ଜଗନ୍ନାଥଙ୍କ ପ୍ରେମରେ ବିଭୋର ୨୨ ବର୍ଷୀୟ ଯୁବକ। ୩ ଲକ୍ଷ ଧାନ ଓ ୩ ହଜାର ମୁଗରେ ୩ ଠାକୁରଙ୍କ ବିରଳ ମୂର୍ତ୍ତି ନିର୍ମାଣ କରି ସାରା ଅଂଚଳରେ ଚର୍ଚ୍ଚିତ ହୋଇଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ତ୍ରିନାଥ ବଜାରର ୨୨ ବର୍ଷୀୟ ଯୁବକ ଅବଦିତ ସାହୁ
ପୁରୀ: ମରାମତି ହେବ ମହାପ୍ରଭୁଙ୍କ ସୁବର୍ଣ୍ଣ କୁଣ୍ଡଳ ଓ ଶ୍ରୀଭୁଜ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ସୁବର୍ଣ୍ଣ ଶ୍ରୀଭୁଜ ମରାମତି କରାଯିବ । ଶ୍ରୀଜଗନ୍ନାଥଙ୍କ ଦୁଇଟି ଓ ଶ୍ରୀ ବଳଭଦ୍ରଙ୍କର ଦୁଇଟି ଶ୍ରୀଭୂଜ ମରାମତି କରାଯିବ । ଶ୍ରୀଭୂଜର ଖଡୁ ବା…
ଢେଙ୍କାନାଳ: ଢେଙ୍କାନାଳରେ ଅସଦାଚରଣର ଶିକାର ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ଆଉ ଜଣେ ପୁଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି। ତତ୍କାଳୀନ ଭାପୁର ଫାଣ୍ଡି ଅଧତ୍କାରୀ ପ୍ରଶାନ୍ତ ପଢ଼ିଆରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ପ୍ରଶାନ୍ତଙ୍କ ନିଲମ୍ବନ ନେଇ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ଗତକାଲି ଏହି ଘଟଣାରେ ଭାପୁର ଫାଣ୍ଡିର ବର୍ତ୍ତମାନର ASI ପଦ୍ମନାଭ ସାହୁଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା। ଏପଟେ ପୀଡ଼ିତାଙ୍କ ପରିବାରକୁ ଭେଟିଛି ବିଜେପିର ଏକ ଟିମ୍। ବରିଷ୍ଠ ନେତା ରୁଦ୍ର ପାଣିଙ୍କ […]
ଖୋର୍ଦ୍ଧା: ପୁଲିସ ଭାବୁଙ୍କ ଭିଡିଓ ଭାଇରାଲ୍ ହେବା ପରେ ହେଲା କାର୍ଯ୍ୟାନୁଷ୍ଠାନ। ଖୋର୍ଦ୍ଧାରେ ପୋଲିସ୍ ଅଧିକାରୀଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି। ଭିଡିଓ ଭାଇରାଲ୍ ହେବା ପରେ ଏଏସ୍ଆଇ କୈଳାଶ ଚନ୍ଦ୍ର ମଲିକଙ୍କୁ ବଦଳି କରାଯାଇଛି। ତାଙ୍କୁ ଖୋର୍ଦ୍ଧାରୁ ବାଲୁଗାଁକୁ ବଦଳୀ କରିଛନ୍ତି ଖୋର୍ଦ୍ଧା ଏସ୍ପି ଅଜୟ ପ୍ରତାପ ସ୍ୱାଇଁ। ସେହିପରି ସଂପୃକ୍ତ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି। ଆଗାମୀ ଦିନରେ ଯେପରି ଏଭଳି ଘଟଣା ପୁଣି ଥରେ ଘଟିବନି ସେ ନେଇ ଖୋର୍ଦ୍ଧା ପୋଲିସ୍ ଯତ୍ନବାନ ହେବ […]
ଗଞ୍ଜାମ: ପୁଣି ପଦାକୁ ଆସିଲା ଗଞ୍ଜାମ ଜିଲ୍ଲା କୋଭିଡ ମେଡିକାଲର ଅବ୍ୟବସ୍ଥା। ଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା ରୋଗୀଙ୍କୁ ଦିଆଗଲାନି ଅକ୍ସିଜେନ୍। ଏମିତିକି ଡାକ୍ତର ଆସି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖିନଥିବା ଅଭିଯୋଗ ହୋଇଛି। ଫଳରେ ଦୀର୍ଘ ଦୁଇ ଘଣ୍ଟା କାଳ ବେଡ୍ରେ ପଡ଼ି ପଡ଼ି ରୋଗୀର ଜୀବନ ଚାଲିଗଲା। ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁରସ୍ଥିତ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ କଲେଜ କୋଭିଡ କେୟାର ହସପିଟାଲ-୨ ବିରୋଧରେ। ଅଭିଯୋଗ ଅନୁଯାୟୀ, ଇଞ୍ଜିନିୟରିଂ ସ୍କୁଲ ରାଜୀବ ନଗର ଅଞ୍ଚଳର ଅବସରପ୍ରାପ୍ତ […]
କଟକ; କଟକ ସହରରେ ଆଜି ଆଉ ୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୭ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଦେୱାନ ବଜାରରୁ ୨, ଶିଖରପୁରରୁ ୧, ନୂଆପଡ଼ାରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ଅରୁଣୋଦୟ ମାର୍କେଟରୁ ୧, ବାଦାମବାଡ଼ି ରକ୍ସିଲେନ୍ରୁ ୧ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳାବାଗରୁ ୧, ମହାନଦୀ ବିହାରରୁ ୧, କ୍ୟାଣ୍ଟନମେଣ୍ଟ ରୋଡରୁ ୧ ଚିହ୍ନଟ ହୋଇଛନ୍ତି। #COVID19 update […]
ଭୁବନେଶ୍ୱର: ଅଗଷ୍ଟ ମାସରୁ ଦୈନିକ ୨୦ ହଜାର କରୋନା ଟେଷ୍ଟ ହେବ। ୧୨ ହଜାର ବଦଳରେ ଦୈନିକ ୨୦ ହଜାର ଟେଷ୍ଟ କରାଯିବ। ୮ ହଜାର ଆର୍ଟିଫିସିଆର ଓ ବାକି ଆଣ୍ଟିଜେନ ଏବଂ ଟ୍ରୁନେଟ୍ ଟେଷ୍ଟ ହେବ। କରୋନା ସମୀକ୍ଷା ବୈଠକ ପରେ ILS ନିର୍ଦ୍ଦେଶକ ଅଜୟ ପରିଡା ଏଭଳି ସୂଚନା ଦେଇଛନ୍ତି। ବର୍ତ୍ତମାନ ପ୍ରତି ଜିଲ୍ଲାରେ ୩ ହଜାରରୁ ଅଧିକ ଆଣ୍ଟିଜେନ୍ କିଟ୍ସ ରହିଛି। ଦରକାର ପଡ଼ିଲେ ଅଧିକ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। […]
ଜଳେଶ୍ୱର: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶର ପବିତ୍ର ନଦୀରୁ ପାଣି ଯାଉଛି। ଏହିକ୍ରମରେ ବାଲେଶ୍ୱର ସୁବର୍ଣ୍ଣରେଖା ନଦୀରୁ ବି ଜଳ ଓ ମାଟି ଅଯୋଧ୍ୟା ପଠାଯାଇଛି। ଆସନ୍ତା ୫ ତାରିଖରେ ରାମ ମନ୍ଦିରରେ ଭୂମି ପୂଜା ଅବସରରେ ଏହା ଲାଗିବ। ଏଥିପାଇଁ ନମସ୍ତେ ଅଯୋଧ୍ୟା ପରିବାର ପକ୍ଷରୁ ଜଳେଶ୍ୱରରେ ସୁବର୍ଣ୍ଣରେଖା ନଦୀର ପାଣି ଓ ମାଟି ଡାକ ଯୋଗେ ପଠାଯାଇଛି। ନିକଟସ୍ଥ ରାଜପୁର କପିଳମୁନି ଆଶ୍ରମ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ଜଳ […]
ଭୁବନେଶ୍ୱର: ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି। କେହି ମାନୁ ବା ନମାନୁ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲାଣି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆଜି ଟ୍ୱିଟ୍ କରି ଏପରି କହିଛନ୍ତି ପିସିସି ସଭାପତି। ଏଥିସହିତ କରୋନାର ଗୋଷ୍ଠୀ ସଂକ୍ରମଣ ପ୍ରତିହତ କରିବା ପାଇଁ ସରକାର ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ନିରଞ୍ଜନ ଟ୍ୱିଟ୍ କରିଛନ୍ତି। Community transmission of Covid-19 has already begun in Odisha, one may accept […]