• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

dhenkanal
ଶୁଣିଲାନି ପୋଲିସ୍, ଆତ୍ମହତ୍ୟା କଲେ ଅସଦାଚରଣ ଶିକାର ପୀଡ଼ିତା !

ଢେଙ୍କାନାଳ: ଶୁଣିଲାନି ପୁଲିସ, ରଖିଲାନି ଏତଲା। ଶେଷରେ ଲଜ୍ଜା ସହିନପାରି ଆତ୍ମହତ୍ୟା କଲେ ନାବାଳିକା। ଏପରି କିଛି ଲୋମହର୍ଷଣକାରୀ ଘଟଣା ଘଟିଛି ଢେଙ୍କାନାଳ ଭାପୁର ଅଞ୍ଚଳରେ। ପୋଲିସର ନିଷ୍କ୍ରିୟତା ଯୋଗୁଁ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଗତ ୬ ତାରିଖରେ ଜଣେ ଯୁବକ ପାଣି ପିଇବା ବାହାନାରେ ଘରେ ଏକୁଟିଆ ଥିବା ନାବାଳିକାକୁ ଅସଦାଚରଣ କରିଥିଲେ। ଏନେଇ ପରିବାର ଲୋକେ ଫାଣ୍ଡିରେ ଏତଲା ବି ଦେଇଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ […]

  • Monday, 05 July 2021
coronavirus
ରାଜ୍ୟରେ ୮୦୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୮୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଗଂଜାମ ଜିଲ୍ଲାରୁ ସର୍ବାଧିକ ୪୩୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରୁ ୬୨ ଜଣ ଆରୋଗ୍ୟଲାଭ କରିଛନ୍ତି। ଏନେଇ ଟ୍ୱିଟ୍ କରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Another 807 #COVID19 patients have recovered and are being discharged on 30.7.2020. 431 from Ganjam 62 from Cuttack 47 from […]

  • Monday, 05 July 2021
bbsr
ଆସନ୍ତାକାଲି ଠାରୁ ଖୋଲିବ ୟୁନିଟ୍-୪ ମାର୍କେଟ୍

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଖୋଲିବ ଭୁବନେଶ୍ୱରର ୟୁନିଟ୍-୪ ମାର୍କେଟ୍। ଏଥିପାଇଁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଆଜି ଅନୁମତି ପ୍ରଦାନ କରିଛି। ଲକଡାଉନ୍ ଏବଂ ସଟଡାଉନ୍ ଯୋଗୁ ୟୁନିଟ୍-୪ ମାର୍କେଟ୍ ଦୀର୍ଘଦିନ ଧରି ବନ୍ଦ ରହିଥିଲା। କିନ୍ତୁ ବିଏମସି ପରିସ୍ଥିତିକୁ ଆଖି ଆଗରେ ରଖି ମାର୍କେଟକୁ ଖୋଲିବାକୁ ଅନୁମତି ଦେଇଛନ୍ତି। ମାର୍କେଟ୍ ଖୋଲିବା ପାଇଁ ସମସ୍ତ ବ୍ୟବସାୟୀଙ୍କୁ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି। ଏ ନେଇ ମଧ୍ୟ ବ୍ୟବସାୟୀ ସଂଘ ଅଣ୍ଡରଟେକିଂ […]

  • Monday, 05 July 2021
kendrapara
ପାସେଞ୍ଜର ଟ୍ରେନ୍ ଦାବିରେ ଇଷ୍ଟକୋଷ୍ଟ ଜିଏମ୍‌ଙ୍କୁ ଭେଟିଲେ କେନ୍ଦ୍ରାପଡ଼ା ଜିଲ୍ଲାର ବିଧାୟକ

କେନ୍ଦ୍ରାପଡ଼ା: ଇଷ୍ଟକୋଷ୍ଟ ଜିଏମ୍‌ଙ୍କୁ ଭେଟିଲେ କେନ୍ଦ୍ରାପଡ଼ା ଜିଲ୍ଲାର ବିଧାୟକ। ବହୁ ପ୍ରତୀକ୍ଷିତ କେନ୍ଦ୍ରାପଡ଼ା ହରିଦାସପୁର ରେଳ ପ୍ରକଳ୍ପକୁ ନେଇ ବିଧାୟକମାନେ ଇଷ୍ଟକୋଷ୍ଟ କର୍ତ୍ତୃପକ୍ଷଙ୍କୁ ଭେଟିଛନ୍ତି। ହରିଦାସପୁର ୮୨ କିଲୋମିଟର୍ ରେଳ ପ୍ରକଳ୍ପରେ ପାସେଞ୍ଜର ଟ୍ରେନ୍ ଚଲାଇବାକୁ ଦାବି କରିଛନ୍ତି ବିଧାୟକ। କେନ୍ଦ୍ରାପଡ଼ାର ଶହ ଶହ ଲୋକେ ଏହି ରେଳପଥ ଉପରେ ନିର୍ଭର କରିବେ। ତେଣୁ ପାସେଞ୍ଜର ଟ୍ରେନ୍ ଚଳାଚଳ କଲେ ଏଥିରେ ଉପକୃତ ହେବେ ବୋଲି କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି। ତେବେ ଗତ ପରଦିନ […]

  • Monday, 05 July 2021
ff
ଢେଙ୍କାନାଳ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ଭାପୁର ଫାଣ୍ଡି ASI ନିଲମ୍ବିତ

ଢେଙ୍କାନାଳ: ଢେଙ୍କାନାଳ ଅସଦାଚରଣର ଶିକାର ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାପୁର ଫାଣ୍ଡି ASI ପଦ୍ମନାଭ ସାହୁଙ୍କୁ ନିଲମ୍ବିତ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ। ପୋଲିସର ନିଷ୍କ୍ରିୟତା ଯୋଗୁଁ ଢେଙ୍କାନାଳ ଭାପୁର ଅଞ୍ଚଳରେ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିବା ପରେ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। Once again @odisha_police proves its incompetence. […]

  • Monday, 05 July 2021
ଆଜିିଠୁ ଅଗଷ୍ଟ ୩ ଯାଏ ଏହି ଜିଲ୍ଲା ସଟ୍‌ଡାଉନ୍‌

ବଲାଙ୍ଗିର: ଆଜିିଠୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ  ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହାସହ ଲୋକମାନେ କିଭଳି ସାମାଜିକ ଦୂରତା ଏବଂ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦେବେ ସେନେଇ ମଧ୍ୟ ସଚେତନ କରାଯାଉଛି। କରୋନା ସଟ୍‌ଡାଉନ୍ କଟକଣାରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି। ସଟ୍‌ଡାଉନ୍‌ ସମୟରେ ହସ୍ପିଟାଲ, କ୍ଳିନିକ୍, ନର୍ସିଂ ହୋମ୍, ମେଡିସିନ୍ ଷ୍ଟୋର, ଟେଲିକମ୍ ସେବା, ପେଟ୍ରୋଲ ପମ୍ପ ଖୋଲା ରହିବ। […]

  • Monday, 05 July 2021
ପୋଡ଼ି ହୋଇ ପରିବାରର ୫ ଗୁରୁତର

କେନ୍ଦ୍ରାପଡ଼ା: ପୋଡ଼ି ହୋଇ ଗୋଟିଏ ପରିବାରର ୨୦ ଦିନର ଶିଶୁ ସମେତ ୫ ଜଣ ଗୁରୁତର ହୋଇପଡ଼ିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗିରଙ୍ଗ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଗିରଙ୍ଗ ଗାଁର ଏକ ପରିବାରର ସଦସ୍ୟମାନେ ଶୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘରେ ନିଆଁ ଲଗାଇ ଦେଇଥିଲେ। ଫଳରେ ପରିବାରର ୨୦ ଦିନର ଶିଶୁ ସମେତ ୫ ଜଣ ଗୁରୁତର ହୋଇପଡ଼ିଛନ୍ତି। ପରିବାର ସଦସ୍ୟଙ୍କ ଚିକତ୍ସାର ଶୁଣି […]

  • Monday, 05 July 2021
biriyani
ବିରିୟାନୀକୁ ନେଇ ଟେକା ପଥର ମାଡ଼

ଭଦ୍ରକ: ବିରିୟାନୀକୁ ନେଇ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ। ଉଭୟ ପକ୍ଷର ୬ଜଣ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଜଗନ୍ନାଥ ସାହି ଗାଁର ଏକ ଉଠା ଦୋକାନରେ ବିରିୟାନୀ ବିକ୍ରି କରାଯାଉଥିଲା। ଗତକାଲି ସକାଳେ କିଛି ଯୁବକ ସେଠାରେ ପହଞ୍ଚି ବିରିୟାନୀ ଖାଇଥିଲେ ଓ ଏହା ବାସି ହୋଇଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ […]

  • Monday, 05 July 2021
shutdown
ଅଗଷ୍ଟ ୧ରୁ ଏହି ଜିଲ୍ଲା ସଟ୍‌ଡାଉନ୍‌

ଭଦ୍ରକ: ଭଦ୍ରକ ଜିଲ୍ଲାକୁ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍‌ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଅଗଷ୍ଟ ୧ ତାରିଖ ସକାଳ ୫ରୁ ୩ ତାରିଖ ସକାଳ ୫ ପର୍ଯ୍ୟନ୍ତ ସଟ୍‌ଡାଉନ୍ ନେଇ ଘୋଷଣା ହୋଇଛି। ସଟ୍‌ଡାଉନ୍ ବେଳେ ସବୁ ଅନୁଷ୍ଠାନ, ସରକାରୀ ଅଫିସ ବନ୍ଦ ରହିବ। ତେବେ ମେଡିକାଲ୍‌, ପେଟ୍ରୋଲ ପମ୍ପ ଓ ATM ଖୋଲା ରହିବ। କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ରାଜ୍ୟ ସ୍ୱାସ୍ଥ୍ୟ […]

  • Monday, 05 July 2021