ବାଙ୍କୀ: ସ୍କୁଟି ହାଣ୍ଡେଲ୍ ଭିତରୁ ବାହାରିଲା ସାପ। କଟକ ଜିଲ୍ଲା ବାଙ୍କୀ ଚର୍ଚ୍ଚିକା ସାହିରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଚର୍ଚ୍ଚିକା ସାହିର ଜଣେ ମହିଳା ସ୍କୁଟି ଷ୍ଟାର୍ଟ କରିବା ମାତ୍ରେ, ହାଣ୍ଡେଲ୍ ଭିତରୁ ଏକ ସାପର ମୁଣ୍ଡ ଦେଖାଯାଇଥିଲା। ଏହାଦେଖି ମହିଳା ଜଣକ ଭୟଭୀତ ହୋଇ ଗାଡ଼ି ଛାଡ଼ି ପଳାଇଥିଲେ। ଏହାପରେ ସ୍ନେକ୍ ହେଲ୍ପ୍ଲାଇନ୍କୁ ଫୋନ୍ କରି ଜଣାଇଥିଲେ। ଖବରପାଇ ସ୍ନେକ୍ ହେଲ୍ପ୍ଲାଇନ୍ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରି […]
ନୂଆଦିଲ୍ଲୀ: ଗତ ଦୁଇ ସପ୍ତାହ ଧରି ଭାରତର ଉତ୍ତର-ପଶ୍ଚିମ ତଥା କେନ୍ଦ୍ରାଞ୍ଚଳରେ ଅନାବୃଷ୍ଟି ଦେଖା ଦେଇଥିବାବେଳେ ଏବେ IMD ପକ୍ଷରୁ ଏକ ଆଶ୍ୱସ୍ତିକର ସୂଚନା ମିଳିଛି। ଉତ୍ତର ବଙ୍ଗୋପ ସାଗରରେ ଏକ ଲଘୁଚାପ ଘନୀଭୂତ ହେଉଛି। ଏହାର ପ୍ରଭାବରେ ଅଗଷ୍ଟ ୪ ତାରିଖରୁ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଲୋ ପ୍ରେସର ଆନ୍ଧ୍ର ଉପକୂଳ ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହେଉଥିବା ଜଣାଯାଇଛି। ଆସନ୍ତା ସପ୍ତାହରେ ଏହା ୱେଷ୍ଟ ପେସିଫିକ ଓ […]
ପାରାଦୀପ: ଟ୍ରାଏଲ୍ ହେଉଣୁ ରେଳରୋକ। ପାରାଦୀପ-ହରିଦାସପୁର ରେଳ ଲାଇନ୍ରେ ନୂଆଗାଁ ଷ୍ଟେସନରେ ରେଳରୋକ କରିଛନ୍ତି ସ୍ଥାନୀୟ ଲୋକେ। ପ୍ରଥମ ଥର ପାଇଁ ଆଜି ମାଲବାହୀ ଟ୍ରେନ୍ରେ ଟ୍ରାଏଲ ରନ୍ କରାଯାଇଛି । ଆଜି ପୂର୍ବାହ୍ନ ୧୧ଟା ୧୫ରେ ପାରାଦୀପ ଷ୍ଟେସନ୍ରୁ ଗଡ଼ିଥିଲା କୋଇଲା ବୋଝେଇ ଟ୍ରେନ୍। କରୋନା କଟକଣା ଯୋଗୁ ଇଷ୍ଟକୋଷ୍ଟ ଜେନେରାଲ ମ୍ୟାନେଜର ଭର୍ଚୁଆଲ ଉଦ୍ଘାଟନ କରିଥିଲେ। ପାରାଦୀପରୁ ୫୮ ୱାଗନ ବିଶିଷ୍ଟ ମାଲବାହୀ ଟ୍ରେନ ରାଉରକେଲା ଯାଉଛି, ହେଲେ ରେଳ ଲାଇନ୍ରେ ପାସେଞ୍ଜର ଟ୍ରେନ […]
ତେବେ ଟଙ୍କା ଦେଇଥିବା ଠିକାଦାରଙ୍କ ନାଁ ସଚିତାନନ୍ଦ ଧଳ। ତେବେ ଟେଣ୍ଡର ପେପର କିଣିବା ପାଇଁ ସେ ଅନ୍ୟ କିଛି ଠିକାଦାରଙ୍କ ଠାରୁ ମଧ୍ୟ ଟଙ୍କା ଆଣି କାର୍ଯ୍ୟାଳୟରେ ଦେଇଥିଲେ ଏବଂ ଏହାର ଭିଡିଓ ମଧ୍ୟ କରିଥିଲେ
ଭଦ୍ରକ: ଚାଷ ଜମିରୁ ମିଳିଲା ବିରଳ ମୂର୍ତ୍ତି। ଭଦ୍ରକ ଜିଲ୍ଲା ଜଳଙ୍ଗା ଗାଁରୁ ଏକ କଳାମୁଗୁନି ପଥରର ବିରଳ ମୂର୍ତ୍ତି ମିଳିଛି। ଗାଁର ରମେଶ ମଲ୍ଲିକ ଆଜି ଚାଷ ଜମିରେ ହିଡ଼ ପାଖ ହାଣୁଥିଲେ। ଏହି ସମୟରେ ତାଙ୍କ କୋଦାଳରେ ପଥର ବାଜିବାର ଶବ୍ଦ ହୋଇଥିଲା। ଏହାପରେ ରମେଶ ମାଟି ଭିତରୁ ଏକ କଳାମୁଗୁନି ପଥରର ମୂର୍ତ୍ତି ଦେଖିବାକୁ ପାଇଥିଲେ। ମୂର୍ତ୍ତିରେ ଭଗବାନ ରାମଙ୍କ ଚିତ୍ର ଥିବା ଦେଖି ସେ ମୂର୍ତ୍ତିଟିକୁ ନେଇ ଗାଁକୁ ପଳେଇ ଆସିଥିଲେ। […]
ଖୋର୍ଦ୍ଧା: ଖୋର୍ଦ୍ଧା ଗୁରୁଜଙ୍ଗରେ ବୋମାମାଡ଼। ଗତକାଲି ବିଳମ୍ବିତ ରାତିରେ ଗାଁ କମିଟି ସମ୍ପାଦକ ଜିତେନ୍ଦ୍ର ସାହୁଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି। ବୋମାମାଡ଼ରେ ସେଭଳି ବଡଧରଣର କୌଣସି କ୍ଷୟକ୍ଷତି ହୋଇନି । ପୂର୍ବ ଶତ୍ରୁତାରୁ ଗତକାଲି ବିଳମ୍ବିତ ରାତିରେ ଘର ଉପରେ ବୋମାମାଡ କରାଯାଇଥିବା ନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଜିତେନ୍ଦ୍ର। ୬ ଜଣଙ୍କ ନାଁରେ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ଛାନଭିନ୍ ଆରମ୍ଭ କରିଛି।