• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

aditya-dash
ଆଦିତ୍ୟଙ୍କ ମୃତଦେହ ମିଳିଥିବା ସ୍ଥାନରେ ପହଞ୍ଚିଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: ମୋଟିଭେସନାଲ୍‌ ସ୍ପିକର୍‌ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ଦସ୍ତାବିଜ୍‌ ହସ୍ତାନ୍ତର ପରେ ମାମଲାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ଲିଙ୍ଗରାଜ ରେଲ୍‌ୱେ ଷ୍ଟେସନ ଯାଇ, ଯେଉଁ ସ୍ଥାନରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା ସେଠାରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଭୁବନେଶ୍ୱର ଜି‌ଆର୍‌ପି ଥାନାରେ ପହଞ୍ଚି ତଦନ୍ତ ସମ୍ପର୍କିତ ଦସ୍ତାବିଜ୍ ସଂଗ୍ରହ କରିଛନ୍ତି। ଏହାସହ ଏହି ଘଟଣାରେ […]

  • Monday, 05 July 2021
sura routray
‘ଲୋକ ଦେଖାଣିଆ ଭାବେ ବିଧାୟକଙ୍କୁ ବୈଠକକୁ ଡକାଯାଇଥିଲା’

ଭୁବନେଶ୍ୱର: ବିଧାୟକମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ ପ୍ରସଙ୍ଗକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ। ବିଧାୟକଙ୍କୁ କହିବାକୁ ଦିଆଗଲା ନାହିଁ, କିମ୍ବା ବିଧାୟକଙ୍କୁ କୌଣସି ଦାୟିତ୍ୱ ଦିଆଗଲା ନାହିଁ ବୋଲି ସୁର କହିଛନ୍ତି। କେବଳ ପ୍ରଚାର ଓ ପ୍ରସାର ପାଇଁ ଲୋକ ଦେଖାଣିଆ ଭାବେ ବିଧାୟକଙ୍କୁ ବୈଠକକୁ ଡକାଯାଇଥିଲା ବୋଲି କହି ସୁର ସରକାରଙ୍କୁ ସମାଲଚୋନା କରିଛନ୍ତି। କେନ୍ଦ୍ର ସରକାରଙ୍କ ଅନଲକ୍‌-୩ ଘୋଷଣା ଉପରେ ବି ନିଜ ମତ […]

  • Monday, 05 July 2021
cmo0disah
କରୋନାରେ ମୃତ ୨ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ମଞ୍ଜୁର

ଭୁବନେଶ୍ୱର: କରୋନାରେ ମୃତ ସାମ୍ବାଦିକଙ୍କୁ ସହାୟତା ପ୍ରଦାନ କଲେ ସରକାର। ୨ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ସହାୟତା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିବଙ୍ଗତ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ ଓ କେ. ସିଏଚ୍ ରତ୍ନମଙ୍କ ପରିବାର ଲୋକଙ୍କୁ ମିଳିବ ଏହି ସହାୟତା । ଆଜି ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।  କରୋନାରେ ସାମ୍ବାଦିକଙ୍କର ମୃତ୍ୟ ଘଟିଲେ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।   ଜୁଲାଇ ୧୧ ତାରିଖରେ ଗଞ୍ଜାମ […]

  • Monday, 05 July 2021
balasore duplicate gun news
ନକଲି ବନ୍ଧୁକ ଦେଖାଇ ଲୁଟ୍ କରୁଥିବା ବେଳେ ବାର ବାଜିଲା ଲୁଟେରା ଅବସ୍ଥା

ବାଲେଶ୍ୱର: ନକଲି ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ କରୁଥିଲା, ହେଲେ ଏମିତି ଅବସ୍ଥା ହେଲା ଯେ ସିଧା ଯାଇ ମାମୁ ଘରେ ପଶିଲା ଲୁଟେରା। ଲୁଟେରାକୁ କାବୁ କରି ପୋଲିସରେ ଜିମା ଦେଲେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଡିଙ୍ଗାଶୁଳ ଗାଁରେ। ଯୁବକ ଜଣକ ଗୋବର୍ଦ୍ଧନପୁର ଗାଁର ବିଶ୍ୱଜିତ ନାଥ ବୋଲି ଜଣାପଡ଼ିଛି।  ବିଶ୍ୱଜିତ ଡିଙ୍ଗାଶୁଳ ଗାଁର ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ବନ୍ଧୁକ ଦେଖାଇ ଲୁଟ କରିବା ପାଇଁ ଚେଷ୍ଟା […]

  • Monday, 05 July 2021
ganjam 1
ଚାଷ ଜମିରେ ପଡ଼ିଛି ମୁଣ୍ଡ ନଥିବା ମୃତଦେହ

ଭୁବନେଶ୍ୱର: ଶରୀରରୁ ମୁଣ୍ଡ ଅଲଗା ହୋଇ ଚାଷ ଜମିରେ ପଡ଼ି ରହିଛି ମୃତଦେହ। ଏଭଳି ବିଭତ୍ସ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ବଡ଼ଗଡ଼ ଏକଲପୁର ଗାଁରେ। ନିକଟସ୍ଥ ଏକ ଚାଷ ଜମିରେ ଶରୀରରୁ ମୁଣ୍ଡ ଅଲଗା ହୋଇ ପଡ଼ିରହିଛି। ମୃତକ ସୋରଡ଼ା ବୋରସିଂ ଗାଁର ନିଳାଞ୍ଚଳ ପ୍ରଧାନ ବୋଲି ଜଣାପଡ଼ିଛି। ମୃତଦେହର କିଛି ବାଟ ଦୂରରେ ତାଙ୍କ ଶରୀର ପଡ଼ିଥିବା ଦେଖିବାକୁ ମିଳିଛି। ଗତକାଲି ସଂଧ୍ୟାରୁ ସେ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ। ତେବେ ଆଜି […]

  • Monday, 05 July 2021
asika
ତହସିଲଦାରଙ୍କୁ ଅଟକାଇଲେ ସ୍ଥାନୀୟ ଲୋକେ

ଆସିକା: ତହସିଲଦାରଙ୍କୁ ଅଟକ। କୋଭିଡ୍ କଟକଣାକୁ ଉଲ୍ଲଂଘନ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଯାଇଥିବା ତହସିଲଦାରଙ୍କୁ ଘେରିଲେ ଲୋକେ । ଘଟଣା ଗଞ୍ଜାମ ସାନଖେମୁଣ୍ଡି ଥାନା କଙ୍କୋରଡ଼ା ଗାଁରେ ଘଟିଛି। କରୋନା କଟକଣାକୁ ଉଲ୍ଲଘଂନ କରି ଦୋକାନ ଖୋଲିଥିବାରୁ ସ୍ଥାନୀୟ ତହସିଲଦାରଙ୍କୁ ଅଭିଯୋଗ ହୋଇଥିଲା । ଏନେଇ ଦୋକାନ ସିଲ୍ କରିବାକୁ ତହସିଲଦାର ଓ ତାଙ୍କର କିଛି କର୍ମଚାରୀ ଯାଇଥିଲେ। ହେଲେ ତହସିଲଦାର ଦୋକାନ ସିଲ୍‌ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ବେଶ କିଛି ସମୟ ଯାଏ ଯୁକ୍ତିତର୍କ […]

  • Monday, 05 July 2021