• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ganjei
କଫ୍ ସିରପ୍ ସହିତ ଗଞ୍ଜେଇ ଜବତ

ପଦ୍ମପୁର(ସୋମେଶ ମହାନ୍ତି): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଓ ୩ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି।  ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରେ ପଦ୍ମପୁର ପୁଲିସ୍‌ ପକ୍ଷରୁ ରେଡ୍ କରାଯାଇଥିଲା। ପାଇକମାଲରୁ ୨୩୦ଟି କଫ୍ ସିରପ ବୋତଲ, ୭ କେଜିରୁ ଅଧିକ ଗଞ୍ଜେଇ ଏବଂ ୩ ଲକ୍ଷ ୩୩ ହଜାର ଟଙ୍କା ଜବତ କରାଯାଇଛି।

  • Tuesday, 20 July 2021
iic-up
କୋର୍ଟ ପରିସରରେ ବି ଲାଞ୍ଚୁଅା IICଙ୍କୁ ଛାଡ଼ିଲେନି ଲୋକେ

ଭୁବନେଶ୍ୱର  : କୋର୍ଟ ପରିସରରେ ବି ଲାଞ୍ଚୁଅା IICଙ୍କୁ ଛାଡ଼ିଲେନି ସାଧାରଣ ଲୋକେ। କୋର୍ଟ ଭିତରେ ଲୋକଙ୍କ ରୋଷର ଶିକାର ହେଲେ ଭିଜିଲାନ୍ସ ଦ୍ୱାରା ଗିରଫ ଜଟଣୀ ଥାନା ଅଧିକାରୀ ସଞ୍ଜିବ ମହାନ୍ତି । ସଞ୍ଜୀବଙ୍କୁ ଅାଜି ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିବା ବେଳେ ସେଠାରେ ତାଙ୍କୁ ପ୍ରବଳ ବିରୋଧ ଦେଖିବାକୁ ମିଳିଥିଲା। ଏମିତିକି ଭିଜିଲାନ୍ସ ଅଧିକାରୀଙ୍କ ହେପାଜତରେ ଥିବା ସଞ୍ଜୀବଙ୍କୁ ମାରଧର ଓ ଠେଲାପେଲା କରିଥିବା ଦେଖିବାକୁ ମିଳିଥିଲା । ତେବେ କୋର୍ଟରେ ଜାମିନ ନାମଞ୍ଜୁର […]

  • Tuesday, 20 July 2021
modi
୧୬ରେ ଭୁବନେଶ୍ୱରରେ ମୋଦିଙ୍କ ରୋଡ୍‌ ଶୋ’

ଭୁବନେଶ୍ୱର: ଦିନକ ପରେ ଅର୍ଥାତ୍ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ଏୟାରପୋର୍ଟରୁ ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ସେ ରୋଡ୍‌ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ମୋଦି ଏହି ରୋଡ୍‌ ଶୋ’ ଏୟାରପୋର୍ଟରୁ ବାହାରି ଗଙ୍ଗନଗର, ଓୟୁଏଟି, ଶିରିପୁର ଛକ, ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡ଼ିଆରେ ପହଞ୍ଚିବ। ଏହାପରେ ବରମୁଣ୍ଡାରେ ଏକ ବିରାଟ ଜନସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ। ମୋଦିଙ୍କ ଗସ୍ତ ପାଇଁ ବ୍ଲୁ-ବୁକ୍‌ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। […]

  • Tuesday, 20 July 2021
farmer
ଜୀବନ ହାରିଲେ ଚାଷୀ

କଟକ(ଦେବାଶିଷ ମହାନ୍ତି): ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ  ହେଲେ ପଟୁଣିଆ ପଞ୍ଚାୟତ ଡିହ ନରସିଂହପୁର ଗାଁର ସୁଶାନ୍ତ ଗନ୍ତାୟତ। ସେ ଗତ ୧୨ ତାରିଖରେ କୀଟନାଶକ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଆଜି ତାଙ୍କର ମୃତ୍ୟୁ ଘଟିଛି। ସେ ଲକ୍ଷାଧିକ ଟଙ୍କା ଋଣ କରି ଚାଷ କରିଥିଲେ। ହେଲେ ଫସଲ ଭଲ ନହେବାରୁ ସେ ମାନସିକ ଚାପରେ […]

  • Tuesday, 20 July 2021
teachers-strike-up
୨୦ ଦିନରେ ପହଞ୍ଚିଲା ଅାନ୍ଦୋଳନ

ଭୁବନେଶ୍ୱର :୨୦ ଦିନରେ ପହଞ୍ଚିଲା ରାଜ୍ୟ ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଅାନ୍ଦୋଳନ। ହେଲେ ଏଯାଏ କୌଣସି ସମାଧାନର ବାଟ ବାହାର କରିପାରିନାହାଁନ୍ତି ସରକାର। ପୂର୍ବ ଘୋଷଣା ଅନୁଯାୟୀ ଅାସନ୍ତାକାଲି ଗୁରୁ ଦିବସକୁ ମିଳିତ ମଞ୍ଚ ପକ୍ଷରୁ କଳା ଦିବସ ଭାବେ ପାଳନ କରାଯିବ ବୋଲି କୁହାଯାଇଛି। ଏପଟେ ଗୁରୁ ଦିବସକୁ କଳା ଦିବସ ଭାବେ ପାଳନକୁ ଶିକ୍ଷକଙ୍କୁ ନିନ୍ଦା କରିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର । ମନ୍ତ୍ରୀ କହିଛନ୍ତି […]

  • Tuesday, 20 July 2021
jual
ବିଜେପିକୁ ଫେରିବାକୁ ଦିଲୀପ ରାୟଙ୍କୁ ଜୁଏଲଙ୍କ ଅନୁରୋଧ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଦିଲୀପ ରାୟ ଖୁବଶୀଘ୍ର ବିଜେପିକୁ ଫେରିବା ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅନୁରୋଧ କରିଛନ୍ତି। ଆଜି ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀରେ  ଜୁଏଲ କହିଛନ୍ତି,“ରାଉରକେଲାର ସ୍ୱାର୍ଥ ପାଇଁ ଦିଲୀପ ରାୟଙ୍କ ମୁଖ୍ୟ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରି ନେଇଛନ୍ତି। ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲ କାର୍ଯ୍ୟ ଜୋରସୋରରେ ଚାଲିଛି। ଦାବି ପୂରଣ ହୋଇଥିବାରୁ କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି […]

  • Tuesday, 20 July 2021
rape
୫ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ

ଛତ୍ରପୁର(ଆଲୋକ ଗୌଡ଼): ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ଜଣେ ୫ ବର୍ଷର ଝିଅକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ବୁଗୁଡ଼ା ଥାନା ଅଞ୍ଚଳର ଜଣେ ବିବାହିତ ଯୁବକ ଘରକୁ ଡାକି ନେଇ ଗତ ୧୧ ତାରିଖ ସନ୍ଧ୍ୟାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଖବର ଜଣାପଡ଼ିବା ପରେ ଗାଁରେ ରଫାଦଫା କରିବାକୁ ଚେଷ୍ଟା କରାଯାଇଥିଲା। ଆଜି ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ନାବାଳିକାକୁ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ତେବେ ଅଭିଯୁକ୍ତ […]

  • Tuesday, 20 July 2021
hinjili
ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ବଢ଼ି ଚାଲିଛି ରାଜନୈତିକ ଆକ୍ରୋଶ

ଭୁବନେଶ୍ୱର: ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ବଢ଼ି ଚାଲିଛି ରାଜନୈତିକ ଆକ୍ରୋଶ। ଗତକାଲି ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାନସଭା ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ଗସ୍ତ ପୂର୍ବରୁ ଶୋଳଶଳା ଗାଁରେ ବିଜେଡି କର୍ମୀ ଗୁଣ୍ଡାରାଜ କରିଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ଯିବା ବାଟରେ ବିଜେପିର ପୋଷ୍ଟର ରହିବ ନାହିଁ ବୋଲି କହି ବନ୍ଧୁକ ଦେଖାଇ ଏହାକୁ ଚିରିବା ସହ ନବୀନଙ୍କୁ ଭୋଟ୍ ନଦେଲେ ମୁଣ୍ଡ ଗଡ଼ିବ ବୋଲି ବିଜେଡି ସମର୍ଥକ ଧମକାଇଥିବା ଧବଳପୁର ମଣ୍ଡଳ ବିଜେପି ସଭାପତି ସଞ୍ଜୟ ପ୍ରଧାନ […]

  • Tuesday, 20 July 2021
dharmendra
ମୁଖ୍ୟମନ୍ତ୍ରୀ ନିଜ ନିୟନ୍ତ୍ରଣରେ ନାହାନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀ ନିଜ ନିୟନ୍ତ୍ରଣରେ ନଥିବା କହି ଧର୍ମେନ୍ଦ୍ର କଟାକ୍ଷ କରିଛନ୍ତି। ଭଞ୍ଜନଗରର ବିଜେଡି ପ୍ରାର୍ଥୀ ବିକ୍ରମ ଆରୁଖ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ସେ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି,“ଉଭୟ ବିକ୍ରମ ଆରୁଖ ଓ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଅପରାଧିକ ଓ ଚିଟ୍‌ଫଣ୍ଡ ମାମଲା ରହିଛି।” ଏଥିସହ ବ୍ରହ୍ମପୁରରେ ଅପରାଧୀ ଓ ମଦ ମାଫିଆଙ୍କ ପୃଷ୍ଠପୋଷକତାର ନାଁ ନବୀନ ବୋଲି କହି ଧର୍ମେନ୍ଦ୍ର କଡ଼ା ଭାଷାରେ […]

  • Tuesday, 20 July 2021
ATM
ଏଟିଏମ୍‌ ତାଡ଼ି ନେଲେ ଦୁର୍ବୃତ୍ତ

ଯାଜପୁର(ଗୁଲାମ ଗସ୍): ଏଟିଏମ୍‌କୁ ତାଡ଼ି ନେଇ ଗଲେ ଦୁର୍ବୃତ୍ତ। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଞ୍ଚଳରେ ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚଣ୍ଡିଖୋଲ ନିକଟସ୍ଥ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଏଟିଏମ୍‌କୁ  ଦୁର୍ବୃତ୍ତ ତାଡ଼ି ନେଇଛନ୍ତି। ଆଜି ସକାଳେ ଏଟିଏମ୍ ମେସିନ୍ ନଥିବା ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ପୁଲିସ୍‌କୁ ଖବର ଦିଆଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ତେବେ ଏଟିଏମ୍‌ରେ କେତେ ଟଙ୍କା ଥିଲା, ତାହା ସ୍ପଷ୍ଟ ହୋଇନିା

  • Tuesday, 20 July 2021
assemblyUP
ବିଧାନସଭାରେ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳିକୁ ନେଇ ବିବାଦ

ଭୁବନେଶ୍ୱର : ଗୃହରେ ଶୋକ ପ୍ରସ୍ତାବକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ଶ୍ରଦ୍ଧାଞ୍ଜଳି ବେଳର ଭାଷଣକୁ ପ୍ରତିବାଦ କଲେ ବାରବାଟୀ କଟକ ବିଧାୟକ ଦେବାଶିଷ ସାମନ୍ତରାୟ । କେଭି କାହିଁକି ରାଜନୈତିକ ଭାଷଣ ଦେଲେ ବୋଲି ଦେବାଶିଷ ପ୍ରଶ୍ନ କରିଛନ୍ତି । ସେପଟେ ଦେବାଶିଷଙ୍କ ପ୍ରତିବାଦ ନେଇ ଗୃହ ବାହାରେ ପ୍ରତିକ୍ରିୟାରେ କେଭି କହିଛନ୍ତି, ଶୋକ ପ୍ରସ୍ତାବରେ ମୁଁ ମନର କଥା […]

  • Tuesday, 20 July 2021
BJD
ତେଲ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ୱର: ଦିନକୁ ଦିନ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। କ୍ରମବର୍ଦ୍ଧିଷ୍ଣୁ ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ବିଜେଡି। ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି। ଆସନ୍ତା  ୭, ୮, ୯ ତାରିଖ ୩ ଦିନ ଧରି ଦଳ ପର୍ଯ୍ୟାୟ କ୍ରମେ ସାରା ରାଜ୍ୟରେ ଆନ୍ଦୋଳନ କରିବ ବୋଲି କହିଛି।  ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପେଟ୍ରୋଲ ଟାଙ୍କି ଆଗରେ ବିଜେଡିର ମହିଳା, ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ […]

  • Tuesday, 20 July 2021
vlcsnap-error006
ଭିଜିଲାନ୍ସ ଜାଲରେ ଦୁଇ ବରିଷ୍ଠ ଅଧିକାରୀ

କଳାହାଣ୍ଡି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେସିଙ୍ଗା ବ୍ଲକ ସହକାରୀ ଯନ୍ତ୍ରୀ ବାସୁଦେବ ମହାରଣା ଏବଂ ଜଳ ବିଭାଜିକା ଓଭରସିୟର୍ ପୀତବାସ ମହାକୁଡ଼ଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ୩୦ ଜଣିଆ ଟିମ୍‌ ମଦନପୁର-ରାମପୁରରେ ଥିବା ଉଭୟ ଅଧିକାରୀଙ୍କ ଘରେ ଚଢ଼ାଉ କରିଛନ୍ତି।  

  • Tuesday, 20 July 2021
heavy rainfall
ଏହି ସବୁ ଜିଲ୍ଲାରେ ହୋଇପାରେ ଝଡ଼ତୋଫାନ ସହ ବର୍ଷା

ଭୁବନେଶ୍ୱର: ସାରା ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଜି ମଧ୍ୟ କିଛି ଅଞ୍ଚଳରେ ଝଡ଼ତୋଫାନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ନ ସାଢ଼େ ଗୋଟାଏ ଯାଏ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ୧୩ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି-ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, […]

  • Tuesday, 20 July 2021
Baijayant Panda
ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକକୁ ନିନ୍ଦା କଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଳାସପୁର ଜେଲ୍‌ରୁ ଜଣେ କଏଦୀର ଧମକ ଦେବା ଘଟଣାକୁ ନିନ୍ଦା କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। Condemnable!I've been pressing for reforms in our criminal justice system, of which the jail system is a crucial bit.It's well known that undertrials & even convicts freely operate criminal activities in the outside world from inside jail.This…Must…Be…Stopped ? […]

  • Tuesday, 20 July 2021
vlcsnap-error741
ଓଡିଶା ସୀମାରେ ପୁଣି ଆନ୍ଧ୍ର ସରକାରଙ୍କ ଅନୁପ୍ରବେଶ

ଗଜପତି: ଓଡିଶା ସୀମାରେ ପୁଣି ଆନ୍ଧ୍ର ସରକାରଙ୍କ ଅନୁପ୍ରବେଶ।  ଓଡିଶା ସରକାରଙ୍କ ବିନା ଅନୁମତିରେ ହେଉଛି ରାସ୍ତା କାମ। ଏପରି ଘଟଣା ଗଜପତି ଜିଲ୍ଲା ଖିଙ୍ଗା ଗାଁ ସୀମାରେ ନଜରକୁ ଆସିଛି। ଆନ୍ଧ୍ର ସରକାରଙ୍କୁ ଏପରି ଅନୁପ୍ରବେଶକୁ ନେଇ ଅଞ୍ଚଳବସୀ ବିରୋଧ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆନ୍ଧ୍ରର ଏଭଳି ଅପଚେଷ୍ଟା ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ପ୍ରଶାସନର ଚେତା ପଶିଛି। ଶୀଘ୍ର ରାସ୍ତା କାମ ବନ୍ଦ କରିବାକୁ ପଦକ୍ଷେପ ନିଆଯିବ ବୋଲି ସ୍ଥାନୀୟ ତହସିଲଦାର […]

  • Tuesday, 20 July 2021
phulbani
ପୂର୍ବତନ ବିଧାୟକଙ୍କ ନାଁରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ଫୁଲବାଣୀ: ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଯୁବତୀ ଜଣକ ଦେବେନ୍ଦ୍ର ଓ ତାଙ୍କର ଡ୍ରାଇଭର ରିଙ୍କୁ ସାହୁ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ଦେବେନ୍ଦ୍ର ଓ ରିଙ୍କୁ ସଦର ଥାନା ଅନ୍ତର୍ଗତ ଗୌଡପଡ଼ାରେ ଯୁବତୀଙ୍କ ଘରେ ପହଞ୍ଚି ତାଙ୍କ ସହ ଅସଦାଚରଣ କରିବା ସହ ତାଙ୍କ ମାଆଙ୍କୁ ମାର୍‌ପିଟ୍‌ କରିଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ମାଆଙ୍କ କହିବା ଅନୁସାରେ, ‘ଦେବେନ୍ଦ୍ର ତାଙ୍କ […]

  • Tuesday, 20 July 2021
bbsr
ଆଜି ଭୁବନେଶ୍ୱରର ୭୧ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ୭୧ତମ ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଓଡ଼ିଶା ମାନଚିତ୍ରରେ ଭୁବନେଶ୍ୱରକୁ ସ୍ଥାନ ମିଳିଥିଲା। ଓଡ଼ିଶାର ରାଜଧାନୀ ଭାବେ ଭୁବନେଶ୍ୱର ସହର ପାଇଁ ଯେଉଁ ପରିକଳ୍ପନା କରାଯାଇଥିଲା ତାହା ବାସ୍ତବ ରୂପରେ ପରିଣତ ହୋଇଥିଲା। ତେବେ ରାଜଧାନୀ ପ୍ରତିଷ୍ଠା ଫଳକରେ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ କୁମାର ସିଂହ ଯୋଗ ଦେଇଛନ୍ତି। ୧୯୩୩ ମସିହାରେ ଓଡ଼ିଶାର ସ୍ୱତନ୍ତ୍ର […]

  • Tuesday, 20 July 2021
Odisha CM
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ। ଛତିଶଗଡ଼ ବିଳାସପୁର ଜେଲ୍‌ରେ ସଜା କାଟୁଥିବା ଜଣେ କଏଦୀର ଏମିତି ଏକ ଧମକପୂର୍ଣ୍ଣ ଚିଠିକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ସମ୍ବାଦ ସରବରାହ ସଂସ୍ଥା PTI   ପକ୍ଷରୁ ମଧ୍ୟ ଏହି ସୂଚନା ମିଳିଛି। ଏକ ଚିଠିରେ ଜେଲରେ ସଜା କାଟୁଥିବା ପୁଷ୍ପେନ୍ଦ୍ର ନାଥ ଚୌହାନ (୪୦) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ୫୦ କୋଟି ଟଙ୍କା ଦାବି କରିଥିଲେ। ଏନେଇ ବିଳାସପୁର ଏସ୍‌ପି ଅରିଫ୍‌ ଶେଖ୍‌ […]

  • Tuesday, 20 July 2021
ram
ଆଜି ରାମ ନବମୀ: ମନ୍ଦିରରେ ଭକ୍ତଙ୍କ ଭିଡ଼

ଭୁବନେଶ୍ୱର: ଆଜି ରାମ ନବମୀ। ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମତିଥି। ଏଥିପାଇଁ ସାରା ଦେଶରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାଠାରୁ ଆରମ୍ଭ କରି ସାରା ଦେଶରେ ପ୍ରଭୁ ରାମଚନ୍ଦ୍ରଙ୍କ ଆରଧନା ସାଙ୍ଗକୁ ଜନ୍ମ ଉତ୍ସବ ଚାଲିଛି। ରାଜଧାନୀ ଭୁବନେଶ୍ୱର ସ୍ଥିତ ଥିବା ରାମ ମନ୍ଦିରରେ ରାମ ଜନ୍ମ ନୀତି ମହା ଆଡମ୍ବରରେ ପାଳନ ହେଉଛି। ଏହି ଅବସରରେ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ରାମନବମୀ ପାଇଁ ଭଦ୍ରକରେ […]

  • Tuesday, 20 July 2021
momop4
ଘାତକ ମୋମୋ ଚ୍ୟାଲେଂଜ୍ ଗେମ୍

ଭୁବନେଶ୍ୱର: ଘାତକ ମୋମୋ ଚ୍ୟାଲେଂଜ୍ ଗେମ୍ ବିରୋଧରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବ କମିଶନରେଟ୍ ପୁଲିସ। କମିଶନରେଟ୍ ପୁଲିସ ପକ୍ଷରୁ ଚାଲୁଥିବା ‘ନୋ ଇୟୋର ପୁଲିସ’ ସ୍କିମରେ ସ୍କୁଲ ପିଲାମାନଙ୍କୁ ଏ ସମ୍ପର୍କରେ ସଚେତନ କରାଯିବ ବୋଲି ପୁଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ଚଳିତ ସପ୍ତାହରେ ୨ଟି ସ୍କୁଲର ପିଲାଙ୍କୁ ସଂପୃକ୍ତ ଅଞ୍ଚଳରେ ଥିବା ଥାନାକୁ ଡକାଯାଇ ସେମାନଙ୍କ ସହ ପୁଲିସ ପ୍ରାୟ ୧ ଘଣ୍ଟା ଧରି ଅାଲୋଚନା କରିବ। ପିଲାମାନଙ୍କୁ ମୋମୋ ଚ୍ୟାଲ଼େଂଜ ଭଳି […]

  • Tuesday, 20 July 2021
mela
ଧୁମଧାମ୍‌ରେ ଚାଲିଛି ଚଡ଼କ ମେଳା: ଆଜି ପାରମ୍ପରିକ ପାଟ ପର୍ବ ଅନୁଷ୍ଠିତ ହେବ

ଜଳେଶ୍ୱର(ଅଜିତ୍ ଦାସ): ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ପୀଠରେ ଧୁମଧାମରେ ଚଡ଼କ ମେଳା ଚାଲିଛି। ଏପ୍ରିଲ ୧ରୁ ଆରମ୍ଭ ହୋଇଥିବା ଏହି ମେଳା ଆଜି ଶେଷ ହେବ। ଅନ୍ତିମ ଦିନରେ ପାରମ୍ପରିକ ପାଟ ପର୍ବ ଅନୁଷ୍ଠିତ ହେବ। ଏଥିପାଇଁ ମେଳା ଜନସମୁଦ୍ରରେ ପରିଣତ ହୋଇଛି। ଗତକାଲି ଲକ୍ଷାଧିକ ଶ୍ରଦ୍ଧାଳୁ ନୀଳ ପୋଖରୀରେ ସ୍ନାନ କରି ନୀଳକାଠକୁ ଛୁଇଁ ବାବା ଚନ୍ଦନେଶ୍ୱରଙ୍କ ଦର୍ଶନ କରିଥିଲେ। ଆଜି ସକାଳେ ଭକ୍ତମାନେ ପରସ୍ପରକୁ ମାଳ ଓ ଚନ୍ଦନ ଦେଇ ଆଲିଙ୍ଗନ କରିବେ। ଅପରାହ୍ନରେ […]

  • Tuesday, 20 July 2021
cmo
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭା ଆସନ ସହିତ ଏଥିମଧ୍ୟରେ ଥିବା ୩୫ ବିଧାନସଭା ଆସନ ପାଇଁ ଭୋଟ୍‌ ହେବ। ଲୋକସଭା ଆସନ ଗୁଡ଼ିକ ହେଲା-ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା। ତେଣୁ ବିଭିନ୍ନ ଦଳର ପ୍ରାର୍ଥୀ ଘରକୁ ଘର ସାହିକୁ ସାହି ବୁଲି ଭୋଟ୍ ଭିକ୍ଷା କରୁଛନ୍ତି। ସେହିପରି  ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଥିବା […]

  • Tuesday, 20 July 2021
assembly-up
ଆସନ୍ତା କାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର : ଆସନ୍ତା କାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ। ତା ପୂର୍ବରୁ ଅାଜି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଦୁର୍ନୀତି, ମହିଳା ନିର୍ଯାତନା, ଅାଇନଶୃଙ୍ଖଳା, ଚାଷୀ ସମସ୍ୟା, ଅଘୋଷିତ ବିଜୁଳି କାଟ ସାଙ୍ଗକୁ ଅାୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ନହେବା ଅାଦି ପ୍ରସଙ୍ଗ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି। ସେହିପରି ଗୁରୁପ୍ରିୟା ଦୁର୍ନୀତି, ବେକାରୀ ସମସ୍ୟା, ଲୋକପାଳ ନିଯୁକ୍ତି ପ୍ରସଙ୍ଗ ସହ ଚାଷୀଙ୍କୁ ବୀମା […]

  • Tuesday, 20 July 2021
nuakhai4
ନୂଆଁଖାଇ ଲାଗି ପାଇଁ ସ୍ଥିର ହେଲା ଶୁଭ ଲଗ୍ନ

ସମ୍ବଲପୁର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କଠାରେ ନୂଅାଁଖାଇ ଲାଗି ପାଇଁ ସ୍ଥିର ହେଲା ଶୁଭ ଲଗ୍ନ। ଅାସନ୍ତା ୧୪ ତାରିଖ ସକାଳ ୮ଟା ୧୦ରୁ ୮ଟା ୪୦ ମଧ୍ୟରେ ମା’ଙ୍କ ଠାରେ ଲାଗି ହେବ ନବାନ୍ନ।  ଅାଜି ସମ୍ବଲପୁର ଝାଡୁଅାପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିରରେ ବସିଥିବା ପଣ୍ଡିତ ସଭାରେ ଏହି ଶୁଭ ଲଗ୍ନ ବାହାରିଛି। ପାରମ୍ପରିକ ପୂଜାର୍ଚ୍ଚନା ପରେ ପଣ୍ଡିତମାନେ ପାଂଜି ଦେଖି ନୂଆଁଖାଇ ତିଥି ଓ ଲଗ୍ନ ସ୍ଥିର କରିଛନ୍ତି। ନିର୍ଦ୍ଧାରିତ ଲଗ୍ନ ଅନୁସାରେ […]

  • Tuesday, 20 July 2021