକ ବେହେରା ଲାଞ୍ଚ ମାଗି ନିଲମ୍ବିତ ହୋଇଛନ୍ତି। ଏକ ଡ୍ରେନ୍କୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଏନେଇ ଉଭୟ ପରିବାର ଥାନାର ଦ୍ୱାରସ୍ଥ ହୋଇଥିଲେ ଓ ଏତଲା ମଧ୍ୟ ଦେଇଥିଲେ। ପରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇଥିଲା। ତେବେ ଘଟଣାର ସମାଧାନ ପାଇଁ ASI ଲାଞ୍ଚ ମାଗିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ଉତ୍ତର କେନ୍ଦ୍ରାଞ୍ଚଳ IG ନରସିଂହ […]