ଭୁବନେଶ୍ୱର: ଓଡ଼ିଶା ସଚିବାଳୟ କର୍ମଚାରୀଙ୍କ କରୋନା ଟେଷ୍ଟ ପାଇଁ ପରାମର୍ଶ ଦିଆଯାଇଛି। ଯେଉଁ କର୍ମଚାରୀ କରୋନା ଲକ୍ଷଣ ଅନୁଭବ କରୁଛନ୍ତି, ସେମାନେ ନିଜର ସ୍ୱାବ ଟେଷ୍ଟ ପାଇଁ ଦେଇ ପାରିବେ। କ୍ୟାପିଟାଲ ହସ୍ପିଟାଲ ଯାଇ ବିନା ଦେୟରେ ସ୍ୱାବ ପରୀକ୍ଷା କରିପାରିବେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚିବାଳୟ କର୍ମଚାରୀ ସଂଘକୁ ଚିଠି ଲେଖାଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫ରେ ପହଞ୍ଚିଛି। ସେଥିମଧ୍ୟରୁ ୧୮,୯୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦,୦୪୧ ଜଣ […]
କଟକ: କଟକ ସହରରୁ ଆଜି ଆଉ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୧ ପଜିଟିଭ୍ଙ୍କ ମଧ୍ୟରୁ ୪୦ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୧ ଲୋକାଲ କଣ୍ଟା କେସ୍ ରହିଛି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଆଜିର ପଜିଟିଭ୍ଙ୍କ ମଧ୍ୟରୁ ସେକ୍ ବଜାରରୁ ଆଉ ୭ କରୋନା ଚିହ୍ନଟ ହୋଇଛନ୍ତି। ସେହପରି ପୁରୁଣା ରାଉସାପାଟଣାରୁ ୬, ଦେଉଳସାହି ଶିବାଜୀନଗରରୁ ୬, ତେଲେଙ୍ଗାବଜାରରୁ ୩, ଶଙ୍କରପୁରରୁ ୨ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଆଉ ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୫ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ କ୍ୱାରେଣ୍ଟିନରେ ଚିହ୍ନଟ ହୋଇଥିବା ବେଳେ ୪୬ ଟି ଲୋକାଲ କଣ୍ଟାକ୍ଟ କେସ୍ ରହିଛି। କ୍ୱାରେଣ୍ଟିନ୍ ସେଣ୍ଟର ମଧ୍ୟରୁ ନୟାପଲ୍ଲୀ ନୂଆସାହିରୁ ଆଉ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୂଆପଲ୍ଲୀର ଅନ୍ୟ ଏକ ଅଞ୍ଚଳରୁ ମଧ୍ୟ ୬ ଜଣ ଆକ୍ରାନ୍ତ, ସହିଦନଗର ଅଞ୍ଚଳରୁ ମଧ୍ୟ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା […]
ଭୁବନେଶ୍ୱର: ଭୀମଟାଙ୍ଗିରେ ମହିଳାଙ୍କୁ ହାଣି ବୀଭତ୍ସ ହତ୍ୟା ଘଟଣା । ହତ୍ୟାକାଣ୍ଡ ଘଟିଥିବା ଘର ଭିତରୁ ମିଳିଲା ହାତଲେଖା ଚିଠି । ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକ ଜଣକ ଚିଠି ଲେଖିଥିବା ସୂଚନା । ଗୁରୁତର ଯୁବକ ଜଗନ୍ନାଥ ପ୍ରଧାନ ହିଁ…
ଭୁବନେଶ୍ୱର: ଅନ୍-ଲକ୍ ଥ୍ରୀରେ ଜିମ୍ ଖୋଲିବାକୁ ଦାବି କରିଛି ଅଲ୍ ଓଡ଼ିଶା ଜିମ୍ ଆସୋସିଏସନ। କେନ୍ଦ୍ର ସରକାର ଆସନ୍ତା ୫ ତାରିଖରୁ ଜିମ୍ ଖୋଲିବାକୁ ଅନୁମତି ଦେଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ଜିମ୍ ଖୋଲିବାକୁ ଅନୁମତି ଦିଅନ୍ତୁ ବୋଲି ରାଜ୍ୟ ଜିମ୍ ସଂଘ ଦାବି କରିଛି। ଜିମ୍ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ। ଏହାଦ୍ୱାରା ସଂକ୍ରମଣ ହେବ ନାହିଁ ବୋଲି ଗତ ୧୫ ତାରିଖରେ ଅଲ ଇଣ୍ଡିଆ ଜିମ୍ ଆସୋସିଏସନ୍ ଦାବି କରିଥିଲା। […]